ଜଳ ପାଲଟିଛି ଜହର

ଖୋର୍ଦ୍ଧା ଅଫିସ,୨।୮: କୁହାଯାଏ ଜଳ ହିଁ ଜୀବନ। ଦୈନନ୍ଦିନ ଜୀବନରେ ଜଳର ଅତି ଆବଶ୍ୟକତା ରହିଛି। ଜଳ ବିନା ଜୀବଜଗତ ବଞ୍ଚିବା କଷ୍ଟକର। ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବୋରିକ ନୂଆଗାଁରେ ଜଳ ପାଲଟିଛି ଜହର। ଏହି ଗ୍ରାମରେ ସ୍ବଜଳ ଧାରା ଯୋଜନାରେ ବିଶୁଦ୍ଧ ଜଳ ଯୋଗାଣ କାର୍ଯ୍ୟ ଅଧାପନ୍ତରିଆ ଥିବାରୁ ଲୋକେ ବାଧ୍ୟହୋଇ ଦୂଷିତ ପାଣି ପିଉଛନ୍ତି। ଫଳରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏପରି କି ଗତ କିଛି ବର୍ଷ ମଧ୍ୟରେ କିଡ୍‌ନୀ ରୋଗରେ ୧୨ ଜଣଙ୍କ ଜୀବନ ଗଲାଣି। ଏହାକୁ ନେଇ ଗ୍ରାମବାସୀ ଚିନ୍ତାରେ ଥିବାବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଚୁପ୍‌ ବସିଛି।
ନୂଆଗାଁରେ ୮୦ ପରିବାର ବସବାସ କରୁଛନ୍ତି। ଜନସଂଖ୍ୟା ପ୍ରାୟ ୩୦୦ରୁ ଊଦ୍ଧର୍‌ବ। ଗ୍ରାମରେ ୪ଟି ନଳକୂପ ଥିବାବେଳେ ସେଥିରୁ ଦୁଇଟି ଅଚଳ ହୋଇପଡ଼ିଛି। ଅନ୍ୟ ଦୁଇଟି ନଳକୂପର ପାଣି ବ୍ୟବହାର ଉପଯୋଗୀ ନୁହେଁ। ଗତ କିଛିବର୍ଷ ତଳେ ନଳକୂପ ସହ ଦୁଇଟି ଫିଲ୍ଟର ସଂଯୋଗ କରାଯାଇଥିଲା। ତେବେ ଫିଲ୍‌ଟର ଅଚଳ ହୋଇପଡ଼ିଛି। ଏହି ଗ୍ରାମରେ ସ୍ବଜଳ ଧାରା ଯୋଜନାରେ ସ୍ବଚ୍ଛ ଜଳ ଯୋଗାଣ ପାଇଁ କିଛି ବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ତାହା ଶେଷ ହୋଇପାରିନାହିଁ। କେବଳ ପାଇପ୍‌ ଲାଇନ ବିଛାଯାଇ ଟ୍ୟାପ ସଂଯୋଗରେ କାର୍ଯ୍ୟ ସୀମିତ ରହିଛି। ଫଳରେ ଗ୍ରାମବାସୀ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମର ଶ୍ରୀବତ୍ସ ବେହେରା କହିଛନ୍ତି, ଏଠାରେ ଜଳ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଛି। ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ନିରାଶ ହେବାକୁ ପଡ଼ିଛି। ନଳକୂପ ଜଳ ବ୍ୟବହାର ଅନୁପଯୋଗୀ ହୋଇଥିଲେ ମଧ୍ୟ ବ୍ୟବହାର କରିବାକୁ ବାଧ୍ୟ ହେଉଛୁ। ଫଳରେ ଅନେକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗତ କିଛିବର୍ଷ ମଧ୍ୟରେ ପ୍ରାୟ ୧୨ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାସତ୍ତ୍ୱେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ସେହିପରି କିଡ୍‌ନୀ ରୋଗରେ ଆକ୍ରାନ୍ତ ଜଣେ ବ୍ୟକ୍ତି କହିଛନ୍ତି, ମୁଁ କିଛିଦିନ ତଳେ ଅସୁସ୍ଥ ଅନୁଭବ କଲି। ଚଲାବୁଲା କରିପାରିଲି ନାହିଁ। ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଗଲି। ମୁଁ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ସେଠାରେ ଜାଣିବାକୁ ପାଇଲି। ଦୂଷିତ ପାଣି ପିଇବା କାରଣରୁ ଏହା ହୋଇଥିବା ଡାକ୍ତର କହିଥିଲେ। ଔଷଧ ବାବଦକୁ ୧୦ରୁ ୧୫ହଜାର ଟଙ୍କା ଖର୍ଚ୍ଚ ହେଲାଣି। ବିଶୁଦ୍ଧ ପାଣି ପାଇଁ ଗ୍ରାମରେ ବ୍ୟବସ୍ଥା ନ ଥିବାରୁ ବାଧ୍ୟହୋଇ ସେହି ପୁରୁଣା ନଳକୂପ ପାଣି ବ୍ୟବହାର କରୁଛି। ମୋ ଭଳି ଆହୁରି ୪ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଜଣେ ଗ୍ରାମବାସୀ କହିଛନ୍ତି, ବ୍ଲକ ପ୍ରଶାସନଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଜଣାଇ ବି ସୁଫଳ ମିଳିନାହିଁ। ସ୍ବଜଳଧାରା ଯୋଜନାରେ ପାନୀୟଜଳ ଯୋଗାଣ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି। ତାହା କାର୍ଯ୍ୟକ୍ଷମ ହେଲେ ଗ୍ରାମବାସୀ ସ୍ବଚ୍ଛ ଜଳ ପାଇପାରନ୍ତେ। ସରକାର ଏଥିପ୍ରତି ଦୃଷ୍ଟି ଦେବା ଦେବା ଜରୁରୀ। ପ୍ରଶାସନର ଆନ୍ତରିକତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ଗ୍ରାମର ଲୋକେ ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଅନ୍ୟପକ୍ଷରେ ବୋଲଗଡ଼ ବିଡିଓ ଧୋବେଇ ନାୟକ କହିଛନ୍ତି, ସେ ନିଜେ ଏହି ଘଟଣାର ଅନୁଧ୍ୟାନ କରିବେ। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ବୋରିକନୂଆଗାଁରେ ଜଳର ମାନ ପରୀକ୍ଷଣ କରାଯିବ। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫୁଲିଲାଣି ସୁବର୍ଣ୍ଣରେଖା

ବାଲିଆପାଳ, ୩।୧୦: ଚାଷ ଜମିରୁ ବନ୍ୟାଜଳ ଛାଡ଼ିବା ୩ଦିନ ନ ପୁରୁଣୁ ଶୁକ୍ରବାରଠାରୁ ପୁଣି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର...

କୋଭିଡ୍‌-୧୯ ନିୟମ ଉଲ୍ଲଂଘନ: ୨ ଦୋକାନ ସିଲ

ଖୋର୍ଦ୍ଧା ଅଫିସ,୧୧ା୬ : ସାମାଜିକ ଦୂରତ୍ୱ ଏବଂ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଥିବାରୁ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସହରର ଦୁଇ ଶାଢୀ ଦୋକାନକୁ...

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା, ଭୋର୍‌ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି

ପୁରୀ ଅଫିସ,୧୩।୬: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା। ଗତ ୨ ବର୍ଷ ପରେ ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବା ପାଇଁ...

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୧୮।୪ – ଶୁକ୍ରବାର ଥିଲା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ। କରୋନା କଟକଣା ପାଇଁ ଅନୁଗୋଳ ବିଜେଡି ପକ୍ଷରୁ ଏହାକୁ ପାଳନ...

ଷ୍ଟାମ୍ପ କାଳିରୁ ସଂକ୍ରମଣ

ଢେଙ୍କାନାଳ ଅଫିସ, ୬ା୮ ବିମାନ ବନ୍ଦରର ଷ୍ଟାମ୍ପ କାଳି ପାଇଁ ହାତରେ ସୃଷ୍ଟି ହୋଇଛି ଗୁରୁତର ସଂକ୍ରମଣ। ଏପରି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ କାଲ୍‌ଟ୍ୟାକ୍ସ ଅଞ୍ଚଳର...

ନିଜାମୁଦିନ ଧାର୍ମିକ ସଭାରୁ ଜଗତସିଂହପୁର ଫେରିଥିବା ସନ୍ଦେହ: ଜିଲାବାସୀଙ୍କ ମନରେ ବଢୁଛି ଶଙ୍କା

ଜଗତସିଂହପୁର ଅଫିସ, ୪।୪: ଦିଲ୍ଲୀ ନିଜାମୁଦିନ ତବଲିଗ ଜମାତରେ ମାର୍ଚ୍ଚ ମଧ୍ୟଭାଗରେ ବହୁ ମୁସଲିମ ସମ୍ପ୍ରଦାୟ ଏକତ୍ରିତ ହେବାପରେ ସେଠାରୁ କରୋନା ସଂକ୍ରମଣ ବଢିଥିବା ଜଣାପଡିଛି।...

୩୧ ଯାଏ ୪ ଜିଲା, ରାଉରକେଲାରେ କୋର୍ଟ ବନ୍ଦ

କଟକ ଅଫିସ,୧୮ା୭-ରାଜ୍ୟର ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ପରି ୪ଟି ଜିଲା ଓ ରାଉରକେଲା ପୌରାଞ୍ଚଳକୁ ସରକାର ହଟ୍‌ସ୍ପଟ୍‌ ଭାବେ ଘୋଷଣା କରିଛନ୍ତି। ଏଠାରେ ଜୁଲାଇ...

ଦେବଗିରି ଜଳକୁଣ୍ଡରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ରାୟଗଡ଼ା,୨୬।୩(ସ୍ବ.ପ୍ର.): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ମହକୁମାସ୍ଥିତ ଐତିହାସିକ ଶୈବପୀଠ ଦେବଗିରି ପାହାଡ଼ରୁ ପୋଲିସ ରବିବାର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତା ଛାତ୍ରୀ...

Advertisement
Archives

Model This Week