କରୋନା ଭଳି ଭାଇରସ୍‌ ରାଫେଲଙ୍କ ଜୀବନ ନେଇଥିଲା

ନୂଆଦିଲ୍ଲୀ,୨୦ା୭: ୫୦୦ ବର୍ଷ ତଳେ ଇଟାଲୀରେ ଶିଳ୍ପକଳାର ଉଚ୍ଚ ପୁନର୍ଜାଗରଣ (ହାଇ ରେନେସଁ। ) ସମୟ ଚାଲିଥିଲା। ୧୪୯୫ରୁ ୧୫୨୦ ମଧ୍ୟରେ ଯେଉଁ ତିନିଜଣ ମହାନ କଳାକାରଙ୍କୁ ନେଇ ଇଟାଲୀୟ କଳା ସମୃଦ୍ଧ ହୋଇଥିଲା ସେମାନଙ୍କ ମଧ୍ୟରୁ ଅଗ୍ରଣୀ ଥିଲେ ରାଫେଲୋ ସାଞ୍ଜିୟୋ ଦା ଉର୍ବିନୋ। ରାଫେଲ ନାମରେ ପରିଚିତ ଏହି ମହାନ୍‌ ଶିଳ୍ପୀ ୧୪୮୩ ଏପ୍ରିଲ ୬ରେ ଜନ୍ମ ଗ୍ରହଣ କରିଥିଲେ। ୧୫୨୦ ଏପ୍ରିଲ ୬ରେ ତାଙ୍କ ପରଲୋକ ହୋଇଥିଲା। ୩୭ ବର୍ଷୀୟ ରାଫେଲ ଶୀତରାତିରେ ତାଙ୍କ ପ୍ରେମିକାଙ୍କ ସହ ରାତିରେ ବୁଲୁଥିବାବେଳେ ଜ୍ୱର ହେବାରୁ ପ୍ରାଣ ହରାଇଥିବା ଅଧିକାଂଶ ବିଶ୍ୱାସ କରନ୍ତି। କିନ୍ତୁ ଏବେ ଏକ ନୂଆ ଅଧ୍ୟୟନରେ ଦାବି କରାଯାଇଛି ଯେ, ଏହି ମାଷ୍ଟର ଆର୍ଟିଷ୍ଟ ତଥା ଆର୍କିଟେକ୍ଟ ଯୌନ ସଂକ୍ରମଣଜନିତ ସିଫିଲିସ୍‌ ଯୋଗୁ ନୁହେଁ, ବରଂ କରୋନା ଭାଇରସ୍‌ ଭଳି ଏକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଶେଷରେ ଆଖି ବୁଜିଦେଇଥିଲେ। ଇଣ୍ଟର୍ନାଲ ଆଣ୍ଡ ଏମର୍ଜେନ୍ସି ମେଡିସିନ ଜର୍ନାଲରେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି।
ଏଜେନ୍ସେ ଫ୍ରାନ୍ସେ ପ୍ରେସେ (ଏଏଫ୍‌ପି)ରେ ଶନିବାର ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଡାକ୍ତରୀ ଐତିହାସିକ ମେିଶଲ ଅଗୁସ୍ତୋ ରିଭା ଉଲ୍ଲେଖ କରିଛନ୍ତି, ଆମେ ଯାହା ଜାଣିଛୁ ଫୁସ୍‌ଫୁସ୍‌ଜନିତ ରୋଗରେ ଆକ୍ରାନ୍ତ ହୋଇ ରାଫେଲଙ୍କ ମୃତ୍ୟୁ ଘଟିଥିଲା, ଯାହାକି କରୋନା ଭାଇରସ୍‌ ଭଳି ଏକ ସଂକ୍ରମଣ ବୋଲି ମନେହେଉଛି। ରିଭାଙ୍କ ସମେତ ୟୁନିଭର୍ସିଟି ଅଫ୍‌ ମିଲାନୋ-ବାଇକୋକାର ଅନ୍ୟ ୩ ଗବେଷକଙ୍କ ମତରେ କ୍ରମାଗତ ଉଚ୍ଚ ଜ୍ୱର ଯୋଗୁ ଏକ ପ୍ରଖର ରୋଗରେ ପୀଡ଼ିତ ହୋଇ ରାଫେଲଙ୍କ ଜୀବନ ଯାଇଥିଲା। ରାଫେଲ ରୋଗାକ୍ରାନ୍ତ ହେବା ପରେ ସେ ଶୀତରାତିରେ ବାହାରକୁ ଯାଇଥିବା ଓ ପ୍ରେମିକାଙ୍କ ସହ ସମୟ ବିତାଇଥିବା ସମ୍ପର୍କରେ ଡାକ୍ତରଙ୍କୁ ଜଣାଇ ନ ଥିଲେ। ଯୌନକ୍ରିୟା ଯୋଗୁ ନୁହେଁ, ଥଣ୍ଡା ପାଗରେ ତାଙ୍କୁ ଜ୍ୱର ଧରିଥିଲା। ଫଳରେ ଠିକ୍‌ ୫୦୦ ବର୍ଷ ତଳେ (୧୫୨୦ ମସିହାରେ) ମାତ୍ର ୩୭ ବର୍ଷ ବୟସରେ ସେ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରେ ଭୂକମ୍ପ ପରେ ଚୋରୀ ଅଭିଯୋଗରେ ୪୮ ଗିରଫ

ଅଙ୍କାରା,୧୨ ।୨: ତୁର୍କୀରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ପରେ ଶନିବାର ଅଧିକାରୀମାନେ ଚୋରୀ ଅଭିଯୋଗରେ ୪୮ ଜଣଙ୍କୁ ଗିରଫ କରିଛନ୍ତି । ସମାଚାର ଏଜେନ୍ସି ଅନାଦୁଲା...

ଘନିଙ୍କ ଉପରେ ଗର୍ଜିଲେ ଟ୍ରମ୍ପ୍‌, ଦେଶବାସୀଙ୍କୁ ଦେଇଛନ୍ତି ଧୋକା…

ଓ୍ବାଶିଂଟନ,୧୯।୮: ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରିବା ପରେ ରାଷ୍ଟ୍ରପତି ଆଶରଫ ଘନି ତାଙ୍କ ବିମାନରେ ଯାଇ ୟୁଏଇରେ ଶରଣ ନେଇଛନ୍ତି। ଏହିପରି ଘାନି...

ରୁଷିଆ ଭ୍ୟାକ୍ସିନ ଉପରେ ବିଶ୍ୱାସ ରଖିଲେ ଫିଲିପାଇନ୍ସ ରାଷ୍ଟ୍ରପତି

ମାନିଲା,୧୧।୮: ବିଶ୍ୱର ପ୍ରଥମ କରୋନା ଭାଇରସ୍‌ ଭ୍ୟାକ୍ସିନର ପଞ୍ଜିକରଣ କରିଛି ରୁଷ। ଏନେଇ ମଙ୍ଗଳବାର ଭ୍ଲାଡିମିର ପୁଟିନ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମଞ୍ଜୁରୀ ପରେ...

୧୦ ଦିନ ପରେ କୋଇଲା ଖଣିରୁ ମିଳିଲା ୧୪ ଶ୍ରମିକଙ୍କ ମୃତଦେହ

ବେଜିଂ,୬।୩: ଚାଇନାରେ ଭୁଶୁଡ଼ି ପଡ଼ିଥିବା ଏକ କୋଇଲା ଖଣିରେ ୧୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫେବୃୟାରୀ ୨୫ରେ ଗୁଇଝୋଉ ପ୍ରଦେଶର ସାନ୍‌ହେ ଶୁନଜୁନ୍‌ କୋଇଲା...

ଭବ୍ୟା ନାସା କାର୍ଯ୍ୟକାରୀ ମୁଖ୍ୟ

ଓ୍ବାଶିଂଟନ୍‌, ୩ା୨: ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲଙ୍କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର କାର୍ଯ୍ୟକାରୀ ମୁଖ୍ୟ ନିଯୁକ୍ତ କରାଯାଇଛି। ସେ ଏବେ ନାସାରେ ପରିବର୍ତ୍ତନ...

ନ୍ୟୁୟର୍କ ଏଭଳି ବର୍ଷା କେବେ ଦେଖି ନ ଥିଲା

ନ୍ୟୁୟର୍କ, ୪।୯: ସାମୁଦ୍ରିକ ଝଡ଼ ଇଦା ପ୍ରଭାବରେ ଆମେରିକାର ୬ଟି ରାଜ୍ୟ କ୍ଷତିଗ୍ରସ୍ତ ହେବା ସହ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ବାତ୍ୟା ପ୍ରଭାବରେ ପ୍ରବଳ...

ନେପାଳ ବିମାନ ଦୁର୍ଘଟଣାରେ ସିଙ୍ଗର ନିରା ଛନ୍ତୟାଲଙ୍କ ନିଧନ

କାଠମାଣ୍ଡୁ,୧୬ ।୧: ରବିବାର ନେପାଳରେ ହୋଇଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ...

ସାଧାରଣ ଶୈଶବ ଟିକା କୋଭିଡ୍‌ ଜଟିଳତାକୁ ରୋକିପାରିବ

ଓ୍ବାଶିଂଟନ,୨୮ା୬(ପି.ଟି.): ମିଳିମିଳା ପ୍ରତିକାର ପାଇଁ ବ୍ୟବହାର ହେଉଥିବା ଟିକା କୋଭିଡ୍‌-୧୯ ଜନିତ ଗୁରୁତର ଫୁସ୍‌ଫୁସ୍‌ ପ୍ରଦାହକୁ ରୋକିପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫଳରେ କରୋନା...

Advertisement
Archives

Model This Week