୧୦ ଡାକ୍ତରଙ୍କ ସ୍ବେଚ୍ଛାକୃତ ଅବସର ଆବେଦନ ଖାରଜ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜ୍ୟର ୧୦ଜଣ ଡାକ୍ତରଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଆବେଦନକାରୀ ଡାକ୍ତରମାନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି। ରାଜ୍ୟରେ ଡାକ୍ତର ଅଭାବ ଥିବା ଦର୍ଶାଇ ସରକାର ଏସବୁ ଆବେଦନକୁ ଆଗ୍ରାହ୍ୟ କରିଦେବା ସହ ପୂର୍ବ ଭଳି ସେବା କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ଡାକ୍ତର ହେଲେ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟର ସିନିୟର ମେଡିକାଲ ଅଫିସର ଡା. ମନୋଜ କୁମାର ଅଗ୍ରୱାଲ, ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲର ମେଡିସିନ ବିଭାଗର ଡା. ପ୍ରଦୀପ କୁମାର ରଥ, ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଡା. ସୁକାନ୍ତ ପାଣିଗ୍ରାହୀ, କଳାହାଣ୍ଡି ଧର୍ମଗଡ଼ ସବଡିଭିଜିନାଲ ମେଡିକାଲର ଡା. ଅଶୋକ କୁମାର ପୁରୋହିତ, ପୁରୀ ଜିଲା ମୁଖ୍ୟ ହସ୍ପିଟାଲର ଜିଡିଏମ୍‌ଓ ଡା. କୁଳମଣି ବରାଳ, ନୟାଗଡ଼ ଜିଲା ଚାନ୍ଦପୁରସ୍ଥିତ ବିଏମ୍‌ ଜେନେରାଲ ହସ୍ପିଟାଲର ଡା. ପ୍ରଭାତ କୁମାର ସାହୁ, ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଡା. ସୁଚିତ୍ରା ସାହୁ, ବାରିପଦା ଜିଲା ମୁଖ୍ୟ ଚିକିତ୍ସାଳୟର ଡା. ଉମାରାଣୀ ଆଚାର୍ଯ୍ୟ, ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଡା. ସେବକ ମେହେର ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଡା. ଜଗନ୍ନାଥ ପହି। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୮୭୧୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ଏଥିରୁ ୧୬୯୫ଟି ଏଲୋପାଥିକ ଡାକ୍ତର ପଦବୀ ଖାଲି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶୁପକ୍ଷୀଙ୍କ ମା’ ସେହେଗାଲ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ମା’ର ସ୍ନେହ, ପ୍ରେମ, ଭଲପାଇବାର ତୁଳନା ନାହିଁ। ତା’ ଭଲପାଇବା କେମିତି ବି, କାହା ପାଇଁ ହୋଇଥାଏ। ଏମିତି ଜଣେ ନିଆରା ମା’ ଅଛନ୍ତି,...

ନଦୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଭଳି ସ୍ଥିତିରେ ଜଳର ଘୋର ଅଭାବ ମଧ୍ୟ ଦେଖାଦେଇଛି। ସାଧାରଣ ଲୋକ ପିଇବା ପାଣି ମୁନ୍ଦାଏ...

ରାଜ୍ୟରେ ୨ ହଜାର ତଳେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୧,୯୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୭...

ଉଜୁଡୁଛି ଜଙ୍ଗଲ ଜମି

ସଦାଶିବ ପ୍ରହରାଜ ନବରଙ୍ଗପୁର,୨୬୧୧(ବି.ପ୍ର.): ନବରଙ୍ଗପୁର ଜିଲାରେ ଉଜୁଡ଼ିଯାଇଛି ୧୭ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜଙ୍ଗଲ। ଏହାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଜଙ୍ଗଲ ଜମିରେ ବେଆଇନ...

ଫେରୁଥିବା ରାଜ୍ୟରୁ ଅନୁମତି ଆଣିବା ବାଧ୍ୟତାମୂଳକ

ଭୁବନେଶ୍ୱର,୫ା୫(ବ୍ୟୁରୋ): ଯେଉଁ ରାଜ୍ୟରୁ ଲୋକମାନେ ଓଡ଼ିଶାକୁ ଫେରୁଛନ୍ତି ସେଠାରୁ ସେମାନେ ଅନୁମତିପତ୍ର ଆଣିବା ସହିତ ଯାନବାହନର ସମ୍ପୂର୍ଣ୍ଣ ବିବରଣୀ ରାଜ୍ୟ ସରକାରଙ୍କ କୋଭିଡ୍‌ ପୋର୍ଟାଲରେ ପଞ୍ଜୀକରଣ...

ଗ୍ରାହକଙ୍କୁ ମାଡ଼ ମାରି ଢାବା ମାଲିକ ଗିରଫ

ବାସୁଦେବପୁର,୧୬।୧୦ (ଡି.ଏନ.ଏ.): ଗ୍ରାହକଙ୍କୁ ମାଡ଼ ମାରିବା ଅଭିଯୋଗରେ ବାସୁଦେବପୁର-ଧାମରା ରାସ୍ତାର ନଳବାଙ୍କଠାରେ ଥିବା ଏକ ଢାବାର ମାଲିକ ଚିନ୍ମୟ ଭୋଇଙ୍କୁ ନାୟକାଣିଡିହୀ ଥାନା ପୋଲିସ ବୁଧବାର...

ଅକ୍ଟୋବର ୩୧ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାର

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଚଳିବ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶା ସଚିବାଳୟ ସେବା ସଂଘ(ଓସା) ନିର୍ବାଚନ ପ୍ରକ୍ରିୟା ସମାପ୍ତ କରାଯାଉ। ଏହି ପ୍ରକ୍ରିୟା ଆରମ୍ଭ ସମ୍ପର୍କିତ ଏବ...

ଯୋଜନାବଦ୍ଧ ପିଲାଚୋରି

କଟକ ଅଫିସ,୨୮।୯: ପିଲା ଚୋରିକୁ ନେଇ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବିଶ୍ୱସ୍ତରୀୟ ହେବାକୁ ଯାଉଥିବା କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ। ସୋମବାର...

Advertisement
Archives

Model This Week