Posted inଫୁରସତ

ବିବାହ କରିନାହାନ୍ତି କି ଗର୍ଭବତୀ ନାହାନ୍ତି ଏହି ଯୁବତୀ, ମାତ୍ର ପିଲାଙ୍କ ଡ୍ରେସ୍‌ରେ ଭର୍ତ୍ତି କରିଛନ୍ତି ଆଲମାରି

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କର ନିଜସ୍ବ ସଉକ୍‌ ମଧ୍ୟ ଅଲଗା ଅଲଗା। କିଛି ଲୋକ ରାଜକୀୟ ଢଙ୍ଗରେ ଜୀବନ ବିତାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ନିଜ ଜୀବନକୁ ଅଶୁଭ ଭାବରେ ବିବେଚନା କରି ବଞ୍ଚିଥାନ୍ତି। ଆଜି ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବୁ ଯିଏ କି ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ତାଙ୍କ ଜୀବନରେ ସେଗୁଡ଼ିକ ଆବଶ୍ୟକ ହିଁ ନାହିଁ।

ସାଧାରଣତଃ ମହିଳାମାନେ ଗର୍ଭାବସ୍ଥାରେ ନିଜ ପିଲାମାନଙ୍କ ପାଇଁ ସୁନ୍ଦର ପୋଷାକ କିଣିବା ଏବଂ ରଖିବା ଆରମ୍ଭ କରନ୍ତି। ଯଦିଓ ଜଣେ ଯୁବତୀ ଅଛନ୍ତି, ଯାହାଙ୍କର ଏପରି କୌଣସି ଯୋଜନା ନାହିଁ, ତଥାପି ତାଙ୍କ ଆଲମିରା ପିଲାମାନଙ୍କ ଡ୍ରେସ୍‌ରେ ଭରିରହିଛି। ତାଙ୍କ ପାଖରେ ହାତ ବୁଣା ସ୍ବେଟର, ରୋମ୍ପର୍‌, ଏକିଜ୍‌ ଏବଂ ପ୍ରିଣ୍ଟ ହୋଇଥିବା ଟି-ଶର୍ଟ ଏବଂ ବଟମ୍‌ ଭରପୂର ରହିଛି। କିନ୍ତୁ ତାଙ୍କ ଜୀବନରେ ପିନ୍ଧିବାକୁ କେହି ନାହାନ୍ତି।

She has been thrifting for her 'future kids' despite not having any idea of when she'll have them

ଏକ ରିପୋର୍ଟ ଅନୁଯାୟୀ, କେଟି ଉଡ୍‌ ନାମକ ୩୨ ବର୍ଷୀୟା ଯୁବତୀ ପିଲାମାନଙ୍କ ଡ୍ରେସ୍‌ରେ ପୂର୍ଣ୍ଣ ଏକ ଆଲମାରି ରଖିଛନ୍ତି। କୌତୂହଳର ବିଷୟ କେଟି ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି କି ତାଙ୍କର କୌଣସି ସନ୍ତାନ ମଧ୍ୟ ନାହାନ୍ତି। ଏହା ସତ୍ତ୍ୱେ ସେ ପିଲାମାନଙ୍କ ଡ୍ରେସ୍‌ କିଣି ଆଲମାରିରେ ସାଇତି ରଖିଛନ୍ତି।

ବର୍ତ୍ତମାନ ତାଙ୍କ ପାଖରେ ୨୦ରୁ ଅଧିକ ହଳ ପିଲା ଡ୍ରେସ୍‌ ଏବଂ ଜୋତା ରହିଛି। ସେ ସେଗୁଡ଼ିକୁ ଆଲମାରିରେ ସାଇତି ରଖନ୍ତି ଏବଂ ବର୍ଷକୁ ଥରେ ଧୋଇ ଦିଅନ୍ତି। ତେବେ କିଟି ଏହା ମଧ୍ୟ କହିଛନ୍ତି ଯେ, ଆସନ୍ତା ୮ ବର୍ଷ ପର୍ଯ୍ୟନ୍ତ ତାଙ୍କର ସନ୍ତାନ ମଧ୍ୟ ହୋଇପାରିବ ନାହିଁ। ସେପର୍ଯ୍ୟନ୍ତ ଏହି ଜିନିଷଗୁଡ଼ିକୁ ସେ ସୁରକ୍ଷିତ ରଖିବେ। ଯାହା ଦ୍ୱାରା ସେ ଟଙ୍କା ସଞ୍ଚୟ କରିପାରିବେ। କିଟି କହିଛନ୍ତି, ବର୍ତ୍ତମାନ ତାଙ୍କର କୌଣସି ପାର୍ଟନର ବି ନାହାନ୍ତି। ଯଦି ବି ଜୀବନରେ କେହି ଆସନ୍ତି ତେବେ ସେ ସମସ୍ତଙ୍କୁ ଏ ବିଷୟରେ ଜଣାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?