Posted inଭଦ୍ରକ

କୁନି ହାତରେ ପରିବା ବଗିଚା

ଭଦ୍ରକ ଅଫିସ, ୯ା୮-ମହାମାରୀ କରୋନା ପ୍ରଭାବରେ ଏବେ ସାରା ବିଶ୍ୱ କବଳିତ। ଲକ୍‌ଡାଉନ ଓ ଶଟ୍‌ଡାଉନ ପ୍ରଭାବରେ ସହରଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଉଜୁଡିଯାଇଛି ଜୀବନଜୀବିକା। ଏହି ମହାବିପତ୍ତି ସମୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଓମ୍‌ପ୍ରକାଶ କିଛି ନୂଆ କରିବାକୁ ଚିନ୍ତା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ବୟସ ୧୦। ସେ ଖେଳିବା ବୁଲିବା ବୟସରେ ୟୁଟ୍ୟୁବ୍‌ ଦେଖି କୁନି କୁନି ହାତରେ ନିଜ ଘର ଛାତ ଉପରେ କରିଛନ୍ତି ପରିବା ବଗିଚା।
ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ଗ୍ରାମର ଜିତେନ୍ଦ୍ର କୁମାର ସାହୁ ଓ ବିମଳିନୀ ସାହୁଙ୍କ ବଡ଼ପୁଅ ଓମ୍‌ପ୍ରକାଶ। ସେ ଏବେ ଭଣ୍ଡାରିପୋଖରୀ ଶାରଦା ବିଦ୍ୟାମନ୍ଦିରରେ ଚତୁର୍ଥଶ୍ରେଣୀରେ ପଢୁଛନ୍ତି । ବାପା ଜଣେ ବ୍ୟବସାୟୀ ଓ ମା’ ଗୃହିଣୀ। ବର୍ତ୍ତମାନ କରୋନା ପାଇଁ ସ୍କୁଲ ଛୁଟି ଥିବାରୁ ଓମ୍‌ପ୍ରକାଶ ଘରେ ଅଯଥା ସମୟ ନଷ୍ଟ ନ କରି ଘରର ଛାତ ଉପରେ ଫଳେଇ ପାରିଛନ୍ତି ବିଭିନ୍ନ ପ୍ରକାରର ପରିବା। କରୋନା ପାଇଁ ଦୀର୍ଘ ତିନି ମାସରୁ ଊର୍ଦ୍ଧ୍ୱ ହେବ ଘରେ ରହି ଅନ୍‌ଲାଇନରେ ମାତ୍ର କିଛି ଘଣ୍ଟା ପାଇଁ ପାଠ ପଢାଯାଉଛି। ସୁନ୍ଦର ପରିବା ବଗିଚା ସୃଷ୍ଟି କରିବାରେ ତାଙ୍କ ମା’ ବାପା ସାହାଯ୍ୟ କରିଛନ୍ତି। କୁନି ପିଲାର ଏଭଳି କାର୍ଯ୍ୟ ଦେଖିବା ପାଇଁ ତାଙ୍କ ଘର ଛାତ ଉପରେ ଆଖପାଖ ଗାଁ ଲୋକଙ୍କ ଭିଡ଼ ଜମୁଛି। ୯ଶହ ବର୍ଗ ଫୁଟର ଘର ଛାତ ଉପରେ ଗଛରେ ଫଳିଛି ବିଭିନ୍ନ ପ୍ରକାର ସବୁଜ ପରିବା। ଭେଣ୍ଡି, କାକୁଡି, ମକା, ଜହ୍ନି, ଶାଗ, ଶିମ୍ବ, ବାଇଗଣ ସହ ଆହୁରି ଅନେକ ପ୍ରକାର ପରିବା ଫଳିଛି। ସୋଲ ପେଟି ଓ ଟିଣ ଡବା ମଧ୍ୟରେ ମାଟି ପୂରାଇବା ସହ ପନିପରିବା ଚାରା ଓ ମଞ୍ଜି ବୁଣିଛନ୍ତି। ଗଛ ବଡ଼ ହୋଇ ଏବେ ବିଭିନ୍ନ ପ୍ରକାର ପରିବା ଫଳିଛି। ପୂର୍ବରୁ ଘର ପାଇଁ ପରିବା କିଣାଯାଉଥିଲା। ଏବେ ପନିପରିବା ବାବଦକୁ କିଛି ପଇସା ସଞ୍ଚୟ ହେଉଛି। ପରିବାଚାଷ ବ୍ୟତୀତ ବିଭିନ୍ନ ତାଳରେ ତବଲା ମଧ୍ୟ ସୁନ୍ଦର ଭାବେ ବଜାଇ ପାରୁଛନ୍ତି। କୁନି ପିଲାର ଏଭଳି ପ୍ରତିଭାକୁ ସ୍ଥାନୀୟ ବାସିନ୍ଦା ପ୍ରଂଶସା କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଭାଜପା ଜିଲା ପୂର୍ବତନ ସଭାପତି ବଦ୍ରୀନାରାୟଣ ଧଳ ତାଙ୍କ ଘରେ ପହଞ୍ଚତ୍ ଓମ୍‌ପ୍ରକାଶଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ବ୍ଲକ କୃଷି କର୍ମଚାରୀ, ବିଭିନ୍ନ ଚାଷୀ, ଓମ୍‌ଙ୍କ ଗୁରୁମା ଓ ଗୁରୁଜୀମାନେ ଏହିଭଳି ଅଭିନବ ପରିବା ଚାଷ ଦେଖିବାକୁ ଯାଇ ବେଶ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri