ଗାଁରେ ପାଣି ନାହିଁ ବୋଲି ମିଳୁନି ବୋହୂ

ନବରଙ୍ଗପୁର,୧୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅଧୀନ ବଡ଼ବାର୍ଲି ଗଁାରେ ବର୍ଷ ବର୍ଷ ଧରି ଲାଗିରହିଛି ପାଣି ସମସ୍ୟା। ପ୍ରାୟ ୨ ବର୍ଷ ହେବ ମେଗା ପାନୀୟଜଳ ପ୍ରକଳ୍ପରେ ଏକ ପାଣି ଟାଙ୍କି ଗ୍ରାମରେ ନିର୍ମାଣ ହୋଇ ପାଇପ ବିଛା ଯାଇଛି। ହେଲେ ଗ୍ରାମବାସୀଙ୍କୁ ପାଇପ୍‌ ପାଣି ମିଳିନି। ଟୋପାଏ ପାଣି ପାଇଁ ଯିବାକୁ ପଡ଼ୁଛି ଦୀର୍ଘ ଦେଢ଼ କିଲୋମିଟର। ଉକ୍ତ ସମସ୍ୟା ପାଇଁ ଏହି ଗଁାରେ ଝିଅ ଦେବାକୁ କେହି ରାଜି ହେଉନାହାନ୍ତି। ଖାସ୍‌ ଏହି କାରଣରୁ ଏବେ ଗଁାର ପ୍ରାୟ ୮୦ରୁ ଅଧିକ ଯୁବକ ଅବିବାହିତ ଅଛନ୍ତି।

ବଡ଼ବାର୍ଲି ଗଁାରେ ୨୧୮ ପରିବାର। ଲୋକସଂଖ୍ୟା ହଜାରରୁ ଊର୍ଦ୍ଧ୍ୱ। ପାହାଡ଼ଘେରା ଗଁାରେ ରାସ୍ତା, ବିଜୁଳିତ ରହିଛି। କିନ୍ତୁ ପିଇବା ପାଣି ସୁବିଧାରେ ମିଳୁନି। ପ୍ରଶାସନ ପକ୍ଷରୁ ଏଠାରେ ୩ଟି ନଳକୂପ ଖୋଳାଯାଇଥିଲା। ଗଁା ସ୍କୁଲ ପରିସରରେ ବି ଗୋଟିଏ ନଳକୂପ ଅଛି। କିନ୍ତୁ ବର୍ତ୍ତମାନ କେବଳ ଗୋଟିଏ ନଳକୂପରୁ ଅଳ୍ପ କିଛି ପାଣି ବାହାରୁଛି, ଯାହା କି ଲୋକଙ୍କ ଆବଶ୍ୟକତାଠାରୁ ଢେର୍‌ କମ୍‌। ଅନ୍ୟ ୩ଟି ଅଚଳ। ଫଳରେ ବାଧ୍ୟ ହୋଇ ରାତି ପାହିଲେ ମହିଳାମାନେ ଦେଢ଼ କି.ମି. ଦୂରରେ ଥିବା ଝରଣାକୁ ପାଣି ପାଇଁ ଯାଉଛନ୍ତି।

ତେବେ ଏ ନେଇ ୧୦ ବର୍ଷ ତଳେ ମଧ୍ୟ ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ଝରଣା ପାଣି ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ କୁଣ୍ଡ ନିର୍ମାଣ ସହ ପାଇପ୍‌ ଲଗାଯାଇଥିଲା। ଝରଣା ପାଖକୁ ଯିବାକୁ ହେଲେ ପ୍ରାୟ ୩୦ ଫୁଟ୍‌ ତଳକୁ ଯିବାକୁ ପଡ଼ୁଥିବାରୁ ପ୍ରଶାସନ ପକ୍ଷରୁ ୩୫ଟି ପାହାଚ କରାଯାଇଛି। ପାଣି ସଂଗ୍ରହ ପାଇଁ ପଥର ସନ୍ଧିରେ ୨ଟି ପାଇପ୍‌ ଲଗାଯାଇଛି। ଏଥିସହ ଅନ୍ତ୍ୟେଷ୍ଟିକ୍ରିୟା ସ୍ନାନ, ଶୌଚ ଆଦି ପାଇଁ ପ୍ରାୟ ୨କି.ମି. ଦୂର ସାନବାର୍ଲି କିମ୍ବା ନୂଆଗୁଡ଼ା ଗଁା ପୋଖରୀକୁ ଯିବାକୁ ପଡୁଥିବା ଗ୍ରାମବାସୀ କହିଛନ୍ତି। ବାରମ୍ବାର ଏ ସମସ୍ୟା ସମ୍ପର୍କରେ ବ୍ଲକ ଓ ଜିଲା ପ୍ରଶାସନକୁ ଅବଗତ କରାଯିବା ପରେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଗ୍ରାମବାସୀ ପ୍ରମାନନ୍ଦ ନାଗ କହିଛନ୍ତି।

ଏହି ସମସ୍ୟା ପାଇଁ ଗଁାକୁ କେହି ଝିଅ ଦେବାକୁ ରାଜି ହେଉନାହାନ୍ତି। ଯଦି ଅନ୍ୟ ଗଁା ଝିଅ ଏଠାକୁ ବାହା ହୋଇ ଆସୁଛନ୍ତି ଏହି ଅସୁବିଧା ଯୋଗୁ ଶାଶୁ ଘର ଛାଡ଼ି ବାପଘରକୁ ଚାଲିଯାଉଛନ୍ତି। ଗଁାର ରାଏସିଙ୍ଗ ନାୟକ କହିଛନ୍ତି, ସେ ଅନ୍ୟ ଗ୍ରାମର ଝିଅଙ୍କୁ ବାହା ହୋଇଥିଲେ। ତାଙ୍କର ପୁଅଟିଏ ମଧ୍ୟ ହେଲା। କିନ୍ତୁ ପାଣି ସମସ୍ୟାର ସମ୍ମୁଖୀନ ହୋଇ ୮ ମାସର ପୁଅ ଓ ପରିବାରକୁ ଛାଡ଼ି ସ୍ତ୍ରୀ ଚାଲିଯାଇଥିବା ରାଏସିଙ୍ଗ କହିଛନ୍ତି। ତୁରନ୍ତ ପାଣି ସମସ୍ୟା ଦୂର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏପରି ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସମୀର ହରିଜନଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଅଧୀକ୍ଷଣ ଯନ୍ତ୍ରୀ ପ୍ରତୀକ କୁମାର ରାଉତଙ୍କୁ ପଚାରିବାରୁ ବଡ଼ବାର୍ଲି ଗ୍ରାମଟି ରେଡ୍‌ ଜୋନ୍‌ରେ ଥିବାବେଳେ ପାଣି ସମସ୍ୟା ରହିଥିବା ସେ ସ୍ବୀକାର କରିଛନ୍ତି। ତେବେ ସେଠାରେ ମେଗା ପାନୀୟଜଳ ପ୍ରକଳ୍ପରେ ଗଁାକୁ ଜଳ ଯୋଗାଣ ଯୋଜନା ରହିଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ପାଇପ୍‌ ବିଛାଇବା ଲାଗି ଅନୁମତି ଦେଉ ନ ଥିବାରୁ ସମସ୍ୟା ହେଉଛି। ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇ ଜୁନ୍‌ ମାସ ସୁଦ୍ଧା ଗଁାର ପାନୀୟଜଳ ସମସ୍ୟା ଦୂର କରାଯିବ। ସେହିଭଳି ଖରାଦିନ ସାରା ଟ୍ୟାଙ୍କର ଯୋଗେ ଗ୍ରାମରେ ଜଳ ଯୋଗାଣ କରାଯାଇ ପାଣି ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?