ସରକାରୀ ଗାଡ଼ିରେ ମନ୍ଦିରବୁଲା

ଖଇରା, ୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ତହସିଲ କାର୍ଯ୍ୟାଳୟର ଜଣେ ଅଧିକାରୀ ସରକାରୀ ଗାଡ଼ିର ଅପବ୍ୟବହାର କରି ମନ୍ଦିର ଭ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ସରକାରୀ କାର୍ଯ୍ୟର ବାହାନା କରି ପରିବାର ସଦସ୍ୟଙ୍କ ସହ ଖଇରା ବ୍ଲକର ପ୍ରସିଦ୍ଧ ବକ୍ରେଶ୍ୱର ପୀଠରେ ପୂଜାର୍ଚ୍ଚନା କରିବା ଘଟଣାକୁ ନେଇ ସୋମବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତୁରନ୍ତ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଖଇରା ଓ ସିମୁଳିଆ ତହସିଲ ଅଧୀନସ୍ଥ ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି।
ଓଡ଼ିଶା ସରକାର ଶାସନରେ ସ୍ବଚ୍ଛତା ଆଣିବାକୁ ‘୫-ଟି ମୋ ସରକାର’ ଲାଗୁ କରିଛନ୍ତି ା ରାଜସ୍ବ ବିଭାଗ ଏହି ୫-ଟି ଅଧୀନରେ ଆସୁଥିବା ବେଳେ ପ୍ରତ୍ୟେକ କାର୍ଯ୍ୟାଳୟ ସମ୍ମୁଖରେ ଏଥିଲାଗି ବଡ଼ ବଡ଼ ଫଳକ ଲେଖାଯାଇଛି। ଯେଉଁଥିରେ ସାଧାରଣ ଲୋକଙ୍କ ଅର୍ଥରେ ପ୍ରଶାସନ ପରିଚାଳିତ ହେଉଛି। ଏଣୁ ସେମାନଙ୍କୁ ସୁଶାସନ ଦେବା ପ୍ରତି ଅଧିକାରୀଙ୍କ ଉତ୍ତରତ୍ତରଦାୟିତ୍ୱ ଭଳି ଅନେକ କିଛି ଲେଖାଯାଇଛି। ଏଭଳି ପରିସ୍ଥିତିରେ ଜଣେ ଅଧିକାରୀ ସରକାରୀ ଗାଡ଼ିରେ ସରକାରୀ ଧନ ଅପବ୍ୟୟ କରି ପରିବାରକୁ ସାଥିରେ ଆଣି ମନ୍ଦିର ବୁଲାଇବା ଏଭଳି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା କୁହାଯାଉଛି। ଏ ସମ୍ପର୍କରେ ଉକ୍ତ ଅଧିକାରୀ ସଫେଇ ଦେଇ ବକ୍ରେଶ୍ୱର ମନ୍ଦିର ନିକଟରେ ଥିବା ପୋଲ କାର୍ଯ୍ୟ ତଦାରଖ କରିବାକୁ ଯାଇଥିବା ବେଳେ ପାଖରେ ମନ୍ଦିର ଥିବାରୁ ବକ୍ରେଶ୍ୱରଙ୍କ ଦର୍ଶନ କରିଥିବା କହିଛନ୍ତି। ଏଭଳି ଅଭିଯୋଗ ତଥା ଭାଇରାଲ ଭିଡିଓ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହାର ତଦନ୍ତ କରାଯିବ ବୋଲି ଜିଲାପାଳ କହିଛନ୍ତି। ବକ୍ରେଶ୍ୱର ମନ୍ଦିର ପୂଜକ ଭୋଳାନାଥ ମିଶ୍ରଙ୍କୁ ପଚାରିବା ପରେ ଅଧିକାରୀଜଣକ ମାନସିକ ପୂଜା ପାଇଁ ପରିବାର ସହ ଆସିଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri