ମହିଳାଙ୍କୁ ଘରୁ ଡାକି ପୋଲିସ ମାଡ଼ ମାରିଥିବା ଅଭିଯୋଗ

ଚିତ୍ରକୋଣ୍ଡା,୯।୬(ଡି.ଏନ୍‌.ଏ.): ଗଞ୍ଜେଇ ଚାଲାଣ ସୂଚନା ପାଇ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ପୋଲିସ ସୋମବାର ରାତିରେ ନୂଆଗୁଡ଼ା ପଞ୍ଚାୟତର ଆର୍‌ଏସସି ୧୩, ଆର୍‌ଏସି ୧୦, ଆର୍‌ଏସି ୧୧ ଗ୍ରାମରେ ଯାନବାହନ ଯାଞ୍ଚ ସମୟରେ ୧୫୯୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆର୍‌ଏସି ୧୩ ଗ୍ରାମର ଦଶରଥ ଖିଲ(୨୭) ଏବଂ କେଶବ ଖଡା(୨୩)।
ସୂଚନା ଅନୁଯାୟୀ, ଆର୍‌ଏସି ୧୩ ଗ୍ରାମ ନିକଟରେ ଦୁଇଟି ଗାଡ଼ି ନମ୍ବର ଏପି ୦୫ ଇଡବ୍ଲ୍ୟୁ ୨୩୫୯ ଏବଂ ଓଡି ୧୦ ଡି ୭୦୪୩ ଏବଂ କେତେଜଣ ଲୋକ ଠିଆ ହୋଇଥିବା ପୋଲିସ ଦେଖିଥିଲା। ପୋଲିସ ସେଠାକୁ ଯାଇ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ୬୪ ବ୍ୟାଗ୍‌ ଗଞ୍ଜେଇ ରଖିଥିବାବେଳେ ପୋଲିସକୁ ଦେଖି କିଛି ଲୋକ ଜଙ୍ଗଲ ଦିଗକୁ ଦୌଡ଼ିଥିଲେ। ସେମାନଙ୍କ ମଧ୍ୟରୁ ପୋଲିସ ୨ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ଏହି ସମୟରେ ଆର୍‌ଏସି ୧୩ ଗ୍ରାମବାସୀ ସେଠାରେ ଉପସ୍ଥିତ ଥିଲେ। ଗାଁ ଲୋକେ ପୋଲିସକୁ ଘେରିଯାଇ ଗଞ୍ଜେଇ ଜବତ ନ କରି ଛାଡ଼ିଦେବାକୁ କହିଥିଲେ। ପୋଲିସ ସେମାନଙ୍କ କଥାକୁ ଖାତିର ନ କରି ଗଞ୍ଜେଇ ଜବତ କରିଥିବା ବୁଧବାର ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଉକ୍ତ ଗଞ୍ଜେଇ ଜବତ ଘଟଣାରେ ମଙ୍ଗଳବାର ଆର୍‌ଏସସି ୧୩ ଗ୍ରାମର କେତେଜଣ ମହିଳା ପୋଲିସ ବିରୋଧରେ ଅଭିଯୋଗ କରିଛନ୍ତି। ବିନା କାରଣରେ ଚିତ୍ରକୋଣ୍ଡା ପୋଲିସ ଗାଁରେ ପଶି ଘରୁ ଡାକି ମହିଳାମାନଙ୍କୁ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିରେ କେତେଜଣ ମହିଳା ଗୁରୁତର ଏବଂ ଆହତ ହୋଇ ଡାକ୍ତରଖାନା ଯିବାକୁ ପଡ଼ିଥିବା ସେମାନେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ମହିଳାମାନଙ୍କ କହିବା ହେଲା ଚିତ୍ରକୋଣ୍ଡା ଥାନାର ୫୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ୫ଟି ଗାଡ଼ିରେ ଆସି ରାତି ପ୍ରାୟ ଗୋଟାଏ ବେଳେ ଗାଁରେ ପଶିଥିଲେ।
କୌଣସି କାରଣ ନ ଦର୍ଶାଇ ଘରୁ ଡାକି ମାରପିଟ କରିଥିଲେ। ଅଭିଯୋଗ ନେଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଭିତ୍ତିହୀନ ବୋଲି କହିଛନ୍ତି। ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କରାଯାଇଥିବାରୁ ଗ୍ରାମବାସୀ ପୋଲିସକୁ ବଦନାମ କରିବାକୁ ଏଭଳି ଅଭିଯୋଗ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ମାଲକାନଗିରି ଏସ୍‌ପି ନିତିଶ ଓ୍ବାଧଓ୍ବାନୀ ମଧ୍ୟ ଏହା ଏକ ମିଥ୍ୟା ଆରୋପ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?