‘ସ୍ବର ଶାଣିତ ହୋଇପାରିଲେ ସୁରକ୍ଷା ସମ୍ଭବ’

କେନ୍ଦୁଝର, ୭।୮(ସ୍ବ.ପ୍ର.): ଦୃଢ଼ ଆତ୍ମବିଶ୍ୱାସ ହିଁ ସଫଳତା ଆଣିଥାଏ। ପିଲାମାନେ କାହାକୁ ଭୟ ନ କରି ନିଜ ସ୍ବରକୁ ଶାଣିତ କରିପାରିଲେ ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷା ଦେଇପାରିବେ। ବିଶେଷକରି ଝିଅ ପିଲାମାନେ ଏ ଦିଗରେ ଅଧିକ ଯତ୍ନବାନ ହେବା ଜରୁରୀ। କେନ୍ଦୁଝର ପାନ୍ଥନିବାସଠାରେ ୟୁନିସେଫ, ଧରିତ୍ରୀ ଓ ପିକ୍‌କର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିଶୁ ସୁରକ୍ଷା ଓ ସାମ୍ବାଦିକତା ସମ୍ପର୍କିତ କର୍ମଶାଳାରେ ଉପସ୍ଥିତ ଅତିଥିମାନେ ଏହି ପରାମର୍ଶ ଦେଇଛନ୍ତି।
ଦିନ ଧରି ଚାଲିଥିବା ଏହି କର୍ମଶାଳାର ଶନିବାର ଦ୍ୱିତୀୟ ଦିନରେ ପିଲାମାନଙ୍କୁ ଶିଶୁ ସାମ୍ବାଦିକତା ଉପରେ ଧରିତ୍ରୀ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଥିଲା। ଉପବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ ଯୋଗଦେଇ ପିଲାମାନଙ୍କୁ ସାମ୍ବାଦିକତା କ’ଣ, ଏହାର ନିୟମ, ଖବରର ପ୍ରକାରଭେଦ ସମ୍ପର୍କରେ ସବିଶେଷ ଧାରଣା ଦେଇଥିଲେ। ପିଲାମାନେ ନିଜର ପାରିପାର୍ଶ୍ୱରେ ଦେଖୁଥିବା ସମସ୍ୟାକୁ କିପରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇ ଲୋକଲୋଚନକୁ ଆଣିପାରିବେ ସେ ସମ୍ପର୍କରେ ବିଶଦ୍‌ ଭାବେ ଧାରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ଦେବାଙ୍ଗନା ବାରିକ ଯୋଗଦେଇ ପିଲାମାନଙ୍କୁ ସେମାନଙ୍କ ପାଇଁ ସମ୍ବିଧାନରେ ରହିଥିବା ମୌଳିକ ଅଧିକାର ସମ୍ବନ୍ଧରେ ଅବଗତ କରାଇ ମାନସିକ ସ୍ତରରେ ଶକ୍ତିଶାଳୀ ହେବାକୁ ଗୁରୁତ୍ୱ ଦେଇଥିଲେ। କର୍ମଶାଳାର ଦ୍ୱିତୀୟ ଅଧିବେଶନରେ ଧରିତ୍ରୀର ଯାଜପୁର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରା ଓ ଯୋଡ଼ା ପ୍ରତିନିଧି ମାନସ ରଞ୍ଜନ ମହାନ୍ତି ଯୋଗଦେଇ ପିଲାମାନଙ୍କୁ ଦଳଗତ ଆଲୋଚନା ମାଧ୍ୟମରେ ବିଦ୍ୟାଳୟ ପରିସରରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ତା’ର ସମାଧାନ ଏବଂ ସଫଳତା ଉପରେ ଆଲୋକପାତ କରିଥିଲେ। କର୍ମଶାଳାରେ ୟୁନିସେଫର କମ୍ୟୁନିକେଶନ ଆଡଭୋକେସି ରାଧିକା ଶ୍ରୀବାସ୍ତବ, ପିକ୍‌କ ସଙ୍ଗଠନର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ଧରିତ୍ରୀର କେନ୍ଦୁଝର ଜିଲା ପ୍ରତିନିଧି ନରେଶ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri