‘ଦ ଗ୍ରେଟ୍‌ ଖଲି’ କରିବାକୁ ଚାହୁଁଥିଲେ ଏହି ଦୁଇ କାମ, ମାତ୍ର ହେଲେ ବିଫଳ

ଦ ଗ୍ରେଟ୍‌ ଖଲି ରେସିଲିଂ ବ୍ୟତୀତ ସୋସିଆଲ ମିଡିଆରେ ବହୁତ ପ୍ରସିଦ୍ଧ। ତାଙ୍କର ଏବେ ଦୁଇଟି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଗୋଟିଏରେ ସେ ହେଲମେଟ୍‌ ପିନ୍ଧିବା ପାଇଁ ଚେଷ୍ଟା କରୁଥିବା ନଜର ଆସିଥିବା ବେଳେ ଅନ୍ୟଟିରେ ଏକ ଅଟୋରେ ବସିବା ପାଇଁ ଚେଷ୍ଟା କରୁଛନ୍ତି। ଆସନ୍ତୁ ଜାଣିବା ପୂରା ଘଟଣା ସମ୍ପର୍କରେ…

ମୁମ୍ବାଇ ପୋଲିସ ଏକ ବାଇକ୍‌ରେ ଡ୍ରାଇଭିଂ ସମୟରେ ହେଲମେଟ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ଗ୍ରେଟ୍‌ ଖଲିଙ୍କ ସହାୟତା ନେଇଥିଲା। ପୋଲିସ ଦିଲୀପ ସିଂହ ରାଣା ଓରଫ ଖଲିଙ୍କ ଏକ ଭିଡିଓର ବ୍ୟବହାର କରିଥିଲା। ଭିଡିଓରେ ୪୮ ବର୍ଷୀୟ ଖଲି ନିଜର ମୁଣ୍ଡକୁ ଫିଟ୍‌ କରିବା ପାଇଁ ଏକ ଛୋଟ ହେଲମେଟ ସହିତ ସଂଘର୍ଷ କରୁଥିବା ନଜର ଆସିଛନ୍ତି।

ଭିଡିଓରେ ଖଲି ହେଲମେଟ୍‌ ପିନ୍ଧିବା ପାଇଁ ବାରମ୍ବାର ଚେଷ୍ଟା କରୁଛନ୍ତି। ତାଙ୍କ ମୁଣ୍ଡ ହିସାବରେ ହେଲମେଟ୍‌ଟି ବହୁତ ଛୋଟ। ଫଳରେ ସେ ଏହାକୁ ପିନ୍ଧି ପାରୁନାହାନ୍ତି। ତଥାପି ଲୋକଙ୍କୁ ହେଲମେଟର ମହତ୍ତ୍ୱ ବୁଝାଉଛନ୍ତି।

ମୁମ୍ବାଇ ପୋଲିସ ନିଜେ ଖଲିଙ୍କର ଏହି ଭିଡିଓକୁ ଟୁଇଟର ଆକାଉଣ୍ଟରେ ଶେୟାର କରିଛି। ଏହା ପ୍ରଥମ ଥର ନୁହେଁ, ଯେତେବେଳେ ୨୦୧୮ରେ ବି ମୁମ୍ବାଇ ପୋଲିସ ସଡ଼କ ସୁରକ୍ଷା ବଢ଼ାଇଥିଲା ସେତେବେଳେ ଖଲି ହେଲମେଟ ପିନ୍ଧିବାକୁ ଚେଷ୍ଟା କରିଥିଲେ। ଏଥିରେ ଲେଖାଥିଲା, ଆପଣ ଯେତେ ବି ମଜଭୁତ ହୁଅନ୍ତୁ ନା କାହିଁକି ହେଲମେଟ ପିନ୍ଧିବାକୁ କେବେ ଭୁଲନ୍ତୁ ନାହିଁ।

ଦ୍ୱିତୀୟ ଭିଡିଓଟିକୁ ଖଲି ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏଥିରେ ଖଲି ଏକ ଅଟୋରେ ବସିଥିବା ନଜର ଆସିଛନ୍ତି। ଏଥିପାଇଁ ସେ ଖୁବ୍‌ କଷ୍ଟ କରୁଥିବା ନଜର ଆସିଛନ୍ତି। ଛୋଟ ଏକ ଅଟୋରେ ବସିବା ପାଇଁ ଖଲି ଏହି ଅଟୋ ଚଲାଇବାକୁ ଚେଷ୍ଟା କରୁଛନ୍ତି।

ତାଙ୍କର ଏତେ ବଡ଼ ଶରୀର ଯୋଗୁ ସେ ଅଟୋର ଛୋଟ ସିଟ୍‌ରେ ବସି ପାରୁନାହାନ୍ତି। ଏହି ଭିଡିଓରେ ଅଟୋ ସିଟ୍‌ରୁ ବାହାରୁ ଆସୁଥିବା ଦେଖିବାକୁ ମିଳିଛି। ସେ ଅଟୋ ପଛ ସିଟ୍‌ରେ ଯାଇ ବସୁଥିବା ନଜର ଆସିଛନ୍ତି।

ସୋସିଆଲ ମିଡିଆରେ ଖଲିଙ୍କର ଏହି ଭିଡିଓ ଦେଖି ୟୁଜର୍ସମାନେ ବେଶ୍‌ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଡାଲଙ୍କୁ ମେକ୍ସିକୋ ଓପନ ଟାଇଟଲ

ଲସ ଏଞ୍ଜେଲ୍ସ,୧ା୩- ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କଧାରୀ ରାଫାଲ ନାଡାଲ ଚଳିତ ଏଟିପି ମେକ୍ସିକୋ ଓପନ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ଅଣ ସିଡ୍‌ ଟେଲର ଫ୍ରିଜଙ୍କୁ...

ଦକ୍ଷିଣ ଏସୀୟ କ୍ରୀଡ଼ା ଝିଲ୍ଲୀ, ସ୍ନେହାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ଦୁଇ ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଓ ସ୍ନେହା ସୋରେନ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ପାଇଛନ୍ତି। ନେପାଳର...

ଫ୍ରେଞ୍ଚ୍‌ ଓପନ ଟେନିସ: କ୍ରେଜିକୋଭା-ସିନିକୋଭା ଫାଇନାଲରେ

ପ୍ୟାରିସ, ୧୨।୬-ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଚେରି ରିପବ୍ଲିକ ଯୋଡ଼ି ବାର୍ବରା କ୍ରେଜିକୋଭା ଏବଂ କାଟରିନା ସିନିକୋଭା।...

ନିଜ ପକ୍ଷ ରଖିଲେ ଡି’କକ୍‌

ଶାରଜା, ୨୮।୧୦ : ଚଳିତ ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ମ୍ୟାଚ୍‌ ଲାଗି ନିଜକୁ ଉପଲବ୍ଧ କରିଛନ୍ତି କୁଇଣ୍ଟନ ଡି’କକ୍‌। ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ...

ଭାରତୀୟ ଖେଳାଳିଙ୍କ ହାତରେ ସ୍ବତନ୍ତ୍ର ଆର୍ମବ୍ୟାଣ୍ଡ

ସାଉଥାମ୍ପଟନ,୧୯।୬: ଶୁକ୍ରବାର ରାତିରେ କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ପ୍ରାଣ ହରାଇଛନ୍ତି ‘ଫ୍ଲାଇଂ ଶିଖ’ ଭାବେ ଜଣାଶୁଣା ଅଲିମ୍ପିଆନ ମିଲ୍‌ଖା ସିଂ। ତାଙ୍କୁ ସମ୍ମାନ...

ମିଲର-ଡୁସେନ ଛଡ଼ାଇ ନେଲେ ମ୍ୟାଚ୍‌

ନୂଆଦିଲ୍ଲୀ,୯।୬: ୨୧୧ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିବା ସତ୍ତ୍ୱେ ଭାରତ ବିଜୟ ସ୍ବାଦ ଚାଖିପାରି ନାହିଁ। ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ଗୁରୁବାର ଦକ୍ଷିଣ...

ଭାରତୀୟ ଘଷି ବିକ୍ରି ହେଉଛି ଆମେରିକାରେ, ପ୍ୟାକେଟ୍‌ର ଦାମ୍‌ ରହିଛି…

ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଆମେରିକାର ଜଣେ ବ୍ୟକ୍ତି ଏମିତି କିଛି ଖାସ୍‌ କରି ଦେଖାଇଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ।...

ଜାତୀୟ ପରିସଂଖ୍ୟାନ ଦିବସ: ବିକାଶରେ ପରିସଂଖ୍ୟାନର ଭୂମିକା ଉଲ୍ଲେଖନୀୟ

ପ୍ରତିବର୍ଷ ଜୁନ୍‌ ୨୯ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ପରିସଂଖ୍ୟାନ କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନକୁ ଏହି ଦିବସରେ ସ୍ମରଣ...

Advertisement
Archives

Model This Week