ଧଳା କୁମ୍ଭୀର ଶାବକର ନାମ ଦିଆଗଲା ଶ୍ୱେତା

ରାଜନଗର, ୭ା୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଶାବକ ଧଳା କୁମ୍ଭୀର ପର୍ଯ୍ୟଟକଙ୍କ ମନ ମୋହୁଛି। ଗୁରୁବାର ଶାବକ ଧଳା କୁମ୍ଭୀରର ନାମକରଣ କରାଯାଇ ଶ୍ୱେତା ରଖାଯାଇଛି। ଭିତରକନିକାର ଆବଦ୍ଧ ପୋଖରୀରେ ଗୋରୀ ଓ ମଲ୍ଲୀ ଧଳା କୁମ୍ଭୀର ସହ ଶାବକ ଶ୍ୱେତା ରହୁଛି। ସାରା ପୃଥିବୀରେ ଧଳା କୁମ୍ଭୀରଙ୍କ ସଂଖ୍ୟା ନଗଣ୍ୟ ଥିବା ବେଳେ ଭିତରକନିକାରେ ଧଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତବର୍ଷ କୁମ୍ଭୀର ଗଣନା ସମୟରେ ଭିତରକନିକାର ନଦୀ ନାଳରେ ୧୬ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଥିଲା। ପ୍ରାକୃତିକ ପରିବେଶରେ ଏତେ ସଂଖ୍ୟକ ଧଳା କୁମ୍ଭୀର ପ୍ରାଣୀ ବିଜ୍ଞାନୀ ଓ ପରିବେଶବିତ୍‌ଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଥିଲା। ପ୍ରଜନନ କେନ୍ଦ୍ରରେ ଜନ୍ମ ସମୟରେ ୩ ବର୍ଷ ତଳେ ଧଳା କୁମ୍ଭୀର ଛୁଆ ଦେଖିବାକୁ ମିଳିଥିଲା। ମାତ୍ର ଛୋଟ ଛୁଆ ହୋଇଥିବାରୁ ତାହାର ରଙ୍ଗ ସ୍ପଷ୍ଟ ଭାବେ ଜଣାପଡୁ ନ ଥିଲା। ଏବେ ପ୍ରଜନନ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆ ପାଣିରେ ପହଁରିବା ଓ ଖରା ପୋଇଁବାର ଦୃଶ୍ୟ ଦେଖିବାକୁ ମିଳିଛି। କୁମ୍ଭୀର ଗଣନା ପାଇଁ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ଆସିଥିବା କୁମ୍ଭୀର ବିଶାରଦ ଡ. ସୁଧାକର କର ଡାଙ୍ଗମାଳ ଆସିଥିଲେ। ଏହି ଅବସରରେ ଏହି ୩ ବର୍ଷିୟା ଧଳା କୁମ୍ଭୀରର ନାମକରଣ କରିଥିଲେ। ୧୯୭୫ ମସିହାରେ ପ୍ରଥମକରି ବିଶ୍ୱରେ ସ୍ଥାପିତ କୃତ୍ରିମ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଗୋରୀକୁ ଆବିଷ୍କାର କରିଥିଲେ। ୨୦୦୩ରେ ଅନ୍ୟ ଏକ ଧଳା କୁମ୍ଭୀର ମଲ୍ଲୀ ଏବଂ ଏବେ ଧଳା କୁମ୍ଭୀର ଶାବକର ନାମ ଶ୍ୱେତା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ଢେଙ୍କାନାଳ ଅଫିସ, ୧୨।୧୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଷଡ଼ଙ୍ଗୀ ରେଞ୍ଜ କରଡ଼ାପାଣି ନିଶ୍ଚିନ୍ତ ଜଙ୍ଗଲରେ ବେଆଇନ୍‌ ପଥର ଖାଦାନରୁ ପଥର ଚୋରା ଚାଲାଣ ନେଇ...

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା: ‘ଆମ ଜନତା ଅଧିକାର’ର ସମୂହ ଦୀପଦାନ, ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ ଅଫିସ,୧୩।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁ...

୩ ଦିନ ପରେ ଧରାପଡ଼ିଲା କୁମ୍ଭୀର

ବାଲିଅନ୍ତା/ବାରଙ୍ଗ,୫ା୩(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଧୀନ ନହରକଣ୍ଟା ନିକଟ ପୁରୀ ମୁଖ୍ୟ କେନାଲରୁ ୩ଦିନ ପରେ ଅର୍ଥାତ୍‌ ଶୁକ୍ରବାର ବନ ବିଭାଗ ଓ ନନ୍ଦନକାନନ...

ସପ୍ତାହନ୍ତ ଶଟ୍‌ଡାଉନ୍‌ ନେଇ ନୂଆ ଗାଇଡ୍‌ଲାଇନ୍‌

ପାରଳାଖେମୁଣ୍ଡି,୨୩।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସପ୍ତାହନ୍ତ ଶଟ୍‌ଡାଉନ୍‌ ସରକାର ଘୋଷଣା କରିଛନ୍ତି। ଏହି ଆଧାରରେ ଶନିବାର ଓ ରବିବାର ଦୁଇଦିନ ଗଜପତି ଜିଲା...

ବାଙ୍ଗାଲୋରରେ ଫସିଛନ୍ତି ଓଡ଼ିଆ: ବିସ୍କୁଟ ଖାଇ ବିତୁଛି ଦିନ

ବିଶୋଇ,୩୦ା୩(ଡି.ଏନ୍‌.ଏ.)- ‘ସାର ଆମକୁ ଆମ ଘରକୁ ନେଇ ଯାଆନ୍ତୁ। ଘର କଥା ମନେ ପଡୁଛି । ପାଖରେ ଟଙ୍କା ନାହିଁ ବିସ୍କୁଟ ଖାଇ ଦିନ କଟୁଛି’...

ଦେଶୀ ମଦ ଜବତ: ୨ ଗିରଫ

ବନ୍ତ,୨୮ା୪(ସ୍ବ.ପ୍ର.)-ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ଆଡିଆ କେନାଲ ପୋଲ ନିକଟରେ ଆଗରପଡା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବନ୍ତ ଅତିରିକ୍ତ ତହସିଲଦାର ବନୀତା ରାଣି କିସ୍କୁ...

ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଧର୍ମଶାଳା,୨୩ା୧(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ଅନ୍ତର୍ଗତ ବଡ଼ଚଣାବାରି ଗ୍ରାମ୍ୟରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା। ହେଲେ ଏଥିପ୍ରତି ପ୍ରଶାସନିକ...

ବୁଥ୍‌ ଜବରଦଖଲକୁ ନେଇ ଉତ୍ତେଜନା

ନୟାଗଡ଼ ଅଫିସ,୧୬।୨: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ସକାଳୁ ଆରମ୍ଭ ହୋଇଛି। ବ୍ଲକ...

Advertisement
Archives

Model This Week