Posted inଜାତୀୟ

ଅଧ ରାତିର କାହାଣୀ: ସାଗରଙ୍କୁ ହକି ବାଡିରେ ୩୦ରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ପିଟିଥିଲେ ସୁଶୀଲ

ନୂଆଦିଲ୍ଲୀ,୪।୮: ଜାତୀୟ ରେସଲିଂ ଚାମ୍ପିଅନ ସାଗର ଧନଖର ହତ୍ୟା ମାମଲାରେ ପୁଣି ନୂଆ ଖୁଲାସା ହୋଇଛି। ରେସଲର ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀମାନେ ଛତ୍ରସାଲ ଷ୍ଟାଡିୟମର ଥିବା ଏକ ରୁମ୍‌ରେ ତାଲା ପକାଇବା ସାଗରଙ୍କୁ ୩୦ରୁ ୪୦ ମିନିଟ ପର୍ଯ୍ୟନ୍ତ ହକି ବାଡି ଏବଂ ବେସବଲ ପିଟିଥିଲେ। ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ଦାଖଲ କରିଥିବା ଚାର୍ଜସିଟରେ ଏହି ସୂଚନା ଦିଆଯାଇଛି। ସମ୍ପତ୍ତି ବିବାଦକୁ ନେଇ ସାଗରଙ୍କୁ ମାଡ ମାରିଥିଲେ। ପରେ ସାଗରଙ୍କର ମୃତ୍ୟୁ ହୋଇଥିଲା।
ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ସାଗର ଏବଂ ତାଙ୍କ ସାଙ୍ଗମାନଙ୍କୁ ଦିଲ୍ଲୀର ଦୁଇଟି ଭିନ୍ନ ସ୍ଥାନରୁ ଅପହରଣ କରି ଷ୍ଟାଡିୟମକୁ ଅଣାଯାଇଥିଲା, ଯାହା ପରେ ଭିତର ଫାଟକ ବନ୍ଦ ହୋଇଯାଇଥିଲା ଏବଂ ସୁରକ୍ଷାକର୍ମୀଙ୍କୁ ବାହାରକୁ ଯିବାକୁ କୁହାଯାଇଥିଲା। ପ୍ରାୟ ଏକ ହଜାର ପୃଷ୍ଠାର ଅନ୍ତିମ ରିପୋର୍ଟରେ ପୋଲିସ ଏହା କହିଛି। ଚାର୍ଜସିଟରେ ଏହି ମାମଲାର ଅନୁସନ୍ଧାନ କରୁଥିବା କ୍ରାଇମ ବ୍ରାଞ୍ଚ ମଧ୍ୟ ଏହା ପ୍ରକାଶ କରିଛି। ସୁଶୀଲ କୁମାର ଏବଂ ଅନ୍ୟ ୧୨ ଜଣଙ୍କ ବିରୋଧରେ ପୋଲିସ ଏକ ଚାର୍ଜସିଟ ଦାଖଲ କରିଥିଲା ଯେଉଁଥିରେ ଅଲିମ୍ପିକ ପଦକ ବିଜେତା ସୁଶୀଲଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଓ୍ବାଇସିଙ୍କୁ ନିମନ୍ତ୍ରଣ, ଆଡଭାନୀଙ୍କୁ ଉପେକ୍ଷା

ଅଯୋଧ୍ୟା/ନୂଆଦିଲ୍ଲୀ,୩ା୮: ଯଦି ଅଯୋଧ୍ୟାର ଆରାଧ୍ୟ ଦେବତା ରାମ ତେବେ ଏହାର ରାଜନୈତିକ ଭଗବାନ ଲାଲ କୃଷ୍ଣ ଆଡଭାନୀ ବୋଲି କୁହାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ...

ସେଲୁନରେ ବାଳ କାଟିବାକୁ ହେଲେ ଦେଖାଇବାକୁ ପଡିବ ଆଧାର କାର୍ଡ !

ଚେନ୍ନାଇ,୨।୬: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଗତ ମାର୍ଚ୍ଚ ମାସରୁ ଦେଶରେ ଲାଗୁ ହୋଇଥିଲା ଲକ୍‌ଡାଉନ। ହେଲେ ଜୁନ୍‌ ପହିଲାରୁ ଅନ୍‌ଲକ୍‌ ୧.୦ ଲାଗୁ ହେବା...

୩ବର୍ଷ ପାଇଁ ଜେଲ୍‌ ଗଲେ ଏଏପି ବିଧାୟକ

ଚଣ୍ଡିଗଡ଼,୨୩।୫: ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପଟିଆଲା ଗ୍ରାମୀଣ ବିଧାୟକ ଡା. ବଲବୀର ସିଂହଙ୍କୁ ରୋପର କୋର୍ଟ ୩ବର୍ଷର...

‘ଅଯୋଧ୍ୟା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲା’

ନୂଆଦିଲ୍ଲୀ,୩୧ା୧୦: ଅଯୋଧ୍ୟା ଜମି ବିବାଦ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକ ମଧ୍ୟରୁ ଅନ୍ୟତମ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଦାୟିତ୍ୱ ଗ୍ରହଣ କରିବାକୁ...

ବିପିନ ରାଓ୍ବତଙ୍କୁ ଦିଆଯିବ ୧୭ ତୋପ ସଲାମି

ନୂଆଦିଲ୍ଲୀ.୧୦।୧୨: ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କୁ ଆଜି ଅନ୍ତିମ ସଂସ୍କାର କରାଯିବ। ରାୱତଙ୍କୁ ୧୭...

ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା...

୬୦ ବର୍ଷ ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ମୁଣ୍ଡରୁ ବାହାରିଲା ଟାଇଟାନିୟମ ପ୍ଲେଟ

ମୁମ୍ବାଇ,୭।୪: ପୂର୍ବତନ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରୁ ଏକ ଲୁହା ପ୍ଲେଟ୍‌ ବାହାର କରାଯାଇଛି। ୧୯୬୨ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଚାରଲି ଗ୍ରିଫିଥ୍‌ଙ୍କ ଏକ ବାଉନ୍ସର...

ନ୍ୟାଶନାଲ ହେରାଲ୍ଡ ମାମଲା: ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟ ସିଲ୍‌

ନୂଆଦିଲ୍ଲୀ,୩।୮: ନ୍ୟାଶନାଲ ହେରାଲ୍ଡ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବୁଧବାର ଇଡି ହେରାଲ୍ଡ ହାଉସରେ ଅବସ୍ଥିତ ୟଙ୍ଗ ଇଣ୍ଡିଆର କାର୍ଯ୍ୟାଳୟକୁ...

Advertisement
Archives

Model This Week