ଗ୍ରାମବାସୀ ତିଆରି କଲେ କାଠପୋଲ

ସମ୍ବଲପୁର/ ନାକଟିଦେଉଳ,୧୦ା୯ (ବ୍ୟୁରୋ/ଡି.ଏନ.ଏ.): ବିକଶିତ ହେଉଛି ଦୁର୍ଗମ ଅଞ୍ଚଳ। ଏଭଳି ନାରା ଦେଉଛନ୍ତି ସରକାର। ହେଲେ ବାସ୍ତବ ଚିତ୍ର ଭିନ୍ନ। ସାମାନ୍ୟ ନାଳ ଉପରେ ପୋଲ ନିର୍ମାଣ ପାଇଁ ଲୋକେ ସ୍ଥାନୀୟ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଶେଷରେ ଗ୍ରାମବାସୀ ନିଜ ଉଦ୍ୟମରେ କାଠରେ ଅସ୍ଥାୟୀ ପୋଲ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅଞ୍ଚଳରେ।
ଏହି ବ୍ଲକ ଅନ୍ତର୍ଗତ ବଳମ ପଞ୍ଚାୟତର ଧଳତଇଲା-ମହକୁଦ ରାସ୍ତାରେ ରହିଛି ଅନକାବୁଡ଼ା ନାଳ। ଏହି ରାସ୍ତା ଉପରେ ଧଳତଇଲା, ଡିମିରିକୁଦା, ରଞ୍ଜା, ଗଞ୍ଜାବାହାଲ ଓ ବେତଝରଣ ଗ୍ରାମର ପ୍ରାୟ ୩ହଜାର ଲୋକ ନିର୍ଭର କରିଥାନ୍ତି। ସେମାନେ ବ୍ଲକ ମୁଖ୍ୟାଳୟଠାରୁ ଆରମ୍ଭ କରି ଡାକ୍ତରଖାନା, ତହସିଲ ଅଫିସକୁ ଏହି ରାସ୍ତାଦେଇ ଯାଇଥାନ୍ତି। ସ୍କୁଲ କଲେଜ ଛାତ୍ରୀଛାତ୍ର ମଧ୍ୟ ନାଳ ପାରି ହୋଇ ଯାଆନ୍ତି। ବିଶେଷ କରି ବର୍ଷାଦିନେ ଲୋକଙ୍କ ସମସ୍ୟା ଦ୍ୱଗୁଣିତ ହୋଇଥାଏ। ନାଳ ଉପରେ ପୋଲ ହେଲେ ୯କି.ମି. ଦୂରତା ଅତିକ୍ରମ କରି ସେମାନେ ବ୍ଲକ ଅଫିସରେ ପହଞ୍ଚତ୍ ପାରନ୍ତେ। ହେଲେ ପୋଲ ନ ଥିବାରୁ ସେମାନଙ୍କୁ ୧୯କି.ମି.ରାସ୍ତା ବୁଲି ବ୍ଲକକୁ ଯିବାକୁ ପଡ଼ୁଛି। ବାରମ୍ବାର ଗୁହାରି କରିବା ସତ୍ତ୍ୱେ ସୁଫଳ ନ ମିଳିବାରୁ ଉପରୋକ୍ତ ୫ ଗ୍ରାମର ଲୋକେ ନାଳ ଉପରେ କାଠପୋଲ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଶେଷରେ ନିଜେ ଶ୍ରମଦାନ କରି ୧୫୦ ମିଟର ଲମ୍ବ ଓ ୫ ଫୁଟ ଦୈର୍ଘ୍ୟର ପୋଲ ନିର୍ମାଣ କରିଛନ୍ତି। ଏହି ଘଟଣା ପ୍ରଚାର ହେବା ପରେ ଗ୍ରାମବାସୀ ଓ ସେମାନଙ୍କୁ ସହଯୋଗ କରିଥିବା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଏ ସମ୍ପର୍କରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ କହିଛନ୍ତି, ଉକ୍ତ ଗ୍ରାମଗୁଡିକୁ ବିକଳ୍ପ ରାସ୍ତା ରହିଛି। ଆର୍‌ଡି ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି। ନାଳ ଉପରେ ପୋଲ ନିର୍ମାଣ ହେଲେ ରାସ୍ତାର ଦୂରତା କମିଯିବ ବୋଲି କହୁଛନ୍ତି। ଏ ଦିଗରେ ଆମ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ। ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri