Posted inଫୁରସତ

ପାଣି ବଦଳରେ ପେଟ୍ରୋଲରେ କାର୍‌ ଧୋଇଲେ ମହିଳା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଆପଣ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିବେ ନିଶ୍ଚିତ। ଏହି ଭିଡିଓଗୁଡିକର କିଛି ଭିଡିଓ ହସର ଖୋରାକ ଯୋଗାଇଥାଏ। ହସାଇଥାଏ ଆଉ ବେଳେବେଳେ ଏମିତି କିଛି ଭିଡିଓ ଦେଖିବାକୁ ମିଳେ, ଯାହା ଆମେ କଳ୍ପନା କରି ନ ଥାଉ। ପେଟ୍ରୋଲ ଭଳି ଦାମୀ ଜିନିଷରେ କାର୍‌ ଧୋଇବା ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି। ଜଣେ ମହିଳା କିନ୍ତୁ ଏପରି କରି ଲୋକଙ୍କୁ ଚକିତ କରିଦେଇଛନ୍ତି।

ବିଶ୍ୱରୁ ପ୍ରାକୃତିକ ସମ୍ପଦ ହ୍ରାସ ପାଉଛି। ତେଣୁ ପରାମର୍ଶ ଦିଆଯାଇଛି ଯେ, ଜଳ ବିଦ୍ୟୁତ୍‌, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍‌କୁ ନଷ୍ଟ ନ କରିବା ପାଇଁ। ଏଗୁଡ଼ିକର ଉଚିତ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହି କାରଣରୁ ଏହି ଜିନିଷଗୁଡ଼ିକର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ତଥାପି କିଛି ଲୋକ ଏହି ଜିନିଗୁଡ଼ିକର ଅପବ୍ୟବହାର କରନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ମହିଳା ପାଣି ବଦଳରେ କାର୍‌କୁ ପେଟ୍ରୋଲରେ ଧୋଉଛନ୍ତି।

ଭିଡିଓରେ ଦେଖିବେ ମହିଳା ଜଣକ ପେଟ୍ରୋଲ ପମ୍ପରେ ଠିଆ ହୋଇଛନ୍ତି। ହାତରେ ତେଲ ଭରିବା ପାଇପ ସହିତ କାର ଧୋଇଛନ୍ତି। ଯେପରି ପାଇପ୍‌ଟି ପେଟ୍ରୋଲ ନୁହେଁ ବରଂ ପାଣିରେ ଭରା। ଆମ ଦେଶରେ ପେଟ୍ରୋଲ ପମ୍ପରେ କର୍ମଚାରୀ ଅଛନ୍ତି, ଯେଉଁମାନେ ଆପଣଙ୍କ କାରରେ ତେଲ ଭରିବା କାମ କରନ୍ତି, କିନ୍ତୁ ବିଦେଶର ଅନେକ ସ୍ଥାନରେ ଲୋକଙ୍କୁ ନିଜ ତେଲ ନିଜକୁ ଭରିବାକୁ ପଡ଼େ, କାରଣ ସେଠାରେ କୌଣସି କର୍ମଚାରୀ ନ ଥାନ୍ତି। ମହିଳା ଜଣକ ଏପରି ଏକ ପମ୍ପରେ ଅଛନ୍ତି, ଯେଉଁଠି ସେ ଏହାର ଅପବ୍ୟହାର କରୁଛନ୍ତି।

ଭିଡିଓଟି @HumansNoContext ନାମକ ଏକ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓଟି ମାତ୍ର କିଛି ସେକେଣ୍ଡର ଅଟେ। ଏହାକୁ ଏପର୍ଯ୍ୟନ୍ତ ୮.୫ ମିଲିୟନ ଅର୍ଥାତ୍‌ ୮୫ ଲକ୍ଷ ଭ୍ୟୁ ମିଳିସାରିଲାଣି। ଏଥି ସହିତ ହଜାର ହଜାର ଲୋକ ଏହି ଭିଡିଓକୁ ମଧ୍ୟ ପସନ୍ଦ କରିଛନ୍ତି। ଭିଡିଓରେ ମନ୍ତବ୍ୟ ଦେଇ ମହିଳା ଜଣକ କାହିଁକି ଏପରି ଅଜବ କାର୍ଯ୍ୟ କରୁଛନ୍ତି ବୋଲି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri