Posted inଫୁରସତ

ଏବେ ବି ସେଦିନ ଅଭୁଲା: ଗାଁରେ ତ୍ରିରଙ୍ଗା ଉଡ଼ାଇଥିଲୁ

ଆଜି ଦେଶ ପାଳନ କରୁଛି ୭୫ତମ ସ୍ବାଧୀନତା ଦିବସ। ଏବେ ବି ଜୀବିତ ଅଛନ୍ତି ଦେଶ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା କେତେକ ସଂଗ୍ରାମୀ। ତେବେ ପ୍ରଥମ ସ୍ବାଧୀନତା ଦିବସ ପାଳନର ଅଭୁଲା ସ୍ମୃତି ବଖାଣିଛନ୍ତି ଦୁଇ ସଂଗ୍ରାମୀ…

ବରଗଡ଼ ଜିଲା ସୋହେଲା ବ୍ଲକ୍‌ର ପାଣିମୋରା। ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଚର୍ଚ୍ଚିତ ଏଇ ଗାଁ। ଦେଶ ସ୍ବାଧୀନତା ପାଇବା ଦିନର ଅର୍ଥାତ୍‌ ୧୯୪୭ ମସିହା ଅଗଷ୍ଟ ୧୫ର ସ୍ମୃତି ରୋମନ୍ଥନ କରନ୍ତି ଏଇ ଗ୍ରାମର ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ-‘ଦେଶ ସ୍ବାଧୀନତା ଖବର ପାଇ ଆନନ୍ଦର ସୀମା ରହିଲା ନାହିଁ। ୧୪ତାରିଖ ରାତି ବିତିଗଲା କିନ୍ତୁ ଆମ ଆଖିରେ ନିଦ ନ ଥିଲା। ପୌଷ ପୂର୍ଣ୍ଣିମା ଭଳି ପିଠାପଣା କରି ଆନନ୍ଦ ଉତ୍ସବ ମନାଇଥିଲୁ। ସକାଳୁ ଭାରତମାତା ପ୍ରତିମୂର୍ତ୍ତି ତିଆରି କରି ଏକ ଶଗଡ଼ରେ ରଖିଥିଲୁ। ଦେଶାତ୍ମବୋଧକ ସ୍ଲୋଗାନ ଦେବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲୁ। ତା’ପରେ ଭାରତମାତାଙ୍କୁ ଶଗଡ଼ରେ ନେଇ ଗ୍ରାମର ସବୁ ଗଳିକନ୍ଦି ପରିକ୍ରମା କରାଇଥିଲୁ। ପରିକ୍ରମା ସମୟରେ ପ୍ରତି ଘରଦ୍ୱାରରେ ମା’ମାନେ ପୂର୍ଣ୍ଣ କଳସ ବସାଇଥିଲେ। ଆମେ ପହଞ୍ଚିବା ପରେ ଆମର ପାଦଧୌତ କରାଯାଇଥିଲା। ଏହି ପରିକ୍ରମାରେ ଗ୍ରାମର ୩୨ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ସମେତ ଗାଁ ଲୋକେ ମଧ୍ୟ ସାମିଲ ହୋଇଥିଲେ। ସେଦିନର ସ୍ମୃତି ମୋ ପାଇଁ ସବୁବେଳେ ଅଭୁଲା ହୋଇ ରହିଛି। ଏବେ ମଧ୍ୟ ଆଖି ଆଗରେ ନାଚି ଯାଉଛି ସେ ଦିନର ଦୃଶ୍ୟ। ଆଉ ମନେପଡ଼ିଗଲେ ଶରୀରର ଲୋମ ଟାଙ୍କୁରି ଉଠୁଛି’।
– ପ୍ରେମାନନ୍ଦ ଖମାରୀ, କ୍ଷମାନିଧି ନାୟକ

ଭଦ୍ରକ ଜିଲାର ବାସୁଦେବପୁର ସଂଗ୍ରାମୀଙ୍କ ମାଟି ଭାବେ ପରିଚିତ। ସ୍ବାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟ ପାଇଁ ଏହି ବ୍ଲକର ଆରୁହା ପଞ୍ଚାୟତ ଅନ୍ତର୍ଗତ ତୁଳମତୁଳା ଗଁା ଆଜି ଗର୍ବିତ। ସାରଦା ପିଲାଟିଦିନରୁ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଝାସଦେଇଥିଲେ ସାରଦା। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହେବା ସହ ଇରମ ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ। ଇଂରେଜ ସରକାରଙ୍କୁ ବିରୋଧ କରି ବାସୁଦେବପୁରର ବିଭିନ୍ନ ଅଞ୍ଚଳରେ ସଭାସମିତି କରି ୨ ଥର କାରାବରଣ କରିଥିଲେ। ଦେଢ଼ବର୍ଷ ବାଲେଶ୍ୱର ଜେଲ ଓ ୪ ମାସ ବିହାରର ପାଟଣା ଜେଲରେ ବନ୍ଦୀ ଜୀବନ ବିତାଇଥିଲେ। ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ ଓ ଗୌରାଙ୍ଗଚନ୍ଦ୍ର ମହାନ୍ତିଙ୍କ ଦ୍ୱାରା ବିଶେଷ ଭାବରେ ଅନୁପ୍ରାଣିତ ହୋଇ ନିଜର ସଂଗ୍ରାମୀ ଜୀବନକୁ ଆଗେଇ ନେଇଥିଲେ । ସ୍ବାଧୀନତା ପରବର୍ତ୍ତୀ ସମୟରେ ସେ ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ଜଣେ ସଫଳ ଶିକ୍ଷକ ଭାବେ ୧୯୮୨ ମସିହାରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ। ତେବେ ଚଳିତବର୍ଷ ଅଗଷ୍ଟକ୍ରାନ୍ତି ଦିବସରେ ୯୫ ବର୍ଷୀୟ ସଂଗ୍ରାମୀ ସାରଦା ପ୍ରସାଦଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ପ୍ରଦତ୍ତ ଉତ୍ତରୀୟ, ଅଙ୍ଗବସ୍ତ୍ର ତାଙ୍କ ତୁଳମତୁଳାସ୍ଥିତ ବାସଭବନରେ ଜିଲାପାଳ ଓ ବିଧାୟକ ସମ୍ବର୍ଦ୍ଧିତ କରିବାକୁ ନେଇ ପରିବାର ଲୋକେ ଗୌରବାନ୍ବିତ ମନେକରିଥିବା କହିଛନ୍ତି। ତେବେ ଭାରତଛାଡ଼ ଆନ୍ଦୋଳନର ୫ ବର୍ଷ ପରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନ ହେଉଥିବା କଥା ଶୁଣି ଖୁସିରେ ସମସ୍ତେ ନାଚି ଉଠିଥିଲେ। ବଡ଼ଭାଇ ସଂଗ୍ରାମୀ ବରଦା ପ୍ରସାଦ ରାୟ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ନିଜ ଗାଁରେ ପ୍ରଥମ ସ୍ବାଧୀନତା ଦିବସ ପାଳନ କରି ତ୍ରିରଙ୍ଗା ପତାକା ଉଡ଼ାଇଥିଲେ ସାରଦା। ପରବର୍ତ୍ତୀ ସମୟରେ ପ୍ରତି ସ୍ବାଧୀନତା ଦିବସରେ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ସଂଗ୍ରାମୀ ସାରଦା ଜାତୀୟ ପତାକା ଉତ୍ତୋଳନ କରିବା ସହିତ ନିଜ ଘରେ ମଧ୍ୟ ପତାକା ଉଡ଼ାଇଥାନ୍ତି। ଏକଥା କହିଛନ୍ତି ସଂଗ୍ରାମୀ ସାରଦାଙ୍କ ପତ୍ନୀ କମଳା କୁମାରୀ ରାୟ। ସୂଚନାଯୋଗ୍ୟ ବୟସାଧିକ୍ୟ କାରଣରୁ ସାରଦା ବିଶେଷ ଭାବେ ସ୍ମୃତିକୁ ଠିକ ଭାବରେ କହି ପାରୁନାହାନ୍ତି। ତେବେ କିଛି ବର୍ଷ ପୂର୍ବରୁ ଦେଶର ପ୍ରଥମ ସ୍ବାଧୀନତା ଦିବସ ପାଳନର ଖୁସି ମୁହୂର୍ତ୍ତ ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କ ପାଖରେ କହିଥିଲେ ବୋଲି ପରିବାର ଲୋକ କୁହନ୍ତି।
– ନାରାୟଣ ପ୍ରସାଦ ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri