ପବନ ଉଡ଼େଇନେଲା

ବିହାର ସୁଲତାନଗଞ୍ଜରେ ଗଙ୍ଗା ନଦୀ ଉପରେ ନିର୍ମିତ ଏକ ପୋଲର କିଛି ଅଂଶ ଏପ୍ରିଲ ୨୯ରେ ହୋଇଥିବା ଝଡ଼ବାତ୍ୟାରେ ଭୁଶୁଡ଼ି ପଡ଼ିଥିଲା। ସୁଖର କଥା ଯେ, ଏଥିରେ କେହି ମୃତାହତ ହୋଇ ନ ଥିଲେ। ଏ ବିଷୟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ତାଙ୍କ ମନ୍ତ୍ରଣାଳୟର ସଚିବଙ୍କୁ ଏହାର କାରଣ ପଚାରିବାରୁ ମନ୍ତ୍ରୀଙ୍କ କହିବା ଅନୁଯାୟୀ ଉତ୍ତର ମିଳିଥିଲା, ପୋଲଟି ଜୋର୍‌ ପବନ ହେବାରୁ ଭାଙ୍ଗିଯାଇଛି। ମନ୍ତ୍ରୀ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ନିଜେ କହିଛନ୍ତି। ବ୍ରିଜ୍‌ ଖସିପଡ଼ିବା ପଛରେ ନିଶ୍ଚିତ ନିର୍ମାଣଜନିତ ତ୍ରୁଟିଥିବା ବୁଝି ହେଉଛି ବୋଲି ସେ କହିଥିଲେ। ତେବେ ଗଡ଼କରୀ ତାଙ୍କ ସଚିବଙ୍କ ଉଦାହରଣ ଦେଇ ଏହି ବିଷୟ ମେ ୧୦ରେ ଏକ କାର୍ଯ୍ୟକ୍ରମରେ କହିବା ପରେ ତାହା ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି।
ଏ ଦେଶରେ ବ୍ରିଜ୍‌ ଭୁଶୁଡ଼ିପଡ଼ିବା ଓ ସରକାରୀ ସ୍କୁଲ କିମ୍ବା କାର୍ଯ୍ୟାଳୟ ଭାଙ୍ଗି ପଡ଼ିବା ପରେ ତାହାର ବାରମ୍ବାର ମରାମତି ହେବା ଏକ ନିତିଦିନିଆ କଥା। ଓଡ଼ିଶାର ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ବଲାଙ୍ଗୀର ଆଦି ସ୍ଥାନରେ ବ୍ରିଜ୍‌ ଭୁଶୁଡ଼ି ଲୋକଙ୍କ ଜୀବନ ଯିବା ବିଷୟରେ ସମସ୍ତେ ଅବଗତ ଅଛନ୍ତି। ନିମ୍ନମାନର କଞ୍ଚାମାଲ ଓ ତରବରିଆ କାମ ଶେଷ କରିବାର ନିଶା ଯୋଗୁ ନିର୍ମାଣରେ ତ୍ରୁଟି ରହିବା ଓ ସେଗୁଡ଼ିକ ଭୁଶୁଡ଼ି ପଡ଼ୁଥିବା ଦେଖିବାକୁ ମିଳେ। ବିହାରରେ ଯେଉଁ ବ୍ରିଜ୍‌ର କିଛି ଅଂଶ ଭାଙ୍ଗିଯାଇଛି ତାହା ଏହି ପର୍ଯ୍ୟାୟଭୁକ୍ତ ହୋଇଥାଇପାରେ। କିନ୍ତୁ ଏହି ନିମ୍ନମାନର କାର୍ଯ୍ୟ କେବଳ ବିହାରରେ ସୀମିତ ନୁହେଁ। ସେହି ରାଜ୍ୟ ସମେତ ଭାରତର ଅନ୍ୟସବୁ ରାଜ୍ୟରେ ଏହିଭଳି ଖରାପ ମାନର ଇଞ୍ଜିନିୟରିଂ କାମ ସବୁଆଡ଼େ ଦେଖିବାକୁ ମିଳୁଛି। ଏଥିରୁ ବୁଝାପଡ଼ୁଛି ଯେ, ଆମ ଦେଶରେ ପାଠପଢ଼ି ଇଞ୍ଜିନିୟର ହେଉଥିବା ଯୁବତୀଯୁବକମାନଙ୍କର ଦକ୍ଷତାରେ ଅନେକ ଅଭାବ ରହୁଛି। କୌଣସି ସ୍ତରରେ ଏମାନେ ମନଦେଇ ପାଠ ପଢ଼ୁ ନାହାନ୍ତି। ସିଭିଲ୍‌ ଇଞ୍ଜିନିୟରିଂ କ୍ଷେତ୍ରରେ ବିଶ୍ୱ ଅନେକ ଦୂରକୁ ଆଗେଇଯାଇଥିବା ବେଳେ ଭାରତରେ ଏବେ ମଧ୍ୟ ସେହି ପୁରୁଣା ଢାଞ୍ଚାରେ କାର୍ଯ୍ୟ ଚଳାଇବାକୁ ଇଞ୍ଜିନିୟରିଂ ପାଠ ପଢ଼ିଥିବା ଯୁବପିଢ଼ି ପସନ୍ଦ କରୁଛନ୍ତି। ହୁଏତ ସେଥିପାଇଁ ସେମାନଙ୍କ ମଧ୍ୟରେ ପ୍ରବଳ ଦୁର୍ନୀତି ଦେଖିବାକୁ ମିଳୁଛି ଏବଂ ଚାକିରି ପାଇବା ପୂର୍ବରୁ ପ୍ରତିବାଦ କରୁଥିବା ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କ ସପକ୍ଷରେ ସାଧାରଣତଃ ସାମାଜିକ ସମର୍ଥନ ମିଳିପାରୁ ନ ଥିବା ଭଳି ସ୍ପଷ୍ଟ ଜଣାପଡ଼ୁଛି।
ଦେଖିବାକୁ ଗଲେ ବିନା ପର୍ସେଣ୍ଟେଜ୍‌ ବା ପିସିରେ କୌଣସି ସରକାରୀ ପ୍ରକଳ୍ପ କାର୍ଯ୍ୟ ଆଗେଇ ନ ଥାଏ ବୋଲି ସମାଜର ସବୁ ବର୍ଗ ଜାଣିଛନ୍ତି। ବିଶେଷକରି ବ୍ଲକ ସ୍ତରରୁ କନିଷ୍ଠ ଯନ୍ତ୍ରୀମାନେ ଦୁର୍ନୀତିରେ ବୁଡ଼ିରହି ପିସି ନ ଖାଇଲେ କୌଣସି କାର୍ଯ୍ୟ କରାଇବା ସମ୍ଭବପର ହୁଏ ନାହିଁ। ଗଡକରୀ ଯେଉଁ ବିଷୟଟି ଉଠାଇଛନ୍ତି ଓ ତାଙ୍କ ସଚିବଙ୍କୁ ପଦାରେ ପକାଇ ଭାବିଛନ୍ତି ବୋଧହୁଏ ତାଙ୍କ ବ୍ୟକ୍ତିତ୍ୱ ଉଚ୍ଚା ଭାବେ ଦେଖାଯିବ। ଏଠାରେ କୁହାଯାଇପାରେ ଯେ, ବାସ୍ତବ କ୍ଷେତ୍ରରେ ସେ ସମ୍ପୃକ୍ତ ସଚିବ ଓ ପୋଲ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲେ। ସଡ଼କ ପରିବହନ ମନ୍ତ୍ରୀ ଭାବରେ ମୁଖ୍ୟତଃ ତାଙ୍କର ନୈତିକ ଦାୟିତ୍ୱ ତୁଲାଇବାକୁ ଯାଇ ନିଜର ଦୋଷ ସ୍ବୀକାର କରିବା ଉଚିତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri