ସ୍ବଚ୍ଛ ହେବ ବିନ୍ଦୁସାଗର

ଭୁବନେଶ୍ୱର, (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,୧୦।୧(ଡି.ଏନ୍‌.ଏ.): ସ୍ବଚ୍ଛ ହେବ ପବିତ୍ର ତୀର୍ଥ ପୁଷ୍କରିଣୀ ବିନ୍ଦୁସାଗରର ଜଳ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି କାର୍ଯ୍ୟକ୍ରମ ଅଧୀନ ଏକାମ୍ର ଯୋଜନାରେ ଶନିବାର ‘ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ’ର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିନ୍ଦୁସାଗର ତାଙ୍କ ପାଇଁ ସବୁବେଳେ ଏକ ବଡ଼ ଆକର୍ଷଣ ହୋଇରହିଛି। ଦେଶର ସବୁ ତୀର୍ଥ ଜଳ ବିନ୍ଦୁସାଗରରେ ଏକାଠି ହୋଇଛି। ଏହା ଜାତୀୟ ସଂହତି ଓ ଏକତାର ପ୍ରତୀକ। ପୁରୁଣା ଭୁବନେଶ୍ୱରର ଲୋକମାନଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନ ସହ ଏହାର ନିବିଡ ସମ୍ପର୍କ ରହିଛି। ଏହାକୁ ସ୍ବଚ୍ଛ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ବିଶୁଦ୍ଧ ଜଳ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ବାନ ହେବାକୁ ଯାଉଛି। ତେଣୁ ଏକାମ୍ର ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ତୀର୍ଥ ପୁଷ୍କରିଣୀର ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ସ୍ବଚ୍ଛ ଜଳ ହିଁ ସମୃଦ୍ଧ ଜୀବନ। ସମସ୍ତଙ୍କ ସହଯୋଗରେ ଏହି ରୂପାନ୍ତର(ଟ୍ରାନ୍ସଫରମେଶନ) ଲକ୍ଷ୍ୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ପାଇଁ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌), ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍ନୋଲୋଜି (ଆଇସିଟି)ର ସହଯୋଗ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ଐତିହ୍ୟର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନନ୍ଦେନ୍ଦ୍ର ମୋଦି ବଦ୍ଧପରିକର। ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହିତ ଜଡ଼ିତ ବିନ୍ଦୁସାଗରର ପବିତ୍ର ଜଳକୁ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ପ୍ରକଳ୍ପ ଲୋକାର୍ପିତ ହେବା ଓଡ଼ିଶାବାସୀଙ୍କ ପାଇଁ ଐତିହାସିକ କ୍ଷଣ। ଭାରତ ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ଖୁବ୍‌ଶୀଘ୍ର ବିନ୍ଦୁସାଗରର ଜଳ ପରିଷ୍କାର ହେବ। ଏକାମ୍ର ଯୋଜନା କାମକୁ ଆଗେଇ ନେବା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଓ ଭାରତ ସରକାର ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ। ଓଡ଼ିଆ ଜାତିର ଏ ମହାନ ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମସ୍ତେ ଏକାଠି କାମ କରିବାକୁ ପ୍ରଧାନ ଆହ୍ବାନ ଜଣାଇଛନ୍ତି।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ୫୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ବିନ୍ଦୁସାଗର ଜଳକୁ ସ୍ବଚ୍ଛ କରିବା ସହ ଦୟା ନଦୀରୁ ପାଣି ଆଣିବା ସକାଶେ ଓ୍ବାଟ୍‌କୋ ଜରିଆରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ଏଥିସହିତ ଗୋଦାବରୀ କୁଣ୍ଡ, କୋଟିତୀର୍ଥ, ଗଙ୍ଗାଯମୁନା, ଦେବୀ ପାଦହରା, ଗୋଡି ପୋଖରୀ, ପାପନାଶିନୀ ଏବଂ କେଦାରଗୌରୀ ଜଳାଶୟର ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ଅନୁଯାୟୀ କରାଯାଇଛି। ଏଥିସହିତ ବିନ୍ଦୁସାଗରରେ ଲେଜର ଶୋ, ଏକାମ୍ର ବନ ପ୍ରକଳ୍ପ ଏବଂ ଲିଙ୍ଗରାଜ ଐତିହ୍ୟ ହାଟ କାର୍ଯ୍ୟ ଚାଲୁ ରହିଛି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେପ ଉପରେ ବିଶଦ ଆଲୋଚନା କରିବା ସହ ତାଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଛନ୍ତି। ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସଂସ୍କୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ, ରାଜ୍ୟ ସଭା ସଦସ୍ୟ ରଘୁନାଥ ମହାପାତ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ଆଇଓସିଏଲ୍‌ର ଅଧ୍ୟକ୍ଷ ଏସ୍‌. ଏମ୍‌. ବୈଦ୍ୟ ଏବଂ ଆଇସିଟି ମୁମ୍ବାଇର କୁଳପତି ଅନିରୁଦ୍ଧ ବାଲିଚନ୍ଦ୍ର ପଣ୍ଡିତ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମ ପାଇଁ ଆଇସିଟି ଏବଂ ଆଇଓସିଏଲ୍‌ ସହିତ ରାଜ୍ୟ ସରକାର ୨୦୨୦ରେ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ। ଆଇସିଟି, ଆଇଓସିଏଲ୍‌ ଏବଂ ଓଡ଼ିଶା ବ୍ରିଜ୍‌ କନଷ୍ଟ୍ରକଶନ କର୍ପୋରେଶନ(ଓବିସିସି)ର ମିଳିତ ଉଦ୍ୟମରେ ବିନ୍ଦୁସାଗର ପୁନରୁଦ୍ଧାର କାମ କରାଯିବ। ଏହି ଅନୁଷ୍ଠାନର ତତ୍ତ୍ୱାବଧାନରେ ବୈଷୟିକ ଜ୍ଞାନକୌଶଳରେ ବିନ୍ଦୁସାଗରରେ ବିଶେଷ ଯନ୍ତ୍ରପାତି ଲାଗିବ। ଏଚ୍‌ଡିସି ରିଆକ୍ଟର ସହ ୪ଟି ପମ୍ପିଂ ସିଷ୍ଟମ୍‌ ଚତୁର୍ଦ୍ଦିଗରେ ଅବସ୍ଥାପିତ ହେବା ସହିତ ଖୁବ୍‌ଶୀଘ୍ର ବିନ୍ଦୁସାଗର ଜଳ ନିର୍ମଳ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri