ଅସଙ୍ଗଠିତ ଶ୍ରମିକଙ୍କ ଦୁଃଖ

ଅସଙ୍ଗଠିତ ଶ୍ରମଜୀବୀ ସଙ୍ଗଠିତ ହୋଇ ନ ଥିବାରୁ ସେମାନଙ୍କ ଦୈନନ୍ଦିନ ସମସ୍ୟା ସମାଧାନ କରିବା ଦିଗରେ କୌଣସି ସଙ୍ଗଠିତ ଉଦ୍ୟମ ହୁଏନାହିଁ। ଇଟା, ପଥର, ଗୃହନିର୍ମାଣ, କାଠକାମ, ସାଧାରଣ କାମର ମହତ୍ତ୍ୱ ସରକାର ବା ବେସରକାରୀ ସଂସ୍ଥା ଠିକ୍‌ ଭାବେ ବୁଝି ନ ଥିବାରୁ ସେମାନଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି। ଧାନ ଅମଳ ଶେଷ ହେଲେ ଗାଁରେ ବାସ କରୁଥିବା କୃଷକ ଶ୍ରମିକମାନଙ୍କ ମଧ୍ୟରୁ ଅନେକେ ଦାଦନ ଖଟିବା ପାଇଁ ପଡ଼ୋଶୀ ରାଜ୍ୟକୁ ଯାଆନ୍ତି। ଏମାନଙ୍କ ସଂଖ୍ୟା ଲକ୍ଷାଧିକ। ଏମାନଙ୍କର କୌଣସି ସଙ୍ଗଠନ ନାହିଁ। ରାଜନୈତିକ ଦଳଗୁଡ଼ିକ ସଭା ଶୋଭାଯାତ୍ରା କରିବା ଦିନ ଏମାନଙ୍କୁ କିଛି ଅର୍ଥ ଦେଇ କାମ କରାନ୍ତି ଶୋଭାଯାତ୍ରାରେ ଯିବା ପାଇଁ ଓ ପିଏମ୍‌ଜି ଛକରେ ଇନ୍‌କିଲାବ ଜିନ୍ଦାବାଦ୍‌ କରିବା ଲାଗି। ଓଡ଼ିଶାର ସବୁଆଡ଼େ ଏହି ଚିତ୍ର ଦେଖିବାକୁ ମିଳେ, ତେବେ ସବୁଠାରୁ ବଡ଼ ଗହଳି ଭୁବନେଶ୍ୱରରେ ଦେଖାଯାଏ। ଷ୍ଟେଶନ ସ୍କୋୟାର, ରାଜମହଲ ଛକ, କଳ୍ପନା ଛକ, ରାମମନ୍ଦିର ଓ ରସୁଲଗଡ଼ ଛକରେ ପ୍ରତିଦିନ ସକାଳେ ଏମାନେ ଅପେକ୍ଷା କରନ୍ତି କାଳେ ସାମୟିକ ନିଯୁକ୍ତି ଦେବା ପାଇଁ ଲୋକ ଖୋଜୁଥିବା କାହା ସହିତ ଦେଖା ହୋଇଯିବ ଓ କାମ ମିଳିଯିବ ଏଇ ଆଶାରେ। ଘର ନିର୍ମାଣ, ରାସ୍ତା ନିର୍ମାଣ, ଇଟା ତିଆରି କରିବା ଓ ବୋଝ ବୋହିବା କାମ ପାଇଁ ଏମାନଙ୍କୁ ଖୋଜାଯାଏ। ସାମୟିକ ନିଯୁକ୍ତି ମଧ୍ୟ ମିଳିଯାଏ। କିନ୍ତୁ ସମସ୍ତଙ୍କୁ ନିଯୁକ୍ତି ମିଳେ ନାହିଁ। ସେମାନେ ନିରାଶ ହୋଇ ଘରକୁ ଫେରନ୍ତି ଖାଲି ହାତରେ। ଏମାନଙ୍କୁ କେବଳ ଅଧାପେଟରେ ଶୋଇବାକୁ ପଡ଼େନାହିଁ, ପୁଅ ଝିଅ, ସ୍ତ୍ରୀ ସମସ୍ତଙ୍କୁ ଭୋକ ଉପାସରେ ଶଢ଼ିବାକୁ ହୁଏ। ଦେଶର ଶ୍ରମଜୀବୀମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅସଙ୍ଗଠିତ ଶ୍ରମିକ। ଏମାନେ ଦିନମଜୁରିଆ ହୋଇଥିବାରୁ ମାଲିକ ସହିତ ଦରଦାମ୍‌ ନ କରି ପାଚେରିକୁ ଲାଗି ଅସ୍ଥାୟୀ କୁଡ଼ିଆରେ ବାସ କରନ୍ତି। ଏମାନଙ୍କର ଜାଗା ଜମି ନାହିଁ, ରାଶନକାର୍ଡ, ଗରିବଭତ୍ତା, ବାର୍ଦ୍ଧକ୍ୟଭତ୍ତା, କାମ କଲାବେଳେ ଆହତ ହେଲେ ଏମାନଙ୍କୁ କିଛି ମିଳେ ନାହିଁ। ଏପରିକି ନିର୍ମାଣ ସ୍ଥଳରେ ପିଇବା ପାଣି ଓ ପ୍ରାଥମିକ ଚିକିତ୍ସାର ସୁବିଧା ନାହିଁ। ନିର୍ବାଚନ ସମୟରେ ଏମାନଙ୍କୁ ରାଜନୈତିକ ଦଳଗୁଡ଼ିକ ଅନେକ ପ୍ରକାର ପ୍ରଲୋଭନ ଓ ପ୍ରତିଶ୍ରୁତି ଦିଅନ୍ତି। ନିର୍ବାଚନ ଶେଷ ହେଲେ ଏମାନେ ଅଦରକାରୀ ହୋଇଯାଆନ୍ତି। ସ୍ବାଧୀନ ଭାରତରେ ଏପରି ଶ୍ରମଜୀବୀଙ୍କ ସଂଖ୍ୟା ପଚିଶ କୋଟିରୁ କମ୍‌ ହେବନାହିଁ। ଦେଶ କାମ, ସଚିବାଳୟ, ହୋଟେଲ, ମୋଟରଗାଡ଼ିର ଅର୍ଥ ଏମାନେ ବୁଝନ୍ତି ନାହିଁ। ସକାଳୁ ସନ୍ଧ୍ୟା ଏମାନେ ଖଟନ୍ତି। ଏମାନଙ୍କ ପାଇଁ ବୀମା କରିବା ସକାଶେ ସରକାର ବ୍ୟବସ୍ଥା କରୁଥିବା ଶୁଣି ସେମାନେ ଆଶ୍ୱସ୍ତ ହୋଇଛନ୍ତି। କିନ୍ତୁ ଏହା ଅପେକ୍ଷା ସେମାନଙ୍କୁ ଯଦି ଉଚିତ ମଜୁରିରେ କିଛି କାମ ଦିଆଯାଆନ୍ତା ତେବେ ଏମାନେ କୃତକୃତ୍ୟ ହୁଅନ୍ତେ। ଭାରତ ସରକାର ଜନଧନ ଯୋଜନାରେ ଏମାନେ ବ୍ୟାଙ୍କରେ କିଛି ଅର୍ଥ ଜମା କଲେ ଅଧିକ ସୁବିଧା ମିଳିବ ବୋଲି ଯୋଜନା କରିଛନ୍ତି। ବ୍ୟାଙ୍କରେ ସାମାନ୍ୟ ଅର୍ଥ ଜମା କଲେ ଏମାନଙ୍କ ନିରାପତ୍ତା ପାଇଁ ମଧ୍ୟ କିଛି ଅର୍ଥ ମିଳେ। ସେମାନେ ମହାତ୍ମା ଗାନ୍ଧୀ ଗ୍ରାମାଞ୍ଚଳ ବିକାଶ ଯୋଜନାରେ କାମ ପାଇଲେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସରକାରଙ୍କଠାରୁ ପ୍ରାପ୍ୟ ଅର୍ଥ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ପଠାଇ ଦେବାର ବ୍ୟବସ୍ଥା ହୋଇଛି। ସମସ୍ତଙ୍କୁ ରାଶନ କାର୍ଡ ଦେବା ପାଇଁ ସେମାନଙ୍କୁ ତାଲିକାଭୁକ୍ତ କରାଯାଇଛି। କିନ୍ତୁ ଭୁବନେଶ୍ୱରରେ ଝୁମ୍ପୁଡ଼ିଗୁଡ଼ିକରେ ବାସ କରୁଥିବା ହଜାର ହଜାର ଲୋକଙ୍କ ଠିକଣା ନାହିଁ, ତେଣୁ ଏମାନଙ୍କୁ ରାଶନ କାର୍ଡ, ବ୍ୟାଙ୍କ ସୁବିଧା ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ଦେବା ପାଇଁ କିଛି ସୁଯୋଗ ନାହିଁ। ଜନଧନ ଯୋଜନାଭୁକ୍ତ ହେଲେ ଏମାନଙ୍କୁ କିଛି ସୁବିଧା ମିଳିବ। କିନ୍ତୁ ନିଯୁକ୍ତି ତ ସବୁଦିନ ମିଳିବ ନାହିଁ। ସୁତରାଂ ନିଯୁକ୍ତି ଦେବାରେ ଯଦି ସରକାର କିଛି ପଦକ୍ଷେପ ନିଅନ୍ତେ ତେବେ ଏମାନେ ଅନିଶ୍ଚିତ ଅବସ୍ଥାରେ ନ ରହି ଜନସାଧାରଣଙ୍କ ସହିତ ସାମିଲ ହୁଅନ୍ତେ।
ଗ୍ରାମାଞ୍ଚଳରେ ମୋଟରଗାଡ଼ି, ଦୁଇଚକିଆ ଓ ଚାରିଚକିଆ ଯାନ, ବିଦ୍ୟୁତ୍‌ ଉପଲବ୍ଧ ହେବା ପରେ ଶଗଡ଼, ସବାରି ପ୍ରଭୃତି ଅଚଳ ହୋଇଯାଇଛି। ଯେଉଁମାନେ କାମ କରି ପେଟ ପୋଷୁଥିଲେ ସେମାନଙ୍କ ସାହାଭରସା ତୁଟିଗଲା। ସରକାର ଯଦି ଗରିବମାନଙ୍କ ଜିଇବା ପାଇଁ ଯୋଜନା ମାଧ୍ୟମରେ ସେମାନଙ୍କୁ ନିଯୁକ୍ତି ଦିଅନ୍ତେ ତେବେ ସ୍ବାଭିମାନ ସୃଷ୍ଟି ହୁଅନ୍ତା ସେମାନଙ୍କ ମନରେ। କାମ କରିବାର ମର୍ଯ୍ୟାଦା ଅନୁଭବ କରନ୍ତେ ସେମାନେ। ପ୍ରଧାନମନ୍ତ୍ରୀ ଦୁଇ ଟ୍ରିଲିୟନ୍‌ ଡଲାର ଅର୍ଥନୀତିକୁ କୋଡିଏ ହଜାର ଟ୍ରିଲିୟନ କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ଏହା ଶୁଣି ଭରସା ଆସୁଛି ମନରେ ଦିନେନା ଦିନେ ଦୁଃଖ ଯିବ ବୋଲି। ମେଡ୍‌ ଇନ୍‌ ଇଣ୍ଡିଆ ନୀତି କାର୍ଯ୍ୟକାରୀ ହେଲେ ନିଯୁକ୍ତିର ବାଟ ଫିଟିଯିବ। ସେତେବେଳକୁ ଏହି ବଳକା ଶ୍ରମଜୀବୀମାନଙ୍କୁ ଯଦି କୁଶଳୀ ହେବା ପାଇଁ ପ୍ରଶିକ୍ଷଣ ଦେବା ବ୍ୟବସ୍ଥା ହୁଅନ୍ତା ତେବେ ରାଜ୍ୟ ବାହାରକୁ ଗଲେ ମଧ୍ୟ ସେମାନଙ୍କ ରୋଜଗାର ବଢ଼ନ୍ତା।

  • ଯୁଧିଷ୍ଠିର ମହାରଣା
    ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
    ମୋ: ୯୪୩୭୧୬୩୫୨୮

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri