ମହିଳାଙ୍କୁ ପିଆଇଲେ ଘୋଡ଼ା ପରିସ୍ରା

ଢେଙ୍କାନାଳ ଅଫିସ୍‌/ସାତମାଇଲ,୧୯।୫, (ଡି.ଏନ୍‌.ଏ.): ଗ୍ରାମର କେତେଜଣ ମହିଳାଙ୍କ ପାଖରେ ଦେଖିବାକୁ ମିଳିଥିଲା ଅସ୍ବାଭାବିକ ଆଚରଣ। ଏହାପରେ ଗାଁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଗୁଣିଗାରେଡ଼ି ସନ୍ଦେହ। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସର୍ବସମ୍ମୁଖରେ ଦିଆଯାଇଛି ଅକଥନୀୟ ନିର୍ଯାତନା। ଏମିତି କି ସେମାନଙ୍କୁ ଜୋରଦବରଦସ୍ତ ଘୋଡ଼ା ପରିସ୍ରା ପିଇବାକୁ ବାଧ୍ୟ କରାଯାଇଛି। ମାନବିକତାକୁ ଲଜ୍ଜିତ କରିବା ଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ। ଗତ ୧୫ ତାରିଖରେ ଏହି ଘଟଣା ଘଟିଥିବାବେଳେ ପୀଡ଼ିତା ୧୭ ତାରିଖରେ ଏ ସଂକ୍ରାନ୍ତରେ ଥାନାରେ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି। ନିର୍ଯାତନାରେ ସମ୍ପୃକ୍ତ ଥିବା ୨୮ଜଣଙ୍କ ନାମରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, କିଛିଦିନ ହେଲା ଗୋପାଳପୁର ଗ୍ରାମର କେତେଜଣ ମହିଳା ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଥିଲେ। ସେମାନଙ୍କୁ ଭୂତ ଲାଗୁଥିବା ଏବଂ ଗ୍ରାମର କୌଣସି ବ୍ୟକ୍ତି ଗୁଣିଗାରେଡ଼ି କରି ଏଭଳି କାଣ୍ଡ କରୁଥିବା ସନ୍ଦେହ ହୋଇଥିଲା। ଏହାର କାରଣ ଜାଣିବା ଲାଗି ଗ୍ରାମବାସୀଙ୍କ ନିଷ୍ପତ୍ତିକ୍ରମେ ୧୫ ତାରିଖ ସକାଳେ ମନ୍ଦିରରେ ପୂଜା ଅନୁଷ୍ଠିତ ହୋଇଥିଲା। କାଳିଶି ଲାଗିବା ପରେ ଏଭଳି ଘଟଣାରେ ସମ୍ପୃକ୍ତ ମହିଳାଙ୍କ ସମ୍ପୃକ୍ତି ଥିବା ସେ ଇଙ୍ଗିତ କରିଥିଲେ। ଉକ୍ତ ଦିନ ସନ୍ଧ୍ୟାରେ ମହିଳା, ତାଙ୍କ ସ୍ବାମୀ ଏବଂ ପୁଅଙ୍କୁ ଘରୁ ଘୋଷାରି ଆଣି ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମରାଯାଇଥିଲା। ଅର୍ଦ୍ଧନଗ୍ନ କରି ନିର୍ଯାତନା ଦେବା ସହ ଘୋଡ଼ା ପରିସ୍ରା ପାଟିରେ ଭର୍ତ୍ତି କରାଯାଇଥିଲା। ଘଟଣା ସାର୍ବଜନୀନ କଲେ ନିଅଁାପାଣି ବାସନ୍ଦ ସାଙ୍ଗକୁ ହତ୍ୟା କରିବାକୁ ଧମକ ମଧ୍ୟ ଦିଆଯାଇଥିଲା। ଘଟଣା ପରେ ଭୟଭୀତ ପରିବାର ପାଟି ବନ୍ଦ କରିଥିବାବେଳେ ୧୭ ତାରିଖରେ ସାହସ ଜୁଟାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ନଂ. ୧୧୫/୨୨ରେ ଏକ ମାମଲା ରୁଜୁ କରାଯାଇଛି। ମହିଳାଙ୍କ ପରିବାରକୁ ନିର୍ଯାତନା ଦେଇଥିବା ୨୮ ଜଣ ଗ୍ରାମବାସୀଙ୍କ ନାମ ଏତଲାରେ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଥାନାଧିକାରୀ ନିରଞ୍ଜନ ସେଠୀ କୁହନ୍ତି, ଏଏସ୍‌ଆଇ ବିଭୂତି ଭୂଷଣ ନାୟକଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ମାମଲାର ଅନୁଧ୍ୟାନ କରାଯାଉଛି। କେହି ଗିରଫ ହୋଇ ନ ଥିବା ଥାନାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri