Posted inଜାତୀୟ

ବର୍ଷକରେ ୨୩୦ କେ.ଜି. ସୁନା ଚାଲାଣ

ଥିରୁଭାନନ୍ତପୁରମ,୨୦ା୭: କେରଳ ସୁନା ଚାଲାଣ ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଛି। ଏହାର ତଦନ୍ତ ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହାତରେ ଲାଗିଛି ବଡ଼ ପ୍ରମାଣ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ବର୍ଷକ ମଧ୍ୟରେ ୨୩୦ କେ.ଜି. ସୁନା କେରଳ ରାଜଧାନୀ ଥିରୁଭାନନ୍ତପୁରମକୁ ଚୋରା ଚାଲାଣ ହୋଇ ଆସିଥିବା ରବିବାର ଏନ୍‌ଆଇଏ କହିଛି।
ଜୁଲାଇ ୫ରେ ଥିରୁଭାନନ୍ତପୁରମ ବିମାନବନ୍ଦରରୁ ୩୦ କେ.ଜି. ସୁନା ଜବତ ହୋଇଥିଲା। ପ୍ରାୟ ୧୫ କୋଟି ଟଙ୍କାର ଏହି ସୁନା ୟୁଏଇରୁ ଥିରୁଭାନନ୍ତପୁରମସ୍ଥିତ ଏହି ଉପସାରଗୀୟ ରାଷ୍ଟ୍ରର କନ୍‌ସୁଲେଟ ଅଫିସକୁ ଚୋରା ଚାଲାଣ ହେଉଥିବାବେଳେ ସୀମାଶୁଳ୍କ ବିଭାଗ ଅଧିକାରୀମାନେ ଏହାକୁ ଧରିବାରେ ସକ୍ଷମ ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ ପି.ଏସ୍‌. ସାରିଥ ଓ ସ୍ବପ୍ନା ସୁରେଶ ୟୁଏଇ କନ୍‌ସୁଲେଟର ଜାଲ ଦସ୍ତାବିଜ ବ୍ୟବହାର କରି କୂଟନୈତିକ ଚ୍ୟାନେଲଗୁଡ଼ିକ ଜରିଆରେ ଏହାକୁ ଚାଲାଣ କରି ଆଣୁଥିଲେ ବୋଲି ଜଣାପଡ଼ିଛି। ଦୁବାଇରେ ଥିବା ଫୈଜଲ ଫରିଦ, ତାଙ୍କ ସହଯୋଗୀ ସନ୍ଦୀପ ନାୟାର ଏବଂ କେ.ଟି. ରମିଜ୍‌ଙ୍କ ମଧ୍ୟ ଏଥିରେ ସମ୍ପୃକ୍ତି ସାମ୍ନାକୁ ଆସିଛି। ତଦନ୍ତ ବେଳେ ଏନ୍‌ଆଇଏ ଟିମ୍‌ ଜାଣିବାକୁ ପାଇଛି ଯେ, ଏମାନେ ସମସ୍ତେ ମିଶି ୨୦୧୯ ଜୁଲାଇରୁ ଅଦ୍ୟାବଧି ଅନୂ୍ୟନ ୨୩୦ କେ.ଜି. ସୁନା ଚାଲାଣ କରି ଭାରତକୁ ଆଣିବାରେ ସକ୍ଷମ ହୋଇଛନ୍ତି। କୂଟନୈତିକ ଢାଲକୁ ବ୍ୟବହାର କରି ଚାଲାଣ ହେଉଥିବାରୁ ସେଗୁଡ଼ିକୁ ଅତିକମ୍‌ରେ ୧୩ ଥର ବିନା ଯାଞ୍ଚରେ ଅଣାଯାଇ ପାରିଛି। ସେଥିରୁ ୧୦୦-୧୫୦ କେ.ଜି. କେବଳ ଗତ ୮-୯ ମାସ ମଧ୍ୟରେ ଚାଲାଣ ହୋଇ ଆସିଛି। ଗତ ୫ ତାରିଖରେ ଧରାପଡ଼ିଥିବା ବ୍ରିଫ୍‌କେଶ ୭୦ କେ.ଜି. ହୋଇଥିତ୍ବାବେଳେ ପୂର୍ବରୁ ଚାଲାଣ ହୋଇଥିବା କନ୍‌ସାଇନ୍‌ମେଣ୍ଟଗୁଡ଼ିକ ମଧ୍ୟରୁ କେତେକ ଆହୁରି ଓଜନିଆ ଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ମଧ୍ୟ ତନାଘନା ଚାଲିଛି ବୋଲି ଏନ୍‌ଆଇଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସନ୍ଦେହ ଘେରରେ ଏମାନେ
