ସାରା ଭାରତ ପ୍ରଦୂଷିତ

ଜେନେଭା/ନୂଆଦିଲ୍ଲୀ,୨୪।୯:ଜନସ୍ବାସ୍ଥ୍ୟ ଉପରେ ବାୟୁ ପ୍ରଦୂଷଣର ନକାରାମତ୍କ ପ୍ରଭାବ ନେଇ କିଛି ବର୍ଷ ଧରି ଚାଲିଥିବା ବୈଜ୍ଞାନିକ ଗବେଷଣାରୁ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ପୂର୍ବରୁ ୨୪ ଘଣ୍ଟା ଭିତରେ ୨୫ ମାଇକ୍ରୋଗ୍ରାମର ପିଏମ୍‌୨.୫ ସାନ୍ଦ୍ରତାକୁ ସୁରକ୍ଷିତ ବିବେଚନା କରାଯାଉଥିଲା। କିନ୍ତୁ ଏବେ ଏହି ସାନ୍ଦ୍ରତା ୧୫ ମାଇକ୍ରୋଗ୍ରାମ ଭିତରେ ସୀମିତ ରହିବା ଦରକାର ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଲାଣି। ବୁଧବାର ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଜାରି କରାଯାଇଥିବା ବାୟୁ ଗୁଣବତ୍ତା ଗାଇଡ୍‌ଲାଇନ୍‌ରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏମ୍‌ପି୨.୫ର ତାତ୍ପର୍ଯ୍ୟ ହେଉଛି ୨.୫ ମାଇକ୍ରୋମିଟର (ମଣିଷ କେଶଠାରୁ ୧୦୦ ଗୁଣା ପତଳା)ରୁ କମ୍‌ ପରିଧିର ପାର୍ଟିକିଲ ମ୍ୟାଟରକୁ ବୁଝାଏ। ଇନ୍ଧନ ତୈଳ ଜଳିଲେ ଏବଂ ବାୟୁମଣ୍ଡଳରେ ରାସାୟନିକ ପ୍ରତିକ୍ରିୟା ଯୋଗୁ ଏହି କଣିକା ସୃଷ୍ଟି ହୋଇଥାଏ। ପିଏମ୍‌୨.୫ ଏବଂ ପିଏମ୍‌୧୦କୁ ଶ୍ୱାସଜନିତ ରୋଗର ମୁଖ୍ୟ କାରକ ଭାବେ ଏଥିରେ ଦର୍ଶାଯାଇଛି। ଏହି ଗାଇଡ୍‌ଲାଇନ୍‌ ଅନୁସାରେ ଭାରତର ପ୍ରାୟ ଅଧିକାଂଶ ଅଞ୍ଚଳ ପ୍ରଦୂଷଣ କବଳରେ। ଏଥିରେ ସବୁଠୁ ବିପଜ୍ଜନକ କୁହାଯାଉଥିବା ପ୍ରଦୂଷଣର ୬ କାରକ ଏମ୍‌ପି୨.୫, ଏମ୍‌ପି୧୦, ଓଜୋନ୍‌, ନାଇଟ୍ରୋଜେନ୍‌, ଡାଇଅକ୍ସାଇଡ୍‌, ସଲ୍‌ଫର ଡାଇଅକ୍ସାଇଡ୍‌ ଓ କାର୍ବନ ମନୋକ୍ସାଇଡ୍‌ର ସ୍ତର ବାୟୁମଣ୍ଡଳରେ କେତେ ରହିଲେ ଚଳିବ ତାହା ଧାର୍ଯ୍ୟ କରାଯାଇଛି। ୨୦୦୫ରେ ନିର୍ଦ୍ଧାରିତ ମାତ୍ରାଠାରୁ ଏଥର ଏହାକୁ ହ୍ରାସ କରିବାକୁ କୁହାଯାଇଛି। କାରଣ ବାୟୁ ପ୍ରଦୂଷଣର ପ୍ରତ୍ୟକ୍ଷ କାରଣରୁ ବର୍ଷକୁ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବା ଡବ୍ଲ୍ୟୁଏଚ୍‌ଓର ନିଜସ୍ବ ଆକଳନରୁ ଜଣାପଡ଼ିଛି। ବିଶ୍ୱର ୯୦% ଜନସଂଖ୍ୟା ୨୦୦୫ର ପ୍ରଦୂଷଣ ମାନକ ପୂରଣ କରୁ ନ ଥିବା ଅଞ୍ଚଳରେ ବସବାସ କରନ୍ତି। ଦକ୍ଷିଣ ଏସିଆ ବିଶେଷକରି ଭାରତ ବିଶ୍ୱର ସର୍ବାଧିକ ପ୍ରଦୂଷିତ ଅଞ୍ଚଳରେ ଆସୁଛି। ଏଠାରେ ପ୍ରଦୂଷଣ ସ୍ତର ନିର୍ଦ୍ଧାରିତ ସ୍ତରଠାରୁ ବହୁଗୁଣ ଅଧିକ। ଉଦାହରଣ ଭାବେ ଦିଲ୍ଲୀକୁ ନିଆଯାଇପାରେ। ଗ୍ରୀନ୍‌ପିସ୍‌ ଅଧ୍ୟୟନ ଅନୁସାରେ ୨୦୨୦ରେ ଏମ୍‌ପି୨.୫ ସାନ୍ଦ୍ରତା ଥିଲା, ଯାହାକି ନିର୍ଦ୍ଧାରିତ ସ୍ତରଠାରୁ ୧୭ ଗୁଣ ଅଧିକ। ମୁମ୍ବାଇରେ ପ୍ରଦୂଷଣ ସ୍ତର ୮ ଗୁଣ ଅଧିକ ଥିବାବେଳେ କୋଲକାତାରେ ୯ ଓ ଚେନ୍ନାଇରେ ୫ ଗୁଣ ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?