ବଇଦଙ୍କ ଗାଁ ଭୋଇସାହି

ନିରାକାରପୁର,୧୧।୧୨(ଡି.ଏନ୍‌.ଏ.): ବିଜ୍ଞାନ ଯୁଗରେ ବି ଲୋକେ ବୈଦ୍ୟଙ୍କ ଉପରେ ନିର୍ଭର କରିବା ସହ ଆୟୁର୍ବେଦ ପଦ୍ଧତିର ଚିକିତ୍ସାକୁ ଭରସା କରୁଛନ୍ତି। ତେଣୁ କେତେଜଣ ବୈଦ୍ୟ ପରିବାର ନିଜର କୌଳିକ ବୃତ୍ତିକୁ ଜାବୋଡି ଧରିଛନ୍ତି। ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଡିଆ ପଞ୍ଚାୟତର ‘ଭୋଇସାହି’ ହେଉଛି ଏଭଳି ଗାଁଟିଏ, ଯେଉଁଠି ଅଧିକାଂଶ ପରିବାର ଚେରମୂଳିରୁ ଔଷଧ ପ୍ରସ୍ତୁତ କରିବା ସହ ରୋଗୀଙ୍କ ଉପଚାର କରିଥାନ୍ତି। ଏଥିପାଇଁ ଭୋଇସାହି ଲୋକମୁଖରେ ବୈଦ୍ୟର ଗାଁ ଭାବେ ପରିଚୟ ପାଇଛି।
କବିରାଜ ନାରାୟଣ ମହାନ୍ତିଙ୍କ କିବାନୁଯାୟୀ, ଭୋଇ ବଂଶୀୟ ରାଜାଙ୍କ ଶାସନ ସମୟରେ ରାଜାଙ୍କ ପରିବାରର କେହି ସଦସ୍ୟ ଅର୍ଶ ରୋଗରେ ଆକ୍ରାନ୍ତ ହୋଇଥିଲେ। ଜେଜେଙ୍କ ଜେଜେବାପା ତାଙ୍କୁ ଚିକିତ୍ସା କରି ରୋଗ ଭଲ କରିଥିଲେ। ସେଥିଲାଗି ରାଜା ତାଙ୍କୁ ‘ଭୋଇ’ ଉପାଧି ଦେଇଥିଲେ। ସେବେଠାରୁ ଏହି ଗ୍ରାମ ଭୋଇସାହି ନାମକରଣ ହୋଇଥିଲା। ଏହି ଗ୍ରାମରେ ପ୍ରବେଶ କରୁ କରୁ ଦେଖିବାକୁ ମିଳେ, କିଏ ଗଛର ପତ୍ର ସଂଗ୍ରହ କରୁଛି ତ’ ଆଉ କିଏ ଚେରମୂଳି ଖରାରେ ଶୁଖାଉଛି। ଆଉ କିଏ ହେମଦସ୍ତା ଓ ଢିଙ୍କିରେ ଚେରମୂଳି କୁଟୁଛନ୍ତି। ଏମାନଙ୍କ ପାଖରେ ଉଚ୍ଚଶିକ୍ଷାର ଡିଗ୍ରୀ ନ ଥିଲେ ମଧ୍ୟ ଅନେକ ରୋଗ ନିବାରଣ କରିବାରେ ରହିଛି ପାରଦର୍ଶିତା। ପାରମ୍ପରିକ ଭାବେ ଚେରମୂଳିରୁ ଔଷଧ ପ୍ରସ୍ତୁତ କରିବା ସହ ରୋଗୀଙ୍କ ଉପଚାର କରି ସେଥିରୁ ଉପାର୍ଜିତ ଅର୍ଥରେ କବିରାଜମାନେ ସେମାନଙ୍କର ପରିବାର ଚଳାଇଥାନ୍ତି। ମାତ୍ର ଚେରମୂଳିର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ କିଣି ପରିବାର ଚଳାଇବା କଷ୍ଟକର ହୋଇପଡିଛି। ଫଳରେ ଗ୍ରାମର କେତେଜଣ ଲୋକ ଏହି କୌଳିିକ ବୃତ୍ତିକୁ ଛାଡ଼ି ମୂଲ ଲାଗୁଛନ୍ତି। ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ନ ମିଳିଲେ ଏହି ବୃତ୍ତି ଲୋପ ପାଇଯିବ ବୋଲି ଜୟକୃଷ୍ଣ ମହାନ୍ତି କହିଛନ୍ତି। ପୂର୍ବରୁ ଗ୍ରାମ ନିକଟରେ ଥିବା ଚିତ୍ରକୂଟ ପାହାଡ଼ରୁ କିଛି ଚେରମୂଳି ସଂଗ୍ରହ କରାଯାଉଥିଲା। କିନ୍ତୁ ଏବେ ଆଉ ସମ୍ଭବ ହେଉନାହିଁ। ଯେଉଁ ଚେରମୂଳି ବଜାରରେ ମିଳୁଛି ତାହା ଉଚ୍ଚା ଦରରେ ବିକ୍ରି ହେଉଛି। ଚେରମୂଳି କିଣି ରୋଗୀଙ୍କ ସେବା ସହ ପରିବାର ଚଳାଇବା କଷ୍ଟକର ହୋଇପଡୁଛି ବୋଲି କବିରାଜ ବାଲୁଙ୍କେଶ୍ୱର ମହାନ୍ତି କହିଛନ୍ତି। ପ୍ରତ୍ୟେକ ବର୍ଷ ଏହି ଗ୍ରାମରେ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ଧନ୍ବନ୍ତରୀଙ୍କ ପୂଜା କରାଯାଇଥାଏ। କବିରାଜମାନେ ଉପସ୍ଥିତ ରହି ପୁରାଣ ଶାସ୍ତ୍ର ପାଠ କରିବା ସହ ପାରମ୍ପରିକ ଚିକିତ୍ସା ବିଜ୍ଞାନ ସମ୍ପର୍କରେ ଆଲୋଚନା କରିଥାନ୍ତି। ଏହି ଗ୍ରାମରେ ନୂତନ ଓ ପୁରାତନ ରୋଗର ଆୟୁର୍ବେଦ ପଦ୍ଧତିରେ ସଫଳ ଚିକିତ୍ସା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଇଟ ହାଉସ ପ୍ରେସ ଡିନର ଗୁଳିକାଣ୍ଡର ଇରାନ ଯୁଦ୍ଧ ସହ ରହିଛି ସମ୍ପର୍କ, ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୨୫।୪: ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ ଆସୋସିଏସନ ରାତ୍ରୀଭୋଜନ ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି…

ଜାତୀୟ ସ୍ତରରେ ଚମକିଲେ କୁନି ପ୍ରତିଭା ଏଫ୍ରାତା, ଶହଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ…

ଲୋଇସିଂହା,୨୬ା୪(ସୁଶାନ୍ତ ବାରିକ): ପୁଣିଥରେ ଜାତୀୟ ମଞ୍ଚରେ ଗୌରବ ଆଣିଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ଜଡ଼ାମୁଣ୍ଡାର କୁନି ମଡେଲ ଏଫ୍ରାତା ଜୋଏଲ। ଦେଶର ପ୍ରତିଷ୍ଠିତ ରିଆଲିଟି ଶୋ ’ଇଣ୍ଡିଆ…

ରାସ୍ତାରେ ଆସୁଆସୁ ହଠାତ୍‌ ଓଲଟି ପଡ଼ିଲା ମେଲୋଡ଼ି ଗାଡ଼ି, ଭିତରେ ଥିଲେ ୩୦ କଳାକାର

ବଲାଙ୍ଗୀର/ସଇଁତଳା,୨୬ା୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ରବିବାର ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୬ କନ୍ଧକେଲ ଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଯାତ୍ରୀ ପ୍ରତୀକ୍ଷାଳୟରେ ପାନୀୟଜଳ ପ୍ରକଳ୍ପ ଅଚଳ, ଛାତରେ ଝୁଲୁଛି ଅକାମୀ ପଙ୍ଖା, ଆଶ୍ରୟ ନେବା ପାଇଁ…

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ତାତି ବଢ଼ୁଛି। ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ବରଗଡ଼ ସହର ପେଣ୍ଠସ୍ଥଳୀରେ ରହିଥିବା ସରକାରୀ ବସଷ୍ଟାଣ୍ଡରେ ସର୍ବନିମ୍ନ ମୌଳିକ…

AAPର ସାତ ଜଣ ଏମପି ଭାଜପାରେ ଯୋଗଦେବା ପରେ ଏବେ କଂଗ୍ରେସର ୬ ବିଧାୟକ ଧରିବେ ପଦ୍ମ? ଦଳ କହିଲା…

ନାଟନା,୨୬।୪: ଆମ ଆଦମୀ ପାର୍ଟି (ଏଏପି)ର ସାତ ଜଣ ରାଜ୍ୟ ସଭା ଏମପି ରାଘବ ଚଢାଙ୍କ ସମେତ ବାକି ନେତା ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ…

ଶ୍ରୀଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ରାଜ୍ୟରେ ପ୍ରଥମ ହେଲେ କାବ୍ୟେଶ, ପାଟଣା ପାଇଁ ଆଣିଲେ ଗୌରବ

ପାଟଣା, ୨୬।୪ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ର କାବ୍ୟେଶ ବେହେରା ବିଦ୍ୟାଳୟ…

ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା, ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ, ରାସ୍ତାରୋକୋ…

ବାସୁଦେବପୁର,୨୬।୪(କାଳିପଦ ରାୟ/ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସାରେ ଅବହେଳା ଯୋଗୁ ଜଣେ ୧୪ ବର୍ଷର ନାବାଳକର…

୧୦୦ ମିଟର ଦୂରରେ ହେଉଥିଲା ଭାଜପାର ରାଲି, ଶଦ୍ଦ ଶୁଣି ରାଗିଗଲେ ମମତା; ତା’ ପରେ…

କୋଲକାତା,୨୬।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ଚାଲିଛି। ଶନିବାର (୨୬ ଏପ୍ରିଲ) ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରରେ ଏକ ରାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri