୧୦ ଡାକ୍ତରଙ୍କ ସ୍ବେଚ୍ଛାକୃତ ଅବସର ଆବେଦନ ଖାରଜ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜ୍ୟର ୧୦ଜଣ ଡାକ୍ତରଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଆବେଦନକାରୀ ଡାକ୍ତରମାନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି। ରାଜ୍ୟରେ ଡାକ୍ତର ଅଭାବ ଥିବା ଦର୍ଶାଇ ସରକାର ଏସବୁ ଆବେଦନକୁ ଆଗ୍ରାହ୍ୟ କରିଦେବା ସହ ପୂର୍ବ ଭଳି ସେବା କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ଡାକ୍ତର ହେଲେ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟର ସିନିୟର ମେଡିକାଲ ଅଫିସର ଡା. ମନୋଜ କୁମାର ଅଗ୍ରୱାଲ, ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲର ମେଡିସିନ ବିଭାଗର ଡା. ପ୍ରଦୀପ କୁମାର ରଥ, ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଡା. ସୁକାନ୍ତ ପାଣିଗ୍ରାହୀ, କଳାହାଣ୍ଡି ଧର୍ମଗଡ଼ ସବଡିଭିଜିନାଲ ମେଡିକାଲର ଡା. ଅଶୋକ କୁମାର ପୁରୋହିତ, ପୁରୀ ଜିଲା ମୁଖ୍ୟ ହସ୍ପିଟାଲର ଜିଡିଏମ୍‌ଓ ଡା. କୁଳମଣି ବରାଳ, ନୟାଗଡ଼ ଜିଲା ଚାନ୍ଦପୁରସ୍ଥିତ ବିଏମ୍‌ ଜେନେରାଲ ହସ୍ପିଟାଲର ଡା. ପ୍ରଭାତ କୁମାର ସାହୁ, ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଡା. ସୁଚିତ୍ରା ସାହୁ, ବାରିପଦା ଜିଲା ମୁଖ୍ୟ ଚିକିତ୍ସାଳୟର ଡା. ଉମାରାଣୀ ଆଚାର୍ଯ୍ୟ, ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଡା. ସେବକ ମେହେର ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଡା. ଜଗନ୍ନାଥ ପହି। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୮୭୧୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ଏଥିରୁ ୧୬୯୫ଟି ଏଲୋପାଥିକ ଡାକ୍ତର ପଦବୀ ଖାଲି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

ଇଚ୍ଛାମୃତ୍ୟୁ ଆବେଦନ ପରେ ଚେତିଲା ପ୍ରଶାସନ: ଯୁବଚାଷୀ ଗୋପାଳକୃଷ୍ଣଙ୍କ ପରିବାରକୁ ୨୦ ହଜାର ଟଙ୍କାର ଚିକିତ୍ସା ସହାୟତା

ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରି ଟୋକନ ପାଇବାରୁ ବଞ୍ଚିତ ହେବା ପରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଯୁବଚାଷୀ ଗୋପାଳକୃଷ୍ଣ ସାହୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ…

ମେଡିକାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ

ମାଲକାନଗିରି,୨୫।୬(ଦୁର୍ଯ୍ୟୋଧନ ପାତ୍ର): ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ମେଡିକାଲ ଚେକ୍‌ଅପ୍‌ ପାଇଁ ନେଉଥିବା ବେଳେ ଚିକିତ୍ସାଳୟ ନିକଟରୁ ସେ…

Ketan Murder Case:ପିତାଙ୍କ ଗୁହାରି, କହିଲେ ଝିଅକୁ ଦିଆଯାଉ ଫାଶୀ!

ପୁଣେ,୨୫।୬: ପୁଣେରେ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ଆଗକୁ ବଢ଼ିବା ସହିତ, ମାମଲାର ନୂତନ ଦିଗ ସାମ୍ନାକୁ ଆସୁଛି। ଏବେ, ମାମଲାର ମୁଖ୍ୟ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri