ଗହମ ଯୋଗାଣ ବନ୍ଦ, ଖାଉଟି ହନ୍ତସନ୍ତ

ଧର୍ମଶାଳା,୨୩ା୬(ବଟକୃଷ୍ଣ ପରିଡ଼ା): ଖାଦ୍ୟ ଯୋଗାଣ ଓ ଓଖାଉଟି କଲ୍ୟାଣ ପକ୍ଷରୁ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରତିମାସରେ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଖାଉଟିଙ୍କ ଇଚ୍ଛା ମୁତାବକ ପ୍ରଦାନ କରାଯାଉଥିଲା। ମାତ୍ର ଗତ ବର୍ଷ ଜୁଲାଇଠାରୁ ଗହମ ଯୋଗାଣ ବନ୍ଦ ହୋଇଥିବାରୁ ଏବେ ଅଟାର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ହୋଇଛି। ଫଳରେ ଗରିବଶ୍ରେଣୀର ପରିବାର ଖୋଲା ବଜାରରୁ ଆବଶ୍ୟକ ମୁତାବକ ଅଟା ଖରିଦ କରି ଖାଇବା ସମ୍ଭବ ହେଉନାହିଁ। କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଗତ ଦିନରେ ଚାଉଳ ଓ ଗହମ କିଲୋପ୍ରତି ୨ ଟଙ୍କାରେ ଯୋଗାଇ ଦିଆଯାଉଥିଲା। ପରେ ରାଜ୍ୟ ସରକାର ଏହାକୁ କେଜିପ୍ରତି ୧ ଟଙ୍କାରେ ଯୋଗାଇଲେ। କେନ୍ଦ୍ର ସରକାର ଚଳିତ ବର୍ଷ ଜାନୁୟାରୀଠାରୁ ବିନା ମୂଲ୍ୟରେ ଖାଉଟିଙ୍କୁ ମୁଣ୍ଡ ପିଛା ୫ କେଜି ଲେଖାଏ ଗହମ ପରିବର୍ତ୍ତେ ଚାଉଳ ଯୋଗାଇ ଦେଉଛନ୍ତି। ଫଳରେ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଧର୍ମଶାଳା ବ୍ଲକର ୪୫ ପଞ୍ଚାୟତରେ ୪୦,୨୨୨ ପରିବାରର ୧ ଲକ୍ଷ ୬୦ ହଜାର ୧୩ଜଣ ହିତାଧିକାରୀଙ୍କୁ ୮ ହଜାର ୬୫ କୁଇଣ୍ଟାଲ ସାମଗ୍ରୀ ଯୋଗଇ ଦିଆଯାଉଛି। ଏଥିମଧ୍ୟରୁ ୬୧୬୪ କୁଇଣ୍ଟାଲ ଚାଉଳ ଓ ୧୮୩୬ କୁଇଣ୍ଟାଲ ଗହମ ଦିଆଯାଉଥିଲା। ଗହମ ଦେବା ବନ୍ଦ ହେବା ପରେ ବଜାରରେ ଅଟାର ମୂଲ୍ୟ ହଠାତ ବୃଦ୍ଧି ପାଇ ଏବେ ଖୋଲାବଜାରରେ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ରାଜ୍ୟରେ ୪୦ ଭାଗ ଲୋକ ମଧୁମେୟ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ଏମାନେ ଭାତ ପରିବର୍ତ୍ତେ ରୁଟି ଖାଇଥାନ୍ତି। ତେଣୁ ଅଧିକ ମୂଲ୍ୟ ଦେଇ ଅଟା କିଣି ଖାଇବା ସେମାନଙ୍କ ପାଇଁ ଅସମ୍ଭବ ହୋଇପଡିଛି। କେତେକ ଖାଉଟି ଚାଉଳକୁ କିଲୋ ପ୍ରତି ୨୦ଟଙ୍କାରେ ବିକ୍ରି କରି ୩୫ରୁ ୪୦ ଟଙ୍କା ଦେଇ ଗହମ ଅଟା କିଣିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଖାଉଟିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗହମ ଯୋଗାଇ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri