Posted inଖେଳ

ଏହି ଦିନ କ୍ୟାରିୟର୍‌ର ଶେଷ ମ୍ୟାଚ୍‌ ଖେଳିବେ ୟୁନିଭର୍ସ ବସ୍‌!

ଜାମାଇକା,୭।୧୨: କ୍ରିକେଟ ପ୍ରଶଂସକଙ୍କ ପାଇଁ କ୍ରିସ ଗେଲଙ୍କ ନାମ ଯଥେଷ୍ଟ। କ୍ରିକେଟର ସମସ୍ତ ଫର୍ମାଟରେ ତାଙ୍କର ରେକର୍ଡ ଶକ୍ତିଶାଳୀ। କିନ୍ତୁ ଟି-୨୦ କ୍ରିକେଟରେ ସେ ଯେଉଁ ସ୍ଥାନ ହାସଲ କରିଛନ୍ତି, ସେଠାରେ କୌଣସି ବ୍ୟକ୍ତି ପହଞ୍ଚି ନାହାଁନ୍ତି। ସେ ଦୁନିଆର ଏକମାତ୍ର ଖେଳାଳି, ଯିଏକି ୧୪,୦୦୦ ରନ ଏବଂ ୨୨ ଶତକ ହାସଲ କରିଛନ୍ତି। ଯଦିଓ ଟି -୨୦ ବିଶ୍ୱକପ ୨୦୨୧ ରେ ତାଙ୍କର ପ୍ରଦର୍ଶନ ଭଲ ନ ଥିଲା। ଏହା ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରି ସେ ଘରୋଇ ମ୍ୟାଚରେ ଶେଷ ମ୍ୟାଚ ଖେଳିବା କଥା କହିଥିଲେ।
କ୍ରିକେଟ ୱେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) କ୍ରିସ ଗେଲଙ୍କ ଶେଷ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚଳାଇଛି। ଜାନୁଆରୀ ୧୬ରେ ଜାମାଇକାରେ ୱେଷ୍ଟଇଣ୍ଡିଜ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏକମାତ୍ର ଟି -୨୦ ମ୍ୟାଚ ଗେଲଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ ହୋଇପାରେ। ଜାନୁଆରୀ ୮ ରୁ ୧୬ ପର୍ଯ୍ୟନ୍ତ ଜାମାଇକାର ସାବିନା ପାର୍କରେ ଆୟର୍ଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଦିନିକିଆ ଏବଂ ଗୋଟିଏ ଟି -୨୦ ମ୍ୟାଚ ଖେଳାଯିବ। କ୍ରିସ ଗେଲ, ଟି -୨୦ ରେ ୧୭୫ର ସବୁଠାରୁ ବଡ ଇନିଂସ ଖେଳିବା ବ୍ୟତୀତ ଟେଷ୍ଟ କ୍ରିକେଟରେ ୨ ଟ୍ରିପଲ ଶତକ ହାସଲ କରିଛନ୍ତି। ସେ ଏଥିପାଇଁ ମନୋନୀତ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି।
ଟି -୨୦ ବିଶ୍ୱକପରେ କ୍ରିସ ଗେଲଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ସେ ହାରାହାରି ୯ ରେ ୫ ଟି ମ୍ୟାଚରେ ମାତ୍ର ୪୫ ରନ ସ୍କୋର କରିପାରିଥିଲେ। କିନ୍ତୁ ସାମଗ୍ରିକ ଟି-୨୦ର ରେକର୍ଡ ବହୁତ ଭଲ। ସେ ୨୨ଟି ଶତକ ଏବଂ ୮୭ ଅର୍ଦ୍ଧଶତକ ସହିତ ଟି-୨୦ ରେ ୧୪,୩୨୧ ରନ ସଂଗ୍ରହ କରିଛନ୍ତି। ଟେଷ୍ଟରେ ସେ ସର୍ବାଧିକ ୩୩୩ ରନ ସହ ୭ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଏଥି ସହିତ, ଦିନିକିଆର ୩୦୧ ଟି ମ୍ୟାଚରେ ସେ ହାରାହାରି ୩୮ରେ ୧୦,୪୮୦ ରନ ସଂଗ୍ରହ କରିଛନ୍ତି। ୨୫ ଶତକ ଏବଂ ୫୪ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଦୁର୍ଘଟଣା ସହାୟତାକୁ ନେଇ ଆସିଲା ନୂଆ ନିର୍ଦ୍ଦେଶାବଳୀ: ମୃତ୍ୟୁ ଘଟିଲେ ମିଳିବ…

ଭୁବନେଶ୍ୱର,୪।୯: ଛାତ୍ରୀଛାତ୍ରଙ୍କ ଦୁର୍ଘଟଣାଜନିତ ସମସ୍ୟାରେ ସହାୟତା ପ୍ରଦାନକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ର ଏହି ବ୍ୟବସ୍ଥାରେ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ: ମନ ମୋହିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ

ଗଞ୍ଜାମ,୪ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ କୁନି ଶିଶୁମାନଙ୍କ ରାଧାକୃଷ୍ଣଙ୍କ ବେଶ…

୧୫୦୦ କିଲୋଗ୍ରାମ ପ୍ରସାଦ ସହ ୫୦୦ରୁ ଅଧିକ ବ୍ୟଞ୍ଜନର ନୈବେଦ୍ୟ, ଜନ୍ମାଷ୍ଟମୀ ପାଇଁ ନୋଏଡାରେ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ନୋଏଡାର ମନ୍ଦିରଗୁଡ଼ିକ ଭକ୍ତି, ମହିମା ଏବଂ ରାନ୍ଧଣା ଆନନ୍ଦର ଏକ ଅନନ୍ୟ ମିଶ୍ରଣ ଦେଖିବେ। କିଛି ସ୍ଥାନରେ, ଭଗବାନ ଶ୍ରୀକୃଷ୍ଣଙ୍କ…

ସ୍କୁଲ ବସ୍‌ ଭିତରେ ୩ ବର୍ଷର ଶିଶୁକୁ ବଳାତ୍କାର କଲେ ଡ୍ରାଇଭର, ଘରେ ପହଞ୍ଚି ଜେଜେମାଆଙ୍କୁ କହିଲେ…

ନଭି ମୁମ୍ବାଇ,୪।୯: ମହାରାଷ୍ଟ୍ରର ନଭି ମୁମ୍ବାଇରେ ସ୍କୁଲ ବସ୍‌ ଭିତରେ ଜଣେ ୩ ବର୍ଷର ଶିଶୁକୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାରେ…

ଜାହାଜ ଦୁର୍ଘଟଣା ପରେ ବି ଚେତୁନାହାନ୍ତି ଟ୍ରଲର ମାଲିକ, ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ମାଛଧରା

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ୧୦ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ବଙ୍ଗୋପସାଗର ଉପରେ ନିର୍ଭର କରନ୍ତି। ମାଛ ଧରିଲେ ପରିବାର…

ଅଜିତ ଅଗରକରଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ରୋହିତ ଶର୍ମାଙ୍କୁ ମିଳିଗଲା ‘ଅଭୟଦାନ’!

ମୁମ୍ବାଇ,୪।୯: ଟିମ ଇଣ୍ଡିଆର ଚିଫ ସିଲେକ୍ଟର ଅଜିତ ଅଗରକର ପୁଣିଥରେ ଚର୍ଚ୍ଚାରେ। ଗୁରୁବାର BCCIର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁମ୍ବାଇ ସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ…

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri