ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲକୁ ଆମେରିକା କଂଗ୍ରେସର ଜେରା: କାଠଗଡ଼ାରେ ଟେକ୍ନୋ ଟାଇକୁନ

ଓ୍ବାଶିଂଟନ,୩୦ା୭- ବିଶ୍ୱର ୪ ବଡ଼ କମ୍ପାନୀ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲର ପ୍ରଭାବଶାଳୀ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କୁ ଆମେରିକା କଂଗ୍ରେସ ପକ୍ଷରୁ ଘନ ଘନ ଜେରା କରାଯାଇଛି। ଟେକ୍ନୋଲୋଜି ଦୁନିଆର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଆଗକୁ ବଢ଼ିବାରେ ରୋକିବା ମାମଲାରେ କଂଗ୍ରେସରେ ବୁଧବାରଠାରୁ ଶୁଣାଣି ଚାଲିଛି। ଫଳରେ ଫେସ୍‌ବୁକ୍‌, ଆପଲ ଓ ଗୁଗଲ ଭଳି କମ୍ପାନୀଗୁଡ଼ିକୁ ନିଜ ଫର୍ମକୁ ନେଇ ସଂସଦର ଆଣ୍ଟାଇଟ୍ରଷ୍ଟ ସବ୍‌ କମିଟି ଆଗରେ ସଫେଇ ଦେବାକୁ ପଡ଼ିଛି।
ଶୁଣାଣି ବେଳେ ଏହି ୪ କମ୍ପାନୀର ସିଇଓ ନିଜ ଉପରେ ଲାଗିଥିବା ବଳର ଅପବ୍ୟବହାର ସମ୍ପର୍କିତ ଅଭିଯୋଗ ବିରୋଧରେ ସଫେଇ ଦେଇଛନ୍ତି। ରିପବ୍ଲିକାନ୍‌ ଓ ଡେମୋକ୍ରାଟ୍ସ ସାଂସଦମାନେ ଦିଗ୍‌ଗଜ କମ୍ପାନୀଗୁଡ଼ିକର ସିଇଓମାନଙ୍କୁ ଗୁଡ଼ାଇତୁଡ଼ାଇ ଅନେକ ପ୍ରଶ୍ନ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ନିଜ ଶକ୍ତିର ଅପବ୍ୟବହାର କରି ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଦବାଉଛନ୍ତି। ଏହାସହ ଡାଟା ଏକତ୍ରିତ କରି ବହୁ ଲାଭ କମାଇଛନ୍ତି ବୋଲି ଏମାନଙ୍କ ବିରୋଧରେ ଅଭିଯୋଗ ରହିଛି।
ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଟେକ୍ନୋ ଜାଏଣ୍ଟମାନେ ଆଣ୍ଟାଇଟ୍ରଷ୍ଟ ସବ୍‌କମିଟି ଆଗରେ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହୋଇଛନ୍ତି। ସେମାନଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରାଯାଇଛି। ସବ୍‌କମିଟି ଏହି ସମୟରେ ଅନେକ ଦସ୍ତାବିଜ ଉପସ୍ଥାପନ କରିଥିଲା। ସେମାନଙ୍କ ପାଖରେ ଅନେକ ଘଣ୍ଟାର ଇଣ୍ଟରଭିଉ ଓ ସିଲିକନ୍‌ ଭ୍ୟାଲିର ଦିଗ୍‌ଗଜମାନଙ୍କ କେତେକ ପ୍ରାଇଭେଟ ମେସେଜ ମଧ୍ୟ ରହିଛି। ଏହି ସମସ୍ତ ତଥ୍ୟ ପ୍ରମାଣରୁ ଏହା ଜଣାପଡ଼ୁଛି ଯେ ଟେକ୍‌ ସେକ୍ଟରରେ କେତେଜଣ ଲୋକ ଅଧିକ ଶକ୍ତିଶାଳୀ ହୋଇଯାଇଛନ୍ତି। ସେମାନଙ୍କ ପ୍ରଭାବ ଏତେ ବଢ଼ିଯାଇଛି ଯେ ଗ୍ରାହକ ଓ ଏପରି କି ଗଣତନ୍ତ୍ରକୁ ମଧ୍ୟ ସେମାନେ ଭୟଭୀତ କରାଉଛନ୍ତି। ଆଣ୍ଟାଇଟ୍ରଷ୍ଟ ପ୍ୟାନେଲ ଅଧ୍ୟକ୍ଷ ସିସିଲିନ୍‌ ଗତବର୍ଷ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲ ଉପରେ କଂଗ୍ରେସର ତଦନ୍ତ ଆରମ୍ଭ କରିଥିଲେ। ଏହି କମ୍ପାନୀଗୁଡ଼ିକ ହାସଲ କରିଥିବା ଶକ୍ତି ଆଣ୍ଟାଇ କମ୍ପିଟିଟିଭ୍‌ ଉପାୟରେ ହୋଇଛି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।
ଶୁଣାଣି ବେଳେ ଆମାଜନ ସିଇଓ ଜେଫ୍‌ ବେଜୋସ୍‌, ଆପଲର ଟିମ୍‌ କୁକ୍‌, ଫେସ୍‌ବୁକ୍‌ ମୁଖ୍ୟ ମାର୍କ ଜୁକରବର୍ଗ ଓ ଗୁଗଲ ସିଇଓ ସୁନ୍ଦର ପିଚାଇ ଉପସ୍ଥିତ ଥିଲେ। ଜେଫ୍‌ ବେଜୋସ୍‌ ବିଶ୍ୱକୁ ବଡ଼ କମ୍ପାନୀର ଆବଶ୍ୟକତା ଥିବା କହିଥିବାବେଳେ ଜୁକରବର୍ଗ ଓ ସୁନ୍ଦର ପିଚାଇ କୌଣସି ପ୍ରକାର ଭୁଲ୍‌ କାର୍ଯ୍ୟ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କମ୍ପାନୀଗୁଡ଼ିକ ଇନୋଭେଶନ (ନବ ଅନ୍ବେଷଣ) ପାଇଁ ପରିବେଶ ସୃଷ୍ଟି କରିଥିବା ଯୁକ୍ତି ବାଢ଼ିଛନ୍ତି। ଏହାସହ ଆମେରିକା ନିୟମ କାନୁନ ଅନୁସାରେ ସମସ୍ତ କାର୍ଯ୍ୟ ହୋଇଥିବା କହିଛନ୍ତି। ଶୁଣାଣି ସମୟରେ ସମସ୍ତ କମ୍ପାନୀ ଉପରେ ଅନେକ ସଙ୍ଗିନ ଅଭିଯୋଗ ଅଣାଯାଇଥିଲା। ଜଣେ ଡେମୋକ୍ରାଟ ପ୍ରତିନିଧି ମାର୍କ ଜୁକରବର୍ଗଙ୍କୁ ୨୦୧୨ର ଏକ ମେସେଜ୍‌ ଦେଖାଇଥିଲେ, ଯେଉଁଥିରେ ସେ ଇନ୍‌ଷ୍ଟାଗ୍ରାମକୁ ଅଧିଗ୍ରହଣ କରିବା ପାଇଁ ଦାବି କରିଥିଲେ। ସେହି ସମୟରେ ଇନ୍‌ଷ୍ଟାଗ୍ରାମ ଏକ ପ୍ରତିଦ୍ୱନ୍ଦ୍ୱୀ ଫଟୋ ଶେୟାରିଂ ଆପ୍‌ ଥିଲା। ଇନ୍‌ଷ୍ଟ୍ରାଗ୍ରାମ୍‌ ତାର କ୍ଷତି କରିବ ବୋଲି ଫେସ୍‌ବୁକ୍‌ର ଭୟ ଥିଲା । ସେତେବେଳେ ଆଉ ଏକ ପ୍ରତିଦ୍ୱନ୍ଦ୍ୱୀ ଫେସ୍‌ବୁକ୍‌ର ଅଧିଗ୍ରହଣ ନୀତି ଉପରେ ପ୍ରଶ୍ନ ଉଠାଇ ଏହାକୁ ଭୂମି ଅଧିଗ୍ରହଣ ଭାବେ ଅଭିହିତ କରିଥିଲେ। ପ୍ରତିଦ୍ୱନ୍ଦ୍ୱୀ ଫେସ୍‌ବୁକ୍‌କୁ କହିଥିଲେ, ଆପଣ କୌଣସି ସମ୍ଭାବ୍ୟ ପ୍ରତିଯୋଗିତାର ବିପଦକୁ ଟାଳିବା ପାଇଁ ଇନ୍‌ଷ୍ଟାଗ୍ରାମକୁ କିଣିଲେ। ମିଶ୍ରଣ ଓ ଅଧିଗ୍ରହଣ ଅନୁସାରେ ସମ୍ଭାବ୍ୟ ପ୍ରତିଯୋଗିତା ବିପଦକୁ କିଣିବା ଆଣ୍ଟାଇଟ୍ରଷ୍ଟ ନିୟମର ଉଲ୍ଲଂଘନ। ସେହିପରି ଆପଲ ବିରୋଧରେ ଅଭିଯୋଗ ଅଣାଯାଇଛି ଯେ, ଏହି କମ୍ପାନୀ ନିଜ ଆପ୍‌ ଷ୍ଟୋର ଉପରେ ଅନ୍ୟ ଆପ୍‌ଗୁଡ଼ିକ ସ୍ଥାନରେ ନିଜର ଆପ୍‌କୁ ବେଶି ପ୍ରୋତ୍ସାହନ ଦେଇଥାଏ, ଯାହାକି ପ୍ରତିଯୋଗିତାର ବିରୁଦ୍ଧାଚରଣ। ଏପରି ସମୟରେ ଏହି କମ୍ପାନୀଗୁଡ଼ିକୁ ବିଭାଜିତ କରିଦିଆଯାଉ ବୋଲି କେତେଜଣ ସମାଲୋଚକ ଚାହୁଁଛନ୍ତି। ଟେକ୍‌ ଏକ୍ସପର୍ଟ ଡେନ୍‌ ଆଇସ୍‌ଙ୍କ ମତରେ ଓ୍ବାଶିଂଟନରେ ଝଡ଼ର ବାଦଲ ଘୋଟିଛି। କିନ୍ତୁ କଂଗ୍ରେସ ବଡ଼ ଟେକ୍‌ କମ୍ପାନୀଗୁଡ଼ିକୁ ବଦଳିବା ପାଇଁ ବାଧ୍ୟ କରିବା ଭଳି କୌଣସି ନୂଆ ଆଇନ ଆଣିବା ସମ୍ଭାବନା କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ମାରିଦେବ AI!

ଓ୍ବାଶିଂଟନ,୧୪ା୯: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ହୋଇପାରେ ବୋଲି ଆନ୍ଥ୍ରୋପିକ୍‌ ସିଇଓ ଡାରିଓ ଆମୋଦେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ଏଆଇର କ୍ଷମତା ବୃଦ୍ଧି ହାର କମାଇବା…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?