ଭାକେନ୍ସି ବଢ଼ିଛି

Dillip Cherian

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଚଳିତ ବର୍ଷ ସିଭିଲ ସର୍ଭିସ ପରୀକ୍ଷା (ସିଏସ୍‌ଇ)ରେ ୧,୦୦୦ରୁ ଅଧିକ ଭାକେନ୍ସି (ଖାଲିଥିବା ଚାକିରି ବା ପଦବୀ ସ୍‌ଂଖ୍ୟା) ଲାଗି ଅଧିସୂଚନା ଜାରି କରିଛି। ଏକ ଦଶନ୍ଧି ଧରି ସିଏସ୍‌ଇରେ ରହିଆସିଥିବା କମ୍‌ ଭାକେନ୍ସିକୁ ଲକ୍ଷ୍ୟ କରିବା ପରେ ୟୁପିଏସ୍‌ସି ଉକ୍ତ ପଦକ୍ଷେପ ନେଇଛି। ନୂଆ କରି ସୃଷ୍ଟି କରାଯାଇଥିବା ଇଣ୍ଡିଆନ୍‌ ରେଲଓ୍ବେ ମ୍ୟାନେଜ୍‌ମେଣ୍ଟ ସର୍ଭିସ (ଆଇଆର୍‌ଏମ୍‌ଏସ୍‌)ର ପଦବୀଗୁଡ଼ିକର ନିଯୁକ୍ତି ୟୁପିଏସ୍‌ସି ମାଧ୍ୟମରେ ହେବାକୁ ଥିବାରୁ ଖାଲି ପଦବୀ ସଂଖ୍ୟା ବୃଦ୍ଧି କରାଯାଇଥିବା କେତେଜଣ ପର୍ଯ୍ୟବେକ୍ଷକ ବିଚାର କରୁଛନ୍ତି। ସିଏସ୍‌ଇର ୮୬୧ ଭାକେନ୍ସି ପରିବର୍ତ୍ତେ. ୟୁପିଏସ୍‌ସି ଦ୍ୱାରା ଜାରି ଏବକାର ନିଯୁକ୍ତି ଚିଠି ୧,୦୧୧ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଛି। ଆଇଆର୍‌ଏମ୍‌ଏସ୍‌ ଏବେ କେନ୍ଦ୍ର ସିଭିଲ୍‌ ସର୍ଭିସ କ୍ୟାଡର୍‌ ଗ୍ରୁପ୍‌-ଏର ଏକ ଅଂଶ ବିଶେଷ ହୋଇଯାଇଛି, ପାଖାପାଖି ୧୫୦ ଅଧିକାରୀ ସର୍ଭିସରେ ନିଯୁକ୍ତି ପାଇବେ। ନିକଟରେ ସରକାର ମେଟ୍ରୋ, ସଂଯୋଗୀକରଣ ଯୋଜନା ଏବଂ ବୁଲେଟ୍‌ ଟ୍ରେନ ପ୍ରୋଜେକ୍ଟକୁ ଦୃଷ୍ଟିରେ ରଖି ଏକ ନୂଆ ଏବଂ ପୃଥକ ଆଇଆର୍‌ଏମ୍‌ଏସ୍‌ କ୍ୟାଡର ସୃଷ୍ଟି କରିଥିଲେ। ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଅନୁଯାୟୀ, ବର୍ଷ ଆରମ୍ଭରୁ ଆଇଏଏସ୍‌ରେ ୧,୪୭୨ ଏବଂ ଆଇପିଏସ୍‌ରେ ୮୬୪ ଭାକେନ୍ସି ଥିଲା। ପ୍ରତ୍ୟେକ ବର୍ଷ ଆଇଏଏସ୍‌ ର଼୍ୟାଙ୍କର ୧୫୦-୨୦୦ ଏବଂ ଆଇପିଏସ୍‌ରେ ପାଖାପାଖି ୨୫୦ ଖାଲିଥିବା ପଦବୀ ନିଆଯାଉଥିବା ଆମକୁ କୁହାଯାଉଛି। କିନ୍ତୁ ସର୍ଭିସରେ ଯୋଗ ଦେଉଥିବା ପ୍ରାର୍ଥୀମାନଙ୍କ ନିଯୁକ୍ତି ତାଲିକାକୁ ଦେଖିଲେ ଅସଙ୍ଗତି ଥିବା ମନେହୁଏ। ଖାଲି ରହିଥିବା ସମୁଦାୟ ପଦବୀ ସଂଖ୍ୟାର ସାମଗ୍ରିକ ହ୍ରାସ କରି , ଅର୍ଥାତ୍‌ ଅଧିକ ସଂଖ୍ୟାରେ ନିଯୁକ୍ତି ଦେଇ କୌଣସି ପ୍ରକାରେ ସରକାର ଏବେ ସମସ୍ୟା ସମାଧାନ କରିବାକୁ ଚାହଁୁଛନ୍ତି। ତେବେ ରେଲଓ୍ବେରେ ନୂଆ ପଦବୀ ଯୋଗ ହେବା ଦ୍ୱାରା ଭାକେନ୍ସିରେ ସାମାନ୍ୟ ବୃଦ୍ଧି ଘଟିଲେ ବି ତାହା ପର୍ଯ୍ୟାପ୍ତ ନୁହେଁ।
ବଡ଼ ଅଦଳବଦଳ
ଗୁଜରାଟ ସରକାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ଆର୍‌.ବି. ବ୍ରହ୍ମଭଟ୍ଟଙ୍କ ସମେତ ୨୦ ଆଇପିଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି। ୧୯୯୫ ବ୍ୟାଚ୍‌ ଗୁଜରାଟ କ୍ୟାଡର ଅଧିକାରୀଙ୍କୁ ରାଜ୍ୟ ସିଆଇଡି (କ୍ରାଇମ୍‌ ଆଣ୍ଡ୍‌ ରେଲଓ୍ବେ)ର ନୂଆ ଏଡିଜିପି ଭାବେ ନିଯୁକ୍ତ କରାଯାଇ ଡିଜିପି ଆଶିଷ ଭାଟିଆଙ୍କୁ ସିଆଇଡିର ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି। ୨୦୧୧ ବ୍ୟାଚର ଆଇପିଏସ୍‌ ଅଧିକାରୀ ଆର୍‌.ଟି. ସୁସରାଙ୍କୁ ସୁରଟ ସହରର ଜୋନ୍‌-୧ ପାଇଁ ଡେପୁଟି କମିଶନର ଅଫ୍‌ ପୋଲିସ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ୨୦୧୩ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଉଷା ରାଡାଙ୍କୁ ସୁରଟ ଜୋନ୍‌-୩ର ଡିସିପି ଭାବେ ନିଯୁକ୍ତ କରାଯାଇଛି। ଆନନ୍ଦ ଜିଲା ଏସ୍‌ପି ଅଜିତ ରାଜିଆନଙ୍କୁ ଅହମ୍ମଦାବାଦରେ ସାଇବର କ୍ରାଇମ ଡିସିପି ଭାବେ ଅବସ୍ଥାପିତ କରାଯାଇଛି ଓ ତାଙ୍କ ସ୍ଥାନରେ ରାଜକୋଟ ଜୋନ୍‌-୧ର ଏବେ ଡିସିପି ଭାବେ କାର୍ଯ୍ୟରତ ତଥା ୨୦୧୬ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପ୍ରବୀଣ କୁମାର ନିଯୁକ୍ତ ହୋଇଛନ୍ତି। ଲମ୍ବା ସମୟ ଧରି ଚାଲି ଆସିଥିବା ଗୁଜରାଟ ସରକାରଙ୍କ ପକ୍ଷରେ ବିଧାନସଭା ନିର୍ବାଚନର ଖୁବ୍‌ ପାଖାପାଖିରେ ଏଭଳି ହଠାତ୍‌ ଓ ତ୍ୱରିତ ପଦକ୍ଷେପ ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ସରକାର ଏବେ ଚିନ୍ତିତ ହୋଇ ଏହା କରିଛନ୍ତି କିମ୍ବା ପୂର୍ବରୁ ଏହା କରିବାର ଥିଲା ତାହା ଜଣାନାହିଁ। ହେଲେ ନିର୍ବାଚନର ଦୁଇମାସ ପୂର୍ବରୁ ଏଭଳି ବଡ଼ ଅଦଳବଦଳ କରି ନିର୍ବାଚନକୁ ସାମ୍ନା କରିବା ଆଗରୁ ଭୂପେନ୍ଦ୍ରଭାଇ ପଟେଲ ସରକାର ଏବେ ପ୍ରଶାସନରେ ଥିବା ପ୍ରଭେଦ ଦୂର କରିବା ସହ ଏହାକୁ ମଜଭୁତ କରିବାକୁ ଆଗେଇଛନ୍ତି।
ସମସ୍ୟାରେ ବନ ବିଭାଗ
ବର୍ତ୍ତମାନ ଚିତା ଫେରିବାକୁ ନେଇ ଦେଶ ଓ ମିଡିଆ ଉତ୍ସବ ମନାଉଥିବାବେଳେ ତାମିଲନାଡୁ ଏଥିରୁ ଦୂରେଇ ରହିଛି। ଏଠାରେ ରାଜ୍ୟ ପରିବେଶ ଓ ଜଙ୍ଗଲ ବିଭାଗ ଆଭ୍ୟନ୍ତରୀଣ ସମସ୍ୟାଗୁଡ଼ିକ ସହ ସଂଗ୍ରାମ କରୁଛି। ସୂତ୍ରରୁ ଜଣାପଡ଼ିଛି, ଅଧିକାରୀ କିମ୍ବା ଜ୍ଞାନ ଅଭାବ ରାଜ୍ୟ ବନ ବିଭାଗର ସମସ୍ୟା ନୁହେଁ, ବରଂ ସମସ୍ୟା ରହିଛି ପ୍ରଶାସନିକ ବିଳମ୍ବରେ। ଅଗସ୍ତ୍ୟାମଲାଇକୁ ଏକ ହାତୀ ଅଭୟାରଣ୍ୟ ଭାବେ ଘୋଷଣା କରି ବନ ବିଭାଗ ପୁରସ୍କାର ପାଇଥିବାବେଳେ ବୃତ୍ତିଗତ ପ୍ରଶିକ୍ଷଣ, ଗବେଷଣା ଏବଂ ପଦବୀଗୁଡ଼ିକରେ ସୁଧାର ଆଣିବାର ଅଭାବ ହିଁ ଏହାର ପ୍ରଶଂସନୀୟ ସଂରକ୍ଷଣ ପଦକ୍ଷେପଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରୁଛି। ସମସ୍ୟାଗୁଡ଼ିକ ମଧ୍ୟରେ ରହିଛି ଶିକାର କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ଦରମା ଦିଆ ନ ଯିବା ଏବଂ ବିଭାଗର ଉପର ସ୍ତର ପଦବୀଗୁଡ଼ିକ ପୂରଣରେ ବିଳମ୍ବ ହେବା। ଯଦିଓ ବନ ବିଭାଗ ସଚିବ ସୁପ୍ରିୟା ସାହୁ ଦାବି କରନ୍ତି ଯେ, ଏହିସବୁ ସମସ୍ୟା ସମାଧାନ କରାଯାଉଛି, ତଥାପି ଏହାର ବିଳମ୍ବ ଉପରେ କେହି ବି ସ୍ପଷ୍ଟ ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। ଅନେକ ମାସ ହେଲା ଅସ୍ଥାୟୀ କର୍ମଚାରୀମାନେ ଦରମା ପାଇ ନ ଥିବାବେଳେ କେତେଜଣଙ୍କୁ ଛାଡ଼ି ଚାଲିଯିବା ଲାଗି କୁହାଯାଇଛି। ଏପରି କି ଦୁଇ ଦଶନ୍ଧି ଧରି ବିଭାଗରେ କାର୍ଯ୍ୟରତ ଜୀବବିଜ୍ଞାନୀମାନଙ୍କୁ ପଦୋନ୍ନତି ଦିଆଯାଇନାହିଁ କି ବନ ବିଭାଗ ନିର୍ଦ୍ଧାରିତ ବେତନ ମାନରେ ଜୀବବିଜ୍ଞାନୀଙ୍କୁ ନିଯୁକ୍ତି ଦେଇନାହିଁ । କେତେଜଣ ଅଧିକାରୀ କହନ୍ତି, ୟୁପିଏସ୍‌ ଏବଂ ଆଇଏଏସ୍‌ ଅଧିକାରୀଙ୍କ ଦାୟିତ୍ୱରେ ଥିବା ଅନ୍ୟ ବିଭାଗଗୁଡ଼ିକ ତୁଳନାରେ ଉକ୍ତ ବିଭାଗକୁ ସବୁବେଳେ କମ୍‌ ଗୁରୁତ୍ୱ ଦିଆଯାଇଛି। ସ୍ପଷ୍ଟତଃ, ୧୯୯୦ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀମାନେ ଏବେ ସୁଦ୍ଧା ସେମାନଙ୍କ କ୍ୟାଡରରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି। ଉକ୍ତ ସମସ୍ୟାଗୁଡ଼ିକ ଉପରେ ଡିଏମ୍‌କେ ସରକାରଙ୍କ ଦୃଷ୍ଟିପଡ଼ିବା ଦରକାର।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri