ମହିଳାଙ୍କୁ ପିଆଇଲେ ଘୋଡ଼ା ପରିସ୍ରା

ଢେଙ୍କାନାଳ ଅଫିସ୍‌/ସାତମାଇଲ,୧୯।୫, (ଡି.ଏନ୍‌.ଏ.): ଗ୍ରାମର କେତେଜଣ ମହିଳାଙ୍କ ପାଖରେ ଦେଖିବାକୁ ମିଳିଥିଲା ଅସ୍ବାଭାବିକ ଆଚରଣ। ଏହାପରେ ଗାଁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଗୁଣିଗାରେଡ଼ି ସନ୍ଦେହ। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସର୍ବସମ୍ମୁଖରେ ଦିଆଯାଇଛି ଅକଥନୀୟ ନିର୍ଯାତନା। ଏମିତି କି ସେମାନଙ୍କୁ ଜୋରଦବରଦସ୍ତ ଘୋଡ଼ା ପରିସ୍ରା ପିଇବାକୁ ବାଧ୍ୟ କରାଯାଇଛି। ମାନବିକତାକୁ ଲଜ୍ଜିତ କରିବା ଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ। ଗତ ୧୫ ତାରିଖରେ ଏହି ଘଟଣା ଘଟିଥିବାବେଳେ ପୀଡ଼ିତା ୧୭ ତାରିଖରେ ଏ ସଂକ୍ରାନ୍ତରେ ଥାନାରେ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି। ନିର୍ଯାତନାରେ ସମ୍ପୃକ୍ତ ଥିବା ୨୮ଜଣଙ୍କ ନାମରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, କିଛିଦିନ ହେଲା ଗୋପାଳପୁର ଗ୍ରାମର କେତେଜଣ ମହିଳା ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଥିଲେ। ସେମାନଙ୍କୁ ଭୂତ ଲାଗୁଥିବା ଏବଂ ଗ୍ରାମର କୌଣସି ବ୍ୟକ୍ତି ଗୁଣିଗାରେଡ଼ି କରି ଏଭଳି କାଣ୍ଡ କରୁଥିବା ସନ୍ଦେହ ହୋଇଥିଲା। ଏହାର କାରଣ ଜାଣିବା ଲାଗି ଗ୍ରାମବାସୀଙ୍କ ନିଷ୍ପତ୍ତିକ୍ରମେ ୧୫ ତାରିଖ ସକାଳେ ମନ୍ଦିରରେ ପୂଜା ଅନୁଷ୍ଠିତ ହୋଇଥିଲା। କାଳିଶି ଲାଗିବା ପରେ ଏଭଳି ଘଟଣାରେ ସମ୍ପୃକ୍ତ ମହିଳାଙ୍କ ସମ୍ପୃକ୍ତି ଥିବା ସେ ଇଙ୍ଗିତ କରିଥିଲେ। ଉକ୍ତ ଦିନ ସନ୍ଧ୍ୟାରେ ମହିଳା, ତାଙ୍କ ସ୍ବାମୀ ଏବଂ ପୁଅଙ୍କୁ ଘରୁ ଘୋଷାରି ଆଣି ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମରାଯାଇଥିଲା। ଅର୍ଦ୍ଧନଗ୍ନ କରି ନିର୍ଯାତନା ଦେବା ସହ ଘୋଡ଼ା ପରିସ୍ରା ପାଟିରେ ଭର୍ତ୍ତି କରାଯାଇଥିଲା। ଘଟଣା ସାର୍ବଜନୀନ କଲେ ନିଅଁାପାଣି ବାସନ୍ଦ ସାଙ୍ଗକୁ ହତ୍ୟା କରିବାକୁ ଧମକ ମଧ୍ୟ ଦିଆଯାଇଥିଲା। ଘଟଣା ପରେ ଭୟଭୀତ ପରିବାର ପାଟି ବନ୍ଦ କରିଥିବାବେଳେ ୧୭ ତାରିଖରେ ସାହସ ଜୁଟାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ନଂ. ୧୧୫/୨୨ରେ ଏକ ମାମଲା ରୁଜୁ କରାଯାଇଛି। ମହିଳାଙ୍କ ପରିବାରକୁ ନିର୍ଯାତନା ଦେଇଥିବା ୨୮ ଜଣ ଗ୍ରାମବାସୀଙ୍କ ନାମ ଏତଲାରେ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଥାନାଧିକାରୀ ନିରଞ୍ଜନ ସେଠୀ କୁହନ୍ତି, ଏଏସ୍‌ଆଇ ବିଭୂତି ଭୂଷଣ ନାୟକଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ମାମଲାର ଅନୁଧ୍ୟାନ କରାଯାଉଛି। କେହି ଗିରଫ ହୋଇ ନ ଥିବା ଥାନାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଦୁଅରେ ପଡ଼ି ୨ହାତୀ ଛଟପଟ

ପରଜଙ୍ଗ, ୨୭।୧୨(ଡି.ଏନ୍‌.ଏ.)  ବେଆଇନ ଇଟାଭାଟି ପାଇଁ ଜଙ୍ଗଲାଞ୍ଚଳରେ ଖୋଳାଯାଇଥିଲା ମାଟି। ଆଉ ଏହାଦ୍ୱାରା ସୃଷ୍ଟି ହୋଇଥିବା କାଦୁଅ ଭର୍ତ୍ତି ଗାତରେ ପଡ଼ି ୨ଦିନ ହେଲା ଛଟପଟ ହେଉଛନ୍ତି...

ବିକ୍ରି ହେବ ବିଆର୍‌ଜି କମ୍ପାନୀ

ଢେଙ୍କାନାଳ ଅଫିସ, ୨୯।୭:  ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି-ମେରାମଣ୍ଡଳୀରେ ପ୍ରତିଷ୍ଠିତ ବିଆର୍‌ଜି ଆଇରନ୍‌ ଷ୍ଟିଲ କମ୍ପାନୀ ବିକ୍ରି ହେବ। ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ...

ଜଙ୍ଗଲରେ ଚଲାଇଥିଲେ ଆଶ୍ରମ, ବାନ୍ଧିନେଲା ପୋଲିସ

ପରଜଙ୍ଗ,୨୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି କୁଣ୍ଡଖୋଲ ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବୁଧବାର ଖଣ୍ଡିଆ ବାବାଙ୍କୁ...

ଖବରକାଗଜରେ ଲୋକଙ୍କ କଥା ଉପସ୍ଥାପନ କରୁଥିଲେ ଗାନ୍ଧିଜୀ

ଢେଙ୍କାନାଳ ଅଫିସ,୩୧ା୧- ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଗୁରୁବାର ‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ମନୋଗ୍ରାମ ଉନ୍ମୋଚିତ...

ହାତୀଙ୍କ ଚରାଭୂଇଁ ହଳଦିଆବାହାଳ

ଢେଙ୍କାନାଳ ଅଫିସ, ୩୦।୯:  ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ଓଡ଼ାପଡ଼ା ବ୍ଲକର ହଳଦିଆବାହାଳ ପାଲଟିଛି ହାତୀଙ୍କ ଚରାଭୂଇଁ। ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥକୁ ଦୈନିକ...

ତହସିଲରେ ମିଳୁନି ସେବା

ହିନ୍ଦୋଳ, ୨୨।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ କାର୍ଯ୍ୟାଳୟରେ ଜନସାଧାରଣଙ୍କୁ ସେବା ମିଳୁ ନ ଥିବା ଅଭିଯୋଗ ହୋଇଛି। କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ଦାଖଲ ଖାରଜ...

ବିଭୋର କରୁଛି ବନ୍ୟଜୀବନ

ଢେଙ୍କାନାଳ ଅଫିସ,୧୮।୧: ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଛି ଜଙ୍ଗଲ ସଫାରି। ପର୍ଯ୍ୟଟକଙ୍କୁ ପ୍ରକୃତି ଏବଂ ବନ୍ୟଜୀବନ ସହିତ ଯୋଡ଼ିବା ଲାଗି...

ସହରରୁ ହଟିବ ଜବରଦଖଲ

ଢେଙ୍କାନାଳ ଅଫିସ, ୨୯।୬ – ଢେଙ୍କାନାଳ ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ କବ୍‌ଜା କରି ବସିଛନ୍ତି ଜବରଦଖଲକାରୀ। ଟ୍ରାଫିକ୍‌ ସମସ୍ୟା ଅଣାୟତ୍ତ ହେଲାଣି। ସେମାନଙ୍କୁ ହଟାଇବା ଲାଗି...

Advertisement
Archives

Model This Week