ରାଜସ୍ୱ ମ୍ୟାପ୍‌ରୁ ଲିଭିଯାଉଛି ସାତଭାୟା ଗାଁ

କେନ୍ଦ୍ରାପଡ଼ା ଅଫିସ, ୬।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ପୂର୍ବର ଥିବା ପ୍ରସିଦ୍ଧ ପଞ୍ଚୁବରାହୀ ମନ୍ଦିର ବାଲିରେ ପୋତି ହୋଇଗଲାଣି। ମାତ୍ର କେଇ ହାତ ଦୂରରେ ଥିବା ନଡ଼ିଆ ଗଛ ବର୍ଷକ ମଧ୍ୟରେ ଅସ୍ତିତ୍ୱ ହରାଇ ସାରିଛି। ମା’ଙ୍କର ବିଭିନ୍ନ ଉତ୍ସବରେ ମନ୍ଦିର ସମ୍ମୁଖରେ ଥିବା ନଳକୂପ ବାଲିରେ ପୋତି ହୋଇଥିବା ବେଳେ ପ୍ରାୟ ୨୦୦ ମିଟର ବାଲି ପାହାଡ ଉପରେ ଥିବା ନଳକୂପ ସମୁଦ୍ର ଗର୍ଭକୁ ଚାଲିଯାଇଛି। ଯେଉଁଠି ଦିନେ କ୍ଷେତ ଥିଲା ଏବେ ବାଲିପାହାଡ଼। ସେହିପରି ଜଳବାୟୁ ପରିବର୍ତ୍ତନର ପରିଣାମରେ ସାତଭାୟାର ଶେଷ ଗାଁ ବରାହୀପୁର ରାଜସ୍ବ ମ୍ୟାପରୁ ହଜିଯିବାକୁ ବସିଛି। ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରୁ ୫୭୧ ପରିବାରଙ୍କୁ ଏଠାରୁ ୧୫ କି.ମି. ଦୂର ବଗପାଟିଆରେ ଥଇଥାନ କରାଯାଇଛି। ୧୪୮ ପରିବାର ବଗପାଟିଆରେ ଥଇଥାନ ପାଇଁ ଆବେଦନ କରିଥିଲେ ମଧ୍ୟ ବରାହୀପୁରରେ ମାତ୍ର ଦୁଇରୁ ଚାରୋଟି ଘର ନିଜର ଅସ୍ତିତ୍ୱ ବଞ୍ଚାଇ ରଖିଛନ୍ତି। ସମୁଦ୍ର ମାଡି ଆସିବା ଭୟ ସବୁବେଳେ ଲାଗି ରହିଥିବା ସ୍ଥାନାନ୍ତର ପାଇଁ ଥିବା ଅଧିବାସୀ କହିଛନ୍ତି। ଅପରପକ୍ଷରେ ତଟାଞ୍ଚଳରେ ବନୀକରଣ କରାଯାଉନାହିଁ। ହେନ୍ତାଳବଣ ସୃଷ୍ଟି ସହ ବନକୁଟୀର ନିର୍ମାଣ କରାଗଲେ ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହୁଅନ୍ତା ବୋଲି ପରିବେଶବିତ୍‌ ମତପ୍ରକାଶ କରିଛନ୍ତି।
ସାତଭାୟାର ଦୁର୍ଯ୍ୟୋଧନ ରାଉତ କହିଛନ୍ତି, ସମୁଦ୍ର ତଟକ୍ଷୟ ଏଠାରେ ବହୁବର୍ଷ ଧରି ଲାଗି ରହିଛି। ପୂର୍ବରୁ ସାତଭାୟାର ଗୋବିନ୍ଦପୁର, ମୋହନପୁର, ଖରିକୂଳ, ଚିନ୍ତାମଣିପୁର, ବଡଗହୀରମଥା ସମୁଦ୍ରରେ ଲୀନ ହୋଇଛି। ୨୦୧୧ରେ କାନପୁର ରାଜସ୍ବ ଗ୍ରାମ ନିଶ୍ଚିହ୍ନ ହୋଇଯାଇଛି। ୧୯୫୬ରୁ ୧୯୭୧ ମଧ୍ୟରେ ହୋଇଥିବା ୫ଟି ସାମୁଦ୍ରିକ ବାତ୍ୟା ଏହି ଅଞ୍ଚଳର ହଜାରରୁ ଊର୍ଦ୍ଧ୍ୱ ଜୀବନ ନେଇଛି। ପ୍ରାୟ ଅଢ଼େଇ ହଜାର ହେକ୍ଟର ଜମି ସମୁଦ୍ର ଗର୍ଭରେ ଲୀନ ହୋଇଛି। ଏହାପରେ ସ୍ଥାନାନ୍ତରୀକରଣ ପାଇଁ ବାରମ୍ବାର ଦାବି ହୋଇଥିଲା। ୧୯୯୯ ମହାବାତ୍ୟା ଧନଜୀବନକୁ ବହୁ ପରିମାଣରେ କ୍ଷତି ପହଞ୍ଚାଇ ଥିବାବେଳେ ୨୦୧୮ ସୁଦ୍ଧା ଚିହ୍ନଟ ୫୭୧ ପରିବାର ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ସାତଭାୟାଠାରେ ଥିବା ଚାଷ ଜମିର ଭରଣା ହୋଇ ନ ଥିବାରୁ ଆର୍ଥିକ ଦୁରବସ୍ଥା ଲାଗି ରହିଛି। ସାତଭାୟା ଗ୍ରାମକୁ ସୁରକ୍ଷା ଦେଉଥିବା ବାଲିବନ୍ଧ ସମୁଦ୍ରର ଉତ୍ତାଳ ଜୁଆର ଯୋଗୁ ନଷ୍ଟ ହେବାରୁ ୨୦୧୮ ଏପ୍ରିଲରେ ଆରାଧ୍ୟା ଦେବୀ ପଞ୍ଚୁବରାହୀଙ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ଅଦ୍ୟାବଧି ୧୪୮ ପରିବାରଙ୍କୁ ଥଇଥାନ ପାଇଁ ଜମି ମିଳିନି। ଏ ସମ୍ପର୍କରେ ପରିବେଶବିତ୍‌ ବିଶ୍ୱଜିତ ମହାନ୍ତି, ହେମନ୍ତ କୁମାର ରାଉତ, ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ସାତଭାୟାର ୧୨କି.ମି. ଦୀର୍ଘ ତଟାଞ୍ଚଳ କ୍ଷୟ ପ୍ରାକୃତିକ ବିପର୍ଯ୍ୟୟର ନମୁନା ପାଲଟିଛି। ଜୁଆର ମାଡରେ ପେଣ୍ଠଠାରେ ନିର୍ମିତ ଜିଓ ସିନ୍ଥେଟିକ ୱାଲର ଗ୍ୟାବିଅନ ବକ୍ସ ଜାଲି ଛିଡିଯାଉଛି। ସେହିପରି ସାତଭାୟା ଓ କାନପୁର ରାଜସ୍ବ ଗ୍ରାମରେ ହେନ୍ତାଳବଣ ନଷ୍ଟ ହୋଇଥିବାରୁ ଦ୍ରୁତ ତଟକ୍ଷୟ ଲାଗି ରହିଛି। ଏଠାରେ ହେନ୍ତାଳ ବଣ ସୃଷ୍ଟି ପାଇଁ ବନ ବିଭାଗ ଅଦ୍ୟାବଧି କୌଣସି ପ୍ରକ୍ରିୟା ଆରମ୍ଭ କରିନାହିଁ। ସେହିପରି ବନ ବିଭାଗ ପକ୍ଷରୁ ହାବେଳିଖଟି ପରି ବନକୁଟୀର ନିର୍ମାଣ କରାଗଲେ ପର୍ଯ୍ୟଟନ ଶିଳ୍ପ ଆଗକୁ ବଢ଼ିପାରନ୍ତା ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି, ସାତଭାୟା ଅଞ୍ଚଳରେ ବନୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। କେତେକ ସ୍ଥାନରେ ସମୁଦ୍ର ଜୁଆର ଏହି ଚାରାକୁ ନଷ୍ଟ କରିଥିଲେ ମଧ୍ୟ ପେଣ୍ଠରୁ ସାତଭାୟା ପର୍ଯ୍ୟନ୍ତ ନୂତନ ହେନ୍ତାଳବଣ ସୃଷ୍ଟି ହୋଇଛି। ସାତଭାୟାରେ ଲୁଣିପାଣି ରହୁଥିବାରୁ ଝାଉଁବଣ ସୃଷ୍ଟି ପାଇଁ ଉଦ୍ୟମ ହେଉଛି। ସେହିପରି ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ ସାତଭାୟାରୁ ସ୍ଥାନାନ୍ତର ପାଇଁ ୧୪୮ ପରିବାର ଆବେଦନପତ୍ରକୁ ତନଖି କରାଯାଉଛି। ତଦନ୍ତ ପରେ ଉପଯୁକ୍ତ ହିତାଧିକାରୀଙ୍କୁ ଥଇଥାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri