୫୦ ବର୍ଷ ହେବ ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ

ଉମରକୋଟ, ୨୨।୧୧(ସ୍ବ.ପ୍ର.): ଆଧୁନିକ ଯୁଗରେ ନିଜର କାୟା ଓ ଆଧିପତ୍ୟ ବିସ୍ତାର ପାଇଁ ପରିବେଶ ସନ୍ତୁଳନକୁ ଅଣଦେଖା କରି ଜଙ୍ଗଲ ନଷ୍ଟ କରିବାକୁ କୁଣ୍ଠାବୋଧ କରୁନାହାନ୍ତି ଲୋକେ। କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ମଧ୍ୟ ରହିଛି ଜଙ୍ଗଲ ଉପରେ। ଏଣୁ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ନବରଙ୍ଗପୁର ଜିଲା ଉମରକୋଟ ବନ ବିଭାଗ ସରକାରଙ୍କ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି କରି ପରିବେଶ ସନ୍ତୁଳନ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଲୋକଙ୍କ ସୁବିଧା ଓ ସୁସ୍ଥ ପରିବେଶ ପାଇଁ ବନ ବିଭାଗ ଗଛ ଲଗାଉଛି। ସ୍ଥାନୀୟ ଗ୍ରାମବାସୀ ଉକ୍ତ ଜଙ୍ଗଲକୁ ପାଳି କରି ସୁରକ୍ଷା ଯୋଗାଇ ଆସୁଛନ୍ତି। ନବରଙ୍ଗପୁର ଜିଲା ଉମରକୋଟ ବନଖଣ୍ଡ ଅଧୀନରେ ବେହେଡ଼ା ସଂରକ୍ଷିତ ଜଙ୍ଗଲ ରହିଛି। ତା’ ମଧ୍ୟରେ ସିରାଗୁଡା ଗ୍ରାମକୁ ଲାଗି ପ୍ରାୟ ୫୦ ହେକ୍ଟର ଜଙ୍ଗଲ ରହିଛି। ସିରାଗୁଡା ଗ୍ରାମବାସୀ ଏହି ଜଙ୍ଗଲକୁ ପ୍ରାୟ ୫୦ବର୍ଷ ହେବ ପାଳି କରି ସୁରକ୍ଷା ଦେଇ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉମରକୋଟ ବନଖଣ୍ଡ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପ୍ରୋତ୍ସାହନରେ ଗ୍ରାମବାସୀଙ୍କୁ ନେଇ ଏକ ବନ ସୁରକ୍ଷା କମିଟି ଗତବର୍ଷ ନଭେମ୍ବର ୧୦ରେ ଗଠନ କରାଯାଇଛି। ଏହି କମିଟି ୫୦ ହେକ୍ଟର ମଧ୍ୟରୁ ୬ ରୁ ୭ ହେକ୍ଟର ଖାଲି ପଡ଼ିଥିବା ଜାଗାରେ ସିରାଗୁଡା ବନ ସୁରକ୍ଷା ସମିତି ଓ ଗ୍ରାମ୍ୟ ବିକାଶ ସଙ୍ଗଠନ ସହାୟତାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରିଛି। ବର୍ଷା ପାଣିକୁ କିପରି ସଂରକ୍ଷଣ କରାଯିବ ତାହାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାଦ୍ୱାରା ଗ୍ରାମର କେତେକ ଲାକ ମଧ୍ୟ ରୋଜଗାରକ୍ଷମ ହୋଇପାରିଛନ୍ତି। ଦିନକୁ ଦିନ ବିଭିନ୍ନ କାରଣରୁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଏହି ଯୋଜନାରେ ସରକାର ଅର୍ଥ ଅନୁଦାନ କରିଥିବା ବେଳେ ଗ୍ରାମ୍ୟ ବିକାଶ ସଂଗଠନ ସହାୟତା କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୧-୨୨ ଆର୍ଥିକ ବର୍ଷରେ ୩,୪୨,୬୫୦ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ଉମରକୋଟ ବନଖଣ୍ଡ ଅଧିକାରୀ ପୂର୍ଣଚନ୍ଦ୍ର ନାୟକ। ଏଥିସହ ରତନଗୁଡା, ମୁଦିଗୁଡା ଗ୍ରାମରେ ମଧ୍ୟ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରାଯାଇଥିବା ସେ କହିଛନ୍ତି। ବନ ବିଭାଗ ପକ୍ଷରୁ ଲୋକଙ୍କ ଜୀବନ ଜୀବିକା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କୁ କର୍ମ ଯୋଗାଣ ପାଇଁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ଉମରକୋଟ ବନଖଣ୍ଡ ଅଧିକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?