Posted inଖେଳ

ବିରାଟ କୋହଲିଙ୍କଠାରୁ ଅଧିକ ଦରମା ନିଅନ୍ତି ଏହି ୨ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ। ବିରାଟ ଗୋଟିଏ ବର୍ଷରେ କେତେ ଟଙ୍କା ରୋଜଗାର କରନ୍ତି ତାହା ସାଧାରଣ ଲୋକ କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ବିସିସିଆଇ ମଧ୍ୟ ବିରାଟଙ୍କୁ ପ୍ରତିବର୍ଷ ପ୍ରଚୁର ଦରମା ଦେଇଥାଏ। କିନ୍ତୁ ଏପରି ଅନେକ ଖେଳାଳି ଅଛନ୍ତି ଯାହାର ଦରମା ବିରାଟ କୋହଲିଙ୍କଠାରୁ ଅଧିକ। କୋହଲିଙ୍କ ନାମ ବିସିସିଆଇର ଗ୍ରେଡ-ଏ + ଚୁକ୍ତିରେ ଆସିଛି। ଯାହା ଅନୁଯାୟୀ ବିରାଟ ବାର୍ଷିକ ୭ କୋଟି ଟଙ୍କା ପାଉଛନ୍ତି। କୋହଲି ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି, କିନ୍ତୁ କ୍ରିକେଟର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ବିରାଟ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ପଛରେ ଅଛନ୍ତି। ଏହା ବ୍ୟତୀତ ବିରାଟ ମଧ୍ୟ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ପଛରେ ଅଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରେ ବେତନ ପାଉଥିବା କ୍ରିକେଟର୍‌ଙ୍କ ମଧ୍ୟରେ ବିରାଟ କୋହଲି ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ ଏବଂ ଜୋଫ୍ରା ଆର୍ଚରଙ୍କ ପଛରେ ଅଛନ୍ତି। ଇଂଲଣ୍ଡ କ୍ରିକେଟ ବୋର୍ଡ(ଇସିବି)ର ୨୦୨୦/୨୧ ଟେଷ୍ଟ ଚୁକ୍ତି ଅନୁଯାୟୀ, ରୁଟ ଏବଂ ଆର୍ଚର ବିରାଟଙ୍କ ଅପେକ୍ଷା ଅଧିକ ବେତନ ପାଆନ୍ତି। ଇସିବି ଟେଷ୍ଟ ଚୁକ୍ତି ଅନୁଯାୟୀ, ଗ୍ରେଡ ଏ ଥିବା ଖେଳାଳିଙ୍କୁ ପ୍ରାୟ ୭.୨୨ କୋଟି ଟଙ୍କା ପ୍ରଦାନ କରାଯାଏ। ଆର୍ଚର ଏବଂ ରୁଟ ଟେଷ୍ଟ ଗ୍ରେଡ-ଏ ଚୁକ୍ତରେ ଆସନ୍ତି।
ବିରାଟଙ୍କ ବ୍ୟତୀତ ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍‌ରା ମଧ୍ୟ ବିସିସିଆଇର ଏ + ଗ୍ରେଡ ଚୁକ୍ତିନାମା ଅନୁଯାୟୀ ଆସିଛନ୍ତି ଏବଂ ସେମାନେ ବାର୍ଷିକ ୭ କୋଟି ଟଙ୍କା ମଧ୍ୟ ଆଆନ୍ତି। ଏହା ବ୍ୟତୀତ ବିସିସିଆଇ ଗ୍ରେଡ-ଏରେ ଆସୁଥିବା ଖେଳାଳିଙ୍କୁ ବାର୍ଷିକ ୫ କୋଟି ଟଙ୍କା ପ୍ରଦାନ କରୁଥିବାବେଳେ ଗ୍ରେଡ-ବିରେ ୩ କୋଟି ଟଙ୍କା ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri