ଦୁଇ ଦିନର ଘୋଷଣା ୨୬ ଦିନ ଛୁଇଁଲାଣି

ରାୟଗଡ଼ା,୨୦।୨(ସ୍ବ.ପ୍ର.): ଜିଲାରେ ଧାନ ବିକ୍ରି ପରେ ନିଜ ଟଙ୍କାକୁ ଚାହିଁ ବସିଛନ୍ତି ଚାଷୀ। ଜାନୁୟାରୀ ୨୫ ତାରିଖ ପରେ ଧାନ ବିକ୍ରି କରିଥିବା କୌଣସି ଚାଷୀଙ୍କୁ ସେମାନଙ୍କ ଟଙ୍କା ମିଳିନାହିଁ। ସମଗ୍ର ଜିଲାରେ ଶତାଧିକ ଚାଷୀ ଟଙ୍କା ପାଇନାହାନ୍ତି। ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପାଇବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଦୀର୍ଘ ୨୬ ଦିନ ହେଲାଣି ଚାଷୀ ଟଙ୍କା ପାଇ ନ ଥିବା ଜଣାପଡ଼ିଛି। ଫଳରେ ଚାଷୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଅପରପକ୍ଷେ ବ୍ୟାଙ୍କ ଓ ଲ୍ୟାମ୍ପସରୁ କୃଷି ଋଣ ନେଇଥିବା ଚାଷୀଙ୍କୁ ସଂସ୍ଥା ପକ୍ଷରୁ ଋଣ ପରିଶୋଧ ପାଇଁ ନୋଟିସ ଗଲାଣି। ଚାଷୀ ଧାନ ବିକ୍ରି କରିଥିବା ନେଇ ପୋର୍ଟାଲରେ ଦେଖି ବ୍ୟାଙ୍କ ପକ୍ଷରୁ ବାରମ୍ବାର ଫୋନ କରି ଖରିଫ ଋତୁର ଋଣ ଟଙ୍କା ପଇଠ କରିବାକୁ କୁହାଯାଉଛି। ହେଲେ ଚାଷୀ ଧାନ ବିକିବା ପରେ ଟଙ୍କା ପାଇ ନ ଥିବା ବ୍ୟାଙ୍କ ଓ ଲ୍ୟାମ୍ପ୍‌ସ କର୍ତ୍ତୃପକ୍ଷ ଜାଣିନାହାନ୍ତି। ତେବେ ସରକାରଙ୍କ ନିକଟରେ ପାଣ୍ଠି ଅଭାବରୁ ଏଭଳି ଅବ୍ୟବସ୍ଥା ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ହେଲେ ବର୍ତମାନ ଚାଷି ନିଜର ପ୍ରାପ୍ୟ କେବେ ପାଇବେ ତାହାର କୌଣସି ସୂଚନା ଜିଲାସ୍ତରୀୟ ଅଧିକାରୀଙ୍କ ନିକଟରେ ନାହିଁ। ଧାନ ଟଙ୍କା ପାଇଁ ଚାଷୀମାନେ ବାରମ୍ବାର ଦୌଡୁଥିଲେ ମଧ୍ୟ କେହି ସମାଧାନ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏଭଳିକି ଫେବୃୟାରୀ ୧୭ରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ସଭ୍ୟ ଓ ସଭ୍ୟାମାନେ ଏହି ପ୍ର୍ରସଙ୍ଗ ଉଠାଇ ବିଭାଗୀୟ ଅଧିକାରୀଙ୍କଠାରୁ ଉତର ଚାହିଁଥିଲେ। ତେବେ ଯୋଗାଣ, ସମବାୟ ଓ କୃଷି ବିଭାଗ ଅଧିକାରୀ ମଧ୍ୟ ହାତ ଟେକି ଦେଇଥିଲେ। ଯଦ୍ୱାରା ଚାଷୀଙ୍କୁ ସେମାନଙ୍କ ଧାନ ବିକ୍ରି ଟଙ୍କା ମିଳିବା ନା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀଙ୍କୁ ପଚାରିବାରୁ କିଛି ଟେକ୍‌ନିକାଲ ସମସ୍ୟା ହେତୁ ଚାଷୀଙ୍କୁ ଟଙ୍କା ମିଳିପାରିନାହିଁ। ଜଲଦି ଚାଷୀଙ୍କୁ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି।
ସୂଚନା ମୁତାବକ ଚଳିତବର୍ଷ ୧୯ ହଜାର ୧୨୪ ଜଣ ଚାଷୀ ଧାନ ବିକ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାଟେଲାଇଟ ସର୍ଭେ ପରେ ଯୋଗ୍ୟ ତାଲିକ ପ୍ରକାଶ ପାଇଥିଲା। ଡିସେମ୍ବର ୧୯ରୁ ଜିଲାରେ ଧାନ ମଣ୍ଡି ଖୋଲିଛି। ଆସନ୍ତା ମାର୍ଚ୍ଚ ମାସରେ ଖରିଫ ଧାନ ମଣ୍ଡି ବନ୍ଦ ହୋଇଯିବ। ତେଣୁ ଜାନୁୟାରୀ ଓ ଫେବୃୟାରୀ ମାସ ଚାଷୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ମାସରେ ହିଁ ଚାଷୀଙ୍କୁ ଠକୁଛନ୍ତି ସରକାର। ତେଣୁ ତୁରନ୍ତ ସରକାର ଏହି ସମସ୍ୟାର ସମାଧାନ କରି ଚାଷୀଙ୍କ ଧାନ ବିକ୍ରି ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri