ଗଢ଼ା ମଜୁରୀ ଉଠୁନି

କେନ୍ଦୁଝର, ୩।୧୧(ସ୍ବ.ପ୍ର.)-କରୋନା ମହାମାରୀ ଯୋଗୁ ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ା ବିଶେଷ କରି ପାର୍ବଣ ଋତୁରେ କାରିଗରମାନେ ମୂର୍ତ୍ତି ଗଢି ଯାହା ରୋଜଗାର କରନ୍ତି ସେଥିରେ ବର୍ଷ ତମାମ ପରିବାର ଚଳାଇଥାନ୍ତି। ତେବେ ଚଳିତବର୍ଷ ରୋଜଗାର ଉପରେ କରୋନା ଛାଟ ସାଙ୍ଗକୁ ମହଙ୍ଗା ଦରଦାମ ସେମାନଙ୍କ ଜୀବନଜୀବିକାକୁ ବିପନ୍ନ କରିଦେଇଛି ା ଏଭଳି ଜଣେ କ୍ଷତିଗ୍ରସ୍ତ ହୋଇଥିବା ଯୁବ କାରିଗର ହେଲେ ମନୋଜ କୁମାର ସ୍ବାଇଁ ା ତାଙ୍କ ଘର ସଦର ବ୍ଲକ ମୁକୁନା ଗ୍ରାମରେ। କେନ୍ଦୁଝର ସହର କଲେଜରୋଡରେ ମୂର୍ତ୍ତି ଗଢିବା ପାଇଁ ଦୀର୍ଘବର୍ଷ ହେଲା ବର୍ଷକୁ ୨୫ ହଜାର ଟଙ୍କା ଭଡ଼ାରେ ଏକ ଘର ନେଇ ଏହି ମୂର୍ତ୍ତି ଗଢିବା କାମ କରିଆସୁ ଥିବା ସେ କହିଛନ୍ତି।
କାଠ ମେଢ଼ରେ କୁଟା ଓ ମାଟି କାଦୁଅରେ ମୂର୍ତ୍ତି ଗଢ଼ନ୍ତି। ଚଳିତ ବର୍ଷ ମାତ୍ର ୧୨ଟି ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି। ପୂର୍ବ ବର୍ଷ ପାଖାପାଖି ୬୦ରୁ ଅଧିକ ମୂର୍ତ୍ତି ନିର୍ମାଣ କରି ବିକିଥିଲେ। କଟକଣା ଯୋଗୁ ମୂର୍ତ୍ତିର ଉଚ୍ଚତା କମିଲା। ଏଣୁ ଅଧିକ ମୂର୍ତ୍ତି ବିକ୍ରି ହେଉନାହିଁ କିମ୍ବା ସେହିଭଳି ମୂଲ୍ୟ ମିଳୁନାହିଁ। ସବୁ ପୂଜାରେ ମାନ୍ଦାବସ୍ଥା। ଏଣୁ ଗଢ଼ା ମଜୁରି ମଧ୍ୟ ଉଠୁନାହିଁ। ଦୀର୍ଘ ୧୦ ବର୍ଷ ହେଲା ଏହି ମୂର୍ତ୍ତି ଗଢ଼ିବା କାମରେ ନିୟୋଜିତ ମନୋଜ ା ଏଥିରୁ ଯାହା ରୋଜଗାର ହୁଏ ସେଥିରେ ସଂସାର ଚଳେ। ଯୁକ୍ତ ଦୁଇ ପାଠ ପଡ଼ିବା ପରେ କିଏ ଶିକ୍ଷକ ହେବ ତ କିଏ ଡାକ୍ତର ହେବ ବା ଇଞ୍ଜିନିୟର ଏଭଳି ଆଶା ରଖିଥିବା ବେଳେ କଳାପ୍ରତି ପିଲାଦିନରୁ ରହିଆସିଥିବା ଦୁର୍ବଳତାରୁ ମୂର୍ତ୍ତିକାର ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ା ତାଙ୍କର କେହି ଗୁରୁ ନାହାନ୍ତି। ପିଲାଦିନରୁ ମାଟି ଓ ରଙ୍ଗ ତୂଳୀ ଧରି ନିଜେ ଶିଖିଥିବା କୁହନ୍ତି ା
ଛାଞ୍ଚ ମୂର୍ତ୍ତି ସେ କରନ୍ତି ନାହିଁ ା ଚଳିତ ବର୍ଷ ୧୫ ଶହରୁ ୧୫ ହଜାର ଟଙ୍କାରେ ମୂର୍ତ୍ତି ନିର୍ମାଣ କରିଥିବା କୁହନ୍ତି ା ଆଗରୁ ଦୁଇ/ତିନି ଗୁଣାରେ ବିକ୍ରି କରୁଥିଲି। କଳାର ମୂଲ୍ୟ କେହି ଦେଇ ପାରିବେ ନାହିଁ। ପରିଶ୍ରମ ଓ ଖର୍ଚ୍ଚକୁ ହିସାବ କଲେ ସେଭଳି ଲାଭ ମିଳେ ନାହିଁ କିନ୍ତୁ କଳା ପ୍ରତି ଦୁର୍ବଳତା ପାଇଁ କାମ କରିବାକୁ ଖୁସି ଲାଗେ ବୋଲି ମନୋଜ କହିଛନ୍ତି। ବର୍ଷର ଅନ୍ୟ ସମୟରେ ଗାଁରେ ଗ୍ରସୋରି ଦୋକାନ କରି ରୋଜଗାର କରିଥାଏ। ତାଙ୍କ ଅନୁପସ୍ଥିତିରେ ତାଙ୍କ ମା’ ଏହି ଦୋକାନ ଚଳାନ୍ତି। ଘରେ ତାଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri