ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପୀଡ଼ିତାଙ୍କୁ ମାଡ଼

ନୟାଗଡ଼ ଅଫିସ/ ରଣପୁର,୧ା୪(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାଠାରୁ ୫ କି.ମି. ଦୂର ଏକ ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରୁ ଟେକି ନେଇ ବଳାତ୍କାର କରାଯାଇଥିଲା। ଏ ସଂକ୍ରାନ୍ତରେ ଗାଁରେ ସଭା ବସିଥିଲା। ହେଲେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।ଏହା ପରେ ଏହି ଘଟଣା ଉଗ୍ରରୂପ ନେଇଛି। ଅଭିଯୁକ୍ତ ଫେରାର ହୋଇଥିବା ବେଳେ ଗୁରୁବାର ଗାଁରେ କଙ୍ଗାରୁ କୋର୍ଟ ବସି ପୀଡ଼ିତାଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଇଛି। ଏପରି କି ଗାଁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପୀଡ଼ିତାଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଥାନାରେ କରାଯାଇଥିବା ଅଭିଯୋଗ ଉଠାଇ ଆଣିବାକୁ ପୀଡ଼ିତାଙ୍କ ଉପରେ ଚାପ ପକାଇଛନ୍ତି ଗାଁର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି। ନ ହେଲେ ଜୀବନରେ ମାରିଦେବାକୁ ସେମାନେ ଧମକ ଦେଇଛନ୍ତି। ସେମାନେ ପୀଡ଼ିତାଙ୍କ ମା’ଙ୍କୁ ବି ଛାଡ଼ି ନାହାନ୍ତି। ଘରେ ପଶି ତାଙ୍କୁ ମଧ୍ୟ ମାଡ଼ ମାରିଛନ୍ତି। ଏହି ଘଟଣା ନୟାଗଡ଼ ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ରଣପୁର ଥାନା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ୫ ମହିଳାଙ୍କ ସମେତ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦିଲ୍ଲୀପ କୁମାର ତୋଟାଳ(୨୧), ରବି ପରିଡ଼ା(୬୦), ଅଶାନ୍ତି ଓରଫ ରୀନା ପରିଡ଼ା(୩୭), ସଞ୍ଜୁ ପରିଡ଼ା(୬୦), ଶଶି ପରିଡ଼ା(୩୫), ମଞ୍ଜୁ ମତା(୫୫), ସାଇ ବେହେରା (୫୫)। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରିବା ସହ ପ୍ରାଥମିକ ଚିକିତ୍ସା ପରେ ପୋଲିସ ଘରେ ଛାଡ଼ିଛି।
ଅଭିଯୋଗ ଅନୁଯାୟୀ, ଗତ ୩ ମାସ ତଳେ ଉପରୋକ୍ତ ଥାନା ଅଞ୍ଚଳର ଅବାଜୁ ପରିଡ଼ା(୩୨) ସମ୍ପୃକ୍ତା ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲେ। ଘଟଣା ଦିନ ଅବାଜୁ ନାବାଳିକାଙ୍କୁ ନିଜ ଘରକୁ ନେଇ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାରିକୁ ନ କହିବାକୁ ସେ ନାବାଳିକାଙ୍କୁ ଧମକ ଦେଇଥିଲେ। କେହି ଜାଣିଲେ ପରିସ୍ଥିତି ଭୟଙ୍କର ହେବ ବୋଲି କହିଥିଲେ। ନାବାଳିକା ଏକଥା ଘରେ କହିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିବାକୁ ପ୍ରସ୍ତୁତ ହୋଇଥିଲେ। ଏନେଇ କଥା ପ୍ରଚାର ହେବା ପରେ ଗାଁରେ ସଭା ବସିଥିଲା। ବଳାତ୍କାର ନେଇ ଥାନାରେ ଅଭିଯୋଗ ନ କରିବାକୁ ଗାଁ ସଭାରେ ନାବାଳିକାଙ୍କ ପରିବାରକୁ ପରାମର୍ଶ ଦିଆଯାଇଥିଲା। ହେଲେ ନାବାଳିକାଙ୍କ ପରିବାର ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବାକୁ ଚେଷ୍ଟା କରି ସଫଳ ହୋଇ ନ ଥିଲେ। ବୁଧବାର ନାବାଳିକାଙ୍କ ବାପା ଏ ସଂକ୍ରାନ୍ତରେ ରଣପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅବାଜୁଙ୍କୁ ଥାନାକୁ ଡକାଇଥିଲା। ଅବାଜୁ ଥାନାକୁ ଆସିବା ବଦଳରେ ଫେରାର ହୋଇ ଯାଇଥିଲେ। ଗୁରୁବାର ଏନେଇ ଗାଁରେ କଙ୍ଗାରୁ କୋର୍ଟ ବସି ନାବାଳିକାଙ୍କ ପରିବାରକୁ ଦୋଷୀସାବ୍ୟସ୍ତ କରାଯାଇଥିଲା। ପରେ ଘରୁ ଭିଡ଼ି ଆଣି ନାବାଳିକାଙ୍କୁ ଗାଁ ବିଦ୍ୟୁତ୍‌ ଖୁଣ୍ଟରେ ବନ୍ଧାଗଲା। ବହୁ ସଂଖ୍ୟକ ଲୋକ ମିଳିତ ହୋଇ ତାଙ୍କୁ ମାଡ଼ ମାରିବା ସହିତ ନାନା ନିର୍ଯାତନା ଦେଇଥିଲେ। ଏପରି କି ନାବାଳିକାଙ୍କ ମା’ଙ୍କୁ ବି ସେମାନେ ଘରେ ପଶି ପିଟିଥିଲେ।
ଏନେଇ ତଦନ୍ତକାରୀ ଅଫିସର ପ୍ରୀତି ପ୍ରକାଶ ମହାନ୍ତି କହିଛନ୍ତି, ଅଭିଯୋଗ ପରେ ୩୭୬(୩)(୨)(ଏନ), ୩୪୧, ୨୯୪, ୩୨୩, ୩୪୨, ୫୦୬, ୩୪ ଆଇପିସି, ପୋକ୍‌ସୋ ଆକ୍ଟ (୩)(୨)(ଭି),୩, (ଏ), (୩),(୧), (ଆର)(ଏସ୍‌), ଏସସି ଆଣ୍ଡ ଏସ୍‌ଟି ଆକ୍ଟରେ ଏକ ମାମଲା(ନଂ.୭୭/୨୨) ରୁଜୁ ହୋଇଛି। ସମ୍ପୃକ୍ତ ଗାଁର ଅବାଜୁ ପରିଡ଼ା, ସୌଭାଗ୍ୟ ବେହେରା, କୈଳାସ ପରିଡ଼ା, ରବି ପରିଡ଼ା. ମଞ୍ଜୁ ମତା, ଦିଲ୍ଲୀପ କୁମାର ତୋଟାଳ, ଅଶାନ୍ତି ଓରଫ ରୀନା ପରିଡ଼ା, ସଞ୍ଜୁ ପରିଡ଼ା, ଶଶି ପରିଡ଼ା, ସାଇ ବେହେରା ପ୍ରମୁଖ ୧୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ୭ଜଣଙ୍କୁ ଜେଲ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri