କମିଲା ଶୀତ, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି,୧୫।୧(ଡି.ଏନ୍‌.ଏ.): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ବୃଦ୍ଧି ଯୋଗୁ ସପ୍ତାହେ ହେଲା ଶୀତ କମୁଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ନିରାଶ ହେଉଛନ୍ତି। ଏହି ସମୟରେ ତାପମାତ୍ରା ୫ଡିଗ୍ରୀ ତଳକୁ ରହିବା କଥା, ହେଲେ ବୁଧବାର ସବିନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିଲା। ପ୍ରତିବର୍ଷ ଦାରିଙ୍ଗବାଡିରେ ଡିସେମ୍ବର ଏବଂ ଜାନୁୟାରୀରେ ପ୍ରବଳ ଶୀତ ସହ ତୁଷାରପାତ ହୁଏ। ଚଳିତଥର ଡିସେମ୍ବରରେ କିଛିଦିନ ତୁଷାରପାତ ହୋଇଥିଲେ ସୁଦ୍ଧା ଏହାପରେ ତାପମାତ୍ରା ବୃଦ୍ଧି ଘଟିଥିଲା। ନୂଆବର୍ଷ ପାଇଁ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡିରେ ପହଞ୍ଚତ୍ ନିରାଶ ହୋଇଥିଲେ।
ପର୍ଯ୍ୟଟନକେନ୍ଦ୍ର ମଧ୍ୟରେ ହିଲ୍‌ଭିୟୁପାର୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗର ନେଚରପାର୍କ, କଫିବଗିଚା, ମିଡିୟୁବାନ୍ଦା ୱାଟର୍‌ଫଲ, ସାଇଲେଣ୍ଟ ଭ୍ୟାଲି, ଡଡୁବାଡା ଲଭର୍ସ ପଏଣ୍ଟ ଆଦି ପର୍ଯ୍ୟଟନସ୍ଥଳୀ ପୂର୍ବଭଳି ଅସଜଡା ରହିଥିବା ସହ ପାର୍କରେ ଫୁଲବଗିଚାର ଅଭାବ ସାଙ୍ଗକୁ ହିଲ୍‌ଭିୟୁ ପାର୍କରେ ଦୀର୍ଘଦିନ ହେଲା ଫାଉଣ୍ଟେନ୍‌ ଭାଙ୍ଗି ଯାଇଥିଲେ ମଧ୍ୟ ସଜଡା ହେଉନାହିଁ। ଟୟଟ୍ରେନ୍‌ ମଧ୍ୟ ଲକ୍‌ଡ଼ାଉନ୍‌ ମଧ୍ୟରେ ଖରାପ ହୋଇଯାଇଛି। ପ୍ରଶାସନ ମରାମତି ପାଇଁ ପଦକ୍ଷେପ ନେଉ ନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏସବୁ ପର୍ଯ୍ୟଟନକେନ୍ଦ୍ର ନିକଟରେ କୁଢ଼କୁଢ଼ ଅଳିଆ ପଡିଛି। ଫଳରେ ପରିବେଶ ଦୂଷିତ ସହ ପର୍ଯ୍ୟଟକ ନାକ ଟେକୁଛନ୍ତି।
ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ରାଜ୍ୟ ସରକାର ଇକୋରିଟ୍ରିଟ୍‌ କରିଛନ୍ତି। ସେଠାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ପର୍ଯ୍ୟଟନ କ୍ଷେତ୍ର ବୁଲି ଅସନ୍ତୁଷ୍ଟ ହେଉଛନ୍ତି। କଫି ବଗିଚା ସହ ହିଲ୍‌ଭିୟୁ ପାର୍କ, ନେଚର ପାର୍କ ଆଦିରେ ପର୍ଯ୍ୟଟକଙ୍କଠାରୁ ଟିକେଟ ବାବଦକୁ ୧୦ରୁ ୨୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ବେଳେ ଗାଡି ପାର୍କି ଫି’ ମଧ୍ୟ ସଂଗ୍ରହ କରାଯାଉଛି। ହେଲେ ସେଠାରେ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ନଥିବା ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ପର୍ଯ୍ୟଟକ ହୃଦାନନ୍ଦ ଜେନା କହିଛନ୍ତି।
ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ୨୦୨୦ମାର୍ଚ୍ଚରୁ ଜିଲାର ସମସ୍ତ ପାର୍କ ବନ୍ଦ ହୋଇଥିଲା। ଡିସେମ୍ବର ୯ରୁ ପୁଣି ଖୋଲିଛି। ତେବେ ନେଚର୍‌ ପାର୍କକୁ ଡିସେମ୍ବର ୧୦ରୁ ୩୧ ପର୍ଯ୍ୟନ୍ତ ମୋଟ ୧୧,୧୧୩ ପର୍ଯ୍ୟଟକ ଆସିଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି। ସେମାନଙ୍କ ଠାରୁ ଫି’ ବାବଦକୁ ୨,୨୨,୨୬୦ ଟଙ୍କା ଆଦାୟ ହୋଇଛି। କଫି ବଗିଚାକୁ ସେହି ସମୟ ମଧ୍ୟରେ ୧୮,୧୫୦ ପର୍ଯ୍ୟଟକ ଆସିଥିବାବେଳେ ୧,୮୧,୫୦୦ଟଙ୍କା, ହିଲ୍‌ଭିୟୁ ପାର୍କକୁ ୧୫,୭୮୭ ଏବଂ ଶିଶୁ ପର୍ଯ୍ୟଟକ ୩୦୮ ବୁଲିଥିବା ବେଳେ ମୋଟ ୨,୩୭,୪୭୫ ଟଙ୍କା ଓ ଗାଡି ପାର୍କିଂ ବାବଦକୁ ୫୯,୯୩୦ଟଙ୍କା ସଂଗ୍ରହ କରାଯାଇଛି। ସେହିପରି ଟୟଟ୍ରେନ ଅଚଳ ଯୋଗୁ ମାତ୍ର ୬୭୦ ଟଙ୍କା ସଂଗ୍ରହ ହୋଇଛି।
ଏନେଇ ଦାରିଙ୍ଗବାଡି ବିଡିଓ ଅଭିମନ୍ୟୁ ବେହେରା କହିଛନ୍ତି, ପାର୍କରେ ରହିଥିବା ସମସ୍ୟା ସମାଧାନ ପାଇଁ ବାଲିଗୁଡା ଉପଜିଲାପାଳଙ୍କୁ ଜଣାଯାଇଛି। ଶୀଘ୍ର ଟେକ୍ନିସିଆନ ଆସିଲେ ଫାଉଣ୍ଟେନ ସହ ଟୟଟ୍ରେନ୍‌ ମରାମତି ହେବ। ସେହିପରି ନେଚରପାର୍କରେ ମଧ୍ୟ ଅର୍କିଟ୍‌ ହାଉସ ସମେତ ଠେକୁଆ, ଏମୁ ପକ୍ଷୀ ରଖାଯିବା ସହ କୁଟିଆ କନ୍ଧଙ୍କ ଚଳନୀ ଦେଖିବା ବ୍ୟବସ୍ଥା କରାଯାଇଥିବା ଘରର ମରାମତି କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

(ଅରୁଣ କୁମାର ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?