କ୍ଷମାର ମୂଲ୍ୟ

ହରିଶ୍ଚନ୍ଦ୍ର ଅରିଶଲ୍ୟ

ପ୍ରଭୁ ଯିଶୁଖ୍ରୀଷ୍ଟ ମାନବ ଜାତି ପାଇଁ ଉତ୍ସର୍ଗ କରୁଥିବା ଅଦ୍ୱିତୀୟ ବଳିଦାନକୁ ସ୍ମରଣ କରିବା ଲାଗି ଶୁଭ ଶୁକ୍ରବାର ବିଶ୍ୱବ୍ୟାପୀ ପାଳନ କରାଯାଏ। ଖ୍ରୀଷ୍ଟ ବିଶ୍ୱାସ ପରିପ୍ରେକ୍ଷୀରେ ‘ଶୁଭ ଶୁକ୍ରବାର’ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ଅମଣିଷ, ବର୍ବରୋଚିତ ଏବଂ ଅମାନୁଷିକ ଭାବରେ କ୍ରୂଶବିଦ୍ଧ କରିବା ଯେଭଳି ମଣିଷସମାଜରେ ଏକ ବିରଳ ଆଉ ଅଦ୍ୱିତୀୟ ଘଟଣା, ସେଭଳି ମଧ୍ୟ ଏହା ପ୍ରଭୁ ଯିଶୁଙ୍କର ଅହିଂସା, ନମ୍ରତା, ସହିଷ୍ଣୁତା, ପରୋପକାରିତାର ନିଖୁଣ ଚିତ୍ର ଏବଂ ଜ୍ୱଳନ୍ତ ଅଦ୍ୱିତୀୟ ଉଦାହରଣ। ବାଇବେଲ କୁହେ, ”ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ଜଗତକୁ ଦାନ କଲେ, ଏଣୁ ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।“ ସେହି କ୍ରୂଶବିଦ୍ଧ ହୋଇଥିବା ଯିଶୁଖ୍ରୀଷ୍ଟ, ଈଶ୍ୱରଙ୍କ ପ୍ରଥମ ଓ ଶେଷ ଅବତାର। ପାଠକେ ପ୍ରଶ୍ନ କରିପାରନ୍ତି, ଈଶ୍ୱର କାହିଁକି ମଣିଷ ଅବତାର ନେଲେ। ବାଇବେଲ କୁହେ- ”ଈଶ୍ୱର ମନୁଷ୍ୟକୁ ନିଜ ପ୍ରତିମୂର୍ତ୍ତିରେ ନିର୍ମାଣ କଲେ“, ଅନ୍ୟ ଜୀବଜନ୍ତୁଙ୍କ ପରି ସୃଷ୍ଟି କରିନାହାନ୍ତି। ‘ପାପ’ ମନୁଷ୍ୟ ଜାତିକୁ ଈଶ୍ୱରଙ୍କଠାରୁ ପୃଥକ୍‌ କରିଦେଇଛି। ଈଶ୍ୱରଙ୍କ ଆଜ୍ଞା ଲଂଘନ ହିଁ ପାପ ଓ ପାପର ଉତ୍ପତ୍ତି।
ମନୁଷ୍ୟ ପାପ କରେ ବୋଲି ପାପୀ ନୁହଁ, ବରଂ ମନୁଷ୍ୟ ପାପୀ ହୋଇଥିବାରୁ ପାପ କରେ। ବାଇବେଲ କୁହେ, ”ପାପର ବେତନ ମୃତ୍ୟୁ“, କିନ୍ତୁ ”ସମସ୍ତେ ପାପ କରି ଈଶ୍ୱରଙ୍କ ମହିମାରୁ ଊଣା ପଡ଼ଇଛନ୍ତି। ଅତଏବ ଈଶ୍ୱର ଧାର୍ମିକ, ପବିତ୍ର ଓ ନ୍ୟାୟବାନ୍‌ ହୋଇଥିବାରୁ ପାପକୁ ଘୃଣା କରନ୍ତି ଏବଂ ପାପ ନିମନ୍ତେ ବିଚାର କରି ଦଣ୍ଡ ଦିଅନ୍ତି; କିନ୍ତୁ ପାପୀକୁ ପ୍ରେମ କରନ୍ତି।“ ଆଉ ଗୋଟିଏ ପ୍ରଶ୍ନ ପାଠକେ ପଚାରି ପାରନ୍ତି, ଯିଶୁଖ୍ରୀଷ୍ଟ ଯଦି ପ୍ରଭୁ, ତା’ହେଲେ ତାଙ୍କ ଆଦେଶରେ ପାପ କ୍ଷମା ହୋଇପାରିଥା’ନ୍ତା, ସେ କାହିଁକି ମୃତ୍ୟୁ ଭୋଗ ବଳିକୃତ ହେଲେ? ବାଇବେଲ କୁହେ, ”ବିନା ରକ୍ତପାତରେ ପାପ କ୍ଷମା, ପାପମୋଚନ ହୁଏ ନାହିଁ। ‘ପଶୁପକ୍ଷୀ ବଳିଦାନରେ ପାପ କ୍ଷମା ଅସମ୍ଭବ।’ ପୁଣି ପ୍ରଭୁ ଯିଶୁଙ୍କ ବଳିଦାନର ରକ୍ତରେ ‘ନୂତନ ନିୟମ’ ସୃଷ୍ଟି ହେଲା ଏବଂ ଏକ ଉଇଲ୍‌ କାଏମ୍‌ ହେଲା।“ ପ୍ରଭୁଯିଶୁ ବଳିକୃତ ହେଲେ, କାରଣ ପାପ କ୍ଷମା ନିମନ୍ତେ ପବିତ୍ର ବଳିଦାନର ଜରୁରୀ ଆବଶ୍ୟକତା ଥିଲା ଏବଂ ପିତା ଈଶ୍ୱରଙ୍କ ଆଦେଶ ଥିଲା। ପାପ କ୍ଷମା ପାଇଁ ପବିତ୍ର ବଳିଦାନର ରକ୍ତ ପ୍ରଭୁ ଯିଶୁ ତେଣୁ ଉତ୍ସର୍ଗ କଲେ।
ଶାରୀରିକ ମୃତ୍ୟୁ ପୂର୍ବରୁ ଏବଂ ବଳିଦାନ ସମ୍ପନ୍ନ ହେଲା ପରେ ପ୍ରଭୁ ଯିଶୁ କ୍ରୂଶ ଭିତରେ ଅକଥନୀୟ କଷ୍ଟ ଭୋଗିବା ଅବସରରେ ସପ୍ତବାଣୀ କହିଲେ, ଯାହାକି ତାଙ୍କର ସମ୍ପୂର୍ଣ୍ଣ ମାନବତା ଓ ସମ୍ପୂର୍ଣ୍ଣ ଈଶ୍ୱରୀୟ ପ୍ରକୃତି ଓ ସ୍ବଭାବର ପରିଚୟ ଦେଇଥିଲା। ସେହି ସପ୍ତବାଣୀ ହେଲା: ୧- ହେ ପିତା, ଏମାନଙ୍କୁ କ୍ଷମାକର, ଏମାନେ କ’ଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ୨- ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋ ସହିତ ପାରଦୀଶରେ ଉପସ୍ଥିତ ହେବ। ୩- ଗୋ ନାରୀ, ଦେଖ ତୁମ୍ଭ ପୁତ୍ର । ୪- ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କର। ୫- ମୋତେ ତୃଷା ଲାଗୁଅଛି। ୬- ଏହା ସମାପ୍ତ ହେଲା। ୭- ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି।
ପ୍ରଭୁ ଯିଶୁଙ୍କର କ୍ରୂଶ ଉପରୁ ପ୍ରଥମବାଣୀ ଆଜି ମାନବସମାଜ ପାଇଁ ଗଭୀର ସତ୍ୟ ପ୍ରତିପାଦନ କରିଛି। କ୍ଷମା କରିବା ଏକ ସାଧାରଣ ବିଷୟ ନୁହେଁ। ସମସ୍ତେ କ୍ଷମା କରିପାରନ୍ତି ନାହିଁ। ବିଶେଷକରି ଦୋଷ ନ ଥାଇ ମୃତ୍ୟୁଦଣ୍ଡ ପାଇବା ଏବଂ କ୍ଷମାଦେବା କେବଳ ଈଶ୍ୱରୀୟ ପ୍ରକୃତି ଥିଲେ ବା ଈଶ୍ୱର ହିଁ ନିଜେ କରିପାରନ୍ତି। ଏହା ଶୁଭ ଶୁକ୍ରବାରର ବିଶେଷ ଅନୁଚିନ୍ତା।
ପ୍ରଭୁ ଯିଶୁ ନିଜ ଜୀବନ କ୍ରୂଶ ଉପରେ ଜଳାଞ୍ଜଳି ଦେଇ ମାନବ ଜାତିକୁ ପାପରୁ ରକ୍ଷା କଲେ ଏବଂ ପାପ କ୍ଷମାର ମାର୍ଗ ଖୋଲିଦେଲେ। ଈଶ୍ୱର ସେହି ବଳିଦାନରେ ସନ୍ତୁଷ୍ଟ ହେଲେ ଏବଂ ‘କ୍ଷମା’ କରିଦେଲେ। ଏହା ପ୍ରଭୁଯିଶୁଙ୍କ ସାଧନା। ପ୍ରଭୁ ଯିଶୁ ହିଁ କ୍ଷମା ପାଇଁ ବଳିଦାନର ଉତ୍ସ ଓ କ୍ଷମାର ସ୍ରଷ୍ଟା। ଆଜି ଆମ ନିଜ ପରିବାରରେ, ସମାଜରେ, ରାଜ୍ୟରେ, ଦେଶରେ ଏବଂ ପୃଥିବୀରେ ପରସ୍ପରକୁ କ୍ଷମା କରିଦେଲେ ଅନେକ ଜଟିଳ ବିଭିନ୍ନ ସମସ୍ୟା ସମାଧାନ ହୋଇଯିବ ଏବଂ ସମସ୍ୟା ଦୂରେଇଯିବ। ଏହି ଶୁଭ ଶୁକ୍ରବାରରେ ପ୍ରଭୁ ଯିଶୁଖ୍ରୀଷ୍ଟ ସମସ୍ତଙ୍କୁ ଅନେକ ଦୟା, କୃପା ଓ ଆଶୀର୍ବାଦ କରି ରକ୍ଷାକରନ୍ତୁ।
ଓ.ଏମ୍‌. ଇଣ୍ଡିଆ, ଖ୍ରୀଷ୍ଟିଆନ୍‌ ସୋସାଇଟି, ବେହରାମ୍‌ପୁରା, ଅହମଦାବାଦ୍‌, ଗୁଜରାଟ
ମୋ: ୯୪୯୪୭୮୨୭୭୭


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri