ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପୀଡ଼ିତାଙ୍କୁ ମାଡ଼

ନୟାଗଡ଼ ଅଫିସ/ ରଣପୁର,୧ା୪(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାଠାରୁ ୫ କି.ମି. ଦୂର ଏକ ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରୁ ଟେକି ନେଇ ବଳାତ୍କାର କରାଯାଇଥିଲା। ଏ ସଂକ୍ରାନ୍ତରେ ଗାଁରେ ସଭା ବସିଥିଲା। ହେଲେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।ଏହା ପରେ ଏହି ଘଟଣା ଉଗ୍ରରୂପ ନେଇଛି। ଅଭିଯୁକ୍ତ ଫେରାର ହୋଇଥିବା ବେଳେ ଗୁରୁବାର ଗାଁରେ କଙ୍ଗାରୁ କୋର୍ଟ ବସି ପୀଡ଼ିତାଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଇଛି। ଏପରି କି ଗାଁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପୀଡ଼ିତାଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଥାନାରେ କରାଯାଇଥିବା ଅଭିଯୋଗ ଉଠାଇ ଆଣିବାକୁ ପୀଡ଼ିତାଙ୍କ ଉପରେ ଚାପ ପକାଇଛନ୍ତି ଗାଁର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି। ନ ହେଲେ ଜୀବନରେ ମାରିଦେବାକୁ ସେମାନେ ଧମକ ଦେଇଛନ୍ତି। ସେମାନେ ପୀଡ଼ିତାଙ୍କ ମା’ଙ୍କୁ ବି ଛାଡ଼ି ନାହାନ୍ତି। ଘରେ ପଶି ତାଙ୍କୁ ମଧ୍ୟ ମାଡ଼ ମାରିଛନ୍ତି। ଏହି ଘଟଣା ନୟାଗଡ଼ ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ରଣପୁର ଥାନା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ୫ ମହିଳାଙ୍କ ସମେତ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦିଲ୍ଲୀପ କୁମାର ତୋଟାଳ(୨୧), ରବି ପରିଡ଼ା(୬୦), ଅଶାନ୍ତି ଓରଫ ରୀନା ପରିଡ଼ା(୩୭), ସଞ୍ଜୁ ପରିଡ଼ା(୬୦), ଶଶି ପରିଡ଼ା(୩୫), ମଞ୍ଜୁ ମତା(୫୫), ସାଇ ବେହେରା (୫୫)। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରିବା ସହ ପ୍ରାଥମିକ ଚିକିତ୍ସା ପରେ ପୋଲିସ ଘରେ ଛାଡ଼ିଛି।
ଅଭିଯୋଗ ଅନୁଯାୟୀ, ଗତ ୩ ମାସ ତଳେ ଉପରୋକ୍ତ ଥାନା ଅଞ୍ଚଳର ଅବାଜୁ ପରିଡ଼ା(୩୨) ସମ୍ପୃକ୍ତା ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲେ। ଘଟଣା ଦିନ ଅବାଜୁ ନାବାଳିକାଙ୍କୁ ନିଜ ଘରକୁ ନେଇ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାରିକୁ ନ କହିବାକୁ ସେ ନାବାଳିକାଙ୍କୁ ଧମକ ଦେଇଥିଲେ। କେହି ଜାଣିଲେ ପରିସ୍ଥିତି ଭୟଙ୍କର ହେବ ବୋଲି କହିଥିଲେ। ନାବାଳିକା ଏକଥା ଘରେ କହିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିବାକୁ ପ୍ରସ୍ତୁତ ହୋଇଥିଲେ। ଏନେଇ କଥା ପ୍ରଚାର ହେବା ପରେ ଗାଁରେ ସଭା ବସିଥିଲା। ବଳାତ୍କାର ନେଇ ଥାନାରେ ଅଭିଯୋଗ ନ କରିବାକୁ ଗାଁ ସଭାରେ ନାବାଳିକାଙ୍କ ପରିବାରକୁ ପରାମର୍ଶ ଦିଆଯାଇଥିଲା। ହେଲେ ନାବାଳିକାଙ୍କ ପରିବାର ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବାକୁ ଚେଷ୍ଟା କରି ସଫଳ ହୋଇ ନ ଥିଲେ। ବୁଧବାର ନାବାଳିକାଙ୍କ ବାପା ଏ ସଂକ୍ରାନ୍ତରେ ରଣପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅବାଜୁଙ୍କୁ ଥାନାକୁ ଡକାଇଥିଲା। ଅବାଜୁ ଥାନାକୁ ଆସିବା ବଦଳରେ ଫେରାର ହୋଇ ଯାଇଥିଲେ। ଗୁରୁବାର ଏନେଇ ଗାଁରେ କଙ୍ଗାରୁ କୋର୍ଟ ବସି ନାବାଳିକାଙ୍କ ପରିବାରକୁ ଦୋଷୀସାବ୍ୟସ୍ତ କରାଯାଇଥିଲା। ପରେ ଘରୁ ଭିଡ଼ି ଆଣି ନାବାଳିକାଙ୍କୁ ଗାଁ ବିଦ୍ୟୁତ୍‌ ଖୁଣ୍ଟରେ ବନ୍ଧାଗଲା। ବହୁ ସଂଖ୍ୟକ ଲୋକ ମିଳିତ ହୋଇ ତାଙ୍କୁ ମାଡ଼ ମାରିବା ସହିତ ନାନା ନିର୍ଯାତନା ଦେଇଥିଲେ। ଏପରି କି ନାବାଳିକାଙ୍କ ମା’ଙ୍କୁ ବି ସେମାନେ ଘରେ ପଶି ପିଟିଥିଲେ।
ଏନେଇ ତଦନ୍ତକାରୀ ଅଫିସର ପ୍ରୀତି ପ୍ରକାଶ ମହାନ୍ତି କହିଛନ୍ତି, ଅଭିଯୋଗ ପରେ ୩୭୬(୩)(୨)(ଏନ), ୩୪୧, ୨୯୪, ୩୨୩, ୩୪୨, ୫୦୬, ୩୪ ଆଇପିସି, ପୋକ୍‌ସୋ ଆକ୍ଟ (୩)(୨)(ଭି),୩, (ଏ), (୩),(୧), (ଆର)(ଏସ୍‌), ଏସସି ଆଣ୍ଡ ଏସ୍‌ଟି ଆକ୍ଟରେ ଏକ ମାମଲା(ନଂ.୭୭/୨୨) ରୁଜୁ ହୋଇଛି। ସମ୍ପୃକ୍ତ ଗାଁର ଅବାଜୁ ପରିଡ଼ା, ସୌଭାଗ୍ୟ ବେହେରା, କୈଳାସ ପରିଡ଼ା, ରବି ପରିଡ଼ା. ମଞ୍ଜୁ ମତା, ଦିଲ୍ଲୀପ କୁମାର ତୋଟାଳ, ଅଶାନ୍ତି ଓରଫ ରୀନା ପରିଡ଼ା, ସଞ୍ଜୁ ପରିଡ଼ା, ଶଶି ପରିଡ଼ା, ସାଇ ବେହେରା ପ୍ରମୁଖ ୧୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ୭ଜଣଙ୍କୁ ଜେଲ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri