ପୋଲିସ, ଅବକାରୀ କର୍ମଚାରୀଙ୍କୁ ପନିକି ଦେଖାଇଲେ ମହିଳା

ପାରଳାଖେମୁଣ୍ଡି,୨୮ା୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଗାଁରେ ମଙ୍ଗଳବାର ମଦ ଚଢ଼ାଉ କରିବାକୁ ଯାଇଥିବା ଅବକାରୀ କର୍ମଚାରୀ ଓ ପୋଲିସକୁ ଜଣେ ମହିଳା ପନିକି ଦେଖାଇଛନ୍ତି। ଘର ଭିତରେ ରହି ମହିଳା ଜଣକ ଗେଟ୍‌କୁ ବନ୍ଦ କରିବା ସହ ଜବରଦସ୍ତ କେହି ପଶିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଏହା ଦେଖି ପୋଲିସ ଓ ଅବକାରୀ କର୍ମଚାରୀମାନେ ଚଢ଼ାଉ ନ କରି ଫେରିଯାଇଛନ୍ତି। ଶୀଘ୍ର କୋର୍ଟରୁ ସର୍ଚ୍ଚ ଓ୍ବାରେଣ୍ଟ ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମହିଳାଙ୍କ ଘରେ ପୁଣି ଥରେ ଚଢ଼ାଉ କରାଯିବ ବୋଲି ଅବକାରୀ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଲବାରସିଂ ଗ୍ରାମରେ ରହୁଥିବା ଭାନୁମତି ଶବରଙ୍କ ଘରେ ବେଆଇନ୍‌ ମଦ ଥିବା ଖବର ପାଇ ଅବକାରୀ କର୍ମଚାରୀ ଓ ୧୩ ଜଣିଆ ପୋଲିସ ଟିମ୍‌ ସେଠାରେ ଚଢାଉ କରିବାକୁ ଯାଇଥିଲେ। ହେଲେ ଚଢ଼ାଉ ବେଳେ ଭାନୁମତି ସହଯୋଗ କରିବା ପରିବର୍ତ୍ତେ ଘର ଗେଟ୍‌କୁ ବନ୍ଦ କରିଦେଇଥିଲେ। ଭିତରେ ରହି ଏକ ପନିକି ଧରି ପୋଲିସ ଓ ଅବକାରୀ କର୍ମଚାରୀଙ୍କୁ ଧମକଚମକ ଦେଇଥିଲେ। ଏଥିସହ ଅବକାରୀ କର୍ମଚାରୀ ଓ ପୋଲିସ ଜବରଦସ୍ତ ଘରେ ପଶିଲେ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଭାନୁମତି ଦୀର୍ଘ ସମୟ ଗେଟ୍‌ ପାଖରେ ପନିକି ଧରି ପାଟିତୁଣ୍ଡ କରିବାରୁ ଉକ୍ତ ସ୍ଥାନରୁ ପୋଲିସ ଓ ଅବକାରୀ କର୍ମଚାରୀ ଚଢାଉ ନକରି ଫେରି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଟିକାକୁ ସ୍ବାସ୍ଥ୍ୟକର୍ମୀଙ୍କ ନା’

ଖୋର୍ଦ୍ଧା ଅଫିସ,୧୩ା୧: ରାଜ୍ୟରେ ଆସନ୍ତା ୧୬ ତାରିଖରୁ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସ୍ବତନ୍ତ୍ର ବିମାନ ଯୋଗେ ଟିକା ଭୁବନେଶ୍ୱରରେ ପହଞ୍ଚିିଛି। ମଙ୍ଗଳବାର ମଧ୍ୟରାତ୍ରିରୁ...

ଶୀତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ମନ ମୋହିଲା ଘୁମୁରା, ଛଉ, ଗୋଟିପୁଅ ନୃତ୍ୟ

ଦାରିଙ୍ଗବାଡ଼ି,୧୦।୧(ଡି.ଏନ.ଏ.)- ଦାରିଙ୍ଗବାଡିରେ ଅନୁଷ୍ଠିତ ଶୀତ ଉତ୍ସବର ଦ୍ୱିତୀୟ ଅର୍ଥାତ ଗୁରୁବାର ସନ୍ଧ୍ୟାର କାର୍ଯ୍ୟକ୍ରମକୁ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ...

ଶାଳଚୁଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଥାନାରେ ହୋହଲ୍ଲା

କପ୍ତିପଦା,୧୩ା୯(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ୍‌ ଅଧୀନ ଶାଳଚୁଆ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୋଷୀଙ୍କ...

ଜଳ ଅପଚୟ

ଭଞ୍ଜନଗର, ୨୩ା୩(ଡି.ଏନ୍‌.ଏ): ବିଶ୍ୱ ଜଳ ଦିବସ ବୁଧବାର ପାଳିତ ହୋଇଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜଳର ଅପଚୟକୁ ରୋକିବା ଏବଂ ବିଶୁଦ୍ଧ...

ମୟୂରଭଞ୍ଜ: ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ, ୧୬ା୩- ବିଶ୍ୱ ବ୍ୟାପୀ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ...

ଫସଲ ନଷ୍ଟକଲେ, ଘର ଜାଳିଦେଲେ

ଉମରକୋଟ,୧୪ ।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମିକୁ ନେଇ ଦୀର୍ଘ ବର୍ଷ...

ଲକ୍‌ଡାଉନ୍‌କୁ ସମସ୍ତେ ମାନିଲେ

ଫୁଲବାଣୀ ଅଫିସ, ୨୫ା୩: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ...

ଭାରରେ ବୁହାହେଲେ ଗର୍ଭବତୀ

ପଟ୍ଟାଙ୍ଗୀ,୨୯ା୮(ଡି.ଏନ.ଏ.): ଓଡିଶା ସରକାରଙ୍କ ଶିଶୁ ଓ ଜନନୀ ସୁରକ୍ଷା ନିମନ୍ତେ ଆମ୍ବୁଲାନ୍ସ ସେବାଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ସୁଦ୍ଧା ଗ୍ରାମାଞ୍ଚଳରେ ଏହା ପହଞ୍ଚତ୍ ପାରିନାହିଁ।...

Advertisement
Archives

Model This Week