ଗୁଣପୁର,୧୯ା୯(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁର ବଂଶଧାରା ନଦୀ ବାଲିଶଯ୍ୟାରୁ ବାଲି ଉଠାଣକୁ କେନ୍ଦ୍ରକରି ଜିଲାପାଳ ସ୍ବଧାଦେବ ସିଂ ସୋମବାର କତୁରୁ ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଛନ୍ତି। ଅଭିଯୋଗ ଶୁଣାଣି ପାଇଁ ଜିଲାପାଳ ଗୁଣପୁର ଆସିଥିବାବେଳେ ଗ୍ରାମବାସୀଙ୍କ ବଲି ଉଠାଣ ବନ୍ଦ ଦାବି ଉପରେ ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ଫଳରେ ସେମାନେ ଜିଲାପାଳଙ୍କ ଗାଡ଼ି ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା, ଜିଲାପାଳ ଫେରିବା ସମୟରେ ଗାଡ଼ି ଛାଡ଼ି କିଛିଦୂର ଚାଲିଚାଲି ଯିବାକୁ ବାଧ୍ୟ ହୋଇଥିଲେ। ତଥାପି ଗ୍ରାମବାସୀ ଜିଲାପାଳଙ୍କ ପିଛା କରି ତାଙ୍କୁ ଯିବାକୁ ଦେଇ ନ ଥିଲେ। ଏସ୍ପି ବିବେକାନନ୍ଦ ଶର୍ମା ଏବଂ ସୁରକ୍ଷା କର୍ମୀ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜିଲାପାଳଙ୍କୁ ନେଇଥିଲେ। ପରେ ଜିଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଗ୍ରାମବାସୀଙ୍କ ଅଭିଯୋଗ ହେଲା, ବାଲି ଖନନ ଦ୍ୱାରା ଗଁା ବୁଡ଼ିଯିବ। ସେହିପରି ନିୟମିତ ଗାଁ ଦେଇ ଗାଡ଼ିରେ ବାଲି ଚାଲାଣ ହେଉଥିବାରୁ ପିଲାମାନେ ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ତେଣୁ ଗୁଣପୁର ବଂଶଧାରା ନଦୀ କତୁରୁ ବାଲିଶଯ୍ୟା-୧ ରୁ ବାଲି ଖନନ ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଥିଲେ। ରବିବାର ଗ୍ରାମର ମହିଳା ଓ ପୁରୁଷଙ୍କ ସମେତ ସ୍କୁଲ ଛାତ୍ରୀଛାତ୍ର ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆସି ବାଲି ଉଠାଣ ବନ୍ଦ କରିବାକୁ ଦାବି ଜଣାଇଥିଲେ। ତେବେ ବାଲି ଉଠାଣ ନେଇ ସମସ୍ତ ପ୍ରକିୟା ସରିଥିବା ଜିଲାପାଳ କହିଥିଲେ। ଏଥିରୁ ରାଜସ୍ବ ମିଳୁଥିବାରୁ ବାଲି ଉଠାଣ ବନ୍ଦ କରାଯାଇପାରିବ ନାହିଁ ବୋଲି ସେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗ୍ରାମବାସୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଜିଲାପାଳଙ୍କୁ ଅପେକ୍ଷା କରିଥିଲେ। କାର୍ଯ୍ୟକ୍ରମରୁ ଫେରିବା ପରେ ଜିଲାପାଳଙ୍କ ଗାଡ଼ି ସମ୍ମୁଖରେ ବିରୋଧ କରିଥିଲେ। ଏହି ସମୟରେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଜିଲାପାଳ କତୁରୁ ଗ୍ରାମର ୫ ଜଣ ଲେଖାଏ ମହିଳା ଏବଂ ପୁରୁଷଙ୍କୁ ଡକାଇ ଆଲୋଚନା କରିଥିଲେ। ଗାଁକୁ ଯାଇ ସମସ୍ୟା ଦେଖିବାକୁ ଗ୍ରାମବାସୀ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ସମସ୍ୟା ଶୁଣିବା ପରେ ଲିଜ୍ ଅଞ୍ଚଳ ଏବଂ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରାଯିବ ଏବଂ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ଥମିଥିଲା।
Posted inଆମ ଜିଲା ଖବର, ରାୟଗଡା View All
ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍, ଆଉ ତା’ ପରେ…
ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...
୬ ଫୁଟ୍ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼
ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...
ପୁରୁଷୋତ୍ତମପୁର ସବ୍-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର
ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...
୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…
କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...
ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…
ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍ର ପ୍ରୋବେସନ ଆଇଏଏସ୍ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...
ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ
ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...
ଆର୍ଟିଓ ଅଫିସ ନିକଟରେ ବ୍ରେକ୍ ଫେଲ୍ ହେଲା ମିନି ଟ୍ରକ୍, ୨ କାର୍ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍ ନଷ୍ଟ
କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍ ବ୍ରେକ୍ ଫେଲ ହୋଇ ଘଟିଛି ସିରିଜ୍ ଦୁର୍ଘଟଣା। ୨ କାର୍ ସହ ୧୦...
ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…
ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...
Archives


