ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ସାପ୍ତାହିକ ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ଜୁନାଗଡ,୬।୭(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ସରପଞ୍ଚ ଅଜୟ କୁମାର ବେହେରା ମହିଚଲା ଶନିବାର ସାପ୍ତାହିକ ବଜାର(ହାଟ)କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉକ୍ତ ଦିନ ମହିଚଲାର ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ମଧ୍ୟ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏ ବିଷୟରେ ପଞ୍ଚାୟତବାସୀଙ୍କୁ ସୋମବାର ଏକ ପ୍ରଚାର ଗାଡି ମାଧ୍ୟମରେ ସୂଚନା ଦିଆଯାଇଛି। ମହିଚଲା ସପ୍ତାହିକ ବଜାରକୁ କିଣାବିକା କରିବାକୁ ଆସୁଥିବା ଲୋକେ ମାସ୍କ ପିନ୍ଧୁ ନ ଥିବାବେଳେ ସାମାଜିକ ଦୂରତ୍ୱ ବଜାୟ ରଖୁ ନ ଥିବା ଅଭିଯୋଗ ହୋଇ ଆସୁଥିଲା। ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସରପଞ୍ଚ ବେହେରା ଏହି ନିଷ୍ପତ୍ତି ନେଇଛନ୍ତି।