ରାଜସ୍ୱ ମ୍ୟାପ୍‌ରୁ ଲିଭିଯାଉଛି ସାତଭାୟା ଗାଁ

କେନ୍ଦ୍ରାପଡ଼ା ଅଫିସ, ୬।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ପୂର୍ବର ଥିବା ପ୍ରସିଦ୍ଧ ପଞ୍ଚୁବରାହୀ ମନ୍ଦିର ବାଲିରେ ପୋତି ହୋଇଗଲାଣି। ମାତ୍ର କେଇ ହାତ ଦୂରରେ ଥିବା ନଡ଼ିଆ ଗଛ ବର୍ଷକ ମଧ୍ୟରେ ଅସ୍ତିତ୍ୱ ହରାଇ ସାରିଛି। ମା’ଙ୍କର ବିଭିନ୍ନ ଉତ୍ସବରେ ମନ୍ଦିର ସମ୍ମୁଖରେ ଥିବା ନଳକୂପ ବାଲିରେ ପୋତି ହୋଇଥିବା ବେଳେ ପ୍ରାୟ ୨୦୦ ମିଟର ବାଲି ପାହାଡ ଉପରେ ଥିବା ନଳକୂପ ସମୁଦ୍ର ଗର୍ଭକୁ ଚାଲିଯାଇଛି। ଯେଉଁଠି ଦିନେ କ୍ଷେତ ଥିଲା ଏବେ ବାଲିପାହାଡ଼। ସେହିପରି ଜଳବାୟୁ ପରିବର୍ତ୍ତନର ପରିଣାମରେ ସାତଭାୟାର ଶେଷ ଗାଁ ବରାହୀପୁର ରାଜସ୍ବ ମ୍ୟାପରୁ ହଜିଯିବାକୁ ବସିଛି। ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରୁ ୫୭୧ ପରିବାରଙ୍କୁ ଏଠାରୁ ୧୫ କି.ମି. ଦୂର ବଗପାଟିଆରେ ଥଇଥାନ କରାଯାଇଛି। ୧୪୮ ପରିବାର ବଗପାଟିଆରେ ଥଇଥାନ ପାଇଁ ଆବେଦନ କରିଥିଲେ ମଧ୍ୟ ବରାହୀପୁରରେ ମାତ୍ର ଦୁଇରୁ ଚାରୋଟି ଘର ନିଜର ଅସ୍ତିତ୍ୱ ବଞ୍ଚାଇ ରଖିଛନ୍ତି। ସମୁଦ୍ର ମାଡି ଆସିବା ଭୟ ସବୁବେଳେ ଲାଗି ରହିଥିବା ସ୍ଥାନାନ୍ତର ପାଇଁ ଥିବା ଅଧିବାସୀ କହିଛନ୍ତି। ଅପରପକ୍ଷରେ ତଟାଞ୍ଚଳରେ ବନୀକରଣ କରାଯାଉନାହିଁ। ହେନ୍ତାଳବଣ ସୃଷ୍ଟି ସହ ବନକୁଟୀର ନିର୍ମାଣ କରାଗଲେ ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହୁଅନ୍ତା ବୋଲି ପରିବେଶବିତ୍‌ ମତପ୍ରକାଶ କରିଛନ୍ତି।
ସାତଭାୟାର ଦୁର୍ଯ୍ୟୋଧନ ରାଉତ କହିଛନ୍ତି, ସମୁଦ୍ର ତଟକ୍ଷୟ ଏଠାରେ ବହୁବର୍ଷ ଧରି ଲାଗି ରହିଛି। ପୂର୍ବରୁ ସାତଭାୟାର ଗୋବିନ୍ଦପୁର, ମୋହନପୁର, ଖରିକୂଳ, ଚିନ୍ତାମଣିପୁର, ବଡଗହୀରମଥା ସମୁଦ୍ରରେ ଲୀନ ହୋଇଛି। ୨୦୧୧ରେ କାନପୁର ରାଜସ୍ବ ଗ୍ରାମ ନିଶ୍ଚିହ୍ନ ହୋଇଯାଇଛି। ୧୯୫୬ରୁ ୧୯୭୧ ମଧ୍ୟରେ ହୋଇଥିବା ୫ଟି ସାମୁଦ୍ରିକ ବାତ୍ୟା ଏହି ଅଞ୍ଚଳର ହଜାରରୁ ଊର୍ଦ୍ଧ୍ୱ ଜୀବନ ନେଇଛି। ପ୍ରାୟ ଅଢ଼େଇ ହଜାର ହେକ୍ଟର ଜମି ସମୁଦ୍ର ଗର୍ଭରେ ଲୀନ ହୋଇଛି। ଏହାପରେ ସ୍ଥାନାନ୍ତରୀକରଣ ପାଇଁ ବାରମ୍ବାର ଦାବି ହୋଇଥିଲା। ୧୯୯୯ ମହାବାତ୍ୟା ଧନଜୀବନକୁ ବହୁ ପରିମାଣରେ କ୍ଷତି ପହଞ୍ଚାଇ ଥିବାବେଳେ ୨୦୧୮ ସୁଦ୍ଧା ଚିହ୍ନଟ ୫୭୧ ପରିବାର ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ସାତଭାୟାଠାରେ ଥିବା ଚାଷ ଜମିର ଭରଣା ହୋଇ ନ ଥିବାରୁ ଆର୍ଥିକ ଦୁରବସ୍ଥା ଲାଗି ରହିଛି। ସାତଭାୟା ଗ୍ରାମକୁ ସୁରକ୍ଷା ଦେଉଥିବା ବାଲିବନ୍ଧ ସମୁଦ୍ରର ଉତ୍ତାଳ ଜୁଆର ଯୋଗୁ ନଷ୍ଟ ହେବାରୁ ୨୦୧୮ ଏପ୍ରିଲରେ ଆରାଧ୍ୟା ଦେବୀ ପଞ୍ଚୁବରାହୀଙ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ଅଦ୍ୟାବଧି ୧୪୮ ପରିବାରଙ୍କୁ ଥଇଥାନ ପାଇଁ ଜମି ମିଳିନି। ଏ ସମ୍ପର୍କରେ ପରିବେଶବିତ୍‌ ବିଶ୍ୱଜିତ ମହାନ୍ତି, ହେମନ୍ତ କୁମାର ରାଉତ, ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ସାତଭାୟାର ୧୨କି.ମି. ଦୀର୍ଘ ତଟାଞ୍ଚଳ କ୍ଷୟ ପ୍ରାକୃତିକ ବିପର୍ଯ୍ୟୟର ନମୁନା ପାଲଟିଛି। ଜୁଆର ମାଡରେ ପେଣ୍ଠଠାରେ ନିର୍ମିତ ଜିଓ ସିନ୍ଥେଟିକ ୱାଲର ଗ୍ୟାବିଅନ ବକ୍ସ ଜାଲି ଛିଡିଯାଉଛି। ସେହିପରି ସାତଭାୟା ଓ କାନପୁର ରାଜସ୍ବ ଗ୍ରାମରେ ହେନ୍ତାଳବଣ ନଷ୍ଟ ହୋଇଥିବାରୁ ଦ୍ରୁତ ତଟକ୍ଷୟ ଲାଗି ରହିଛି। ଏଠାରେ ହେନ୍ତାଳ ବଣ ସୃଷ୍ଟି ପାଇଁ ବନ ବିଭାଗ ଅଦ୍ୟାବଧି କୌଣସି ପ୍ରକ୍ରିୟା ଆରମ୍ଭ କରିନାହିଁ। ସେହିପରି ବନ ବିଭାଗ ପକ୍ଷରୁ ହାବେଳିଖଟି ପରି ବନକୁଟୀର ନିର୍ମାଣ କରାଗଲେ ପର୍ଯ୍ୟଟନ ଶିଳ୍ପ ଆଗକୁ ବଢ଼ିପାରନ୍ତା ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି, ସାତଭାୟା ଅଞ୍ଚଳରେ ବନୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। କେତେକ ସ୍ଥାନରେ ସମୁଦ୍ର ଜୁଆର ଏହି ଚାରାକୁ ନଷ୍ଟ କରିଥିଲେ ମଧ୍ୟ ପେଣ୍ଠରୁ ସାତଭାୟା ପର୍ଯ୍ୟନ୍ତ ନୂତନ ହେନ୍ତାଳବଣ ସୃଷ୍ଟି ହୋଇଛି। ସାତଭାୟାରେ ଲୁଣିପାଣି ରହୁଥିବାରୁ ଝାଉଁବଣ ସୃଷ୍ଟି ପାଇଁ ଉଦ୍ୟମ ହେଉଛି। ସେହିପରି ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ ସାତଭାୟାରୁ ସ୍ଥାନାନ୍ତର ପାଇଁ ୧୪୮ ପରିବାର ଆବେଦନପତ୍ରକୁ ତନଖି କରାଯାଉଛି। ତଦନ୍ତ ପରେ ଉପଯୁକ୍ତ ହିତାଧିକାରୀଙ୍କୁ ଥଇଥାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?