Posted inଜାତୀୟ

ଟିକା ନାହିଁ, ପ୍ରତିଶ୍ରୁତି ମାଳ ମାଳ

ନୂଆଦିଲ୍ଲୀ/ପାଟନା,୨୨ା୧୦:କରୋନା ସଂକ୍ରମଣରୁ ମୁକ୍ତି ପାଇଁ ବିଶ୍ୱବାସୀ ଭାକ୍ସିନ ଅପେକ୍ଷାରେ। ଭାରତକୁ କେବେ ଟିକା ଆସିବ ବୋଲି ଦେଶବାସୀ ଅନେଇ ବସିଥିବାବେଳେ ଗୁରୁବାର ବିହାରରେ ଭାଜପାର ନିର୍ବାଚନୀ ଇସ୍ତାହାର ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଭାଜପା କ’ଣ ନିଜ ଟ୍ରେଜେରିରୁ କରୋନା ଟିକା ଦେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ଟିକାର ଦେଖାନାହିଁ, ହେଲେ ପ୍ରତିଶ୍ରୁତି ମାଳ ମାଳ। ଏହି ବିଷୟ ଭାଜପାର ସଦ୍ୟ ଆଭିମୁଖ୍ୟରୁ ସ୍ପଷ୍ଟ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ, କରୋନା ଟିକା ପ୍ରସ୍ତୁତି ପାଇଁ ବିଶ୍ୱର ଅନେକ ଦେଶ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। ଆମ ବୈଜ୍ଞାନିକମାନେ ମଧ୍ୟ ଭାକ୍ସିନ ବିକଶିତ କରିବା ଦିଗରେ ଗବେଷଣାରତ। ଭାରତରେ ଟିକା ପ୍ରସ୍ତୁତି ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହି ଦିଗରେ ସଫଳତା ହାସଲ ପରେ ଭାକ୍ସିନକୁ କିପରି ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହଞ୍ଚାଯିବ ସେନେଇ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବା କହିଥିଲେ। ଏହାର ଦୁଇଦିନ ପରେ ବିହାରରେ ଭାଜପା ପକ୍ଷରୁ ଘୋଷଣାପତ୍ର ଜାରି କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ଏହି ଇସ୍ତାହାର ପ୍ରକାଶ କରିଛନ୍ତି। ସୀତାରାମନ୍‌ କହିଛନ୍ତି, ବିହାରରେ କରୋନା ମୁକାବିଲା କ୍ଷେତ୍ରରେ ଏନ୍‌ଡିଏ ସରକାର ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ଆମର ସଂକଳ୍ପ। ଭାକ୍ସିନକୁ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅନୁମୋଦନ କରିବା ମାତ୍ରେ ବିହାର ଜନସାଧାରଣଙ୍କୁ ମାଗଣାରେ ଦିଆଯିବ ବୋଲି ସୀତାରାମନ୍‌ ପ୍ରତିଶ୍ରୁତି ଦେଇଛନ୍ତି।
ସେପଟେ ଭାଜପା ଓ କେନ୍ଦ୍ର ସରକାର ମହାମାରୀକୁ ଏକ ରାଜନୈତିକ ସୁଯୋଗ ଭାବେ ବ୍ୟବହାର କରୁଥିବା ଅଭିଯୋଗ ଆଣି ବିରୋଧୀ ଦଳଗୁଡ଼ିକ ଟାର୍ଗେଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ବି ଏହାକୁ ନେଇ ଉଭୟ ଭାଜପା ଓ କେନ୍ଦ୍ର ସରକାରଙ୍କୁ ଟ୍ରୋଲ୍‌ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଏବେ କେନ୍ଦ୍ର ସରକାର ଭାରତର କୋଭିଡ୍‌ ପରିଚାଳନା ରଣନୀତି ଘୋଷଣା କରିଛନ୍ତି। ଆଗକୁ ଏହି ରଣନୀତି ରାଜ୍ୟଓ୍ବାରି ନିର୍ବାଚନ ତାରିଖ ଉପରେ ନିର୍ଭର କରିବ। ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର ଟୁଇଟରରେ ଲେଖିଛନ୍ତି, ତୁମେ ମୋତେ ଭୋଟ ଦିଅ, ମୁଁ ତୁମକୁ ଭାକ୍ସିନ ଦେବି’। ଏପରି ବିଭେଦପୂର୍ଣ୍ଣ ନିବେଦନକୁ ନେଇ ଭାଜପା ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଥରୁର ଦାବି କରିଛନ୍ତି। ସେହିପରି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା ପ୍ରଶ୍ନ କରିଛନ୍ତି ଯେ, ଭାଜପା କ’ଣ ନିଜ ଟ୍ରେଜେରିରୁ ଭାକ୍ସିନ ଦେବ? ଯଦି ଏହା ସରକାରୀ ରାଜକୋଷରୁ ଆସିବ ତେବେ ବିହାରକୁ ମାଗଣାରେ ଟିକା ଦିଆଯିବ। ମାତ୍ର ଦେଶର ଅନ୍ୟ ଭାଗର ଲୋକେ ଏହାକୁ ଟଙ୍କା ଦେଇ କିଣିବେ? କୋଭିଡ୍‌ ଭୟକୁ ନେଇ ଏହା ଏକ ଲଜ୍ଜାଜନକ ଶୋଷଣ ବୋଲି ଓମାର ଟୁଇଟ୍‌ କରିଛନ୍ତି।
ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମଧ୍ୟ ଭାଜପାକୁ ସମାଲୋଚନା କରିଛି। ବିହାରର ମୁଖ୍ୟ ବିରୋଧୀ ଦଳ ଆର୍‌ଜେଡିର ରାଜ୍ୟ ସଭା ସଦସ୍ୟ ମନୋଜ ଝା କହିଛନ୍ତି, ବିଶ୍ୱରେ ଭାଜପା ହେଉଛି ପ୍ରଥମ ପାର୍ଟି, ଯିଏ କେବଳ ଗୋଟିଏ ରାଜ୍ୟରେ ମାଗଣାରେ କରୋନା ଟିକା ଦେବାକୁ ଘୋଷଣା କରିଛି। ଆଇସିଏମ୍‌ଆର୍‌ ତତ୍ତ୍ୱାବଧାନରେ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ଭାକ୍ସିନ ଉଦ୍ଭାବନ ପାଇଁ ଗବେଷଣା କରୁଥିବାବେଳେ ମୋଦି ସରକାର ଏହାର ସାବାସି ନେବାକୁ ଉଦ୍ୟମ କରୁଛନ୍ତି।
ଅନ୍ୟପକ୍ଷରେ ଭାଜପାର ନିର୍ବାଚନୀ ଇସ୍ତାହାର ଜାରି ହେବାର କିଛି ସମୟ ପରେ ତାମିଲନାଡୁରେ କ୍ଷମତାସୀନ ଏହାର ସହଯୋଗୀ ଏଆଇଏଡିଏମ୍‌କେ ସରକାର ମଧ୍ୟ ଅନୁରୂପ ଘୋଷଣା କରିଛନ୍ତି। ତାମିଲନାଡୁରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ଇ. ପାଲାନିସ୍ବାମୀ କହିଛନ୍ତି, କୋଭିଡ୍‌-୧୯ ଭାକ୍ସିନ ପ୍ରସ୍ତୁତ ହୋଇଗଲେ ରାଜ୍ୟର ସମସ୍ତ ଲୋକଙ୍କୁ ଏହା ବିନା ମୂଲ୍ୟରେ ବଣ୍ଟାଯିବ।
ସେହିପରି ମଧ୍ୟପ୍ରଦେଶରେ ବିଧାନସଭା ଉପନିର୍ବାଚନ ଚାଲିଥିବାବେଳେ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଭାକ୍ସିନ ଦିଆଯିବ ବୋଲି ଟୁଇଟରରେ ଘୋଷଣା କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ କେବଳ ଗରିବମାନଙ୍କୁ ଟିକା ଦିଆଯିବ ବୋଲି ସେ ମତ ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ଏଥିସହ ସେ ପୂର୍ବ ଟୁଇଟ୍‌କୁ ହଟାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

ଗୋଟିଏ ଦିନରେ ୪୮ ଜୁଆ ଆଡ୍ଡାରେ ଚଢ଼ାଉ: ୨୮୭ ଜୁଆଡ଼ି ଗିରଫ, ୯ ଲକ୍ଷ ଟଙ୍କା ଜବତ

ଛତ୍ରପୁର,୨୫।୧୦(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପାର୍ବଣ ଋତୁରେ ଗଞ୍ଜାମ ଜିଲାରେ ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ ଅଭିଯାନ ଜାରି ହୋଇଛି। ଗତ ୫ ଦିନ ମଧ୍ୟରେ ଗଞ୍ଜାମ…

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବଟେଶ୍ୱର ରାସ୍ତା ନିର୍ମାଣ ଦାବି ତେଜିଲା

ଗଞ୍ଜାମ,୨୫ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ବଟେଶ୍ୱର ପୀଠକୁ ହୁମାଠାରୁ ସଂଯୋଗ ରାସ୍ତା ଶୋଚନୀୟ ଅବସ୍ଥା ହୋଇପଡିଛି। କିଛି ଦିନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?