ସାରା ଭାରତ ପ୍ରଦୂଷିତ

ଜେନେଭା/ନୂଆଦିଲ୍ଲୀ,୨୪।୯:ଜନସ୍ବାସ୍ଥ୍ୟ ଉପରେ ବାୟୁ ପ୍ରଦୂଷଣର ନକାରାମତ୍କ ପ୍ରଭାବ ନେଇ କିଛି ବର୍ଷ ଧରି ଚାଲିଥିବା ବୈଜ୍ଞାନିକ ଗବେଷଣାରୁ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ପୂର୍ବରୁ ୨୪ ଘଣ୍ଟା ଭିତରେ ୨୫ ମାଇକ୍ରୋଗ୍ରାମର ପିଏମ୍‌୨.୫ ସାନ୍ଦ୍ରତାକୁ ସୁରକ୍ଷିତ ବିବେଚନା କରାଯାଉଥିଲା। କିନ୍ତୁ ଏବେ ଏହି ସାନ୍ଦ୍ରତା ୧୫ ମାଇକ୍ରୋଗ୍ରାମ ଭିତରେ ସୀମିତ ରହିବା ଦରକାର ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଲାଣି। ବୁଧବାର ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଜାରି କରାଯାଇଥିବା ବାୟୁ ଗୁଣବତ୍ତା ଗାଇଡ୍‌ଲାଇନ୍‌ରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏମ୍‌ପି୨.୫ର ତାତ୍ପର୍ଯ୍ୟ ହେଉଛି ୨.୫ ମାଇକ୍ରୋମିଟର (ମଣିଷ କେଶଠାରୁ ୧୦୦ ଗୁଣା ପତଳା)ରୁ କମ୍‌ ପରିଧିର ପାର୍ଟିକିଲ ମ୍ୟାଟରକୁ ବୁଝାଏ। ଇନ୍ଧନ ତୈଳ ଜଳିଲେ ଏବଂ ବାୟୁମଣ୍ଡଳରେ ରାସାୟନିକ ପ୍ରତିକ୍ରିୟା ଯୋଗୁ ଏହି କଣିକା ସୃଷ୍ଟି ହୋଇଥାଏ। ପିଏମ୍‌୨.୫ ଏବଂ ପିଏମ୍‌୧୦କୁ ଶ୍ୱାସଜନିତ ରୋଗର ମୁଖ୍ୟ କାରକ ଭାବେ ଏଥିରେ ଦର୍ଶାଯାଇଛି। ଏହି ଗାଇଡ୍‌ଲାଇନ୍‌ ଅନୁସାରେ ଭାରତର ପ୍ରାୟ ଅଧିକାଂଶ ଅଞ୍ଚଳ ପ୍ରଦୂଷଣ କବଳରେ। ଏଥିରେ ସବୁଠୁ ବିପଜ୍ଜନକ କୁହାଯାଉଥିବା ପ୍ରଦୂଷଣର ୬ କାରକ ଏମ୍‌ପି୨.୫, ଏମ୍‌ପି୧୦, ଓଜୋନ୍‌, ନାଇଟ୍ରୋଜେନ୍‌, ଡାଇଅକ୍ସାଇଡ୍‌, ସଲ୍‌ଫର ଡାଇଅକ୍ସାଇଡ୍‌ ଓ କାର୍ବନ ମନୋକ୍ସାଇଡ୍‌ର ସ୍ତର ବାୟୁମଣ୍ଡଳରେ କେତେ ରହିଲେ ଚଳିବ ତାହା ଧାର୍ଯ୍ୟ କରାଯାଇଛି। ୨୦୦୫ରେ ନିର୍ଦ୍ଧାରିତ ମାତ୍ରାଠାରୁ ଏଥର ଏହାକୁ ହ୍ରାସ କରିବାକୁ କୁହାଯାଇଛି। କାରଣ ବାୟୁ ପ୍ରଦୂଷଣର ପ୍ରତ୍ୟକ୍ଷ କାରଣରୁ ବର୍ଷକୁ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବା ଡବ୍ଲ୍ୟୁଏଚ୍‌ଓର ନିଜସ୍ବ ଆକଳନରୁ ଜଣାପଡ଼ିଛି। ବିଶ୍ୱର ୯୦% ଜନସଂଖ୍ୟା ୨୦୦୫ର ପ୍ରଦୂଷଣ ମାନକ ପୂରଣ କରୁ ନ ଥିବା ଅଞ୍ଚଳରେ ବସବାସ କରନ୍ତି। ଦକ୍ଷିଣ ଏସିଆ ବିଶେଷକରି ଭାରତ ବିଶ୍ୱର ସର୍ବାଧିକ ପ୍ରଦୂଷିତ ଅଞ୍ଚଳରେ ଆସୁଛି। ଏଠାରେ ପ୍ରଦୂଷଣ ସ୍ତର ନିର୍ଦ୍ଧାରିତ ସ୍ତରଠାରୁ ବହୁଗୁଣ ଅଧିକ। ଉଦାହରଣ ଭାବେ ଦିଲ୍ଲୀକୁ ନିଆଯାଇପାରେ। ଗ୍ରୀନ୍‌ପିସ୍‌ ଅଧ୍ୟୟନ ଅନୁସାରେ ୨୦୨୦ରେ ଏମ୍‌ପି୨.୫ ସାନ୍ଦ୍ରତା ଥିଲା, ଯାହାକି ନିର୍ଦ୍ଧାରିତ ସ୍ତରଠାରୁ ୧୭ ଗୁଣ ଅଧିକ। ମୁମ୍ବାଇରେ ପ୍ରଦୂଷଣ ସ୍ତର ୮ ଗୁଣ ଅଧିକ ଥିବାବେଳେ କୋଲକାତାରେ ୯ ଓ ଚେନ୍ନାଇରେ ୫ ଗୁଣ ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri