ଗାଁ ଶ୍ମଶାନ ଉପରେ ପଥର ମାଫିଆଙ୍କ ଆଖି

ଖୋର୍ଦ୍ଧା ଅଫିସ,୨୨।୧: ଖୋର୍ଦ୍ଧା ଜିଲାରେ ସରକାରୀ ଜମି, ଗ୍ରାମ୍ୟ ଜଙ୍ଗଲ ଏବଂ କାଜୁ ଜଙ୍ଗଲରୁ ପଥର ମାଫିଆମାନେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରୁଥିବାବେଳେ ଏବେ ସେମାନଙ୍କ ଲୋଲୁପ ଦୃଷ୍ଟି ଗାଁ ଶ୍ମଶାନ ଜମି ଉପରେ ପଡ଼ିଛି। ଗତ କିଛିଦିନ ହେଲା ଖୋର୍ଦ୍ଧା ନିକଟ ବ୍ରଜମୋହନପୁର ଗ୍ରାମର ଶ୍ମଶାନ ଜମିରୁ ବେଆଇନ ଭାବେ ପଥର କଟାଚାଲିଛି। ମାଫିଆ ମାନେ ପଥର କାଟି ଚାଲାଣ କରୁଥିବାରୁ ଶ୍ମଶାନ ଜମି ଏବେ ମାଟିରେ ମିଶିବାକୁ ବସିଲାଣି। କେତେକ ସ୍ଥାନରେ ୫୦ ଫୁଟରୁ ଊର୍ଦ୍ଧ୍ୱ ଗଭୀର ଗାତ ସୃଷ୍ଟି ହୋଇଛି। ମୃତଦେହ ଦାହ ଲାଗି ଗ୍ରାମବାସୀ ହଇରାଣ ହେଉଛନ୍ତି। ଗ୍ରାମବାସୀ ବେଆଇନ ପଥର ଚାଲାଣକୁ ବିରୋଧ କଲେ ମାଫିଆମାନେ ନାଲି ଆଖି ଦେଖାଉଛନ୍ତି ବୋଲି ଗୁରୁବାର ଗ୍ରାମବାସୀ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ନେଇ ସେମାନେ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି।
ପଥର ମାଫିଆଙ୍କ ଆତଙ୍କରାଜରୁ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ସହ ନୂତନ ଶ୍ମଶାନ ଜମି ଯୋଗାଇଦେବା ଲାଗି ସେମାନେ ଦାବି କରିଛନ୍ତି। ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା, ଜଟଣୀ, ଭୁବନେଶ୍ୱର, ବେଗୁନିିଆ, ବୋଲଗଡ଼ ଓ ଟାଙ୍ଗୀ ପ୍ରଭୃତି ଅଞ୍ଚଳରେ ଏକର ଏକର କାଜୁ ଜଙ୍ଗଲ, ଗ୍ରାମୀଣ ଜଙ୍ଗଲ, ସରକାରୀ ଜମିରୁ ପଥର କଟାଚାଲିଛି। ଫଳରେ ଜଙ୍ଗଲ ନଷ୍ଟ ହେବା ସହ ପରିବେଶ ପ୍ରତିକୂଳ ପ୍ରଭାବ ମଧ୍ୟ ପଡୁଛି। ଗୋଚାରଣ ପାଇଁ ସ୍ଥାନ ଅଭାବ ପଡ଼ିିଲାଣି। ପ୍ରଶାସନ ମଧ୍ୟ ରାଜସ୍ବ ହରାଉଛି। ତେଣୁ ପ୍ରଶାସନ ଓ ପୋଲିସ ପକ୍ଷରୁ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ
ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri