ପୁରୀବାସୀଙ୍କ ପାଇଁ ଖୋଲିଲା ପଶ୍ଚିମଦ୍ୱାର

ପୁରୀ ଅଫିସ,୨୫ା୭(ଅଜିତ ମହାନ୍ତି):ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ବିଭିନ୍ନ ସଂଗଠନଠାରୁ ଆରମ୍ଭ କରି ରାଜନେତା, ପରିଚାଳନା କମିଟି ସଦସ୍ୟ, ସେବାୟତଙ୍କ ପକ୍ଷରୁ ଦାବି କରାଯିବା ପରେ ଶେଷରେ ମୁଣ୍ଡ ନୁଆଁଇଛି ପ୍ରଶାସନ। ପ୍ରାଥମିକତା ଦୃଷ୍ଟିରୁ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସୋମବାରଠାରୁ ଖୋଲାଯାଇଛି। ଫଳରେ ପୁରୀବାସୀ ଏହି ନିଷ୍ପତ୍ତି ପ୍ରତି ସନ୍ତୋଷପ୍ରକାଶ କରିଥିବାବେଳେ ପ୍ରଥମ ଦିନରେ ଶୃଙ୍ଖଳିତ ଭାବେ ପରିଚୟପତ୍ର ଦେଖାଇ ବ୍ୟାରିକେଡ୍‌ ଦେଇ ସ୍ଥାନୀୟ ବାସିନ୍ଦା ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି। ଅପରପକ୍ଷେ ପ୍ରଶାସନ ପଶ୍ଚିମଦ୍ୱାର ପୁରୀବାସୀଙ୍କ ପାଇଁ ଖୋଲି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଲାଗି ହେଉଥିବା ଦାବିକୁ ଦବେଇଦେବା ଏହା ଏକ ସୁଚିନ୍ତିତ ଯୋଜନା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲିବା ଆନ୍ଦୋଳନ ଜାରି ରହିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, କୋଭିଡ୍‌ ପରଠାରୁ ଭକ୍ତମାନଙ୍କୁ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିଲା। ଫଳରେ ଅନ୍ୟ ତିନିଦ୍ୱାର ଦେଇ ଭକ୍ତମାନେ ଯାଇପାରୁ ନଥିଲେ, ଯାହାକୁ ନେଇ ପୁରୀବାସୀଙ୍କଠାରୁ ଆରମ୍ଭ କରି ଭକ୍ତମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। କୋଭିଡ୍‌ ସରିଯିବା ପରେ ମଧ୍ୟ ଉକ୍ତ କଟକଣାକୁ ପ୍ରଶାସନ ଉଠାଇ ନ ଥିଲେ। ଫଳରେ ଏହାକୁ ବିରୋଧ କରି ବିଭିନ୍ନ ଅନୁଷ୍ଠାନ, ଓକିଲ ସଂଘ, ରାଜନୈତିକ ଦଳ, ସେବାୟତ, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଚାରିଦ୍ୱାର ଖୋଲିବା ପାଇଁ ଦାବି ଜୋରଦାର କରିଥିଲେ। ଫଳରେ ଛତିଶା ନିଯୋଗ ବୈଠକ ବସି ଦ୍ୱାର ଖୋଲିବା ନେଇ ଏକ ସବ୍‌କମିଟି ଗଠନ କରାଯାଇଥିଲା। ମାତ୍ର ଉକ୍ତ ସବ୍‌କମିଟି ଗଠନକୁ ମଧ୍ୟ ଅନେକେ ବିରୋଧ କରିଥିଲେ। ଫଳରେ ରବିବାର ଏକ ବୈଠକ ବସି ପୁରୀବାସୀଙ୍କ ପାଇଁ ପଶ୍ଚିମଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ, ପୁରୀବାସୀ ସେମାନଙ୍କ ପରିଚୟପତ୍ର ଦେଖାଇ ସୋମବାରଠାରୁ ପଶ୍ଚିମଦ୍ୱାରରେ ପ୍ରବେଶ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଥିଲା। ଭକ୍ତମାନଙ୍କ ସୁବିଧା ପାଇଁ ପଶ୍ଚିମଦ୍ୱାର ନିକଟରେ ଥିବା ଶେଲଟର୍‌ ପାଭିଲିୟନରେ ଜୋତା ଓ ଅନ୍ୟ ଆସବାବପତ୍ର ରଖି ଧାଡ଼ିରେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଦୀର୍ଘଦିନ ପରେ ପୁରୀବାସୀ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ବେଶ୍‌ ଖୁସିବ୍ୟକ୍ତ କରିଛନ୍ତି। ଅପରପକ୍ଷେ ପୁରୀରେ ଦୀର୍ଘଦିନ ଧରି ରହୁଥିବା ଭକ୍ତମାନଙ୍କୁ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ପରିସରକୁ ଯିବା ପାଇଁ ଛଡ଼ାଯାଇ ନ ଥିଲା, ଯାହାକୁ ନେଇ ଅନେକ ବ୍ୟକ୍ତିବିଶେଷ ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ କରି ବୟସ୍କମାନେ ଯାଇ ନ ପାରି ମନ ଦୁଃଖ କରି ଫେରିଥିବା ଦେଖିବାକୁ ମିଳିଥିଲା। ତେବେ ପ୍ରଶାସନ ପରିକ୍ରମା ମାର୍ଗ କାର୍ଯ୍ୟ ଚାଲିଥିବାର ଆଳ ଦେଖାଇ ବର୍ତ୍ତମାନ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ପ୍ରବେଶ ବନ୍ଦ ରଖିବା ନେଇ ସୂଚନା ଦେଇଛି। ଭଗବାନଙ୍କ ଆଗରେ ସବୁ ଭକ୍ତ ସମାନ, ତେଣୁ ସମସ୍ତଙ୍କ ପାଇଁ ଚାରିଦ୍ୱାର ଖୋଲାଯାଉ ବୋଲି ଭକ୍ତ, ସେବାୟତ ଓ ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri