Posted inଜାତୀୟ

ଅନ୍ତିମ ସତ୍କାର ପୂର୍ବରୁ ଏ କ’ଣ ହେଲା? ଜୁଇରୁ ହଠାତ୍‌ ଉଠି ବସିଲେ ମହିଳା, ହାତ ହଲାଇ କଥା ହେଲେ, ପରେ…

ଚେନ୍ନାଇ,୨୧।୧୧: କାନ୍ଦବୋବାଳିରେ ଫାଟୁଥିଲା ଘର। କୋକେଇରେ ମୃତଦେହ ଶ୍ମଶାନକୁ ଯାଇଥିଲା। ଜୁଇ ସଜଡ଼ା ସରିଥିଲା। ହେଲେ ହଠାତ୍‌ ଜିଇଁ ଉଠିଲେ ମହିଳା। ତାମିଲନାଡ଼ୁର ତ୍ରିଚିରୁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଜୁଇରୁ ଉଠି ପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତୁ ଜାଣିବା ପୁରା ଘଟଣା।

ତ୍ରିଚିର ମାରୁଙ୍ଗାପୁରୀରେ ଅବସ୍ଥିତ କରୁମାଲାଇ ସୁରଙ୍ଗମ୍ପଟ୍ଟି ଗାଁର ଏହି ଘଟଣା। ଏଠାରେ ପମ୍ପାୟାନ(୭୨) ଏବଂ ତାଙ୍କ ପତ୍ନୀ ଚିନ୍ନାମାଲ(୬୫) ରୁହନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ଘର ନିକଟରେ ରହି ଆସୁଚନ୍ତି। ନଭେମ୍ବର ୧୬ରେ ମଧ୍ୟାହ୍ନ ଭୋଜନ କରିବା ପରେ ଚିନ୍ନାମାଲଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା। ଏହା ଦେଖି ସ୍ବାମୀ ପମ୍ପାୟାନ ଚିନ୍ତାରେ ପଡ଼ିଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ ସହାୟତାରେ ସେ ଚିନ୍ନାମାଲଙ୍କୁ ଡାକ୍ତରଖାନା ନେଇଥିଲେ।

ଡାକ୍ତରଖାନା ଯିବା ରାସ୍ତାରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇ ଦେହ ଥଣ୍ଡା ହୋଇଯାଇଥିଲା। ଶରୀରରେ ନିଃଶ୍ୱାସପ୍ରଶ୍ୱାସ ଚଳପ୍ରଚଳ ବନ୍ଦ ହୋଇଥିଲା। ପରିବାରଲୋକେ ଭୟଭୀତ ହୋଇଯାଇଥିଲେ। ଏପରିକି ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଭାବିଥିଲେ। ଏଣୁ ସେମାନେ ମୃତଦେହକୁ ଘରକୁ ଆଣି ଆସିଥିଲେ। ଏହାପରେ ଅନ୍ତିମ ସଂସ୍କାର ଲାଗି ପ୍ରସ୍ତୁତି କରାଯାଇଥିଲା।

ଘରର ଲୋକେ ଲଣ୍ଡା ହୋଇଥିଲେ। ପୂଜାରୀ ଡାକି ସମସ୍ତ ରୀତିନୀତି ସମ୍ପନ୍ନ କରାଯାଇଥିଲା। କୋକେଇ ସଜା ଯାଇଥିଲା। ଏହାପରେ ସତ୍କାର ପାଇଁ ମହିଳାଙ୍କ ମୃତଦେହକୁ ଏମ୍‌ ମେଟୁପାଟ୍ଟି ଶ୍ମଶାନକୁ ନିଆଯାଇଥିଲା। ସେଠାରେ ଅନେକ ସମ୍ପର୍କୀୟ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ। ଜୁଇରେ କାଠ ରଖାଯାଇଥିଲା। ହେଲେ ଯେତେବେଳେ ପରିବାର ସଦସ୍ୟ ମୃତଦେହକୁ ଏହା ଉପରେ ରଖିବାକୁ ନିଅନ୍ତି ସେତେବେଳେ ହଲଚଲ ହେଉଥିବା ଜାଣି ପାରିଥିଲେ। ପ୍ରଥମେ ଲୋକେ ଡରି ଯାଇଥିଲେ।

ପରେ ମହିଳାଜଣଙ୍କୁ ହଠାତ ଉଠି ବସିବାର ଦେଖାଯାଇଥିଲା। ସେ ନିଜେ ଶ୍ମଶାନରେ ନିଜକୁ ଦେଖି ଚକିତ ହୋଇଯାଇଥିଲେ। ପରେ ଲୋକେ ତାଙ୍କୁ ପୁରା କଥା କହିଥିଲେ। ସେ ଘରକୁ ଫେରିବା ପରେ ପରିବାରଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?