Posted inଜାତୀୟ

ବର୍ଷକରେ ୨୩୦ କେ.ଜି. ସୁନା ଚାଲାଣ

ଥିରୁଭାନନ୍ତପୁରମ,୨୦ା୭: କେରଳ ସୁନା ଚାଲାଣ ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଛି। ଏହାର ତଦନ୍ତ ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହାତରେ ଲାଗିଛି ବଡ଼ ପ୍ରମାଣ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ବର୍ଷକ ମଧ୍ୟରେ ୨୩୦ କେ.ଜି. ସୁନା କେରଳ ରାଜଧାନୀ ଥିରୁଭାନନ୍ତପୁରମକୁ ଚୋରା ଚାଲାଣ ହୋଇ ଆସିଥିବା ରବିବାର ଏନ୍‌ଆଇଏ କହିଛି।
ଜୁଲାଇ ୫ରେ ଥିରୁଭାନନ୍ତପୁରମ ବିମାନବନ୍ଦରରୁ ୩୦ କେ.ଜି. ସୁନା ଜବତ ହୋଇଥିଲା। ପ୍ରାୟ ୧୫ କୋଟି ଟଙ୍କାର ଏହି ସୁନା ୟୁଏଇରୁ ଥିରୁଭାନନ୍ତପୁରମସ୍ଥିତ ଏହି ଉପସାରଗୀୟ ରାଷ୍ଟ୍ରର କନ୍‌ସୁଲେଟ ଅଫିସକୁ ଚୋରା ଚାଲାଣ ହେଉଥିବାବେଳେ ସୀମାଶୁଳ୍କ ବିଭାଗ ଅଧିକାରୀମାନେ ଏହାକୁ ଧରିବାରେ ସକ୍ଷମ ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ ପି.ଏସ୍‌. ସାରିଥ ଓ ସ୍ବପ୍ନା ସୁରେଶ ୟୁଏଇ କନ୍‌ସୁଲେଟର ଜାଲ ଦସ୍ତାବିଜ ବ୍ୟବହାର କରି କୂଟନୈତିକ ଚ୍ୟାନେଲଗୁଡ଼ିକ ଜରିଆରେ ଏହାକୁ ଚାଲାଣ କରି ଆଣୁଥିଲେ ବୋଲି ଜଣାପଡ଼ିଛି। ଦୁବାଇରେ ଥିବା ଫୈଜଲ ଫରିଦ, ତାଙ୍କ ସହଯୋଗୀ ସନ୍ଦୀପ ନାୟାର ଏବଂ କେ.ଟି. ରମିଜ୍‌ଙ୍କ ମଧ୍ୟ ଏଥିରେ ସମ୍ପୃକ୍ତି ସାମ୍ନାକୁ ଆସିଛି। ତଦନ୍ତ ବେଳେ ଏନ୍‌ଆଇଏ ଟିମ୍‌ ଜାଣିବାକୁ ପାଇଛି ଯେ, ଏମାନେ ସମସ୍ତେ ମିଶି ୨୦୧୯ ଜୁଲାଇରୁ ଅଦ୍ୟାବଧି ଅନୂ୍ୟନ ୨୩୦ କେ.ଜି. ସୁନା ଚାଲାଣ କରି ଭାରତକୁ ଆଣିବାରେ ସକ୍ଷମ ହୋଇଛନ୍ତି। କୂଟନୈତିକ ଢାଲକୁ ବ୍ୟବହାର କରି ଚାଲାଣ ହେଉଥିବାରୁ ସେଗୁଡ଼ିକୁ ଅତିକମ୍‌ରେ ୧୩ ଥର ବିନା ଯାଞ୍ଚରେ ଅଣାଯାଇ ପାରିଛି। ସେଥିରୁ ୧୦୦-୧୫୦ କେ.ଜି. କେବଳ ଗତ ୮-୯ ମାସ ମଧ୍ୟରେ ଚାଲାଣ ହୋଇ ଆସିଛି। ଗତ ୫ ତାରିଖରେ ଧରାପଡ଼ିଥିବା ବ୍ରିଫ୍‌କେଶ ୭୦ କେ.ଜି. ହୋଇଥିତ୍ବାବେଳେ ପୂର୍ବରୁ ଚାଲାଣ ହୋଇଥିବା କନ୍‌ସାଇନ୍‌ମେଣ୍ଟଗୁଡ଼ିକ ମଧ୍ୟରୁ କେତେକ ଆହୁରି ଓଜନିଆ ଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ମଧ୍ୟ ତନାଘନା ଚାଲିଛି ବୋଲି ଏନ୍‌ଆଇଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସନ୍ଦେହ ଘେରରେ ଏମାନେ
ଏହି ହାଇପ୍ରୋଫାଇଲ ମାମଲାରେ ଏନ୍‌ଆଇଏ ୪ ଜଣଙ୍କୁ ଗିରଫ କରିଥିବାବେଳେ ସୀମାଶୁଳ୍କ ବିଭାଗ ୧୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତମାନଙ୍କୁ ଜେରା ବେଳେ ଯେଉଁମାନଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କୁ ସମନ କରାଯିବ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ଙ୍କ ପୂର୍ବତନ ସଚିବ ଏମ୍‌. ଶିବଶଙ୍କର ଏବଂ ସରକାରଙ୍କ ପୂର୍ବତନ ଆଇଟି ଅଧିକାରୀ ଅରୁଣ ବାଲାଚନ୍ଦ୍ରନ ଅଛନ୍ତି। ଗତ ସପ୍ତାହରେ କଷ୍ଟମ ଡିପାର୍ଟମେଣ୍ଟ ଶିବଶଙ୍କରଙ୍କୁ ୯ ଘଣ୍ଟା ଧରି ଜେରା କରିଥିଲା। ତଦନ୍ତକାରୀ ଅଧିକାରୀମାନେ ବିଜୟନଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କୁ ମଧ୍ୟ ପଚରାଉଚରା କରିପାରନ୍ତି, ଯାହାଙ୍କ ନାମ ଦ୍ୱିତୀୟ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ କଲ୍‌ ଲିଷ୍ଟରୁ ସାମ୍ନାକୁ ଆସିଛି।
ଫୈଜାଲଙ୍କୁ ଭାରତ ଅଣାଯିବ
ଇତିମଧ୍ୟରେ ଦୁବାଇରୁ ରିପୋର୍ଟ ଆସିଛି ଯେ ତୃତୀୟ ଅଭିଯୁକ୍ତ ଫୈଜାଲ ଫରିଦଙ୍କୁ ଗିରଫ କରାଯାଇଛି। ୟୁଏଇ ତାଙ୍କୁ ଖୁବଶୀଘ୍ର ପ୍ରତ୍ୟପର୍ଣ କରିବ। ଥ୍ରୀସୁର ବାସିନ୍ଦା ଫୈଜାଲ ଦୁବାଇରେ ଏକ ଜିମ୍‌ ଓ ଗ୍ୟାରେଜ ଚଳାନ୍ତି। ସୁନା ଚାଲାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଏନ୍‌ଆଇଏ ଜାଣିବାକୁ ପାଇଛି। ତେଣୁ ଫୈଜାଲଙ୍କ ବିରୋଧରେ ବ୍ଲ୍ୟୁ କର୍ନର ନୋଟିସ ଜାରି କରିବା ପାଇଁ ଇଣ୍ଟରପୋଲକୁ ଏନ୍‌ଆଇଏ ଅନୁରୋଧ କରିଥିଲା।
ରାଜନୀତିରେ ଭୂକମ୍ପ
ସୁନା ଚାଲାଣ ମାମଲାକୁ ନେଇ କେରଳ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଥିବାବେଳେ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି। ବିରୋଧୀ କଂଗ୍ରେସ ଓ ଭାଜପା ଏନେଇ ବିଜୟନ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। ସିପିଏମ୍‌ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ଏବଂ ଏହାର କନିଷ୍ଠ ସହଯୋଗୀ ସିପିଆଇ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ମତଭେଦ ସୃଷ୍ଟି ହୋଇଛି।
ଶନିବାର କୋଝିକୋଡ୍‌ର ଦୁଇଜଣ ଜୁଏଲର୍ସଙ୍କଠାରୁ ୧୦ କେ.ଜି. ସୁନା ଜବତ ହୋଇଥିବାବେଳେ ତଦନ୍ତକାରୀ ଅଧିକାରୀମାନେ ସେନେଇ ଖୋଳତାଡ଼ ଆରମ୍ଭ କରିଛନ୍ତି। ଏନ୍‌ଆଇଏ ପକ୍ଷରୁ କୁହାଯାଇଛି ଯେ ଏହି ସ୍ମଗ୍‌ଲିଂ ସିଣ୍ଡିକେଟରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତି ଏବେ ସ୍ବେଚ୍ଛାକୃତ ଭାବେ ବୟାନ ଦେବା ପାଇଁ ଆଗେଇ ଆସୁଛନ୍ତି। ତେବେ ଚାଲାଣ ହୋଇ ଆସିଥିବା ସମସ୍ତ ସୁନାକୁ ଠାବ କରିବା କଷ୍ଟସାଧ୍ୟ। କାରଣ ଏଥିରେ ରାଜନୈତିକ ଲିଙ୍କ୍‌ ପଦାକୁ ଅସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

ଖୁସି ଖବର: UPI ପେମେଣ୍ଟ ଉପରେ ଲାଗିବ ନାହିଁ କୌଣସି ଶୁଳ୍କ ! RuPay ଡେବିଟ କାର୍ଡ କାରବାର ମଧ୍ୟ ରହିବ ମାଗଣା

ନୂଆଦିଲ୍ଲୀ,୧୫।୯: ଯଦି ଆପଣ UPI କିମ୍ବା RuPay ଡେବିଟ କାର୍ଡ ବ୍ୟବହାର କରି ଦେୟ ପ୍ରଦାନ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି।…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

ଲୋହିତ ସାଗରର ପ୍ରମୁଖ ଦ୍ୱୀପ ଦଖଲକଲେ ହାଉତି ବିଦ୍ରୋହୀ

କାଏରୋ, ୧୫।୯: ଇରାନ ସମର୍ଥିତ ହାଉତି ବିଦ୍ରୋହୀମାଦେ ଦକ୍ଷିଣ ଲୋହିତ ସାଗରରେ ଅଧିକ ରଣନୈତିକ ଦ୍ୱୀପଗୁଡ଼ିକୁ କବଜା କରିଛନ୍ତି ବୋଲି ସରକାରୀ ଏବଂ ହାଉତି ଅଧିକାରୀମାନେ ସୋମବାର…

ଓଡ଼ିଶାରେ କମୁଛି ବର୍ଷା; ଏହା ତାରିଖରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି…

ଟେମ୍‌ସ ନଦୀ କୂଳରେ ପ୍ରଥମ ଗଙ୍ଗା ଆରତିରେ ଅନେକ ହଜାର ସାମିଲ

ଲଣ୍ଡନ,୧୫ା୯: ଲଣ୍ଡନର ଟେମ୍‌ସ ନଦୀ କୂଳରେ ରବିବାର ପ୍ରଥମ ଥର ପାଇଁ ଅନୁଷ୍ଠିତ ଗଙ୍ଗା ଆରତିରେ ଅନେକ ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଚିନ୍ମୟ ମିଶନ୍‌ର ୭୫ତମ ବାର୍ଷିକୀ…

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?