ଗର୍ଭସ୍ଥ ଶିଶୁଙ୍କୁ ରହିଥାଏ କରୋନା ଭୟ, ମସ୍ତିଷ୍କ କରିଦେବ ଅକାମୀ: ସର୍ଭେ ରିପୋର୍ଟ

ମିଆମି,୧୦ା୪: ମିଆମି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, କରୋନା ସମ୍ପର୍କୀତ ଦୁଇଟି ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ କରୋନା ଭୂତାଣୁ ମା’ଙ୍କ ପ୍ଲେସେଣ୍ଟା ପାର୍‌ ହୋଇ ଶିଶୁର ମସ୍ତିଷ୍କରେ ପହଞ୍ଚି କ୍ଷତି ଘଟାଇଛି। ଦୁଇ ସନ୍ତାନଙ୍କୁ ଜନ୍ମ ଦେଇଥିବା ଦୁଇ ଜଣ ମା’ କରୋନା ଟିକା ଉପଲବ୍ଧ ହେବା ପୂର୍ବରୁ ଅର୍ଥାତ୍‌ ୨୦୨୦ରେ ମହାମାରୀର ଡେଲ୍ଟା ଲହରୀ ବଢୁଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। ଏହି ମାମଲାର ଅଧ୍ୟୟନ ଏକ ପତ୍ରିକାରେ ପ୍ରକାଶିତ ହୋଇଛି।

ସାଇଟୋମେଗାଲୋଭାଇରସ୍‌, ରୁବେଲା, ଏଚ୍‌ଆଇଭି ଏବଂ ଜିକା ସମେତ ଅନେକ ଭୂତାଣୁ ମାତୃଗର୍ଭ ପାର୍‌ ହୋଇ ମସ୍ତିଷ୍କରେ କ୍ଷତି ଘଟାଇବାରେ ସକ୍ଷମ ହୋଇଥାଏ ବୋଲି ଜଣାପଡ଼ିଛି। କରୋନା ଭୂତାଣୁ ବୟସ୍କମାନଙ୍କ ମସ୍ତିଷ୍କ ଟିସୁରେ ମଧ୍ୟ ଦେଖିବାକୁ ମିଳିଛି। କେତେକ ବିଶେଷଜ୍ଞ ଏହା ପୂର୍ବରୁ ସନ୍ଦେହ କରିଥିଲେ ଯେ, ଏହା ଭ୍ରୁଣର ମସ୍ତିଷ୍କ ଟିସୁକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ସଠିକ୍‌ ପ୍ରମାଣ ମିଳିନାହିଁ। ମିଆମି ବିଶ୍ୱବିଦ୍ୟାଳୟର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଚେୟାରମ୍ୟାନ ଡକ୍ଟର ମାଇକେଲ ପେଡାସ କହିଛନ୍ତିି, ଟ୍ରାନ୍ସପ୍ଲାସେଣ୍ଟାଲ ରାସ୍ତା ମାଧ୍ୟମରେ କରୋନା ଭୂତାଣୁ ଏକ ଭ୍ରୁଣ ଅଙ୍ଗରେ ପହଞ୍ଚିବା ପ୍ରମାଣକୁ ଆମେ ପ୍ରଥମ ଥର ପାଇଁ ଆବିଷ୍କାର କରିବାରେ ସକ୍ଷମ ହୋଇଛୁ। ସେଥିପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଯେଉଁ ନବଜାତ ଶିଶୁଙ୍କ ମସ୍ତିଷ୍କ କରୋନା ଦ୍ୱାରା ପ୍ରଭାବିତ ହୋଇଥିଲା ତାହା ପ୍ରଥମ ଦିନରୁ ଜଣାପଡ଼ିଥିଲା। ମାଇକ୍ରୋସେଫ୍‌ଲି ହେଉଛି ଏକ ଅବସ୍ଥା ଯେଉଁଥିରେ ଶିଶୁମାନଙ୍କର ଛୋଟ ମୁଣ୍ଡ ଥାଏ। ଏହା ପରିବର୍ତ୍ତେ, ଏହି ଶିଶୁମାନେ ସମୟ ସହିତ ମାଇକ୍ରୋସେଫଲି ବିକଶିତ କରିଥିଲେ। ଅନୁସନ୍ଧାନକାରୀ ଦଳ କହିଛନ୍ତି, ସେମାନଙ୍କର ମସ୍ତିଷ୍କ ସାଧାରଣ ହାରରେ ବ ବଢ଼ିବା ବନ୍ଦ ହୋଇଯାଇଥିଲା। ଉଭୟ ପିଲାଙ୍କ ମଧ୍ୟରେ ଗୁରୁତର ବିକାଶ ବିଳମ୍ବ ଦେଖାଗଲା। ଅନୁସନ୍ଧାନକାରୀ କହିଛନ୍ତି, ପିଲାମାନଙ୍କ ମଧ୍ୟରୁ ଜଣଙ୍କର ୧୩ ମାସ ବୟସରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ପିଲାମାନଙ୍କ ମଧ୍ୟରୁ ଜଣଙ୍କର ମା’ଙ୍କର କେବଳ ସାମାନ୍ୟ ଲକ୍ଷଣ ଥିଲା ଏବଂ ପିଲାଟି ପୂର୍ଣ୍ଣ ଅବସ୍ଥାରେ ଜନ୍ମ ହୋଇଥିଲା। ଅନ୍ୟ ମା’ ଜଣକ ଏତେ ଅସୁସ୍ଥ ଥିଲେ ଯେ, ଡାକ୍ତରମାନେ ଗର୍ଭଧାରଣର ୩୨ ସପ୍ତାହରେ ଶିଶୁକୁ ଜନ୍ମ କରାଇବାକୁ ବାଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୬୮

ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୯ ଜିଲାକୁ ରେଡ୍‌ ଆଲର୍ଟ, ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ- ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି…

ବଡ଼ ଖବର…ପ୍ରବଳ ବର୍ଷା, ଆଜି ୪ ଜିଲାରେ ସ୍କୁଲ ଛୁଟି

ଭୁବନେଶ୍ୱର,୨୮।୭: ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ।…

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

କେବଳ ଆନ୍ଦୋଳନ ପାଇଁ ଲାଠିଚାଳନା କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୭: କେବଳ ଆନ୍ଦୋଳନ ଚାଲିବାକୁ ନେଇ ପୋଲିସ ମାତ୍ରାଧିକ ବଳପ୍ରୟୋଗ କିମ୍ବା ହିଂସା କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ଏନ୍‌ଇଇଟି ପରେ ସରକାରଙ୍କ ଚିନ୍ତା ବଢ଼ାଇଛି ଇ-୨୦ ଅସନ୍ତୋଷ: ଅଗଷ୍ଟ ୪ରେ…

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଏନ୍‌ଇଇଟି ବିବାଦ ପରେ ଏବେ ୨୦% ଇଥାନଲ୍‌-ମିଶ୍ରିତ ପେଟ୍ରୋଲ (ଇ-୨୦)କୁ ନେଇ କେନ୍ଦ୍ର ସରକାରଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର କେତେକ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri