ଦୁଇ ଦିନର ଘୋଷଣା ୨୬ ଦିନ ଛୁଇଁଲାଣି

ରାୟଗଡ଼ା,୨୦।୨(ସ୍ବ.ପ୍ର.): ଜିଲାରେ ଧାନ ବିକ୍ରି ପରେ ନିଜ ଟଙ୍କାକୁ ଚାହିଁ ବସିଛନ୍ତି ଚାଷୀ। ଜାନୁୟାରୀ ୨୫ ତାରିଖ ପରେ ଧାନ ବିକ୍ରି କରିଥିବା କୌଣସି ଚାଷୀଙ୍କୁ ସେମାନଙ୍କ ଟଙ୍କା ମିଳିନାହିଁ। ସମଗ୍ର ଜିଲାରେ ଶତାଧିକ ଚାଷୀ ଟଙ୍କା ପାଇନାହାନ୍ତି। ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପାଇବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଦୀର୍ଘ ୨୬ ଦିନ ହେଲାଣି ଚାଷୀ ଟଙ୍କା ପାଇ ନ ଥିବା ଜଣାପଡ଼ିଛି। ଫଳରେ ଚାଷୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଅପରପକ୍ଷେ ବ୍ୟାଙ୍କ ଓ ଲ୍ୟାମ୍ପସରୁ କୃଷି ଋଣ ନେଇଥିବା ଚାଷୀଙ୍କୁ ସଂସ୍ଥା ପକ୍ଷରୁ ଋଣ ପରିଶୋଧ ପାଇଁ ନୋଟିସ ଗଲାଣି। ଚାଷୀ ଧାନ ବିକ୍ରି କରିଥିବା ନେଇ ପୋର୍ଟାଲରେ ଦେଖି ବ୍ୟାଙ୍କ ପକ୍ଷରୁ ବାରମ୍ବାର ଫୋନ କରି ଖରିଫ ଋତୁର ଋଣ ଟଙ୍କା ପଇଠ କରିବାକୁ କୁହାଯାଉଛି। ହେଲେ ଚାଷୀ ଧାନ ବିକିବା ପରେ ଟଙ୍କା ପାଇ ନ ଥିବା ବ୍ୟାଙ୍କ ଓ ଲ୍ୟାମ୍ପ୍‌ସ କର୍ତ୍ତୃପକ୍ଷ ଜାଣିନାହାନ୍ତି। ତେବେ ସରକାରଙ୍କ ନିକଟରେ ପାଣ୍ଠି ଅଭାବରୁ ଏଭଳି ଅବ୍ୟବସ୍ଥା ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ହେଲେ ବର୍ତମାନ ଚାଷି ନିଜର ପ୍ରାପ୍ୟ କେବେ ପାଇବେ ତାହାର କୌଣସି ସୂଚନା ଜିଲାସ୍ତରୀୟ ଅଧିକାରୀଙ୍କ ନିକଟରେ ନାହିଁ। ଧାନ ଟଙ୍କା ପାଇଁ ଚାଷୀମାନେ ବାରମ୍ବାର ଦୌଡୁଥିଲେ ମଧ୍ୟ କେହି ସମାଧାନ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏଭଳିକି ଫେବୃୟାରୀ ୧୭ରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ସଭ୍ୟ ଓ ସଭ୍ୟାମାନେ ଏହି ପ୍ର୍ରସଙ୍ଗ ଉଠାଇ ବିଭାଗୀୟ ଅଧିକାରୀଙ୍କଠାରୁ ଉତର ଚାହିଁଥିଲେ। ତେବେ ଯୋଗାଣ, ସମବାୟ ଓ କୃଷି ବିଭାଗ ଅଧିକାରୀ ମଧ୍ୟ ହାତ ଟେକି ଦେଇଥିଲେ। ଯଦ୍ୱାରା ଚାଷୀଙ୍କୁ ସେମାନଙ୍କ ଧାନ ବିକ୍ରି ଟଙ୍କା ମିଳିବା ନା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀଙ୍କୁ ପଚାରିବାରୁ କିଛି ଟେକ୍‌ନିକାଲ ସମସ୍ୟା ହେତୁ ଚାଷୀଙ୍କୁ ଟଙ୍କା ମିଳିପାରିନାହିଁ। ଜଲଦି ଚାଷୀଙ୍କୁ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି।
ସୂଚନା ମୁତାବକ ଚଳିତବର୍ଷ ୧୯ ହଜାର ୧୨୪ ଜଣ ଚାଷୀ ଧାନ ବିକ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାଟେଲାଇଟ ସର୍ଭେ ପରେ ଯୋଗ୍ୟ ତାଲିକ ପ୍ରକାଶ ପାଇଥିଲା। ଡିସେମ୍ବର ୧୯ରୁ ଜିଲାରେ ଧାନ ମଣ୍ଡି ଖୋଲିଛି। ଆସନ୍ତା ମାର୍ଚ୍ଚ ମାସରେ ଖରିଫ ଧାନ ମଣ୍ଡି ବନ୍ଦ ହୋଇଯିବ। ତେଣୁ ଜାନୁୟାରୀ ଓ ଫେବୃୟାରୀ ମାସ ଚାଷୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ମାସରେ ହିଁ ଚାଷୀଙ୍କୁ ଠକୁଛନ୍ତି ସରକାର। ତେଣୁ ତୁରନ୍ତ ସରକାର ଏହି ସମସ୍ୟାର ସମାଧାନ କରି ଚାଷୀଙ୍କ ଧାନ ବିକ୍ରି ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri