Posted inଜାତୀୟ

ଟିକା ନାହିଁ, ପ୍ରତିଶ୍ରୁତି ମାଳ ମାଳ

ନୂଆଦିଲ୍ଲୀ/ପାଟନା,୨୨ା୧୦:କରୋନା ସଂକ୍ରମଣରୁ ମୁକ୍ତି ପାଇଁ ବିଶ୍ୱବାସୀ ଭାକ୍ସିନ ଅପେକ୍ଷାରେ। ଭାରତକୁ କେବେ ଟିକା ଆସିବ ବୋଲି ଦେଶବାସୀ ଅନେଇ ବସିଥିବାବେଳେ ଗୁରୁବାର ବିହାରରେ ଭାଜପାର ନିର୍ବାଚନୀ ଇସ୍ତାହାର ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଭାଜପା କ’ଣ ନିଜ ଟ୍ରେଜେରିରୁ କରୋନା ଟିକା ଦେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ଟିକାର ଦେଖାନାହିଁ, ହେଲେ ପ୍ରତିଶ୍ରୁତି ମାଳ ମାଳ। ଏହି ବିଷୟ ଭାଜପାର ସଦ୍ୟ ଆଭିମୁଖ୍ୟରୁ ସ୍ପଷ୍ଟ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ, କରୋନା ଟିକା ପ୍ରସ୍ତୁତି ପାଇଁ ବିଶ୍ୱର ଅନେକ ଦେଶ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। ଆମ ବୈଜ୍ଞାନିକମାନେ ମଧ୍ୟ ଭାକ୍ସିନ ବିକଶିତ କରିବା ଦିଗରେ ଗବେଷଣାରତ। ଭାରତରେ ଟିକା ପ୍ରସ୍ତୁତି ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହି ଦିଗରେ ସଫଳତା ହାସଲ ପରେ ଭାକ୍ସିନକୁ କିପରି ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହଞ୍ଚାଯିବ ସେନେଇ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବା କହିଥିଲେ। ଏହାର ଦୁଇଦିନ ପରେ ବିହାରରେ ଭାଜପା ପକ୍ଷରୁ ଘୋଷଣାପତ୍ର ଜାରି କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ଏହି ଇସ୍ତାହାର ପ୍ରକାଶ କରିଛନ୍ତି। ସୀତାରାମନ୍‌ କହିଛନ୍ତି, ବିହାରରେ କରୋନା ମୁକାବିଲା କ୍ଷେତ୍ରରେ ଏନ୍‌ଡିଏ ସରକାର ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ଆମର ସଂକଳ୍ପ। ଭାକ୍ସିନକୁ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅନୁମୋଦନ କରିବା ମାତ୍ରେ ବିହାର ଜନସାଧାରଣଙ୍କୁ ମାଗଣାରେ ଦିଆଯିବ ବୋଲି ସୀତାରାମନ୍‌ ପ୍ରତିଶ୍ରୁତି ଦେଇଛନ୍ତି।
ସେପଟେ ଭାଜପା ଓ କେନ୍ଦ୍ର ସରକାର ମହାମାରୀକୁ ଏକ ରାଜନୈତିକ ସୁଯୋଗ ଭାବେ ବ୍ୟବହାର କରୁଥିବା ଅଭିଯୋଗ ଆଣି ବିରୋଧୀ ଦଳଗୁଡ଼ିକ ଟାର୍ଗେଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ବି ଏହାକୁ ନେଇ ଉଭୟ ଭାଜପା ଓ କେନ୍ଦ୍ର ସରକାରଙ୍କୁ ଟ୍ରୋଲ୍‌ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଏବେ କେନ୍ଦ୍ର ସରକାର ଭାରତର କୋଭିଡ୍‌ ପରିଚାଳନା ରଣନୀତି ଘୋଷଣା କରିଛନ୍ତି। ଆଗକୁ ଏହି ରଣନୀତି ରାଜ୍ୟଓ୍ବାରି ନିର୍ବାଚନ ତାରିଖ ଉପରେ ନିର୍ଭର କରିବ। ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର ଟୁଇଟରରେ ଲେଖିଛନ୍ତି, ତୁମେ ମୋତେ ଭୋଟ ଦିଅ, ମୁଁ ତୁମକୁ ଭାକ୍ସିନ ଦେବି’। ଏପରି ବିଭେଦପୂର୍ଣ୍ଣ ନିବେଦନକୁ ନେଇ ଭାଜପା ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଥରୁର ଦାବି କରିଛନ୍ତି। ସେହିପରି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା ପ୍ରଶ୍ନ କରିଛନ୍ତି ଯେ, ଭାଜପା କ’ଣ ନିଜ ଟ୍ରେଜେରିରୁ ଭାକ୍ସିନ ଦେବ? ଯଦି ଏହା ସରକାରୀ ରାଜକୋଷରୁ ଆସିବ ତେବେ ବିହାରକୁ ମାଗଣାରେ ଟିକା ଦିଆଯିବ। ମାତ୍ର ଦେଶର ଅନ୍ୟ ଭାଗର ଲୋକେ ଏହାକୁ ଟଙ୍କା ଦେଇ କିଣିବେ? କୋଭିଡ୍‌ ଭୟକୁ ନେଇ ଏହା ଏକ ଲଜ୍ଜାଜନକ ଶୋଷଣ ବୋଲି ଓମାର ଟୁଇଟ୍‌ କରିଛନ୍ତି।
ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମଧ୍ୟ ଭାଜପାକୁ ସମାଲୋଚନା କରିଛି। ବିହାରର ମୁଖ୍ୟ ବିରୋଧୀ ଦଳ ଆର୍‌ଜେଡିର ରାଜ୍ୟ ସଭା ସଦସ୍ୟ ମନୋଜ ଝା କହିଛନ୍ତି, ବିଶ୍ୱରେ ଭାଜପା ହେଉଛି ପ୍ରଥମ ପାର୍ଟି, ଯିଏ କେବଳ ଗୋଟିଏ ରାଜ୍ୟରେ ମାଗଣାରେ କରୋନା ଟିକା ଦେବାକୁ ଘୋଷଣା କରିଛି। ଆଇସିଏମ୍‌ଆର୍‌ ତତ୍ତ୍ୱାବଧାନରେ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ଭାକ୍ସିନ ଉଦ୍ଭାବନ ପାଇଁ ଗବେଷଣା କରୁଥିବାବେଳେ ମୋଦି ସରକାର ଏହାର ସାବାସି ନେବାକୁ ଉଦ୍ୟମ କରୁଛନ୍ତି।
ଅନ୍ୟପକ୍ଷରେ ଭାଜପାର ନିର୍ବାଚନୀ ଇସ୍ତାହାର ଜାରି ହେବାର କିଛି ସମୟ ପରେ ତାମିଲନାଡୁରେ କ୍ଷମତାସୀନ ଏହାର ସହଯୋଗୀ ଏଆଇଏଡିଏମ୍‌କେ ସରକାର ମଧ୍ୟ ଅନୁରୂପ ଘୋଷଣା କରିଛନ୍ତି। ତାମିଲନାଡୁରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ଇ. ପାଲାନିସ୍ବାମୀ କହିଛନ୍ତି, କୋଭିଡ୍‌-୧୯ ଭାକ୍ସିନ ପ୍ରସ୍ତୁତ ହୋଇଗଲେ ରାଜ୍ୟର ସମସ୍ତ ଲୋକଙ୍କୁ ଏହା ବିନା ମୂଲ୍ୟରେ ବଣ୍ଟାଯିବ।
ସେହିପରି ମଧ୍ୟପ୍ରଦେଶରେ ବିଧାନସଭା ଉପନିର୍ବାଚନ ଚାଲିଥିବାବେଳେ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଭାକ୍ସିନ ଦିଆଯିବ ବୋଲି ଟୁଇଟରରେ ଘୋଷଣା କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ କେବଳ ଗରିବମାନଙ୍କୁ ଟିକା ଦିଆଯିବ ବୋଲି ସେ ମତ ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ଏଥିସହ ସେ ପୂର୍ବ ଟୁଇଟ୍‌କୁ ହଟାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri