କମିଲା ଶୀତ, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି,୧୫।୧(ଡି.ଏନ୍‌.ଏ.): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ବୃଦ୍ଧି ଯୋଗୁ ସପ୍ତାହେ ହେଲା ଶୀତ କମୁଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ନିରାଶ ହେଉଛନ୍ତି। ଏହି ସମୟରେ ତାପମାତ୍ରା ୫ଡିଗ୍ରୀ ତଳକୁ ରହିବା କଥା, ହେଲେ ବୁଧବାର ସବିନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିଲା। ପ୍ରତିବର୍ଷ ଦାରିଙ୍ଗବାଡିରେ ଡିସେମ୍ବର ଏବଂ ଜାନୁୟାରୀରେ ପ୍ରବଳ ଶୀତ ସହ ତୁଷାରପାତ ହୁଏ। ଚଳିତଥର ଡିସେମ୍ବରରେ କିଛିଦିନ ତୁଷାରପାତ ହୋଇଥିଲେ ସୁଦ୍ଧା ଏହାପରେ ତାପମାତ୍ରା ବୃଦ୍ଧି ଘଟିଥିଲା। ନୂଆବର୍ଷ ପାଇଁ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡିରେ ପହଞ୍ଚତ୍ ନିରାଶ ହୋଇଥିଲେ।
ପର୍ଯ୍ୟଟନକେନ୍ଦ୍ର ମଧ୍ୟରେ ହିଲ୍‌ଭିୟୁପାର୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗର ନେଚରପାର୍କ, କଫିବଗିଚା, ମିଡିୟୁବାନ୍ଦା ୱାଟର୍‌ଫଲ, ସାଇଲେଣ୍ଟ ଭ୍ୟାଲି, ଡଡୁବାଡା ଲଭର୍ସ ପଏଣ୍ଟ ଆଦି ପର୍ଯ୍ୟଟନସ୍ଥଳୀ ପୂର୍ବଭଳି ଅସଜଡା ରହିଥିବା ସହ ପାର୍କରେ ଫୁଲବଗିଚାର ଅଭାବ ସାଙ୍ଗକୁ ହିଲ୍‌ଭିୟୁ ପାର୍କରେ ଦୀର୍ଘଦିନ ହେଲା ଫାଉଣ୍ଟେନ୍‌ ଭାଙ୍ଗି ଯାଇଥିଲେ ମଧ୍ୟ ସଜଡା ହେଉନାହିଁ। ଟୟଟ୍ରେନ୍‌ ମଧ୍ୟ ଲକ୍‌ଡ଼ାଉନ୍‌ ମଧ୍ୟରେ ଖରାପ ହୋଇଯାଇଛି। ପ୍ରଶାସନ ମରାମତି ପାଇଁ ପଦକ୍ଷେପ ନେଉ ନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏସବୁ ପର୍ଯ୍ୟଟନକେନ୍ଦ୍ର ନିକଟରେ କୁଢ଼କୁଢ଼ ଅଳିଆ ପଡିଛି। ଫଳରେ ପରିବେଶ ଦୂଷିତ ସହ ପର୍ଯ୍ୟଟକ ନାକ ଟେକୁଛନ୍ତି।
ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ରାଜ୍ୟ ସରକାର ଇକୋରିଟ୍ରିଟ୍‌ କରିଛନ୍ତି। ସେଠାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ପର୍ଯ୍ୟଟନ କ୍ଷେତ୍ର ବୁଲି ଅସନ୍ତୁଷ୍ଟ ହେଉଛନ୍ତି। କଫି ବଗିଚା ସହ ହିଲ୍‌ଭିୟୁ ପାର୍କ, ନେଚର ପାର୍କ ଆଦିରେ ପର୍ଯ୍ୟଟକଙ୍କଠାରୁ ଟିକେଟ ବାବଦକୁ ୧୦ରୁ ୨୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ବେଳେ ଗାଡି ପାର୍କି ଫି’ ମଧ୍ୟ ସଂଗ୍ରହ କରାଯାଉଛି। ହେଲେ ସେଠାରେ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ନଥିବା ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ପର୍ଯ୍ୟଟକ ହୃଦାନନ୍ଦ ଜେନା କହିଛନ୍ତି।
ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ୨୦୨୦ମାର୍ଚ୍ଚରୁ ଜିଲାର ସମସ୍ତ ପାର୍କ ବନ୍ଦ ହୋଇଥିଲା। ଡିସେମ୍ବର ୯ରୁ ପୁଣି ଖୋଲିଛି। ତେବେ ନେଚର୍‌ ପାର୍କକୁ ଡିସେମ୍ବର ୧୦ରୁ ୩୧ ପର୍ଯ୍ୟନ୍ତ ମୋଟ ୧୧,୧୧୩ ପର୍ଯ୍ୟଟକ ଆସିଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି। ସେମାନଙ୍କ ଠାରୁ ଫି’ ବାବଦକୁ ୨,୨୨,୨୬୦ ଟଙ୍କା ଆଦାୟ ହୋଇଛି। କଫି ବଗିଚାକୁ ସେହି ସମୟ ମଧ୍ୟରେ ୧୮,୧୫୦ ପର୍ଯ୍ୟଟକ ଆସିଥିବାବେଳେ ୧,୮୧,୫୦୦ଟଙ୍କା, ହିଲ୍‌ଭିୟୁ ପାର୍କକୁ ୧୫,୭୮୭ ଏବଂ ଶିଶୁ ପର୍ଯ୍ୟଟକ ୩୦୮ ବୁଲିଥିବା ବେଳେ ମୋଟ ୨,୩୭,୪୭୫ ଟଙ୍କା ଓ ଗାଡି ପାର୍କିଂ ବାବଦକୁ ୫୯,୯୩୦ଟଙ୍କା ସଂଗ୍ରହ କରାଯାଇଛି। ସେହିପରି ଟୟଟ୍ରେନ ଅଚଳ ଯୋଗୁ ମାତ୍ର ୬୭୦ ଟଙ୍କା ସଂଗ୍ରହ ହୋଇଛି।
ଏନେଇ ଦାରିଙ୍ଗବାଡି ବିଡିଓ ଅଭିମନ୍ୟୁ ବେହେରା କହିଛନ୍ତି, ପାର୍କରେ ରହିଥିବା ସମସ୍ୟା ସମାଧାନ ପାଇଁ ବାଲିଗୁଡା ଉପଜିଲାପାଳଙ୍କୁ ଜଣାଯାଇଛି। ଶୀଘ୍ର ଟେକ୍ନିସିଆନ ଆସିଲେ ଫାଉଣ୍ଟେନ ସହ ଟୟଟ୍ରେନ୍‌ ମରାମତି ହେବ। ସେହିପରି ନେଚରପାର୍କରେ ମଧ୍ୟ ଅର୍କିଟ୍‌ ହାଉସ ସମେତ ଠେକୁଆ, ଏମୁ ପକ୍ଷୀ ରଖାଯିବା ସହ କୁଟିଆ କନ୍ଧଙ୍କ ଚଳନୀ ଦେଖିବା ବ୍ୟବସ୍ଥା କରାଯାଇଥିବା ଘରର ମରାମତି କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

(ଅରୁଣ କୁମାର ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri