ସରକାରୀ ଗାଡ଼ିରେ ମନ୍ଦିରବୁଲା

ଖଇରା, ୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ତହସିଲ କାର୍ଯ୍ୟାଳୟର ଜଣେ ଅଧିକାରୀ ସରକାରୀ ଗାଡ଼ିର ଅପବ୍ୟବହାର କରି ମନ୍ଦିର ଭ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ସରକାରୀ କାର୍ଯ୍ୟର ବାହାନା କରି ପରିବାର ସଦସ୍ୟଙ୍କ ସହ ଖଇରା ବ୍ଲକର ପ୍ରସିଦ୍ଧ ବକ୍ରେଶ୍ୱର ପୀଠରେ ପୂଜାର୍ଚ୍ଚନା କରିବା ଘଟଣାକୁ ନେଇ ସୋମବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତୁରନ୍ତ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଖଇରା ଓ ସିମୁଳିଆ ତହସିଲ ଅଧୀନସ୍ଥ ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି।
ଓଡ଼ିଶା ସରକାର ଶାସନରେ ସ୍ବଚ୍ଛତା ଆଣିବାକୁ ‘୫-ଟି ମୋ ସରକାର’ ଲାଗୁ କରିଛନ୍ତି ା ରାଜସ୍ବ ବିଭାଗ ଏହି ୫-ଟି ଅଧୀନରେ ଆସୁଥିବା ବେଳେ ପ୍ରତ୍ୟେକ କାର୍ଯ୍ୟାଳୟ ସମ୍ମୁଖରେ ଏଥିଲାଗି ବଡ଼ ବଡ଼ ଫଳକ ଲେଖାଯାଇଛି। ଯେଉଁଥିରେ ସାଧାରଣ ଲୋକଙ୍କ ଅର୍ଥରେ ପ୍ରଶାସନ ପରିଚାଳିତ ହେଉଛି। ଏଣୁ ସେମାନଙ୍କୁ ସୁଶାସନ ଦେବା ପ୍ରତି ଅଧିକାରୀଙ୍କ ଉତ୍ତରତ୍ତରଦାୟିତ୍ୱ ଭଳି ଅନେକ କିଛି ଲେଖାଯାଇଛି। ଏଭଳି ପରିସ୍ଥିତିରେ ଜଣେ ଅଧିକାରୀ ସରକାରୀ ଗାଡ଼ିରେ ସରକାରୀ ଧନ ଅପବ୍ୟୟ କରି ପରିବାରକୁ ସାଥିରେ ଆଣି ମନ୍ଦିର ବୁଲାଇବା ଏଭଳି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା କୁହାଯାଉଛି। ଏ ସମ୍ପର୍କରେ ଉକ୍ତ ଅଧିକାରୀ ସଫେଇ ଦେଇ ବକ୍ରେଶ୍ୱର ମନ୍ଦିର ନିକଟରେ ଥିବା ପୋଲ କାର୍ଯ୍ୟ ତଦାରଖ କରିବାକୁ ଯାଇଥିବା ବେଳେ ପାଖରେ ମନ୍ଦିର ଥିବାରୁ ବକ୍ରେଶ୍ୱରଙ୍କ ଦର୍ଶନ କରିଥିବା କହିଛନ୍ତି। ଏଭଳି ଅଭିଯୋଗ ତଥା ଭାଇରାଲ ଭିଡିଓ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହାର ତଦନ୍ତ କରାଯିବ ବୋଲି ଜିଲାପାଳ କହିଛନ୍ତି। ବକ୍ରେଶ୍ୱର ମନ୍ଦିର ପୂଜକ ଭୋଳାନାଥ ମିଶ୍ରଙ୍କୁ ପଚାରିବା ପରେ ଅଧିକାରୀଜଣକ ମାନସିକ ପୂଜା ପାଇଁ ପରିବାର ସହ ଆସିଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri