‘ଶାକୁନ୍ତଳମ’ର ଫାଷ୍ଟ ଲୁକ୍ ରିଲିଜ

ଚେନ୍ନାଇ: ଏବେ ସାଉଥ୍ ଫିଲ୍ମର ଜଲୱା ଦେଖିବାକୁ ମିଳିଛି । ନିକଟରେ ସାଉଥର ଆଉ ଏକ ଐତିହାସିକ ଫିଲ୍ମର ଫାଷ୍ଟ ଲୁକ ରିଲିଜ ହୋଇଛି । ଯାହା ପୁଣିଥରେ ‘ବାହୁବଳୀ’କୁ ମନେପକାଇ ଦେଇଛି । ଏହାର ନାମ ରହିଛି ‘ଶାକୁନ୍ତଳମ’ । ଏଥିରେ ସାଉଥର ସୁପର ହିଟ୍ ନାୟିକା ସାମନ୍ଥା ରୁଥ ପ୍ରଭୁ ଲିଡ ରୋଲରେ ନଜର ଆସିବେ । ସାମନ୍ଥାଙ୍କ ବ୍ୟତୀତ ଫିଲ୍ମରେ ବ୍ଲକବଷ୍ଟର ଅଭିନେତା ଅଲ୍ଲୁ ଅର୍ଜୁଙ୍କ ଝିଅ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ‘ଶାକୁନ୍ତଳମ’ ଫିଲ୍ମ କାଳିଦାସଙ୍କ ପୌରାଣିକ କାହାଣୀ ‘ଶକୁନ୍ତଳମ’ ଉପରେ ଆଧାରିତ । ଏଥିରେ ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏହି କାଳ୍ପନିକ କାହାଣୀର ନୂଆ ସଂସ୍କରଣ ନିର୍ମାଣ କରାଯାଉଛି । ସାମନ୍ଥା ଏହି ପୌରାଣିକ ଡ୍ରାମରେ ରାଜକୁମାରୀ ଶକୁନ୍ତଳା ଭୂମିକାରେ ନଜର ଆସିବେ । ସାମନ୍ଥାଙ୍କ ଅପୋଜିଟରେ ଆକ୍ଟର ଦେବ ମୋହନ ଦୁଷ୍ମନ୍ତ ଭୂମିକାରେ ନଜର ଆସିବେ । ଅନ୍ୟପଟେ ଅଲ୍ଲୁ ଅର୍ଜୁନଙ୍କ ଝିଅ ଅଲ୍ଲୁ ଅରହା ରାଜକୁମାରୀ ଭରତଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ମାଣ ଗତବର୍ଷ ଫେବୃୟାରୀ ୨୦୨୧ରେ ଆରମ୍ଭ ହୋଇଥିଲା ଏବେ ଏହା ସମ୍ପୂର୍ଣ୍ଣ ହୋଇଛି । ଫିଲ୍ମଟି ଚଳିତ ବର୍ଷ ୪ ନଭେମ୍ବର ୨୦୨୨ରେ ରିଲିଜ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ: ଦ ଜଷ୍ଟିଶର ଶୁଟିଂ ଶେଷ!

ମୁମ୍ବାଇ: ବଲିଉଡ୍ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିଶ’ର ଶୁଟିଂ ଶେଷ ହୋଇଛି । ଦିଲିପ...

ଚାଲିଛି ନାୟିକା ଖୋଜା

‘ବାହୁବଲୀ’ ଫେମ୍‌ ପ୍ରଭାସ ଏବଂ ସୈଫ ଅଲ୍ଳୀ ଖଁା ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରଟି ହେଲା ‘ଆଦିପୁରୁଷ’। ଏହି ଫିଲ୍ମର...

ସଲ୍‌ମାନଙ୍କ ଶୋ’ରେ ଧମାଲ କରିବେ ରେଖା

ମୁମ୍ବାଇ: ବିଗ୍‌ ବସ ଓଟିଟିର ୫ ସପ୍ତାହର ଯାତ୍ରା ବାକି ଅଛି। ଏହା ଶେଷ ହେବା ପରେ ସଲମାନଙ୍କ ଶୋ’ ବିଗ୍‌ ବସ୍‌ -୧୫ ଆରମ୍ଭ...

ହିମାଂଶିଙ୍କୁ ବିବାହ ପ୍ରସ୍ତାବ ଦେଲେ ଆସିମ

ବମ୍ବେ: ‘ବିଗ୍‌ବସ୍‌’ ଘରେ ଅନେକ ସଫଳ ପ୍ରେମ କାହାଣୀ ଗଢ଼ି ଉଠିଥିବା ନଜିର ରହିଛି। ଏହି କ୍ରମରେ ଚଳିତ ସିଜନ୍‌ରେ ଦୁଇଟି ଯୋଡ଼ି ଚର୍ଚ୍ଚାରେ। ସିଦ୍ଧାର୍ଥ-ଶେହନାଜ...

ଲାଇମ୍‌ ଲାଇଟ୍‌ରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ, ଫେରିବା ପରେ ଚିହ୍ନି ହେଉନି

ଟେଲି ଅଭିନେତ୍ରୀ ଶମା ସିକନ୍ଦର ୪ ଅଗଷ୍ଟରେ ୩୮ତମ ଜନ୍ମଦିବସ ପାଳନ କରିବେ। ଶମା ନିଜର ହଟ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ...

କୋରିଆନ୍‌ ଫିଲ୍ମର ରିମେକ୍‌ କରିପାରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ କିଛି ଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି। ତାଙ୍କ ହାତରେ ସେମିତି କିଛି ଆଖିଦୃଶିଆ ପ୍ରୋଜେକ୍ଟ ନାହିଁ...

ଗୋଟିଏ ଟ୍ରାଫିକ୍‌ରେ ଅଟକିଲା ସଲମାନ-ଅର୍ଜୁନଙ୍କ କାର୍‌, ତା’ ପରେ କ’ଣ ହେଲା ଜାଣନ୍ତୁ

ମୁମ୍ବାଇ: ସଲମାନ୍‌ ଖାଁ ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ତିକ୍ତତା ଦୀର୍ଘଦିନରୁ ଲାଗିରହିଛି। ଏପରିକି କେହି କାହାର ଛାଇ ଦେଖିପାରନ୍ତି ନାହିଁ। କିନ୍ତୁ ବୋନି କପୁରଙ୍କ...

ପାକ ଫିଲ୍ମରେ ଅଭିନୟକୁ ନେଇ କ’ଣ କହିଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ତାଙ୍କ ଅପକମିଂ ମୁଭି ‘ତୁ ଝୁଠି ମେ ମକ୍କାର’କୁ ନେଇ ଲଗାତାର ଚର୍ଚ୍ଚାରେ ରହୁଛନ୍ତି । ଏଥିରେ...

Advertisement
Archives

Model This Week