ଏହି ହାଇପ୍ରୋଫାଇଲ ମାମଲାରେ ଏନ୍‌ଆଇଏ ୪ ଜଣଙ୍କୁ ଗିରଫ କରିଥିବାବେଳେ ସୀମାଶୁଳ୍କ ବିଭାଗ ୧୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତମାନଙ୍କୁ ଜେରା ବେଳେ ଯେଉଁମାନଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କୁ ସମନ କରାଯିବ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ଙ୍କ ପୂର୍ବତନ ସଚିବ ଏମ୍‌. ଶିବଶଙ୍କର ଏବଂ ସରକାରଙ୍କ ପୂର୍ବତନ ଆଇଟି ଅଧିକାରୀ ଅରୁଣ ବାଲାଚନ୍ଦ୍ରନ ଅଛନ୍ତି। ଗତ ସପ୍ତାହରେ କଷ୍ଟମ ଡିପାର୍ଟମେଣ୍ଟ ଶିବଶଙ୍କରଙ୍କୁ ୯ ଘଣ୍ଟା ଧରି ଜେରା କରିଥିଲା। ତଦନ୍ତକାରୀ ଅଧିକାରୀମାନେ ବିଜୟନଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କୁ ମଧ୍ୟ ପଚରାଉଚରା କରିପାରନ୍ତି, ଯାହାଙ୍କ ନାମ ଦ୍ୱିତୀୟ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ କଲ୍‌ ଲିଷ୍ଟରୁ ସାମ୍ନାକୁ ଆସିଛି।
ଫୈଜାଲଙ୍କୁ ଭାରତ ଅଣାଯିବ
ଇତିମଧ୍ୟରେ ଦୁବାଇରୁ ରିପୋର୍ଟ ଆସିଛି ଯେ ତୃତୀୟ ଅଭିଯୁକ୍ତ ଫୈଜାଲ ଫରିଦଙ୍କୁ ଗିରଫ କରାଯାଇଛି। ୟୁଏଇ ତାଙ୍କୁ ଖୁବଶୀଘ୍ର ପ୍ରତ୍ୟପର୍ଣ କରିବ। ଥ୍ରୀସୁର ବାସିନ୍ଦା ଫୈଜାଲ ଦୁବାଇରେ ଏକ ଜିମ୍‌ ଓ ଗ୍ୟାରେଜ ଚଳାନ୍ତି। ସୁନା ଚାଲାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଏନ୍‌ଆଇଏ ଜାଣିବାକୁ ପାଇଛି। ତେଣୁ ଫୈଜାଲଙ୍କ ବିରୋଧରେ ବ୍ଲ୍ୟୁ କର୍ନର ନୋଟିସ ଜାରି କରିବା ପାଇଁ ଇଣ୍ଟରପୋଲକୁ ଏନ୍‌ଆଇଏ ଅନୁରୋଧ କରିଥିଲା।
ରାଜନୀତିରେ ଭୂକମ୍ପ
ସୁନା ଚାଲାଣ ମାମଲାକୁ ନେଇ କେରଳ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଥିବାବେଳେ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି। ବିରୋଧୀ କଂଗ୍ରେସ ଓ ଭାଜପା ଏନେଇ ବିଜୟନ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। ସିପିଏମ୍‌ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ଏବଂ ଏହାର କନିଷ୍ଠ ସହଯୋଗୀ ସିପିଆଇ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ମତଭେଦ ସୃଷ୍ଟି ହୋଇଛି।
ଶନିବାର କୋଝିକୋଡ୍‌ର ଦୁଇଜଣ ଜୁଏଲର୍ସଙ୍କଠାରୁ ୧୦ କେ.ଜି. ସୁନା ଜବତ ହୋଇଥିବାବେଳେ ତଦନ୍ତକାରୀ ଅଧିକାରୀମାନେ ସେନେଇ ଖୋଳତାଡ଼ ଆରମ୍ଭ କରିଛନ୍ତି। ଏନ୍‌ଆଇଏ ପକ୍ଷରୁ କୁହାଯାଇଛି ଯେ ଏହି ସ୍ମଗ୍‌ଲିଂ ସିଣ୍ଡିକେଟରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତି ଏବେ ସ୍ବେଚ୍ଛାକୃତ ଭାବେ ବୟାନ ଦେବା ପାଇଁ ଆଗେଇ ଆସୁଛନ୍ତି। ତେବେ ଚାଲାଣ ହୋଇ ଆସିଥିବା ସମସ୍ତ ସୁନାକୁ ଠାବ କରିବା କଷ୍ଟସାଧ୍ୟ। କାରଣ ଏଥିରେ ରାଜନୈତିକ ଲିଙ୍କ୍‌ ପଦାକୁ ଅସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri