ସନ୍ତାନ ନ ହେବାରୁ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

କପ୍ତିପଦା,୩୦।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଅଧୀନ କଳମଗଡ଼ିଆ ପଞ୍ଚାୟତ ଶାରିସୁଆ ଗ୍ରାମରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଛି । ସେ ହେଲେ ଉକ୍ତ ଗ୍ରାମର ଖଇରୀ ମହାନ୍ତ(୪୫)।
ପ୍ରକାଶ ଯେ, ପଡୋଶୀ ଅନୀଲ କୁମାର ମହାନ୍ତ ଓରଫ କାଳିଆ ୧୪ ବର୍ଷ ପୂର୍ବେ ବିବାହ କରିଥିଲେ। ମାତ୍ର ତାଙ୍କର କୌଣସି ସନ୍ତାନ ହେଉ ନ ଥିଲେ। ଏ ନେଇ ସେ ଖଇରୀଙ୍କ ଉପରେ ସନ୍ଦେହ କରୁଥିଲେ। ତେଣୁ ମଙ୍ଗଳବାର ସନ୍ଧ୍ୟାରେ ଖଇରୀ ପାଣି ଆଣିବାକୁ ଗାଁ ନଳକୂଅକୁ ଯାଇଥିଲେ। ଏହି ସମୟରେ ଅନୀଲ ଓ ତାଙ୍କ ସାନ ଭାଇ ବଳରାମ ଏକ ଧାରୁଆ ଅସ୍ତ୍ରରେ ଖଇରୀଙ୍କ ବେକକୁ କାଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଖବର ପାଇ ଉଦଳା ଏସ୍‌ଡିପିଓ ଓ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ଉଦଳା ପଠାଇଛନ୍ତି । ବାରିପଦାରୁ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିବା ସହିତ ବିଭିନ୍ନ ନମୁନା ସଂଗ୍ରହ କରି ଫେରିଛନ୍ତି । ଅଭିଯୁକ୍ତଦ୍ବୟ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କାଠଚୁଲି ଭରସାରେ ୮୨ ବିଦ୍ୟାଳୟ

ସୋନପୁର,୮।୯(ନି.ପ୍ର.): ଛାତ୍ରୀଛାତ୍ରଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବା ସହିତ ସ୍କୁଲରେ ଉପସ୍ଥାପନ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି। କେନ୍ଦ୍ର ଓ ରାଜ୍ୟ...

ଗୋପନୀୟତା କ୍ଷୁଣ୍ଣ ଦର୍ଶାଇ ଆବେଦନ ରଦ୍ଦ କଲେ ହାଇକୋର୍ଟ

କଟକ ଅଫିସ, ୧୫।୬: କରୋନାରେ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ କୋଭିଡ୍‌ ହସ୍ପିଟାଲରେ ସିସିଟିଭି କ୍ୟାମେରା ସହ ହସ୍ପିଟାଲ ପରିସରରେ ଡିସ୍‌ପ୍ଲେ...

ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ

ବାରିପଦା ଅଫିସ,,୧୫।୩ ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ବାକରତଳା ହାଇସ୍କୁଲ ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ ହୋଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଚିକିତ୍ସା...

୬ ମାସ ବଢ଼ିଲା କରୋନା ଯୋଦ୍ଧାଙ୍କ ବୀମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପୁଣିଥରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ବୀମାର ଅବଧିକୁ ଆଉ...

ଜନ୍ମନେଲେ ୨୮ ଘଡ଼ିଆଳ ଶାବକ

ବନ୍ତଳା,୨୩ା୫(ଡି.ଏନ.ଏ.): ସାତକୋଶିଆ ଅଭୟାରଣ୍ୟର ଅନୁଗୋଳ ଜିଲା ମହାନଦୀ ଗଣ୍ଡରେ ଶନିବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଗଣ୍ଡର ଉପରମୁଣ୍ଡ ବଳଦମରା ଠାରେ ୨୮ ଘଡ଼ିଆଳ...

‘ଡେପୁଟେଶନ ଅବଧି ସରିଲା ପରେ ନିର୍ଦ୍ଦେଶକ ରହିବାର ଅଧିକାର ନାହିଁ’

କଟକ ଅଫିସ,୨୨ା୧୨: ୫ ବର୍ଷ ଡେପୁଟେଶନ ଅବଧି ପୂରିଯିବା ପରେ କେନ୍ଦ୍ର ସରକାରଙ୍କ ଅଧୀନ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍‌ତାର)ର ନିର୍ଦ୍ଦେଶକ...

ଅଜଣାଗାଡ଼ି ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜମନକିରା,୧୫।୭(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ଘାଟିରେ ରବିବାର ରାତିରେ ଜଣେ ବାଇକଚାଳକଙ୍କ ଅଜଣାଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବାବେଳେ ଏହା...

ଚିକିଟି ଏନ୍‌ଏସିର ୫ ଓ୍ବାର୍ଡ କଣ୍ଟେନ୍‌ମେଣ୍ଟ ଜୋନ୍‌

ଚିକିଟି,୨୪ା୬(ଡି.ଏନ.ଏ.)- ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୫ ଓ୍ବାର୍ଡକୁ ମଙ୍ଗଳବାର ଜିଲା ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ୧୨ ଓ୍ବାର୍ଡ ବିଶିଷ୍ଟ ଏନ୍‌ଏସିର...

Advertisement
Archives

Model This Week