ଦୁର୍ଦ୍ଦିନରେ ଟସର ବୁଣାକାର

ବାଲେଶ୍ୱର ଅଫିସ, ୧୩।୮-ଟସରରେ ପ୍ରସ୍ତୁତ ଧୋତି, ଶାଢ଼ି, ଯୋଡ଼, ସ୍କାର୍ଫ, ଉତ୍ତରୀୟ, ଶାର୍ଟ କପଡ଼ା, ଚାଦର ଆଦି ତିଆରି କରି ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୁଣାକାର ଏବେ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି। ଗତ ୪ ମାସ ଧରି ମହାମାରୀ କରୋନାର ପ୍ରଭାବ ସେମାନଙ୍କ ବ୍ୟବସାୟ ଉପରେ ପଡିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମାକଡ଼ିଆ ଗ୍ରାମର ୪ଶହରୁ ଊର୍ଦ୍ଧ୍ୱ ଟସର ବୁଣାକାର ପରିବାର ଜୀବିକାକୁ କଷ୍ଟେମଷ୍ଟେ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି।
ଉକ୍ତ ଗ୍ରାମରେ ମାକଡ଼ିଆ ଟସର ତନ୍ତବାୟ ସହଯୋଗ ସମିତି ଓ ଝଗଡ଼େଶ୍ୱର ଟସର ତନ୍ତବାୟ ସହଯୋଗ ସମିତି ମାଧ୍ୟମରେ ୪୫୦ କାରିଗର ପରିବାର କାର୍ଯ୍ୟ କରୁଛନ୍ତି। ୩୦୦ରୁ ଊର୍ଦ୍ଧ୍ୱ ମେଶିନ ମହଜୁଦ ରହିଛି। ଏସବୁ ତନ୍ତ ଉପରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଗାଁର ୪ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା ନିର୍ଭର କରେ। ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ବୁଣାକାରମାନଙ୍କୁ ଉକ୍ତ ୨ସମିତି ଓ ୫ଜଣ ମହାଜନଙ୍କ ଜରିଆରେ ରିହାତି ଦରରେ ଟସର ଯୋଗାଇବା ସହ ଆଧୁନିକ ଜ୍ଞାନକୌଶଳରେ ଟସର କାମ ପାଇଁ ବିଭିନ୍ନ ପ୍ରକାର ସହାୟତା କରିଥାନ୍ତି। ଓଡ଼ିଶାର ବୟନିକା, ସେରିଫେଡ୍‌, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଆଦି ବ୍ୟବସାୟ ପ୍ରତିଷ୍ଠାନ ଏଠାରୁ ଉତ୍ପନ୍ନ ଟସର ସାମଗ୍ରୀକୁ ନେଇ କୋଟି କୋଟି ଟଙ୍କାର ବେପାର କରିଥାନ୍ତି। କୋଲକାତା, ବିଷ୍ଣୁପୁର, ରଘୁନାଥପୁର, ହାଇଦ୍ରାବାଦ, ସୁରଟ, ବନାରସ, ଚେନ୍ନାଇ, ମୁମ୍ବାଇ, ନୂଆଦିଲ୍ଲୀ, ଲକ୍ଷ୍ନୌ ଆଦି ସ୍ଥାନକୁ ମଧ୍ୟ ସ୍ଥାନୀୟ ବେପାରୀଙ୍କ ଜରିଆରେ ଏଠାରୁ ଉତ୍ପାଦିତ ଟସର ସାମଗ୍ରୀ ପଠାଯାଏ। ମହାମାରୀ କରୋନା ପାଇଁ ଗତ ମାର୍ଚ୍ଚ ଶେଷ ସପ୍ତାହରୁ ଟସର ଲୁଗା ଅନ୍ୟତ୍ର ଯାଇପାରୁନାହିଁ । ପୂର୍ବରୁ ବୁଣାକାରମାନଙ୍କୁ ଟସର ସମେତ ଅନ୍ୟ କଞ୍ଚାମାଲ ଦିଆସରିଥିବାରୁ ସେମାନେ ବୁଣାବୁଣି କାମ ଜାରି ରଖିଛନ୍ତି। କିନ୍ତୁ ମାଲ ବିକ୍ରି ହେଉ ନ ଥିବାରୁ ସମିତି ଓ ମହାଜନମାନେ ବୁଣାକାରମାନଙ୍କୁ ନିୟମିତ ଅର୍ଥ ମଧ୍ୟ ଦେଇପାରୁ ନାହାନ୍ତି। ଏହାକୁ ନେଇ ବୁଣାକାର, ସମିତି ଓ ମହାଜନ ସମସ୍ତେ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ରହିଛନ୍ତି। ଗୋଦାମରେ କୋଟି କୋଟି ଟଙ୍କାର ଟସର ବସ୍ତ୍ର ବା ଲୁଗା ପଡ଼ି ରହିଛି। ଏହି କ୍ଷତି ପାଇଁ ବୁଣାକାର, ମହାଜନ ଓ ସମିତିମାନଙ୍କୁ ସରକାର ସହାୟତା ଯୋଗାଇ ଦିଅନ୍ତୁ ବୋଲି ସମିତିର ସମ୍ପାଦକ ତାପସ ଚାନ୍ଦ, ବରିଷ୍ଠ ବୁଣାକାର ସତ୍ୟନାରାୟଣ ଦାସ, ଚନ୍ଦନ ସାହୁ, ଗୋପାଳ ଦାସ, ଶଶାଙ୍କ ଦାସ ପ୍ରମୁଖ ଦାବି କରିଛନ୍ତି।
ବୁଣାକାର ସୁଶାନ୍ତ କୁମାର ପାଳଦି କହନ୍ତି, ବଂଶାନୁକ୍ରମରେ ଜେଜେବାପା, ବାପା ଏହି କାର୍ଯ୍ୟ କରିଆସୁଥିଲେ। ପରେ ଆମ୍ଭେ ଦୁଇଭାଇ ଏହି କାମ କରି ପରିବାର ଭରଣପୋଷଣ କରୁଛୁ। ଘରେ ୨ଟି ତନ୍ତ ରହିଛି। ପରିବାରର ସମସ୍ତେ ଟସର ସୂତା ବାହାର କରିବା କାର୍ଯ୍ୟ କରିଥାନ୍ତି। ମାସିକ ୧୫ରୁ ୧୬ହଜାର ଟଙ୍କା ଆୟ ହୋଇଥାଏ। ପୂର୍ବରୁ ପରିବାର ଭରଣପୋଷଣ ଠିକ୍‌ଠାକ୍‌ ଚାଲିଥିଲା। ମହାମାରୀ କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ରେ ଉତ୍ପାଦନ କରାଯାଇଥିବା ସାମଗ୍ରୀ ବିକ୍ରି ହୋଇପାରୁନାହିଁ । ଗତ ୪ମାସ ହେବ ୪୦ରୁ ୫୦ହଜାର ଟଙ୍କା ଭିତରେ ସାମଗ୍ରୀ ପଡ଼ି ରହିଛି। ଫଳରେ ଆର୍ଥିକ ଅନାଟନ ମଧ୍ୟରେ ସମୟ କଟୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri