Posted inଅପରାଧ

ପ୍ରେମିକ ସହ ମିଶି ସ୍ବାମୀକୁ କରେଣ୍ଟ ଲଗାଇ ହତ୍ୟା କଲେ ସ୍ତ୍ରୀ

ବାରମେର, ୮।୭- ରାଜସ୍ଥାନର ବାରମେରା ଜିଲାରୁ ଚକିତ କଲା ଭଳି ଏକ ଘଟଣା ଘଟିଯାଇଛି। ଜଣେ ବିବାହିତା ମହିଳା ପ୍ରେମିକ ସହ ମିଶି ନିଜ ସ୍ବାମୀକୁ କରେଣ୍ଟ ଲଗାଇ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ମହିଳା ଜଣଙ୍କ ରାତି ସାରା ମୃତ ସ୍ବାମୀଙ୍କ ଶବ ନିକଟରେ ଶୋଇଥିଲେ। ସକାଳେ ପରିବାର ଲୋକ ବ୍ୟକ୍ତିଙ୍କ କରେଣ୍ଟ ଆଘାତରେ ମୃତ୍ୟୁ ହୋଇଥିବା ଭାବି ଶବ ଦାହ କରିଦେଇଥିଲେ। ତେବେ ଏହି ଘଟଣାର ୨୦ ଦିନ ପରେ ପୋଲିସ ହତ୍ୟାକାଣ୍ଡର ଫର୍ଦ୍ଦାଫାଶ କରିଛି। ବାରମେରା ପୋଲିସ ପକ୍ଷରୁ କୁହାଯାଇଛି ଯେ, ଦିନଗର ଅଞ୍ଚଳର ୩୫ ବର୍ଷୀୟ ମାନାରାମ ସ୍ତ୍ରୀ ପପୁ ଦେବୀ ଓ ପରିବାର ସହ ରହୁଥିଲେ। ପପୁ ଦେବୀଙ୍କ ସେହି ଗ୍ରାମରେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା, ଯାହାକୁ ମାନାରାମ ଜାଣିପାରିଥିଲେ। ତେଣୁ ପପୁ ପ୍ରେମିକଙ୍କ ସହ ମିଶି ମାନାରାମଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ଜୁନ ୧୪ ରାତିରେ ପପୁ ଖାଦ୍ୟରେ ନିଦ ବଟିକା ମିଶାଇ ମାନାରାମଙ୍କୁ ଖାଇବାକୁ ଦେଇଥିଲେ। ମାନାରାମ ଶୋଇ ପଡ଼ିବା ପରେ ପପୁ ଦେବୀଙ୍କ ପ୍ରେମିକ ଏକ ବିଜୁଳି ତାର ନେଇ ପହଞ୍ଚତ୍ଥିଲେ। ତାରର ଗୋଟିଏ ପାର୍ଶ୍ୱକୁ ଇଲେକ୍ଟ୍ରି ସଂଯୋଗ କରାଯାଇଥିବାବେଳେ ଅନ୍ୟ ପାର୍ଶ୍ୱକୁ ଗୋଲ୍‌ ଗୋଲ୍‌ ରିଙ୍ଗ୍‌ ପ୍ରସ୍ତୁତ କରାଯାଇ ମାନାରାମଙ୍କ ହାତ ଓ ଗୋଡ଼ର ଆଙ୍ଗୁଠିରେ ପୁରାଇ ଦିଆଯାଇଥିଲା। ଏହାପରେ ପପୁ ଦେବୀ ସୁଇଚ୍‌ ଅନ୍‌ କରିଥିଲେ। ଫଳରେ ମାନାରାମ ଛଟପଟ ହୋଇ ପ୍ରାଣ ହରାଇଥିଲେ। ଏହାପରେ ପପୁଙ୍କ ପ୍ରେମିକ ଘଟଣାସ୍ଥଳରୁ ପଳାଇଥିଲେ। ପପୁ ରାତି ସାରା ମାନାରାମଙ୍କ ଶବ ନିକଟରେ ଶୋଇବାର ଅଭିନୟ କରିଥିଲେ। ପରଦିନ ସକାଳେ ସ୍ବାମୀ ଉଠୁ ନ ଥିବାନେଇ ପରିବାର ଲୋକଙ୍କୁ ପପୁ ଜଣାଇଥିଲେ। ଏହାପରେ ପରିବାର ଲୋକେ ମାନାରାମଙ୍କୁ ମେଡିକାଲ ନେଇ ଯାଇଥିବାବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ପୋଷ୍ଟ ମର୍ଟମ ରିପୋର୍ଟରୁ ଏହା କରେଣ୍ଟଜନିତ ବୋଲି ଜଣାପଡ଼ିଥିଲା। ତେବେ ମାନାରାମଙ୍କ ଭାଇ ଓ ପରିବାର ଲୋକ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ପପୁଙ୍କ ଉପରେ ସନ୍ଦେହ କରି ତାଙ୍କୁ କିଛିଦିନ ଧରି ବାରମ୍ବାର ଇଆଡ଼ୁ ସିଆଡ଼ୁ ପ୍ରଶ୍ନ କରିଚାଲିଥିଲେ। ଶେଷରେ ପ୍ରେମିକା ସହ ମିଶି ମାନାରାମଙ୍କୁ କରେଣ୍ଟ ଲଗାଇ ହତ୍ୟା କରିଥିବା ପପୁ ସ୍ବୀକାର କରିବା ସହ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ। ଏହି ଘଟଣାରେ ପୋଲିସ ପପୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri