Posted inରାଜ୍ୟ

ବମିଖାଲରେ ଗାଡ଼ି, ସୁନ୍ଦରଗଡ଼ରୁ ଆସୁଛି ଚାଲାଣ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ନିୟମ ଉଲ୍ଲଂଘନ ପାଇଁ ଗାଡ଼ି ଚାଲାଣ କାଟିବାବେଳେ ବିଭିନ୍ନ ସମୟରେ ଟ୍ରାଫିକ ପୋଲିସ ଓ ଆର୍‌ଟିଓଙ୍କ ଭୁଲ ପଦାକୁ ଆସୁଛି। କେତେବେଳେ କାର ଓ ଟ୍ରକ୍‌ ଚାଳକଙ୍କୁ ହେଲମେଟ୍‌ ନ ପିନ୍ଧିବା ପାଇଁ ଜରିମାନା କରୁଛନ୍ତି ତ ଆଉ କେତେବେଳେ ବାଇକ ଚାଳକଙ୍କ ନାଁରେ ଭାରିଯାନ ନିୟମ ଉଲ୍ଲଂଘନ ନେଇ ଚାଲାଣ କଟାଯାଉଛି। ଘଟଣାକ୍ରମରେ ଭୁବନେଶ୍ୱର ବମିଖାଲରେ ରହୁଥିବା ପ୍ରସନ୍ନ ମାନସିଂଙ୍କ ପାଖକୁ ସୁନ୍ଦରଗଡ଼ ଟ୍ରାଫିକ ପୋଲିସ ପକ୍ଷରୁ ଏକ ଚାଲାଣ ଆସିଛି। ସେ ବିନା ହେଲ୍‌ମେଟ୍‌ରେ ସ୍କୁଟିରେ ଯାଉଥିବାରୁ ଗତ ସେପ୍ଟେମ୍ବର ୧୭ ରାତି ୯ଟା ୧୧ରେ ୧ ହଜାର ଟଙ୍କାର ଜରିମାନା କରାଯାଇଥିବା ଉକ୍ତ ଚାଲାଣରେ ଦର୍ଶାଯାଇଛି। କିନ୍ତୁ ଚାଲାଣଟି କେଉଁ ସ୍ଥାନରେ କଟାଯାଇଛି କିଛି ବି ଉଲ୍ଲେଖ ନାହିଁ। ଗତ ୫ ତାରିଖ ସୋମବାର ଦିନ ମୋବାଇଲ୍‌ ଫୋନ୍‌କୁ ଉକ୍ତ ଚାଲାଣ ଆସିଥିବା ଦେଖି ପ୍ରସନ୍ନ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ସ୍କୁଟି ନେଇ ସୁନ୍ଦରଗଡ଼ ଯାଇ ନ ଥିବା ଓ ଅନ୍ୟକେହି ମଧ୍ୟ ତାଙ୍କୁ ଗାଡ଼ିକୁ ନେଇ ନ ଥିବାବେଳେ ସେଠାରୁ ଚାଲାଣ କିପରି ଆସିଲା ସେନେଇ ପ୍ରଶ୍ନ ଉଠାଇଛନ୍ତି।
ବମିଖାଲରେ ପରିବାର ସହ ରହୁଥିବା ପ୍ରସନ୍ନଙ୍କ ସ୍କୁଟି (ନଂ.ଓଡି୦୨ଏକ୍ସ ୫୯୨୨) ଭୁବନେଶ୍ୱର ଆର୍‌ଟିଓରେ ପଞ୍ଜୀକୃତ ରହିଛି। ପ୍ରସନ୍ନଙ୍କ ବୟସ ୭୦ ପାଖାପାଖି ହୋଇଥିବାବେଳେ ସେ ଏହି ଗାଡିକୁ ଆଖପାଖ ଅଞ୍ଚଳରେ ହିଁ ବ୍ୟବହାର କରନ୍ତି। ଅନେକ ସମୟରେ ଗାଡିଟି ତାଙ୍କ ଘରେ ରୁହେ। ବେଳେବେଳେ ବିମିଖାଲରେ ଦୋକାନ କରିଥିବା ତାଙ୍କ ପୁଅ ଉକ୍ତ ଗାଡ଼ିରେ ଦୋକାନକୁ ଯାଇଥାନ୍ତି। ପ୍ରସନ୍ନଙ୍କର ସୁନ୍ଦରଗଡ଼ରେ କେହି ସମ୍ପକୀୟ କି ବନ୍ଧୁ ନାହାନ୍ତି। ଏପରି ସ୍ଥଳେ ସୁନ୍ଦରଗଡ଼ ଟ୍ରାଫିକ ପୋଲିସର ଏଭଳି ଚାଲାଣ ପଠାଇବା ଘଟଣାକୁ ନେଇ ପ୍ରସନ୍ନ ପୋଲିସର ଖାମଖିଆଲ କାର୍ଯ୍ୟଧାରାକୁ ଦାୟୀ କରିଛନ୍ତି। ଚାଲାଣ କାଟିଥିବା ଥାନା ଅଧିକାରୀ ଗୋକୁଳ ନନ୍ଦ ସାହୁ କହିଛନ୍ତି, ମୋବାଇଲ ଫୋନ୍‌ରେ ରଙ୍ଗ ନମ୍ବର ଲାଗିବା ଭଳି ଚାଲାଣବେଳେ ଏଭଳି ତ୍ରୁଟି ହୋଇଯାଏ। ଚାଲାଣ କଟାଯିବା ସମୟରେ ଗୋଟିଏ ସଂଖ୍ୟା ଭୁଲ ହୋଇଗଲେ ତାହା ଅନ୍ୟ ଜଣଙ୍କ ନିକଟକୁ ଚାଲିଯାଇଥାଏ। ତେଣୁ ଏହି କ୍ଷେତ୍ରରେ ସେଭଳି ଭୁଲ୍‌ ହୋଇଛି। ଉକ୍ତ ବ୍ୟକ୍ତି ଅନ୍‌ଲାଇନ୍‌ରେ ଅଭିଯୋଗ କଲେ ଆମେ ଭୁଲ୍‌ ସୁଧାରିଦେବୁ ବୋଲି ସେ କହିଛନ୍ତି।

ଖାମଖିଆଲ ଭାବେ ଜରିମାନା ଆଦାୟ

ପୁରୀ ଅଫିସ: ସମ୍ପ୍ରତି କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ସହରରେ କଡ଼ାକଡ଼ି ମାସ୍କ ଯାଞ୍ଚ ଚାଲିଛି। ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ଜରିମାନା ଆଦାୟ କରାଯାଉଛି। ଶନିବାର ଜଣେ ମୋବାଇଲ ବ୍ୟବସାୟୀ ବିନା ମାସ୍କରେ ଯାଉଥିବାବେଳେ ପୁରୀ ଦରଜି ପୋଖରୀ ଛକଠାରେ ମ୍ୟୁନିସିପାଲିଟିର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ତାଙ୍କୁ ଅଟକାଇ ଜରିମାନା ଆଦାୟ କରିଥିଲେ। ତାଙ୍କଠାରୁ ୨୦୦ ଟଙ୍କା ଜରିମାନା ନେଇ ଏକ ରସିଦ୍‌ ଦେଇଥିଲେ। ସେଥିରେ ୧୦. ୧୦. ୨୦ ତାରିଖ ସ୍ଥାନରେ ୧୦. ୯.୧୦ ବୋଲି ଉଲ୍ଲେଖ ରହିଛି। ଏହି ଘଟଣାରୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଖାମଖିଆଲ ମନୋଭାବ ପଦାରେ ପଡ଼ିଛି। ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri