ଗାଁରେ ପାଣି ନାହିଁ ବୋଲି ମିଳୁନି ବୋହୂ

ନବରଙ୍ଗପୁର,୧୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅଧୀନ ବଡ଼ବାର୍ଲି ଗଁାରେ ବର୍ଷ ବର୍ଷ ଧରି ଲାଗିରହିଛି ପାଣି ସମସ୍ୟା। ପ୍ରାୟ ୨ ବର୍ଷ ହେବ ମେଗା ପାନୀୟଜଳ ପ୍ରକଳ୍ପରେ ଏକ ପାଣି ଟାଙ୍କି ଗ୍ରାମରେ ନିର୍ମାଣ ହୋଇ ପାଇପ ବିଛା ଯାଇଛି। ହେଲେ ଗ୍ରାମବାସୀଙ୍କୁ ପାଇପ୍‌ ପାଣି ମିଳିନି। ଟୋପାଏ ପାଣି ପାଇଁ ଯିବାକୁ ପଡ଼ୁଛି ଦୀର୍ଘ ଦେଢ଼ କିଲୋମିଟର। ଉକ୍ତ ସମସ୍ୟା ପାଇଁ ଏହି ଗଁାରେ ଝିଅ ଦେବାକୁ କେହି ରାଜି ହେଉନାହାନ୍ତି। ଖାସ୍‌ ଏହି କାରଣରୁ ଏବେ ଗଁାର ପ୍ରାୟ ୮୦ରୁ ଅଧିକ ଯୁବକ ଅବିବାହିତ ଅଛନ୍ତି।

ବଡ଼ବାର୍ଲି ଗଁାରେ ୨୧୮ ପରିବାର। ଲୋକସଂଖ୍ୟା ହଜାରରୁ ଊର୍ଦ୍ଧ୍ୱ। ପାହାଡ଼ଘେରା ଗଁାରେ ରାସ୍ତା, ବିଜୁଳିତ ରହିଛି। କିନ୍ତୁ ପିଇବା ପାଣି ସୁବିଧାରେ ମିଳୁନି। ପ୍ରଶାସନ ପକ୍ଷରୁ ଏଠାରେ ୩ଟି ନଳକୂପ ଖୋଳାଯାଇଥିଲା। ଗଁା ସ୍କୁଲ ପରିସରରେ ବି ଗୋଟିଏ ନଳକୂପ ଅଛି। କିନ୍ତୁ ବର୍ତ୍ତମାନ କେବଳ ଗୋଟିଏ ନଳକୂପରୁ ଅଳ୍ପ କିଛି ପାଣି ବାହାରୁଛି, ଯାହା କି ଲୋକଙ୍କ ଆବଶ୍ୟକତାଠାରୁ ଢେର୍‌ କମ୍‌। ଅନ୍ୟ ୩ଟି ଅଚଳ। ଫଳରେ ବାଧ୍ୟ ହୋଇ ରାତି ପାହିଲେ ମହିଳାମାନେ ଦେଢ଼ କି.ମି. ଦୂରରେ ଥିବା ଝରଣାକୁ ପାଣି ପାଇଁ ଯାଉଛନ୍ତି।

ତେବେ ଏ ନେଇ ୧୦ ବର୍ଷ ତଳେ ମଧ୍ୟ ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ଝରଣା ପାଣି ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ କୁଣ୍ଡ ନିର୍ମାଣ ସହ ପାଇପ୍‌ ଲଗାଯାଇଥିଲା। ଝରଣା ପାଖକୁ ଯିବାକୁ ହେଲେ ପ୍ରାୟ ୩୦ ଫୁଟ୍‌ ତଳକୁ ଯିବାକୁ ପଡ଼ୁଥିବାରୁ ପ୍ରଶାସନ ପକ୍ଷରୁ ୩୫ଟି ପାହାଚ କରାଯାଇଛି। ପାଣି ସଂଗ୍ରହ ପାଇଁ ପଥର ସନ୍ଧିରେ ୨ଟି ପାଇପ୍‌ ଲଗାଯାଇଛି। ଏଥିସହ ଅନ୍ତ୍ୟେଷ୍ଟିକ୍ରିୟା ସ୍ନାନ, ଶୌଚ ଆଦି ପାଇଁ ପ୍ରାୟ ୨କି.ମି. ଦୂର ସାନବାର୍ଲି କିମ୍ବା ନୂଆଗୁଡ଼ା ଗଁା ପୋଖରୀକୁ ଯିବାକୁ ପଡୁଥିବା ଗ୍ରାମବାସୀ କହିଛନ୍ତି। ବାରମ୍ବାର ଏ ସମସ୍ୟା ସମ୍ପର୍କରେ ବ୍ଲକ ଓ ଜିଲା ପ୍ରଶାସନକୁ ଅବଗତ କରାଯିବା ପରେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଗ୍ରାମବାସୀ ପ୍ରମାନନ୍ଦ ନାଗ କହିଛନ୍ତି।

ଏହି ସମସ୍ୟା ପାଇଁ ଗଁାକୁ କେହି ଝିଅ ଦେବାକୁ ରାଜି ହେଉନାହାନ୍ତି। ଯଦି ଅନ୍ୟ ଗଁା ଝିଅ ଏଠାକୁ ବାହା ହୋଇ ଆସୁଛନ୍ତି ଏହି ଅସୁବିଧା ଯୋଗୁ ଶାଶୁ ଘର ଛାଡ଼ି ବାପଘରକୁ ଚାଲିଯାଉଛନ୍ତି। ଗଁାର ରାଏସିଙ୍ଗ ନାୟକ କହିଛନ୍ତି, ସେ ଅନ୍ୟ ଗ୍ରାମର ଝିଅଙ୍କୁ ବାହା ହୋଇଥିଲେ। ତାଙ୍କର ପୁଅଟିଏ ମଧ୍ୟ ହେଲା। କିନ୍ତୁ ପାଣି ସମସ୍ୟାର ସମ୍ମୁଖୀନ ହୋଇ ୮ ମାସର ପୁଅ ଓ ପରିବାରକୁ ଛାଡ଼ି ସ୍ତ୍ରୀ ଚାଲିଯାଇଥିବା ରାଏସିଙ୍ଗ କହିଛନ୍ତି। ତୁରନ୍ତ ପାଣି ସମସ୍ୟା ଦୂର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏପରି ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସମୀର ହରିଜନଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଅଧୀକ୍ଷଣ ଯନ୍ତ୍ରୀ ପ୍ରତୀକ କୁମାର ରାଉତଙ୍କୁ ପଚାରିବାରୁ ବଡ଼ବାର୍ଲି ଗ୍ରାମଟି ରେଡ୍‌ ଜୋନ୍‌ରେ ଥିବାବେଳେ ପାଣି ସମସ୍ୟା ରହିଥିବା ସେ ସ୍ବୀକାର କରିଛନ୍ତି। ତେବେ ସେଠାରେ ମେଗା ପାନୀୟଜଳ ପ୍ରକଳ୍ପରେ ଗଁାକୁ ଜଳ ଯୋଗାଣ ଯୋଜନା ରହିଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ପାଇପ୍‌ ବିଛାଇବା ଲାଗି ଅନୁମତି ଦେଉ ନ ଥିବାରୁ ସମସ୍ୟା ହେଉଛି। ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇ ଜୁନ୍‌ ମାସ ସୁଦ୍ଧା ଗଁାର ପାନୀୟଜଳ ସମସ୍ୟା ଦୂର କରାଯିବ। ସେହିଭଳି ଖରାଦିନ ସାରା ଟ୍ୟାଙ୍କର ଯୋଗେ ଗ୍ରାମରେ ଜଳ ଯୋଗାଣ କରାଯାଇ ପାଣି ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri