Posted inରାଜ୍ୟ

ବମିଖାଲରେ ଗାଡ଼ି, ସୁନ୍ଦରଗଡ଼ରୁ ଆସୁଛି ଚାଲାଣ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ନିୟମ ଉଲ୍ଲଂଘନ ପାଇଁ ଗାଡ଼ି ଚାଲାଣ କାଟିବାବେଳେ ବିଭିନ୍ନ ସମୟରେ ଟ୍ରାଫିକ ପୋଲିସ ଓ ଆର୍‌ଟିଓଙ୍କ ଭୁଲ ପଦାକୁ ଆସୁଛି। କେତେବେଳେ କାର ଓ ଟ୍ରକ୍‌ ଚାଳକଙ୍କୁ ହେଲମେଟ୍‌ ନ ପିନ୍ଧିବା ପାଇଁ ଜରିମାନା କରୁଛନ୍ତି ତ ଆଉ କେତେବେଳେ ବାଇକ ଚାଳକଙ୍କ ନାଁରେ ଭାରିଯାନ ନିୟମ ଉଲ୍ଲଂଘନ ନେଇ ଚାଲାଣ କଟାଯାଉଛି। ଘଟଣାକ୍ରମରେ ଭୁବନେଶ୍ୱର ବମିଖାଲରେ ରହୁଥିବା ପ୍ରସନ୍ନ ମାନସିଂଙ୍କ ପାଖକୁ ସୁନ୍ଦରଗଡ଼ ଟ୍ରାଫିକ ପୋଲିସ ପକ୍ଷରୁ ଏକ ଚାଲାଣ ଆସିଛି। ସେ ବିନା ହେଲ୍‌ମେଟ୍‌ରେ ସ୍କୁଟିରେ ଯାଉଥିବାରୁ ଗତ ସେପ୍ଟେମ୍ବର ୧୭ ରାତି ୯ଟା ୧୧ରେ ୧ ହଜାର ଟଙ୍କାର ଜରିମାନା କରାଯାଇଥିବା ଉକ୍ତ ଚାଲାଣରେ ଦର୍ଶାଯାଇଛି। କିନ୍ତୁ ଚାଲାଣଟି କେଉଁ ସ୍ଥାନରେ କଟାଯାଇଛି କିଛି ବି ଉଲ୍ଲେଖ ନାହିଁ। ଗତ ୫ ତାରିଖ ସୋମବାର ଦିନ ମୋବାଇଲ୍‌ ଫୋନ୍‌କୁ ଉକ୍ତ ଚାଲାଣ ଆସିଥିବା ଦେଖି ପ୍ରସନ୍ନ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ସ୍କୁଟି ନେଇ ସୁନ୍ଦରଗଡ଼ ଯାଇ ନ ଥିବା ଓ ଅନ୍ୟକେହି ମଧ୍ୟ ତାଙ୍କୁ ଗାଡ଼ିକୁ ନେଇ ନ ଥିବାବେଳେ ସେଠାରୁ ଚାଲାଣ କିପରି ଆସିଲା ସେନେଇ ପ୍ରଶ୍ନ ଉଠାଇଛନ୍ତି।
ବମିଖାଲରେ ପରିବାର ସହ ରହୁଥିବା ପ୍ରସନ୍ନଙ୍କ ସ୍କୁଟି (ନଂ.ଓଡି୦୨ଏକ୍ସ ୫୯୨୨) ଭୁବନେଶ୍ୱର ଆର୍‌ଟିଓରେ ପଞ୍ଜୀକୃତ ରହିଛି। ପ୍ରସନ୍ନଙ୍କ ବୟସ ୭୦ ପାଖାପାଖି ହୋଇଥିବାବେଳେ ସେ ଏହି ଗାଡିକୁ ଆଖପାଖ ଅଞ୍ଚଳରେ ହିଁ ବ୍ୟବହାର କରନ୍ତି। ଅନେକ ସମୟରେ ଗାଡିଟି ତାଙ୍କ ଘରେ ରୁହେ। ବେଳେବେଳେ ବିମିଖାଲରେ ଦୋକାନ କରିଥିବା ତାଙ୍କ ପୁଅ ଉକ୍ତ ଗାଡ଼ିରେ ଦୋକାନକୁ ଯାଇଥାନ୍ତି। ପ୍ରସନ୍ନଙ୍କର ସୁନ୍ଦରଗଡ଼ରେ କେହି ସମ୍ପକୀୟ କି ବନ୍ଧୁ ନାହାନ୍ତି। ଏପରି ସ୍ଥଳେ ସୁନ୍ଦରଗଡ଼ ଟ୍ରାଫିକ ପୋଲିସର ଏଭଳି ଚାଲାଣ ପଠାଇବା ଘଟଣାକୁ ନେଇ ପ୍ରସନ୍ନ ପୋଲିସର ଖାମଖିଆଲ କାର୍ଯ୍ୟଧାରାକୁ ଦାୟୀ କରିଛନ୍ତି। ଚାଲାଣ କାଟିଥିବା ଥାନା ଅଧିକାରୀ ଗୋକୁଳ ନନ୍ଦ ସାହୁ କହିଛନ୍ତି, ମୋବାଇଲ ଫୋନ୍‌ରେ ରଙ୍ଗ ନମ୍ବର ଲାଗିବା ଭଳି ଚାଲାଣବେଳେ ଏଭଳି ତ୍ରୁଟି ହୋଇଯାଏ। ଚାଲାଣ କଟାଯିବା ସମୟରେ ଗୋଟିଏ ସଂଖ୍ୟା ଭୁଲ ହୋଇଗଲେ ତାହା ଅନ୍ୟ ଜଣଙ୍କ ନିକଟକୁ ଚାଲିଯାଇଥାଏ। ତେଣୁ ଏହି କ୍ଷେତ୍ରରେ ସେଭଳି ଭୁଲ୍‌ ହୋଇଛି। ଉକ୍ତ ବ୍ୟକ୍ତି ଅନ୍‌ଲାଇନ୍‌ରେ ଅଭିଯୋଗ କଲେ ଆମେ ଭୁଲ୍‌ ସୁଧାରିଦେବୁ ବୋଲି ସେ କହିଛନ୍ତି।

ଖାମଖିଆଲ ଭାବେ ଜରିମାନା ଆଦାୟ

ପୁରୀ ଅଫିସ: ସମ୍ପ୍ରତି କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ସହରରେ କଡ଼ାକଡ଼ି ମାସ୍କ ଯାଞ୍ଚ ଚାଲିଛି। ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ଜରିମାନା ଆଦାୟ କରାଯାଉଛି। ଶନିବାର ଜଣେ ମୋବାଇଲ ବ୍ୟବସାୟୀ ବିନା ମାସ୍କରେ ଯାଉଥିବାବେଳେ ପୁରୀ ଦରଜି ପୋଖରୀ ଛକଠାରେ ମ୍ୟୁନିସିପାଲିଟିର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ତାଙ୍କୁ ଅଟକାଇ ଜରିମାନା ଆଦାୟ କରିଥିଲେ। ତାଙ୍କଠାରୁ ୨୦୦ ଟଙ୍କା ଜରିମାନା ନେଇ ଏକ ରସିଦ୍‌ ଦେଇଥିଲେ। ସେଥିରେ ୧୦. ୧୦. ୨୦ ତାରିଖ ସ୍ଥାନରେ ୧୦. ୯.୧୦ ବୋଲି ଉଲ୍ଲେଖ ରହିଛି। ଏହି ଘଟଣାରୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଖାମଖିଆଲ ମନୋଭାବ ପଦାରେ ପଡ଼ିଛି। ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri