Posted inଭଦ୍ରକ

କୁନି ହାତରେ ପରିବା ବଗିଚା

ଭଦ୍ରକ ଅଫିସ, ୯ା୮-ମହାମାରୀ କରୋନା ପ୍ରଭାବରେ ଏବେ ସାରା ବିଶ୍ୱ କବଳିତ। ଲକ୍‌ଡାଉନ ଓ ଶଟ୍‌ଡାଉନ ପ୍ରଭାବରେ ସହରଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଉଜୁଡିଯାଇଛି ଜୀବନଜୀବିକା। ଏହି ମହାବିପତ୍ତି ସମୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଓମ୍‌ପ୍ରକାଶ କିଛି ନୂଆ କରିବାକୁ ଚିନ୍ତା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ବୟସ ୧୦। ସେ ଖେଳିବା ବୁଲିବା ବୟସରେ ୟୁଟ୍ୟୁବ୍‌ ଦେଖି କୁନି କୁନି ହାତରେ ନିଜ ଘର ଛାତ ଉପରେ କରିଛନ୍ତି ପରିବା ବଗିଚା।
ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ଗ୍ରାମର ଜିତେନ୍ଦ୍ର କୁମାର ସାହୁ ଓ ବିମଳିନୀ ସାହୁଙ୍କ ବଡ଼ପୁଅ ଓମ୍‌ପ୍ରକାଶ। ସେ ଏବେ ଭଣ୍ଡାରିପୋଖରୀ ଶାରଦା ବିଦ୍ୟାମନ୍ଦିରରେ ଚତୁର୍ଥଶ୍ରେଣୀରେ ପଢୁଛନ୍ତି । ବାପା ଜଣେ ବ୍ୟବସାୟୀ ଓ ମା’ ଗୃହିଣୀ। ବର୍ତ୍ତମାନ କରୋନା ପାଇଁ ସ୍କୁଲ ଛୁଟି ଥିବାରୁ ଓମ୍‌ପ୍ରକାଶ ଘରେ ଅଯଥା ସମୟ ନଷ୍ଟ ନ କରି ଘରର ଛାତ ଉପରେ ଫଳେଇ ପାରିଛନ୍ତି ବିଭିନ୍ନ ପ୍ରକାରର ପରିବା। କରୋନା ପାଇଁ ଦୀର୍ଘ ତିନି ମାସରୁ ଊର୍ଦ୍ଧ୍ୱ ହେବ ଘରେ ରହି ଅନ୍‌ଲାଇନରେ ମାତ୍ର କିଛି ଘଣ୍ଟା ପାଇଁ ପାଠ ପଢାଯାଉଛି। ସୁନ୍ଦର ପରିବା ବଗିଚା ସୃଷ୍ଟି କରିବାରେ ତାଙ୍କ ମା’ ବାପା ସାହାଯ୍ୟ କରିଛନ୍ତି। କୁନି ପିଲାର ଏଭଳି କାର୍ଯ୍ୟ ଦେଖିବା ପାଇଁ ତାଙ୍କ ଘର ଛାତ ଉପରେ ଆଖପାଖ ଗାଁ ଲୋକଙ୍କ ଭିଡ଼ ଜମୁଛି। ୯ଶହ ବର୍ଗ ଫୁଟର ଘର ଛାତ ଉପରେ ଗଛରେ ଫଳିଛି ବିଭିନ୍ନ ପ୍ରକାର ସବୁଜ ପରିବା। ଭେଣ୍ଡି, କାକୁଡି, ମକା, ଜହ୍ନି, ଶାଗ, ଶିମ୍ବ, ବାଇଗଣ ସହ ଆହୁରି ଅନେକ ପ୍ରକାର ପରିବା ଫଳିଛି। ସୋଲ ପେଟି ଓ ଟିଣ ଡବା ମଧ୍ୟରେ ମାଟି ପୂରାଇବା ସହ ପନିପରିବା ଚାରା ଓ ମଞ୍ଜି ବୁଣିଛନ୍ତି। ଗଛ ବଡ଼ ହୋଇ ଏବେ ବିଭିନ୍ନ ପ୍ରକାର ପରିବା ଫଳିଛି। ପୂର୍ବରୁ ଘର ପାଇଁ ପରିବା କିଣାଯାଉଥିଲା। ଏବେ ପନିପରିବା ବାବଦକୁ କିଛି ପଇସା ସଞ୍ଚୟ ହେଉଛି। ପରିବାଚାଷ ବ୍ୟତୀତ ବିଭିନ୍ନ ତାଳରେ ତବଲା ମଧ୍ୟ ସୁନ୍ଦର ଭାବେ ବଜାଇ ପାରୁଛନ୍ତି। କୁନି ପିଲାର ଏଭଳି ପ୍ରତିଭାକୁ ସ୍ଥାନୀୟ ବାସିନ୍ଦା ପ୍ରଂଶସା କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଭାଜପା ଜିଲା ପୂର୍ବତନ ସଭାପତି ବଦ୍ରୀନାରାୟଣ ଧଳ ତାଙ୍କ ଘରେ ପହଞ୍ଚତ୍ ଓମ୍‌ପ୍ରକାଶଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ବ୍ଲକ କୃଷି କର୍ମଚାରୀ, ବିଭିନ୍ନ ଚାଷୀ, ଓମ୍‌ଙ୍କ ଗୁରୁମା ଓ ଗୁରୁଜୀମାନେ ଏହିଭଳି ଅଭିନବ ପରିବା ଚାଷ ଦେଖିବାକୁ ଯାଇ ବେଶ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri