କରୋନା ଭଳି ଭାଇରସ୍‌ ରାଫେଲଙ୍କ ଜୀବନ ନେଇଥିଲା

ନୂଆଦିଲ୍ଲୀ,୨୦ା୭: ୫୦୦ ବର୍ଷ ତଳେ ଇଟାଲୀରେ ଶିଳ୍ପକଳାର ଉଚ୍ଚ ପୁନର୍ଜାଗରଣ (ହାଇ ରେନେସଁ। ) ସମୟ ଚାଲିଥିଲା। ୧୪୯୫ରୁ ୧୫୨୦ ମଧ୍ୟରେ ଯେଉଁ ତିନିଜଣ ମହାନ କଳାକାରଙ୍କୁ ନେଇ ଇଟାଲୀୟ କଳା ସମୃଦ୍ଧ ହୋଇଥିଲା ସେମାନଙ୍କ ମଧ୍ୟରୁ ଅଗ୍ରଣୀ ଥିଲେ ରାଫେଲୋ ସାଞ୍ଜିୟୋ ଦା ଉର୍ବିନୋ। ରାଫେଲ ନାମରେ ପରିଚିତ ଏହି ମହାନ୍‌ ଶିଳ୍ପୀ ୧୪୮୩ ଏପ୍ରିଲ ୬ରେ ଜନ୍ମ ଗ୍ରହଣ କରିଥିଲେ। ୧୫୨୦ ଏପ୍ରିଲ ୬ରେ ତାଙ୍କ ପରଲୋକ ହୋଇଥିଲା। ୩୭ ବର୍ଷୀୟ ରାଫେଲ ଶୀତରାତିରେ ତାଙ୍କ ପ୍ରେମିକାଙ୍କ ସହ ରାତିରେ ବୁଲୁଥିବାବେଳେ ଜ୍ୱର ହେବାରୁ ପ୍ରାଣ ହରାଇଥିବା ଅଧିକାଂଶ ବିଶ୍ୱାସ କରନ୍ତି। କିନ୍ତୁ ଏବେ ଏକ ନୂଆ ଅଧ୍ୟୟନରେ ଦାବି କରାଯାଇଛି ଯେ, ଏହି ମାଷ୍ଟର ଆର୍ଟିଷ୍ଟ ତଥା ଆର୍କିଟେକ୍ଟ ଯୌନ ସଂକ୍ରମଣଜନିତ ସିଫିଲିସ୍‌ ଯୋଗୁ ନୁହେଁ, ବରଂ କରୋନା ଭାଇରସ୍‌ ଭଳି ଏକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଶେଷରେ ଆଖି ବୁଜିଦେଇଥିଲେ। ଇଣ୍ଟର୍ନାଲ ଆଣ୍ଡ ଏମର୍ଜେନ୍ସି ମେଡିସିନ ଜର୍ନାଲରେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି।
ଏଜେନ୍ସେ ଫ୍ରାନ୍ସେ ପ୍ରେସେ (ଏଏଫ୍‌ପି)ରେ ଶନିବାର ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଡାକ୍ତରୀ ଐତିହାସିକ ମେିଶଲ ଅଗୁସ୍ତୋ ରିଭା ଉଲ୍ଲେଖ କରିଛନ୍ତି, ଆମେ ଯାହା ଜାଣିଛୁ ଫୁସ୍‌ଫୁସ୍‌ଜନିତ ରୋଗରେ ଆକ୍ରାନ୍ତ ହୋଇ ରାଫେଲଙ୍କ ମୃତ୍ୟୁ ଘଟିଥିଲା, ଯାହାକି କରୋନା ଭାଇରସ୍‌ ଭଳି ଏକ ସଂକ୍ରମଣ ବୋଲି ମନେହେଉଛି। ରିଭାଙ୍କ ସମେତ ୟୁନିଭର୍ସିଟି ଅଫ୍‌ ମିଲାନୋ-ବାଇକୋକାର ଅନ୍ୟ ୩ ଗବେଷକଙ୍କ ମତରେ କ୍ରମାଗତ ଉଚ୍ଚ ଜ୍ୱର ଯୋଗୁ ଏକ ପ୍ରଖର ରୋଗରେ ପୀଡ଼ିତ ହୋଇ ରାଫେଲଙ୍କ ଜୀବନ ଯାଇଥିଲା। ରାଫେଲ ରୋଗାକ୍ରାନ୍ତ ହେବା ପରେ ସେ ଶୀତରାତିରେ ବାହାରକୁ ଯାଇଥିବା ଓ ପ୍ରେମିକାଙ୍କ ସହ ସମୟ ବିତାଇଥିବା ସମ୍ପର୍କରେ ଡାକ୍ତରଙ୍କୁ ଜଣାଇ ନ ଥିଲେ। ଯୌନକ୍ରିୟା ଯୋଗୁ ନୁହେଁ, ଥଣ୍ଡା ପାଗରେ ତାଙ୍କୁ ଜ୍ୱର ଧରିଥିଲା। ଫଳରେ ଠିକ୍‌ ୫୦୦ ବର୍ଷ ତଳେ (୧୫୨୦ ମସିହାରେ) ମାତ୍ର ୩୭ ବର୍ଷ ବୟସରେ ସେ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri