ଜଳ ପାଲଟିଛି ଜହର

ଖୋର୍ଦ୍ଧା ଅଫିସ,୨।୮: କୁହାଯାଏ ଜଳ ହିଁ ଜୀବନ। ଦୈନନ୍ଦିନ ଜୀବନରେ ଜଳର ଅତି ଆବଶ୍ୟକତା ରହିଛି। ଜଳ ବିନା ଜୀବଜଗତ ବଞ୍ଚିବା କଷ୍ଟକର। ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବୋରିକ ନୂଆଗାଁରେ ଜଳ ପାଲଟିଛି ଜହର। ଏହି ଗ୍ରାମରେ ସ୍ବଜଳ ଧାରା ଯୋଜନାରେ ବିଶୁଦ୍ଧ ଜଳ ଯୋଗାଣ କାର୍ଯ୍ୟ ଅଧାପନ୍ତରିଆ ଥିବାରୁ ଲୋକେ ବାଧ୍ୟହୋଇ ଦୂଷିତ ପାଣି ପିଉଛନ୍ତି। ଫଳରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏପରି କି ଗତ କିଛି ବର୍ଷ ମଧ୍ୟରେ କିଡ୍‌ନୀ ରୋଗରେ ୧୨ ଜଣଙ୍କ ଜୀବନ ଗଲାଣି। ଏହାକୁ ନେଇ ଗ୍ରାମବାସୀ ଚିନ୍ତାରେ ଥିବାବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଚୁପ୍‌ ବସିଛି।
ନୂଆଗାଁରେ ୮୦ ପରିବାର ବସବାସ କରୁଛନ୍ତି। ଜନସଂଖ୍ୟା ପ୍ରାୟ ୩୦୦ରୁ ଊଦ୍ଧର୍‌ବ। ଗ୍ରାମରେ ୪ଟି ନଳକୂପ ଥିବାବେଳେ ସେଥିରୁ ଦୁଇଟି ଅଚଳ ହୋଇପଡ଼ିଛି। ଅନ୍ୟ ଦୁଇଟି ନଳକୂପର ପାଣି ବ୍ୟବହାର ଉପଯୋଗୀ ନୁହେଁ। ଗତ କିଛିବର୍ଷ ତଳେ ନଳକୂପ ସହ ଦୁଇଟି ଫିଲ୍ଟର ସଂଯୋଗ କରାଯାଇଥିଲା। ତେବେ ଫିଲ୍‌ଟର ଅଚଳ ହୋଇପଡ଼ିଛି। ଏହି ଗ୍ରାମରେ ସ୍ବଜଳ ଧାରା ଯୋଜନାରେ ସ୍ବଚ୍ଛ ଜଳ ଯୋଗାଣ ପାଇଁ କିଛି ବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ତାହା ଶେଷ ହୋଇପାରିନାହିଁ। କେବଳ ପାଇପ୍‌ ଲାଇନ ବିଛାଯାଇ ଟ୍ୟାପ ସଂଯୋଗରେ କାର୍ଯ୍ୟ ସୀମିତ ରହିଛି। ଫଳରେ ଗ୍ରାମବାସୀ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମର ଶ୍ରୀବତ୍ସ ବେହେରା କହିଛନ୍ତି, ଏଠାରେ ଜଳ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଛି। ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ନିରାଶ ହେବାକୁ ପଡ଼ିଛି। ନଳକୂପ ଜଳ ବ୍ୟବହାର ଅନୁପଯୋଗୀ ହୋଇଥିଲେ ମଧ୍ୟ ବ୍ୟବହାର କରିବାକୁ ବାଧ୍ୟ ହେଉଛୁ। ଫଳରେ ଅନେକ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗତ କିଛିବର୍ଷ ମଧ୍ୟରେ ପ୍ରାୟ ୧୨ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାସତ୍ତ୍ୱେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ସେହିପରି କିଡ୍‌ନୀ ରୋଗରେ ଆକ୍ରାନ୍ତ ଜଣେ ବ୍ୟକ୍ତି କହିଛନ୍ତି, ମୁଁ କିଛିଦିନ ତଳେ ଅସୁସ୍ଥ ଅନୁଭବ କଲି। ଚଲାବୁଲା କରିପାରିଲି ନାହିଁ। ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଗଲି। ମୁଁ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ସେଠାରେ ଜାଣିବାକୁ ପାଇଲି। ଦୂଷିତ ପାଣି ପିଇବା କାରଣରୁ ଏହା ହୋଇଥିବା ଡାକ୍ତର କହିଥିଲେ। ଔଷଧ ବାବଦକୁ ୧୦ରୁ ୧୫ହଜାର ଟଙ୍କା ଖର୍ଚ୍ଚ ହେଲାଣି। ବିଶୁଦ୍ଧ ପାଣି ପାଇଁ ଗ୍ରାମରେ ବ୍ୟବସ୍ଥା ନ ଥିବାରୁ ବାଧ୍ୟହୋଇ ସେହି ପୁରୁଣା ନଳକୂପ ପାଣି ବ୍ୟବହାର କରୁଛି। ମୋ ଭଳି ଆହୁରି ୪ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଜଣେ ଗ୍ରାମବାସୀ କହିଛନ୍ତି, ବ୍ଲକ ପ୍ରଶାସନଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଜଣାଇ ବି ସୁଫଳ ମିଳିନାହିଁ। ସ୍ବଜଳଧାରା ଯୋଜନାରେ ପାନୀୟଜଳ ଯୋଗାଣ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି। ତାହା କାର୍ଯ୍ୟକ୍ଷମ ହେଲେ ଗ୍ରାମବାସୀ ସ୍ବଚ୍ଛ ଜଳ ପାଇପାରନ୍ତେ। ସରକାର ଏଥିପ୍ରତି ଦୃଷ୍ଟି ଦେବା ଦେବା ଜରୁରୀ। ପ୍ରଶାସନର ଆନ୍ତରିକତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ଗ୍ରାମର ଲୋକେ ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଅନ୍ୟପକ୍ଷରେ ବୋଲଗଡ଼ ବିଡିଓ ଧୋବେଇ ନାୟକ କହିଛନ୍ତି, ସେ ନିଜେ ଏହି ଘଟଣାର ଅନୁଧ୍ୟାନ କରିବେ। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ବୋରିକନୂଆଗାଁରେ ଜଳର ମାନ ପରୀକ୍ଷଣ କରାଯିବ। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri